କୋଭିଡ-୧୯

]

କରୋନାଭୂତାଣୁ ରୋଗ ୨୦୧୯‌
(COVID-19)
  • ୨୦୧୯-ଏନସିଓଭି ଆକ୍ୟୁଟ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ
  • ନୂତନ (Novel) କରୋନାଭୂତାଣୁ ନିମୋନିଆ
  • ୟୁହାନ ନିମୋନିଆ
କୋଭିଡ-୧୯
ଲକ୍ଷଣ
ଉଚ୍ଚାରଣ
  • /kəˈrnəˌvrəs dɪˈzz/
ବିଭାଗତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ (Acute respiratory infection)
ଲକ୍ଷଣଜ୍ୱର, କାଶ, ଅଣନିଶ୍ୱାସୀ
କାରଣSARS-CoV-2
ରୋଗ ନିର୍ଣ୍ଣୟ ପଦ୍ଧତିରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ ଚେନ ରିଆକସନ (rRT-PCR testing), ଇମ୍ମୁନୋଆସେ (immunoassay), ସିଟି ସ୍କାନ (CT scan)
ପ୍ରତିକାରହସ୍ତ ପ୍ରକ୍ଷାଳନ (Hand washing), ମୁହଁ ଘୋଡ଼େଇ କାଶିବା, ରୋଗୀଙ୍କ ସଂସ୍ପର୍ଶରୁ ଦୂରରେ ରହିବା
ଚିକିତ୍ସାଲକ୍ଷଣର ଚିକିତ୍ସା (Symptomatic) ଓ ସାହାଯ୍ୟକାରୀ ଚିକିତ୍ସା (supportive)
ମୃତ୍ୟୁ ସାନ୍ଦ୍ରତାଛାଞ୍ଚ:Cases in 2019–20 coronavirus outbreak
କରୋନା ରୋଗ ବିଷୟର ଭିଡିଓ

କରୋନାଭୂତାଣୁ ରୋଗ ୨୦୧୯‌ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।

ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।

ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।

କରୋନାଭାଇରସ ବିଷୟରେ ଜନସଚେତନତା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କଦ୍ୱାରା ତିଆରି ଜନସଚେତନତା ଭିଡ଼ିଓ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୧୩୫୨ଆନିହିଲେସନ ଅଫ କାଷ୍ଟପାପକ୍ଷୟ ଘାଟ, ବିନିକାବିଧାନ ସଭା ସଭ୍ୟଛେନାପୋଡ଼ତୁଳସୀ ଚଉରାବିଜୁ ଜନତା ଦଳସଂସ୍କୃତବୀରେନ୍ଦ୍ରନାଥ ମହାନ୍ତିଗତିକୃଷ୍ଣ ମିଶ୍ରକ୍ରେଡିଟ କାର୍ଡ଼ଜୀବସାର ଗମତ୍ସ୍ୟ ଅବତାରଜଳଭୀତିଅଣୁଚାରି ଧାମଏଚଆଇଭି/ଏଡସଟିକଟକଅର୍ଥଶାସ୍ତ୍ରଚତୁର୍ଦ୍ଦଶୀରାମଚନ୍ଦ୍ର ବେହେରାପୂରଣବାଚକ ସଂଖ୍ୟାଭାରତର ଜାତୀୟ ପତାକା୧୯୬୨ଖ୍ରୀଷ୍ଟ ଧର୍ମକନକ ବର୍ଦ୍ଧନ ସିଂହ ଦେଓହେରାପଞ୍ଚମୀନେପୋଲିୟନ ବୋନାପାର୍ଟଏଚଆଇବି ଟିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନତ୍ରୟୋଦଶୀମେରୀ କ୍ୟୁରୀଓଡ଼ିଆ ନବବର୍ଷପଠାଣି ସାମନ୍ତସରସ୍ୱତୀଦୀପା ସାହୁଧ୍ୟାନଚାନ୍ଦଯୁକ୍ତରାଜ୍ୟରବି ନାରାୟଣ ପାଣିବାଳୁଙ୍ଗା ଟୋକାପ୍ରତିଭା ଶତପଥୀକୋଷପ୍ରଜାତନ୍ତ୍ର୧୩ ଅପ୍ରେଲ୮ ଅପ୍ରେଲଜଗନମୋହ‌ନ ଲାଲ୧୨ ଅପ୍ରେଲପଣିକିଆଅଶ୍ୱିନୀ ବୈଷ୍ଣବକୁଳମଣି ସାମଲସୁଦଶା ବ୍ରତତ୍ରିନାଥ ସାହୁମୁକ୍ତିକାନ୍ତ ମଣ୍ଡଳମ୍ୟୁଚୁଆଲ ଫଣ୍ଡଗୋପୀନାଥ ମହାନ୍ତିପରମାନନ୍ଦ ଆଚାର୍ଯ୍ୟଫୁଜି ପର୍ବତ୧୬୩୫ଭାରତୀୟ ଜନତା ପାର୍ଟିଶ୍ରବଣ ( ରାମାୟଣ ର ଚରିତ୍ର )ସିଦ୍ଧାନ୍ତ ମହାପାତ୍ରଓଡ଼ିଆ ଭାଗବତକୋଣାର୍କ ସୂର୍ଯ୍ୟ ମନ୍ଦିରରକ୍ତହୀନତାକରଞ୍ଜ🡆 More