ପ୍ରୋସ୍ଟେଟ କର୍କଟ

ପୁରୁଷମାନଙ୍କର ପ୍ରଜନନ ବିଭାଗରେ ପ୍ରୋସ୍ଟେଟ ନାମରେ ଏକ ଗ୍ରନ୍ଥି (Prostate) ଅଛି । ଏହି ଗ୍ରନ୍ଥିରୁ ପ୍ରୋସ୍ଟେଟ କର୍କଟ ଜାତ ହୁଏ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଧୀର ଗତିରେ ବଢେ । ଅନ୍ୟ କେତେକେ ଦୃତ ଗତିରେ ବଢନ୍ତି । ଏହି କର୍କଟ ବିକ୍ଷେପିତ (Metastasis) ହୋଇ ଅସ୍ଥି ଓ ଲସିକା ଗ୍ରନ୍ଥିରେ କର୍କଟ ହୁଏ । ଆରମ୍ଭରୁ ଏହାର କୌଣସି ଲକ୍ଷଣ ନ ଥାଏ । ପରବର୍ତ୍ତୀ ସମୟରେ ପରିସ୍ରା କରିବାରେ ଅସୁବିଧା ହୁଏ, ପରିସ୍ରାରେ ରକ୍ତ ପଡ଼େ, ପେଲଭିସରେ ତ‌ଥା ଅଣ୍ଟାରେ ପରିସ୍ରା କଲାବେଳେ କଷ୍ଟ ହୁଏ । ବିନାଇନ ପ୍ରୋସ୍ଟେଟାଟିକ ହାଇପରପ୍ଲାସିଆ ରୋଗରେ ସମାନ ଲକ୍ଷଣ ପ୍ରକାଶ ପାଏ । ପରେ ଲୋହିତ ରକ୍ତ କଣିକା କମ ହେତୁ ଥକ୍କା ଲାଗେ । ଏହି ରୋଗ ହେଲେ ପରିସ୍ରା କଲାବେଳେ କଷ୍ଟ ହୁଏ, ଯୌନ ସମ୍ପର୍କ କ୍ଷତିଗ୍ରସ୍ତ ହୁଏ ଓ ଲିଙ୍ଗ ଉତ୍ଥାନରେ ଅସୁବିଧା ହୁଏ ।

ପ୍ରୋସ୍ଟେଟ କର୍କଟ
ପ୍ରୋସ୍ଟେଟ କର୍କଟ
Micrograph of prostate adenocarcinoma, acinar type, the most common type of prostate cancer. Gleason pattern 4. Needle biopsy. H&E stain.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], urology[*]
ଆଇସିଡ଼ି-୧୦C61.
ଆଇସିଡ଼ି-୯-ସିଏମ୍185
ଓଏମ୍‌ଆଇଏମ୍176807
ରୋଗ ଡାଟାବେସ10780
ମେଡ଼ିସିନ-ପ୍ଲସ000380
ଇ-ମେଡ଼ିସିନradio/574
Patient UKପ୍ରୋସ୍ଟେଟ କର୍କଟ
MeSHD011471

ବୃଦ୍ଧାବସ୍ଥା, ପରିବାରରେ ଏହି ରୋଗର ଇତିହାସ, ଜାତି ବା ରେସ୍‌ ଇତ୍ୟାଦି ଏହି ରୋଗର ସଙ୍କଟାବସ୍ଥା ସୃଷ୍ଟି କରନ୍ତି । ଏହି ରୋଗ ଭୋଗୁଥିବା ୯୯ % ଲୋକଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ୱ । ପ୍ରଥମ ଡିଗ୍ରୀ ସମ୍ପର୍କରେ ଏହି ରୋଗ ସଙ୍କଟ ୨ରୁ ୩ ଗୁଣ ହୁଏ । ଆମେରିକାରେ ଅବସ୍ଥାନ କରୁଥିବା ଆଫ୍ରିକୀୟ ଲୋକମାନ‌ଙ୍କର ଗୋରା ଆମେରିକା (କ‌କେଶୀୟ) ଲୋକଙ୍କ ଅପେକ୍ଷା ଅଧିକ ପ୍ରୋସ୍ଟେଟ କର୍କଟ ହୁଏ । ପ୍ରକ୍ରିୟାକୃତ ଖାଦ୍ୟ, ଲାଲ ମାଂସ, କ୍ଷୀରଜାତ ଦ୍ରବ୍ୟ ଓ କମ ପରିବା ଯୁକ୍ତ ଖାଦ୍ୟ ଖାଇଲେ ଏହି ସଙ୍କଟ ସୃଷ୍ଟି ହୋଇପାରେ । ଏହି ରୋଗ ବାୟୋପ୍ସିଦ୍ୱାରା ଜଣାପଡ଼େ । ମେଡିକାଲ ଇମେଜିଙ୍ଗ କଲାପରେ ଏହାର ବ୍ୟାପିବା ସ୍ଥାନ ଜଣାପଡ଼େ ।

