ଅପର୍ଣ୍ଣା ମହାନ୍ତି: ଓଡ଼ିଆ କବି

ଅପର୍ଣ୍ଣା ମହାନ୍ତି (ଜନ୍ମ: ୧୬ ଡିସେମ୍ବର ୧୯୫୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ଝିଅ ପାଇଁ ଝରକାଟିଏ କବିତା ସଙ୍କଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟ କରି, ସେ ସେବାନିବୃତ ହୋଇସାରିଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କୋରାପୁଟ ସାହିତ୍ୟ ଉତ୍ସବ ୨୦୧୮ ଅବସରରେ ସେ କୋରାପୁଟ ସାହିତ୍ୟ ସମ୍ମାନ ଗ୍ରହଣ କରିଛନ୍ତି।

ଅପର୍ଣ୍ଣା ମହାନ୍ତି
ଅପର୍ଣ୍ଣା ମହାନ୍ତି: ବ୍ୟକ୍ତିଗତ ଜୀବନ, ସାହିତ୍ୟିକ ଜୀବନ, ସମ୍ମାନ ଓ ପୁରସ୍କାର
ଜନ୍ମ (1952-12-16) ୧୬ ଡିସେମ୍ବର ୧୯୫୨ (ବୟସ ୭୧)
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବ୍ୟକ୍ତିଗତ ଜୀବନ

ଜନ୍ମ ଓ ଶୈଶବ

ଅପର୍ଣ୍ଣା ୧୯୫୨ ମସିହା ଡିସେମ୍ବର ମାସ ୧୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଗୋରଖପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଚିତ୍ରାନନ୍ଦ ମହାନ୍ତି ଓ ମାତାଙ୍କ ନାମ ନିର୍ମଳା ମହାନ୍ତି । ଚାରି ଭଉଣୀଙ୍କ ମଧ୍ୟରୁ ଅପର୍ଣ୍ଣା ସବୁଠାରୁ ବଡ଼ ଥିଲେ । ତାଙ୍କ ପିତାମାତା ଉଭୟ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ତାଙ୍କ ବଡ଼ବାପା ସର୍ବେଶ୍ୱର ମହାନ୍ତି ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ଘରେ ଏକ ସାଂସ୍କୃତିକ ଓ ସ୍ୱାଧିନତା ସଂଗ୍ରାମର ମାହୋଲ ଥିଲା । ପିଲାଦିନରୁ ଅପର୍ଣ୍ଣା, ଅନ୍ନପୂର୍ଣ୍ଣା ମହାରଣା, ଗୋପବନ୍ଧୁ ଚୌଧୁରୀ, ମାଳତୀ ଚୌଧୁରୀ, ଶରତ ଚନ୍ଦ୍ର ମହାରଣା ଆଦି ସ୍ୱାଧିନତା ଓ ସର୍ବୋଦୟ କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ନପୂର୍ଣ୍ଣା ମହାରଣା ହିଁ ତାଙ୍କର ନାମ ରଖିଥିଲେ, 'ଅପର୍ଣ୍ଣା' । ଚାରି ବର୍ଷ ବୟସରୁ ସେ ମଣିନାଗ ପର୍ବତରେ ଥିବା ବାବ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମକୁ ଚାଲିଯାଇଥିଲେ । ସେଠାରେ ହିଁ ଲାଳନପାଳନ ଓ ପ୍ରାରମ୍ଭିକ ଶିକ୍ଷାରମ୍ଭ ହୋଇଥିଲେ । ସେଠାରେ ବାବା ବୈକୁଣ୍ଠନାଥଙ୍କ ସାନିଧ୍ୟରେ ହିଁ ଅପର୍ଣ୍ଣାଙ୍କର ସାହିତ୍ୟ ସର୍ଜନାର ଅଙ୍କୁରଦଗମ ହୋଇଥିଲେ ।

ଶିକ୍ଷା

ବାବ ବୈକୁଣ୍ଠନାଥ ବ୍ରହ୍ମଚାରୀ ନିପ୍ରା ବିଦ୍ୟାଳୟ, କପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଟକର ସନ୍ଥ ନଳିନୀ ହାଇସ୍କୁଲ ଓ କେନ୍ଦ୍ରାପଡ଼ାର ସରକାରୀ ବାଳିକା ବିଦ୍ୟାଳୟରୁ ସେ ନିଜ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ଓ କେନ୍ଦ୍ରପଡ଼ା ମହିଳା ମହାବିଦ୍ୟାଳୟରୁ ସେ ନିଜ ସ୍ନାତକ ଶିକ୍ଷାଲାଭ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ ।

ପରିବାର

୧୯୭୫ ମସିହାରେ ଅପର୍ଣ୍ଣା ଡକ୍ଟର ଧିରେନ୍ଦ୍ର କୁମାର ମହାନ୍ତିଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

ବୃତିଗତ ଜୀବନ

୧୯୭୭ ମସିହାରେ ଅପର୍ଣ୍ଣା ପ୍ରଥମେ ଆଳି ମହାବିଦ୍ୟାଳୟ, ପରେ ତୁଳସୀ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶିକ୍ଷାଦ୍ନା କରି ଅବସର ଗ୍ରହଣ କରିଥିଲେ ।

