ଅଦା ହେଙ୍ଗୁ ଖେଚୁଡ଼ି

ଅଦା ହେଙ୍ଗୁ ଖେଚୁଡ଼ି ମହାପ୍ରଭୁଙ୍କ ୫୬ ଭୋଗରେ ଅନ୍ତର୍ଭୁକ୍ତ ଅଟେ।

ଉପକରଣ

  • ଅରୁଆ ଚାଉଳ ଅଧ କିଲୋ
  • ମୁଗ ଡାଲି ୭୫ ଗ୍ରାମ
  • ତେଜପତ୍ର ୩ ଟା
  • ଅଦା ୬୦ ଗ୍ରାମ
  • ହେଙ୍ଗୁ ୨ ଗ୍ରାମ
  • ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ
  • ଗୁଆଘିଅ ୨୫ ଗ୍ରାମ
  • ଅଳ୍ପ ଚିନି
  • ଖିସ୍ ମିସ୍ ୫୦ ଗ୍ରାମ
  • ଅଳେଇଚ ୫ ଗ୍ରାମ
  • ଜିରା ୫ ଗ୍ରାମ ଓ ଦରକାର ଅନୁଯାୟୀ ପାଣି ନିଅନ୍ତୁ।

ପ୍ରସ୍ତୁତି

ପ୍ରଥମେ ଅଦା ଚାଉଳକୁ ଭଲକରି ଧୋଇ ପାଣି ନିଗାଡ଼ି ଦିଅନ୍ତୁ । ଅଦାକୁ ଭଲକରି ଧୋଇ ଛେଚି ରଖନ୍ତୁ, ଗୁଣ୍ଡ ହେଙ୍ଗୁକୁ ଅଳ୍ପ ପାଣିରେ ଗୋଳାଇ ରଖନ୍ତୁ।ଖିସ୍ ମିସ୍କୁ ଭାଜି ରଖନ୍ତୁ।ଅଳେଇଚକୁ ମଧ୍ୟ ଛେଚି ଦିଅନ୍ତୁ । ମୁଗଡାଲିକୁ ବାଛି ସଫା କରି ଅଳ୍ପ ଭାଜି ତାକୁ ଧୋଇ ନିଗାଡ଼ି ଦିଅନ୍ତୁ । ପ୍ରଥମ କାର୍ଯ୍ୟ ହେଉଛି ପାତ୍ରକୁ ଚୁଲିରେ ବସାଇ ଗରମ କରନ୍ତୁ । ସେଥିରେ ରଖା ହୋଇଥିବା ଘିଅରୁ ଅଧେ ଓ ବଛା ଜିରାକୁ ପକାଇ ଅଳ୍ପ ଟିକିଏ ଭାଜି ଦିଅନ୍ତୁ । ଜିରା ଫୁଟିଗଲେ ସେଥିରେ ରଖା ଯାଇଥିବା ଧୁଆ ଚାଉଳ, ଧୁଆ ଡାଲି, ଛେଚା ଅଦା, ତେଜପତ୍ର ପକାଇ ଭଲକରି ଭାଜି ଯେତିକି ଦରକାର ସେତିକି ପାଣି ଦିଅନ୍ତୁ।ତା' ପରେ ସେଥିରେ ଲୁଣ, ଚିନି, ହେଙ୍ଗୁ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ନିଆଁରେ ଭଲକରି ଗୋଳାଇ ଦିଅନ୍ତୁ । ନଚେତ୍ ଭାତ ତଳୁ ଲାଗି ପୋଡିଯିବ।ଅଦା ହେଙ୍ଗୁ ଖେଚେଡ଼ି ହେଇସାରିବା ବେଳକୁ ସେଥିରେ ଖିସ୍ ମିସ୍ ଓ ଅଳେଇଚ ଛେଚା ଏବଂ ବାକି ରହିଥିବା ତରଳ ଘିଅ ବୁଲାଇ ପକାଇ ଦିଅନ୍ତୁ।ଉପର ଢାଙ୍କୁଣୀ ବନ୍ଦ କରି ଅଳ୍ପ ସମୟ ଘୋଡାଇ ରଖି ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ଅଦା ହେଙ୍ଗୁ ଖେଚୁଡ଼ି ।

Tags:

🔥 Trending searches on Wiki ଓଡ଼ିଆ:

ବଦ୍ରୀନାଥ ମନ୍ଦିରରାମଚନ୍ଦ୍ର ମିଶ୍ରଶୈଳବାଳା ଦାସଦ୍ୱିତୀୟ ବିଶ୍ୱଯୁଦ୍ଧରାମକ୍ଷୀରସରଳା ଦେବୀକବାଡିଚିନ୍ତାମଣି ମହାନ୍ତିଚିଲିକା ହ୍ରଦବେଙ୍ଗାଳୁରୁନନ୍ଦ କିଶୋର ବଳନୀଳମାଧବ ମନ୍ଦିର୧୯୯୪ଅକ୍ଟୋବରଗଜଲବିଷ୍ଣୁଭାରତଲେଭୋନରଜେସ୍ଟ୍ରେଲଜ୍ୟୋତିର୍ଲିଙ୍ଗଭୌଗଳିକ ଦିଗବାରେଣିକଇଁଛଘିମିରି୨ (ସଂଖ୍ୟା)ଟର (ବେନାମୀ ନେଟୱାର୍କ)କାଳିନ୍ଦୀ ଚରଣ ପାଣିଗ୍ରାହୀଗୁରୁବିଶ୍ୱର ବ୍ୟସ୍ତତମ ବନ୍ଦରସୁନାଗୋଦାବରୀଶ ମିଶ୍ରଧରିତ୍ରୀଉପେନ୍ଦ୍ର ଭଞ୍ଜଉଇକିମିଡ଼ିଆ ମୁଭମେଣ୍ଟଚନ୍ଦ୍ରଶେଖର ରଥଯଦୁମଣି ମହାପାତ୍ରଉଦୟନାଥ ଷଡ଼ଙ୍ଗୀମାଟିର ମଣିଷସୁରେନ୍ଦ୍ର ମହାନ୍ତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମିଳିତ ଜାତିସଂଘବେଲମହାଦେଶସମୁଦ୍ରବାରଶିଂଘାଓଡ଼ିଆ ସାହିତ୍ୟଭାରତର ସଂସ୍କୃତିପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆନ୍ତର୍ଜାତିକ ମହିଳା ଦିବସକାହ୍ନୁଚରଣ ମହାନ୍ତିଅର୍ଜୁନବେଣୁଧର ରାଉତଇଂରାଜୀ ଭାଷାଧରଣୀଧର ଭୂୟାଁଅନନ୍ତ ପଟ୍ଟନାୟକଆଠଗଡ଼ରାମଚନ୍ଦ୍ର ବେହେରାତ୍ରିପୁରା ମିଶ୍ରବିପଦତାରିଣୀ ଦେବୀଓଡ଼ିଶାର ଇତିହାସନୀଲ ଆର୍ମଷ୍ଟ୍ରଙ୍ଗଧର୍ମଭାରତ ଲୀଳାଆଡାମ୍ ସ୍ମିଥ୍ତାରିଣୀ ମନ୍ଦିର, ଘଟଗାଁଲସିଭାରତୀୟ ଉପମହାଦେଶଓଡ଼ିଆ ଭାଗବତଗଗନେନ୍ଦ୍ର ନାଥ ଦାଶ🡆 More