ପ୍ରୋସ୍ଟେଟ କର୍କଟ ସ୍କ୍ରନିଙ୍ଗ କରିବା ଏକ ଦ୍ୱନ୍ଦାତ୍ମକ ବିଷୟ । ପ୍ରୋସ୍ଟେଟ କର୍କଟ ନିର୍ଧାରକ ଆଣ୍ଟିଜେନ ପରୀକ୍ଷାଦ୍ୱାରା ଅଧିକ ସଂଖ୍ୟକ ପ୍ରୋସ୍ଟେଟ କର୍କଟ ଚିହ୍ନଟ ହୁଏ କିନ୍ତୁ ମୃତ୍ୟୁ ସଂଖ୍ୟା କମେନି । ଅଧିକାଂଶ ପ୍ରୋସ୍ଟେଟ କର୍କଟ ଲକ୍ଷଣ ବିହୀନ ରହୁଥିବା ହେତୁ ଆମେରିକାର ପ୍ରତିଷେଧ ଟାସ୍କ ଫୋର୍ସ ଏହି ପରୀକ୍ଷା ବିରୁଦ୍ଧରେ ମତ ଦେଉଛନ୍ତି କାରଣ ଏହାଦ୍ୱାର ଅନାବଶ୍ୟକ ଅଧିକ ରୋଗ ନିର୍ଣ୍ଣୟ ହୁଏ । ଏହି ପରୀକ୍ଷା ଜନିତ କ୍ଷତି ଅପେକ୍ଷା ଲାଭ ଅଧିକ ମିଳେନି । ନିମ୍ନ ଗ୍ରେଡ କର୍କଟରେ While ୫α- ରିଡକ୍ଟେଜ ଇନ୍‌ହିବିଟରଦ୍ୱାରା କମିଲେ ମଧ୍ୟ ଉଚ୍ଚ ଗ୍ରେଡ କର୍କଟର ସଙ୍କଟରେ ପରିବର୍ତ୍ତନ ହେଉ ନ ଥିବାରୁ ଏହାକୁ ପ୍ରତିଷେଧ ବିସାବରେ ଦିଆଯିବାକୁ ଅନୁମୋଦନ କରାଯାଉନାହିଁ । ଅଧିକ ଖାଦ୍ୟ ବା ଲବଣ ଦେଲେ ଏହି ସଙ୍କଟରେ ପରିବର୍ତ୍ତନ ହୁଏନାହିଁ ।

ଅନେକ ରୋଗୀଙ୍କୁ ଅଧିକ ସମସ୍ୟା ନ ହେବା ପର୍ଯ୍ୟନ୍ତ କେବଳ ଜଗିବା ଯଥେଷ୍ଟ । ଅପରେଶନ, ରାଡିଏସନ ଥେରାପି, ହରମୋନ ଥେରାପି କିମ୍ବା କେମୋଥେରାପିର ମିଶ୍ରିତ ଚିକିତ୍ସା ଦରକାର ହୁଏ । ରୋଗଟି କେବଳ ପ୍ରୋସ୍ଟେଟ ଗ୍ରନ୍ଥି ମଧ୍ୟ ଭାଗରେ ଥିଲେ ଆରୋଗ୍ୟ ହୋଇଯାଏ । ଅସ୍ଥିକୁ ବ୍ୟାପିଥିଲେ କଷ୍ଟ ଲାଘବ ଔଷଧ, ବାଇଫସ୍‌ଫୋନେଟ ଓ ଟାର୍ଗେଟେଡ ଥେରାପି ଉପକାର କରେ । ରୋଗୀର ବୟସ, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ବ୍ୟାପକତା ତ‌ଥା ଗମ୍ଭୀରତା ଉପରେ ଫଳାଫଳ ନିର୍ଭର କରେ । ଅଧିକାଂଶ ପ୍ରୋସ୍ଟେଟ କର୍କଟ ରୋଗୀଙ୍କର ରୋଗ ଯୋଗୁ ମୃତ୍ୟୁ ହୁଏନି । ପାଞ୍ଚ ବର୍ଷିଆ ଆୟୁଷ ଆମେରିକାରେ ୯୯ % । ପୃଥିବୀରେ ଏହା ଦ୍ୱିତୀୟ ସାଧାରଣ ରୋଗ ଓ ପୁରୁଷଙ୍କ କର୍କଟ ସମ୍ପର୍କୀୟ ମୃତ୍ୟୁ ମଧ୍ୟରେ ଏହାର ସ୍ଥାନ ପଞ୍ଚମ । ସନ ୨୦୧୨ର ଆକଳନ ଅନୁସାରେ୧.୧ ନିୟୁତ ଲୋକ ଏହି ରୋଗ ଭୋଗିଥିଲେ ଓ ୩୦୭,୦୦୦ ମୃତ୍ୟୁ ହୋଇଥିଲା । ୮୪ଟି ଦେଶର ପୁରୁଷମାନଙ୍କର ଏହା ଅତି ସାଧାରଣ ରୋଗ ଥିଲା ଓ ସାଧାରଣତଃ ବିକଶିତ ଦେଶମାନଙ୍କରେ ହେଉଥିଲା । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ବଢ଼ୁଛି । ପି.ଏସ.ଏ. ପରୀକ୍ଷାଦ୍ୱାରା ଏହି ରୋଗର ଚିହ୍ନଟ ୧୯୮୦ ଓ ୧୯୯୦ ମସିହାରେ ବଢ଼ିଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ଅଣସମ୍ବନ୍ଧୀୟ ମୃତକଙ୍କ ମଧ୍ୟରେ ୩୦ରୁ ୭୦ % ରୋଗୀଙ୍କର ପ୍ରୋସ୍ଟେଟ କର୍କଟ ଥିବା ଦେଖାଯାଇଥିଲା ।