ସାହିତ୍ୟିକ ଜୀବନ

ଅପର୍ଣ୍ଣା ମୁଖ୍ୟତଃ ଜଣେ କବି । ତାଙ୍କ କବିତା ହିନ୍ଦୀ, ବଙ୍ଗଳା, ମରାଠି, କନ୍ନଡ଼, ଗୁଜୁରାଟୀ ଓ ତେଲୁଗୁ ଆଦି ଭାଷାକୁ ଅନୁବାଦିତ ହୋଇଛି । ସେ ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, ଓଡ଼ିଶା ଗବେଷଣା ପରିଷଦ, କେନ୍ଦ୍ରାପଡ଼ା ସାହିତ୍ୟ ସଂସଦ ଆଦି ଅନୁଷ୍ଠାନ ସହିତ ଜଡ଼ିତ ।

ରଚନାବଳୀ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,୨୦୦୭ (ଝିଅ ପାଇଁ ଝରକାଟିଏ ପାଇଁ)
  • ଝଙ୍କାର ପୁରସ୍କାର (କବିତା), ୨୦୦୯(ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • କୋରାପୁଟ ସାହିତ୍ୟ ସମ୍ମାନ (କବିତା) ୨୦୧୮
  • ଗୋକର୍ଣ୍ଣିକା ସମ୍ମାନ - ୧୯୯୩
  • ପ୍ରଜାତନ୍ତ୍ର ପୁରସ୍କାର - ୧୯୯୪
  • ବସନ୍ତ ମୁଦୁଲି ସ୍ମୃତି ସମ୍ମାନ - ୧୯୯୪
  • ଅଭିନନ୍ଦନ ସମ୍ମାନ
  • ସ୍ୱାଗତିକା ସମ୍ମାନ
  • ବୋଇତ ବନ୍ଦାଣ ସମିତି ସମ୍ମାନ

ଆଧାର

Tags:

ଅପର୍ଣ୍ଣା ମହାନ୍ତି ବ୍ୟକ୍ତିଗତ ଜୀବନଅପର୍ଣ୍ଣା ମହାନ୍ତି ସାହିତ୍ୟିକ ଜୀବନଅପର୍ଣ୍ଣା ମହାନ୍ତି ସମ୍ମାନ ଓ ପୁରସ୍କାରଅପର୍ଣ୍ଣା ମହାନ୍ତି ଆଧାରଅପର୍ଣ୍ଣା ମହାନ୍ତି

🔥 Trending searches on Wiki ଓଡ଼ିଆ:

ଆସିକାମକର (ରାଶି)ସମୀର ରଞ୍ଜନ ଦାଶପଦ୍ମଚରଣ ପଟ୍ଟନାୟକବିଷ୍ଣୁପାଲାବିରଜା ମନ୍ଦିରଇଣ୍ଟରନେଟwiki.phtmlଶିମିଳିପାଳ ଜାତୀୟ ଉଦ୍ୟାନଚିଲିକା ହ୍ରଦଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସୋରିଷପ୍ଲୀହା୧ ଫେବୃଆରୀଅକ୍ଷୟ ତୃତୀୟାବିଶ୍ୱଜିତ ଦାସବିଧାନ ସଭା ସଭ୍ୟରାଜ୍ୟରାମଚନ୍ଦ୍ର ବେହେରାମହେନ୍ଦ୍ରଗିରିଗୋଦାବରୀଶ ମିଶ୍ରଏସିଆସୁରେନ୍ଦ୍ର ମହାନ୍ତିଦାସକାଠିଆଗୋଦାବରୀଶ ମହାପାତ୍ରଜଣ୍ଡିସ୍ଭାରତୀୟ ଜାତୀୟ କଂଗ୍ରେସଉତ୍କଳଭୁବନେଶ୍ୱରଭୂମିକମ୍ପମି ଠୁ (ହ୍ୟାସଟ୍ୟାଗ)ପୁରୁଷୋତ୍ତମ ଦେବଚନ୍ଦନ ବୋଡ଼ା୧୨ ଅପ୍ରେଲଯୁକ୍ତରାଷ୍ଟ୍ର ଆମେରିକାକେଶବ କୋଇଲିଆଲବର୍ଟ ଆଇନଷ୍ଟାଇନଅଷ୍ଟ୍ରେଲିଆକବିସୂର୍ଯ୍ୟ ବଳଦେବ ରଥଚକ୍ରଧର ମହାପାତ୍ରଉତ୍କଳ ସମ୍ମିଳନୀଛବିଳ ମଧୁ ବର୍ଣ୍ଣବୋଧଉଇକିପିଡ଼ିଆପଞ୍ଚସଖାଓଡ଼ିଶାବୀଣାପାଣି ମହାନ୍ତିଭୀମ ପୃଷ୍ଟିକୁଜିବର ପ‌ତ୍ରମନୋଜ ଦାସଦ୍ରୌପଦୀ ମୁର୍ମୁଓଡ଼ିଆ କାବ୍ୟ କବିତାଦାମୋଦର ରାଉତଆଖୁସାରଳା ଦାସଅଖିଳ ନାୟକରସୁଣରାକ୍ଷୀ ପୂର୍ଣ୍ଣିମାହାଡ଼ଫୁଟିହିନ୍ଦୁ ଧର୍ମଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଜୀବସାର ଖ🡆 More