ରଘୁନାଥ ମହାପାତ୍ର: ଭାରତୀୟ ସ୍ଥପତି ଓ ମୂର୍ତ୍ତିକାର

ରଘୁନାଥ ମହାପାତ୍ର (୨୩ ମାର୍ଚ୍ଚ ୧୯୪୩ - ୦୯ ମଇ ୨୦୨୧) ଜଣେ ଓଡ଼ିଆ ପଥର ଶିଳ୍ପୀ ଓ ସ୍ଥପତି ଥିଲେ । ତାଙ୍କ ପଥର ଶିଳ୍ପକଳା ନିମନ୍ତେ ୧୯୭୬ ମସିହାରେ ତାଙ୍କ ଭାରତ ସରକାର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ସେ ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପୀ ଗ୍ରାମ ଓ ରଘୁନାଥ କ୍ରାଫ୍ଟସ୍ର ପ୍ରତିଷ୍ଠାତା ଥିଲେ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୁଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ସାରା ଭାରତରେ ଅନେକ ପ୍ରମୁଖ ମନ୍ଦିର ନିର୍ମାଣ କରିଥିଲେ । ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତି ଦେଇଥିଲେ ।

ରଘୁନାଥ ମହାପାତ୍ର
ରଘୁନାଥ ମହାପାତ୍ର: ଜୀବନୀ, କଳାକୃତି, ପୁରସ୍କାର ଓ ସମ୍ମାନ
ଜନ୍ମ(1943-03-23)୨୩ ମାର୍ଚ୍ଚ ୧୯୪୩
ମୃତ୍ୟୁ୯ ମଇ ୨୦୨୧(2021-05-09) (ବୟସ ୭୮)
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ଶିକ୍ଷାଅଷ୍ଟମ
ବୃତ୍ତିସ୍ଥପତି (ପଥର ଶିଳ୍ପୀ)
ସନ୍ତାନପ୍ରଶାନ୍ତ ମହାପାତ୍ର, ଯଶୋବନ୍ତ ମହାପାତ୍ର
ପିତାମାତା(s)ଦାମୋଦର ମହାପାତ୍ର, ଶକୁନ୍ତଳା ଦେବୀ
ପୁରସ୍କାରପଦ୍ମବିଭୂଷଣ

କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ୨୦୨୧ ମଇ ମାସ ୯ ତାରିଖରେ ତାଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।

ଜୀବନୀ

ସେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶାର ପୁରୀସ୍ଥିତ ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଠପଢ଼ା ଛାଡ଼ି ପଥରରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଦେଇଥିଲେ । ୧୮ ବର୍ଷ ବୟସରେ ସେ ପୁରୀ ଛାଡ଼ି ଭୁବନେଶ୍ୱର ଚାଲିଆସିଥିଲେ । ଓଡ଼ିଶା ସରକାରଙ୍କ ହସ୍ତକଳା ତାଲିମ ଓ ଡିଜାଇନ ସେଣ୍ଟରରେ ଚାକିରୀ ଆରମ୍ଭ କରିଥିଲେ ।

୨୦୨୧ ମସିହା ମଇ ମାସରେ ତାଙ୍କ ପରିବାରର ଅନେକ ସଦସ୍ୟ କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇଥିଲେ । ସେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ମଇ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏହି ରୋଗରେ ତାଙ୍କର ଦେହାନ୍ତ ହୋଇଥିଲା ।

କଳାକୃତି

  • ଭୁବନେଶ୍ୱର ମାଷ୍ଟରକାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚତାର କୋଣାର୍କ ଘୋଡ଼ା
  • କଟକ ବାରବାଟୀ ଷ୍ଟାଡିଅମରେ ୧୨ଫୁଟର କୋଣାର୍କ ଘୋଡ଼ା
  • ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର
  • ଟିଟିଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର
  • ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିରର ନିର୍ମାଣ
  • ଭାରତୀୟ ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି
  • ରାଜୀବ ଗାନ୍ଧୀଙ୍କ ସମାଧି ପୀଠ
  • ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର
  • ଧଉଳିରେ ୨ଟି ବୌଦ୍ଧ ମୂର୍ତ୍ତି
  • ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି
  • ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି
  • ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ
  • [[ବାଲେଶ୍ୱରର ଇମାମି ଜଗନ୍ନାଥ ମନ୍ଦିରର ନିର୍ମାଣ।

