ଅନଙ୍ଗ ତ୍ରୟୋଦଶୀ

ଅନଙ୍ଗ ତ୍ରୟୋଦଶୀଏକ ହିନ୍ଦୁ ପର୍ବ । ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଏହି ବ୍ରତ ପାଳନ କରାଯାଇଥାଏ ।

କିମ୍ବଦନ୍ତୀ

ରାକ୍ଷସ ତାଡ଼କାସୁରର ଅତ୍ୟାଚାର ବଢ଼ି ବଢ଼ି ଚାଲିଥିଲା । କେବଳ ଶିବଙ୍କ ପୁତ୍ର ହାତରେ ମୃତ୍ୟୁବରଣ କରିବ ବୋଲି ତାଡ଼କାସୁର ବରପ୍ରାପ୍ତ ହୋଇଥିଲା । ଅନ୍ୟପକ୍ଷରେ ଦେବୀ ସତୀ ଭସ୍ମ ହୋଇଯିବା ପରେ ଭଗବାନ ଶିବ ସମାଧିରେ ଲୀନ ହୋଇଯାଇଥିଲେ । ତାଙ୍କୁ ସମାଧିରୁ ଉଠାଇବା ଏବଂ ମାତା ପାର୍ବତୀଙ୍କ ସହ ତାଙ୍କ ବିବାହ କରାଇବା ନିମନ୍ତେ ଦେବତାମାନେ ପ୍ରୟାସ ଜାରି ରଖିଥିଲେ । ମାତ୍ର ଶିବଙ୍କୁ ସମାଧିରୁ ଉଠାଇବା ସହଜ ନଥିଲା । ଦେବତାମାନେ କାମଦେବଙ୍କ ସହାୟତା ନେଲେ । କାମଦେବ ନିଜ କାମବାଣ ପ୍ରୟୋଗ କରି ମହାଦେବଙ୍କ ତପସ୍ୟା ଭାଙ୍ଗିଦେଲେ, ହେଲେ ଏହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଲା । ଶିବଙ୍କ କ୍ରୋଧାଗ୍ନିରେ ଜଳି କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ ରତିଦେବୀ ମହାଦେବଙ୍କ ଶରଣାପନ୍ନ ହୋଇ ପତିଙ୍କ ଉଦ୍ଧାର କରିବାକୁ ବର ମାଗିଲେ । ରତିଙ୍କୁ ଶିବ କହିଲେ, କାମଦେବ ବର୍ତ୍ତମାନ ଉପସ୍ଥିତ ରହିଛନ୍ତି, କେବଳ ସେ ଅଙ୍ଗହୀନ(ଅନଙ୍ଗ) ହୋଇଯାଇଛନ୍ତି । ଦ୍ୱାପର ଯୁଗରେ ଭଗବାନ୍‌ ବିଷ୍ଣୁ, ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେବେ । ସେତେବେଳେ କାମଦେବ ତାଙ୍କ ପୁତ୍ର ପ୍ରଦ୍ୟୁମ୍ନ ରୂପରେ ଜନ୍ମନେବେ । ରତିଙ୍କୁ କାମଦେବଙ୍କ ସହ ପୁନଃମିଳନର ମାର୍ଗଦର୍ଶନ କରାଇବା ପରେ ମହାଦେବ ତାଙ୍କୁ ଅନଙ୍ଗ ତ୍ରୟୋଦଶୀ ବ୍ରତ କରିବାକୁ କହିଥିଲେ । ଶ୍ରଦ୍ଧା, ଭକ୍ତି ଓ ପ୍ରେମଭାବ ସହ ଅନଙ୍ଗ ତ୍ରୟୋଦଶୀ ବ୍ରତ ରଖିବା ସହ ମହାଦେବ, ମାତା ପାର୍ବତୀ ଓ ରତି ତଥା କାମଦେବଙ୍କୁ ପୂଜା କରିବାଦ୍ୱାରା ଭକ୍ତର ଦାମ୍ପତ୍ୟ ଜୀବନ ସୁଖମୟ, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ହେବ ବୋଲି ମହାଦେବ କହିଥିଲେ ୤ କାମଦେବଙ୍କ ଅନ୍ୟନାମ ହେଉଛି କନ୍ଦର୍ପ ।