ପୃଥିବୀରେ ପ୍ରୋସ୍ଟେଟ ଅନୁସନ୍ଧାନରେ ତାରତମ୍ୟ ଦେଖାଯାଏ । ଦକ୍ଷିଣ ଓ ପୂର୍ବ ଏସିଆରେ ଏହା ଅଳ୍ପ ଦେଖାଯାଏ, ୟୁରୋପ ଓ ଆମେରିକାରେ ବେଶୀ ଦେଖାଯାଏ । ବୟଷ ୫୦ ପରେ ଏହା ଅଧିକ ହୁଏ ପୃଥିବୀରେ ଏହା ସମୁଦାୟ ମୃତ୍ୟୁ କାରଣରେ ଷଷ୍ଠ ସ୍ଥାନ ଅଧିକାର କରିଛି । । ସାରା ପୃଥିବୀର କର୍କଟ ମୃତ୍ୟୁରେ ପ୍ରୋସ୍ଟେଟ କର୍କଟ ଷଷ୍ଠ ସ୍ଥାନ ଅଧିକାର କଲେ ମଧ୍ୟ ଇଂଲଣ୍ଡରେ ଏହା ପ୍ରଥମ ଓ ଆମେରିକାରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ ରୋଗ ଓ ବିକାଶଶୀଳ ଦେଶମାନଙ୍କରେ ଏହାର ସଂଖ୍ୟା ବଢ଼ିବାକୁ ଲାଗିଛି । ଗୋଟିଏ ଆଶ୍ୱାସନାର ବିଷୟ ପ୍ରୋସ୍ଟେଟ କର୍କଟ ଥାଇ ମଧ୍ୟ ଅନେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ, କୌଣସି ଔଷଧ ଦରକାର ହୁଏ ନାହିଁ ଓ ସେମାନେ ଅନ୍ୟ କିଛି ରୋଗରେ ମୃତ୍ୟୁ ବରଣ କରନ୍ତି । ଏହି ରୋଗ ଖାଦ୍ୟ ଓ ଜେନେଟିକ ପ୍ରଭାବରେ ଜାତ ହେବା ବିଶ୍ୱାସ କରାଯାଏ ।
ରୋଗ ଲକ୍ଷଣ, ରୋଗୀର ପରୀକ୍ଷା, ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ (Prostate-specific antigen) ଓ ବାୟୋପ୍ସିଦ୍ୱାରା ଏହି ରୋଗ ଧରାଯାଏ । ପ୍ରୋସ୍ଟେଟ ସ୍ପେସିଫିକ୍ ଆଣ୍ଟିଜେନ୍ଦ୍ୱାରା ଏହି ରୋଗ ଧରାଯାଏ କିନ୍ତୁ ଏହାଦ୍ୱାରା ରୋଗର ମୃତ୍ୟୁ ହାର କମେ ନାହିଁ । ଏହି ରୋଗର ବହୁଳ ଅନୁସନ୍ଧାନ କରିବାରେ ଲକ୍ଷଣବିହୀନ ରୋଗୀମାନଙ୍କର ସଂଖ୍ୟା ମିଶିଯିବା ସମ୍ଭାବନା ଥିବାରୁ ୨୦୧୨ ମସିହାରେ ଆମେରିକାରେ ଏହା ବିରୁଦ୍ଧରେ ମତ ପ୍ରକାଶ ପାଇଥିଲା ।
ରୋଗର ଆକ୍ରମଣ ମାତ୍ରା ଉପରେ ଏହାର ଚିକିତ୍ସା ନିର୍ଭର କରେ । ସ୍ୱଳ୍ପ ସଙ୍କଟ ଜନକ ରୋଗକୁ କେବଳ ଜଗିରଖି ଚିକିତ୍ସା କରାଯାଏ । ଅପରେଶନ୍, ରାଡିଏସନ ଥେରାପି ସାହାଯ୍ୟରେ ଏହି କର୍କଟ ରୋଗ ଚିକିତ୍ସା କରାଯାଏ । ଅଳ୍ପ ସଂଖ୍ୟକ କାୟୋ ଅପରେଶନ୍, ହରମୋନ୍ ଓ କେମୋଥେରାପି ସାହାଯ୍ୟରେ ବଢ଼ି ଯାଇଥିବା କର୍କଟ ରୋଗ ଚିକିତ୍ସା କରାଯାଏ । କେତେକ ଅନୁଶୀଳନରୁ ଜଣାଯାଏ ହସ୍ତ ମୈଥୁନଦ୍ୱାରା ପ୍ରୋସ୍ଟେଟ କର୍କଟ ସଙ୍କଟ କମିଯାଏ ।
ବୟସ, ବିକ୍ଷେପ, ଅଣୁବୀକ୍ଷଣ ଯନ୍ତ୍ରରେ ଏହାର ଚେହେରା ଅନୁସାରେ ରୋଗର ଶେଷ ଫଳ ନିର୍ଭର କରେ ।

