ଧଉଳି

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଏହି ପାହାଡର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି ।

ଧଉଳି
ଧଉଳି ଶାନ୍ତି ସ୍ତୁପ

ଅବସ୍ଥିତି

ଧଉଳି ଭୁବନେଶ୍ୱରଠାରୁ ୮ କିମି ଦୁରରେ ରହିଛି ।

ଇତିହାସ

ଏଠାରେ ଥିବା ୬କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ୱାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ । ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକମାନଙ୍କ ପାଇଁ ଏକ ବିଶେଷ ଜାଗା ।

ଧଉଳି 
ଶାନ୍ତି ସ୍ତୁପ, ଧଉଳିଗିରି

ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ୱର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ୱତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି ।

ଧଉଳି 
ବୁଦ୍ଧ ମୁର୍ତ୍ତି, ଶାନ୍ତି ସ୍ତୁପ, ଧଉଳିଗିରି

ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି

  1. ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ୱାସ କରାଯାଏ ଯେ ବୁଦ୍ଧଙ୍କ ନାମରୁ ବୌଦ୍ଧ/ବଉଦ ଏହି ଜିଲ୍ଲାର ନାମ ଦିଆଯାଇଛି ।
  2. ଖଣ୍ଡଗିରି, ଭୁବନେଶ୍ୱର
  3. ଉଦୟଗିରି, ଭୁବନେଶ୍ୱର
  4. ରତ୍ନଗିରି, ଯାଜପୁର
  5. ଲଳିତଗିରି, ଯାଜପୁର
  6. ଜଉଗଡ଼, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ

ବୌଦ୍ଧ ଧର୍ମ ଶ୍ରେଣୀବିଭାଗ

  • ଥେରବାଦ
  • ମହାଯାନ
  • ବଜ୍ରଯାନ
  • ସହଜଯାନ

ଟୀକା

ବାହାର ଲିଙ୍କ

Tags:

ଧଉଳି ଅବସ୍ଥିତିଧଉଳି ଇତିହାସଧଉଳି ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତିଧଉଳି ବୌଦ୍ଧ ଧର୍ମ ଶ୍ରେଣୀବିଭାଗଧଉଳି ଟୀକାଧଉଳି ବାହାର ଲିଙ୍କଧଉଳିଓଡ଼ିଶାକଳିଙ୍ଗ ଯୁଦ୍ଧଦୟା ନଦୀବୌଦ୍ଧ ବାଦ

🔥 Trending searches on Wiki ଓଡ଼ିଆ:

ରାଜେନ୍ଦ୍ର କିଶୋର ପଣ୍ଡାପ୍ରୀତି ପାଣିଗ୍ରାହୀଶ୍ରୀନିବାସ ରାମାନୁଜନଜାଭା (ପ୍ରୋଗ୍ରାମିଂ ଭାଷା)ଗଙ୍ଗାଧର ମେହେରଜଳ ପ୍ରଦୂଷଣମଧୁସୂଦନ ରାଓଦେଓମାଳୀରାମଚନ୍ଦ୍ର ମିଶ୍ରଇଲେକ୍ଟ୍ରୋନିକ କମର୍ସଜୋହାନ୍ ସେବାଷ୍ଟିଆନ୍ ବାକ୍ମହେନ୍ଦ୍ରଗିରିସତ୍ୟବାଦୀ ବନ ବିଦ୍ୟାଳୟଗାର୍ଗୀ ମହାନ୍ତିକଙ୍କାଳପୁରୀ ଜିଲ୍ଲାଋଷିଆମନୋଜ ଦାସନେମାଳ୧୫ ଫେବୃଆରୀକଳାପାହାଡ଼ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲୋକ ସଭାଉତ୍କଳ ଦୀପିକାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଲେଇସ୍ୱାମୀ ବିବେକାନନ୍ଦବନ୍ଧୁ ମହାନ୍ତିପ୍ରତିଭା ଶତପଥୀଜ୍ଞାନପୀଠ ପୁରସ୍କାରଅଖିଳ ମୋହନ ପଟ୍ଟନାୟକଅଟିଜିମ୍‌କାଲିଫର୍ମିଅମକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅଣସରଭୁବନେଶ୍ୱର ବେହେରାଗୀତଗୋବିନ୍ଦଇରା ମହାନ୍ତି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଅଷ୍ଟ୍ରେଲିଆଚିତ୍ତରଞ୍ଜନ ଦାସନବୀନ ପଟ୍ଟନାୟକକଦଳୀବେଲଉତ୍କଳ ସମ୍ମିଳନୀଓଡ଼ିଆସମ୍ବଲପୁରସୋରିଷପିଆଜଅଶୋକାଷ୍ଟମୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଏଡା ଲଭ୍‌ଲେସ୍‌ୱାଟରଲୁ ଯୁଦ୍ଧବୈଷ୍ଣବ ଚରଣ ସାମଲଅଭିମନ୍ୟୁ ସାମନ୍ତସିଂହାରସଞ୍ଜୁ ଆଉ ସଞ୍ଜନାମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ରାଧାନାଥ ରାୟଓଡ଼ିଆ ଭାଗବତବୁଧବାରଔଷଧୀୟ ଗଛଲତାମାନଙ୍କର ତାଲିକାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାପରଶୁରାମ🡆 More