ପୁରସ୍କାର ଓ ସମ୍ମାନ

  • ପଦ୍ମବିଭୂଷଣ, ୨୦୧୩
  • ପଦ୍ମଭୂଷଣ, ୨୦୦୧
  • ପଦ୍ମଶ୍ରୀ, ୧୯୭୬
  • ଜାତୀୟ ପୁରସ୍କାର, ୧୯୬୪
  • ଶିଳ୍ପୀଗୁରୁ ସମ୍ମାନ ୨୦୦୬
  • ଭରତମୁନି ସମ୍ମାନ - ୨୦୧୪
  • ମହ୍ଲାର ସମ୍ମାନ, ୨୦୧୭

ଆଧାର

Tags:

ରଘୁନାଥ ମହାପାତ୍ର ଜୀବନୀରଘୁନାଥ ମହାପାତ୍ର କଳାକୃତିରଘୁନାଥ ମହାପାତ୍ର ପୁରସ୍କାର ଓ ସମ୍ମାନରଘୁନାଥ ମହାପାତ୍ର ଆଧାରରଘୁନାଥ ମହାପାତ୍ରଓଡ଼ିଆ ଲୋକଓଡ଼ିଶା ସରକାରତାରାତାରିଣୀ ମନ୍ଦିରପଦ୍ମଶ୍ରୀଭାରତ ସରକାର

🔥 Trending searches on Wiki ଓଡ଼ିଆ:

ବ୍ୟଞ୍ଜନ ବର୍ଣ୍ଣଜୁନମହାଦେଶସମୀର ରଞ୍ଜନ ଦାଶମୁକ୍ତିକାନ୍ତ ମଣ୍ଡଳଖିଲିପାନଯଦୁମଣି ମହାପାତ୍ରଲସିଚାରି ଧାମଅଷ୍ଟ୍ରେଲିଆଶ୍ୱେତସାରରାମାବତାରମ୍ଓଡ଼ିଆ ରାମାୟଣଚିକୁନ‌ଗୁନିଆରାସନ କାର୍ଡ଼ (ଭାରତ)ସ୍ତନନେତୃତ୍ୱପ୍ରାଣୀଇତିହାସମ୍ୟାଲେରିଆ୪ ଇଡିଅଟସ୍ଫୋସିନୋପ୍ରିଲରାଉରକେଲାମଧୁସୂଦନ ରାଓବି. ଆର. ଆମ୍ବେଦକରମୁମ୍ବାଇନବଯୌବନ ବେଶବାଘବୀର ସୁରେନ୍ଦ୍ର ସାଏପ୍ରଦୀପ କୁମାର ପାଣିଗ୍ରାହୀପାରାଦୀପ ବନ୍ଦରମାଲକାନଗିରି ଜିଲ୍ଲାଶୈଳବାଳା ଦାସଅଷ୍ଟ୍ରିଆଦୀନକୃଷ୍ଣ ଦାସଅଖିଳ ମୋହନ ପଟ୍ଟନାୟକମହାପ୍ରସାଦନବୀନ ପଟ୍ଟନାୟକବାଇଶି ପାହାଚଉଇକିପିଡ଼ିଆ ସମୂହର ତାଲିକାରାଜା ରାମମୋହନ ରାୟବିଦ୍ୟୁତପ୍ରଭା ଦେବୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନକାଞ୍ଚି ଅଭିଯାନଚାଣକ୍ୟଫାଇଲେରିଆଶାରଳା ପୁରସ୍କାରଚଇତି ଘୋଡ଼ା ନାଚଧନୁ (ରାଶି)ଫରିନା ଆଜାଦତରୁଣକାନ୍ତି ମିଶ୍ରସୂର୍ଯ୍ୟବଂଶୀ ସୂରଜବଳଦେବଜୀଉ ମନ୍ଦିରଏଞ୍ଜେଲା ମେର୍କେଲ୍ଚିତ୍ତରଞ୍ଜନ ତ୍ରିପାଠୀଦଗ୍ଧକାଟୁଲୁ ରବି କୁମାରଶ୍ରାଦ୍ଧପୁରୁଷୋତ୍ତମ ଦେବମାର୍ଚ୍ଚ ୨୧ରବୀନ୍ଦ୍ରନାଥ ଠାକୁରବ୍ରାହ୍ମ ସମାଜ୨୪ ଅପ୍ରେଲwiki.phtmlପଖିଆଅନନ୍ତ ପଟ୍ଟନାୟକ🡆 More