ଆଧାର

Tags:

en:Metastasisen:Prostateଆନିମିଆ

🔥 Trending searches on Wiki ଓଡ଼ିଆ:

ଜଳ୧୯୯୨୨୩ ସେପ୍ଟେମ୍ବରଅମୃତା ପ୍ରୀତମବୀରକିଶୋର ଦାସରାଧାମୋହନ ଗଡ଼ନାୟକକୁତବମିନାରମହାନଦୀବିଶ୍ୱଜିତ ଦାସଗୋଦାବରୀଶ ମହାପାତ୍ରରମାକାନ୍ତ ରଥମହୁମାଛିଜୟୀରାମ ସାମଲQR codeଗୁଗଲ ମ୍ୟାପ୍ସବିବାହଦୁର୍ଗାଆମ୍ବହରିହର ମିଶ୍ରବ୍ରହ୍ମପୁରଗୋପାଳ ଛୋଟରାୟମଇ ଦିବସଓଡ଼ିଆ ନାଟକଦୁଦୁରାଫଣୀଶ୍ୱର ନାଥ 'ରେଣୁ'ଚିତାଗଛଭାରତର ରାଷ୍ଟ୍ରପତିହିନ୍ଦୁ ଧର୍ମଓଡ଼ିଶାର ଇତିହାସମୁଁ ପ୍ରେମୀ ମୁଁ ପାଗଳସଂଖ୍ୟା ରେଖାମଦର ଟେରେସାମିଶ୍ରଧାତୁସଂସ୍କୃତସୀତା ବିବାହରାଶି ଓ ନକ୍ଷତ୍ରବାଲେଶ୍ୱରପାରାଭାଜିନିସମସଅଚ୍ୟୁତାନନ୍ଦ ଦାସ୪ ଡିସେମ୍ବରପଠାଣି ସାମନ୍ତରୁଦ୍ରମା ଦେବୀକୁନ୍ତଳା କୁମାରୀ ସାବତଅସହଯୋଗ ଆନ୍ଦୋଳନଓଡ଼ିଶାର କଳାଶାନ୍ତନୁ କୁମାର ଆଚାର୍ଯ୍ୟଛେନା ତାଡ଼ିଆଓଡ଼ିଶାରେ କୋଭିଡ-୧୯ ମହାମାରୀମେଥିଜଳାତଙ୍କଜଗନ୍ନାଥଙ୍କ ସେବକଟଙ୍କ ତୋରାଣିଏ. ପି. ଜେ. ଅବଦୁଲ କଲାମଶୈଳବାଳା ଦାସଠିଆକିଆ ବେଶଫକୀର ମୋହନ ସେନାପତିକାଞ୍ଚି ଅଭିଯାନନୂଆଖାଇସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରମୌଳିକ ସଂଖ୍ୟା୧୨ ଫେବୃଆରୀୟେଭାଡୁକାଳିନ୍ଦୀ ଚରଣ ପାଣିଗ୍ରାହୀୟୁନେସ୍କୋକବିସୂର୍ଯ୍ୟ ବଳଦେବ ରଥଶିବ ଚତୁର୍ଦ୍ଦଶୀଓଡ଼ିଶୀ🡆 More