ଭାରତରେ ପାଳନ

ଉଜ୍ଜୟିନୀରେ ଥିବା କନ୍ଦର୍ପେଶ୍ୱର ମହାଦେବଙ୍କ ମନ୍ଦିରରେ କନ୍ଦର୍ପ ତ୍ରୟୋଦଶୀରେ ବହୁସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ ୤ ଆମଦେଶର ଗୁଜରାଟ ଓ ମହାରାଷ୍ଟ୍ରରେ ବହୁଳଭାବେ ଅନଙ୍ଗ ତ୍ରୟୋଦଶୀ ବ୍ରତ ପାଳନ କରାଯାଇଥାଏ ।

Tags:

🔥 Trending searches on Wiki ଓଡ଼ିଆ:

ଆରିଷ୍ଟୋଟଲଗୋପାଳ ଚନ୍ଦ୍ର ପ୍ରହରାଜଭଗବତ ଗୀତାମଧୁସୂଦନ ରାଓମହାପାତ୍ର ନୀଳମଣି ସାହୁପୂରଣବାଚକ ସଂଖ୍ୟାରାମାୟଣ୪ (ସଂଖ୍ୟା)ଗୁରୁପ୍ରସାଦ ମହାନ୍ତିଗୌତମ ବୁଦ୍ଧବିରଳା ମନ୍ଦିର, ହାଇଦ୍ରାବାଦମହାରାଷ୍ଟ୍ରକୁତାମ ଚଣ୍ଡୀ ମନ୍ଦିରଉପେନ୍ଦ୍ର ଭଞ୍ଜବରଗଛରାଜ୍ୟ ସଭାଜନ୍ମ ନିରୋଧଶୈଳବାଳା ଦାସଧାତୁପାକ୍ରିଟିନିବଓଡ଼ିଆ ଭ୍ରମଣ ସାହିତ୍ୟଅଷ୍ଟ୍ରିଆ୧୭୪୬ଆମ୍ବବର୍ଷାଭାରତର ସଂସ୍କୃତିବ୍ୟଞ୍ଜନ ବର୍ଣ୍ଣଭାରତୀୟ ସମ୍ବିଧାନଟ୍ରାଲୋକିନୁମାବରାମଚନ୍ଦ୍ର ବେହେରାଅଚ୍ୟୁତ ଗୋକୁଳ ନାୟକରବୀନ୍ଦ୍ରନାଥ ଠାକୁରକୃଷ୍ଣପ୍ରସାଦ ମିଶ୍ରଶରତ କୁମାର ମହାନ୍ତିପକ୍ଷତାରିଣୀ ମନ୍ଦିର, ଘଟଗାଁବିରଜା ମନ୍ଦିରମାସଓଡ଼ିଆ ଲିପିରାଜ ଯୋଗଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଭୃସଙ୍ଗ ଗଛବଳବଳଦେବଜୀଉ ମନ୍ଦିରତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପ୍ରତାପରୁଦ୍ର ଦେବଚାଣକ୍ୟଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟନଅଙ୍କ ଦୁର୍ଭିକ୍ଷଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓପନ-ସୋର୍ସ ସଫ୍ଟୱେରମନମୋହନ ସାମଲପୁରୁଷୋତ୍ତମ ଦେବଶୀତଳ ଷଷ୍ଠୀ ଯାତ୍ରାବି. ଆର. ଆମ୍ବେଦକରପ୍ରହ୍ଲାଦ ନାଟକବ୍ୟାଙ୍କଜଗନମୋହ‌ନ ଲାଲକାଟୁଲୁ ରବି କୁମାରନଅତୁଣ୍ଡୀଭାରତୀୟ ଡାକ ସେବାଜୁନଅଚ୍ୟୁତ ନାୟକଗଡ଼ଜାତ କୃଷକvji40ପଠାଣି ସାମନ୍ତତରୁଣକାନ୍ତି ମିଶ୍ରଚରକମାଟିର ମଣିଷଯୁକ୍ତରାଜ୍ୟନବଯୌବନ ବେଶଦୀନକୃଷ୍ଣ ଦାସଯଦୁମଣି ମହାପାତ୍ର🡆 More