ଜୀବନ ପ୍ରଦୀପ ଦାଶ: ଓଡ଼ିଆ ରାଜନୀତିଜ୍ଞ

ଜୀବନ ପ୍ରଦୀପ ଦାଶ (ଜନ୍ମ: ୧୫ ଜୁଲାଇ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜୀବନ ପ୍ରଦୀପ ଦାଶ
ଜୀବନ ପ୍ରଦୀପ ଦାଶ: ଜନ୍ମ ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀମଦନ ମୋହନ ଦତ୍ତ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀଅରୁଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-07-15) ୧୫ ଜୁଲାଇ ୧୯୫୫ (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀରୀନାରାଣୀ ଦାସ
ସନ୍ତାନ୨ ପୁଅ
ବାପା/ବୋଉଜଗନ୍ନାଥ ପ୍ରସାଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା

ଜୀବନ ପ୍ରଦୀପ ଦାଶ ୧୯୫୫ ମସିହାରେ ଜୁଲାଇ ମାସ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପ୍ରସାଦ ଦାଶ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ସେ ଓକିଲାତି ପଢ଼ିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ରୀନାରାଣୀ ଦାଶ । ତାଙ୍କର ଦୁଇଜଣ ପୁଅ ଅଛନ୍ତି ।

ରାଜନୈତିକ ଜୀବନ

ଜୀବନ ପ୍ରଦୀପ ଦାଶ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳର ସମର୍ଥନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୯ ମସିହାରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଭାଙ୍ଗିଯିବା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଡ଼ିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫୫,୭୧୦ ଖଣ୍ଡ ଏବଂ ୪୭,୬୧୫ ଖଣ୍ଡ ଭୋଟ ଭୋଟ ପାଇ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ପରାସ୍ତ ହୋଇଥିଲେ । ମାତ୍ର ଦତ୍ତଙ୍କର ମୃତ୍ୟ ପରେ ନଭେମ୍ବର ୨୦୨୦ରେ ବାଲେଶ୍ୱରରେ ହୋଇଥିବା ଉପ-ନିର୍ବାଚନ ପରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟପାଇଁ ବିଜେଡିର ନିଲମ୍ବନ କରାଯାଇଥିଲା ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବାଲେଶ୍ୱର ଭାରତୀୟ ଜନତା ପାର୍ଟି
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାଲେଶ୍ୱର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାଲେଶ୍ୱର ବିଜୁ ଜନତା ଦଳ

ଆଧାର

Tags:

ଜୀବନ ପ୍ରଦୀପ ଦାଶ ଜନ୍ମ ପରିବାର ଓ ଶିକ୍ଷାଜୀବନ ପ୍ରଦୀପ ଦାଶ ରାଜନୈତିକ ଜୀବନଜୀବନ ପ୍ରଦୀପ ଦାଶ ଆଧାରଜୀବନ ପ୍ରଦୀପ ଦାଶଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାବାଲେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳଭାରତୀୟ ଜନତା ପାର୍ଟି

🔥 Trending searches on Wiki ଓଡ଼ିଆ:

ଜାତୀୟ ଆୟପି. ସାଇନାଥବଡ଼ ଭାଉଜଟଙ୍କ ତୋରାଣିପ୍ରାଣୀପାଲାଇଣ୍ଟସସେପସନ (ମେଡିକାଲ ବେମାରି)ବିଶ୍ୱ ନୃତ୍ୟ ଦିବସwiki.phtmlପ୍ରତିଭା ଶତପଥୀଭାରତୀୟ ସ୍ୱାଧୀନତା ଆନ୍ଦୋଳନଗୁପଚୁପଗଙ୍ଗବଂଶଏକକଜୟଦେବସୌଭାଗ୍ୟ କୁମାର ମିଶ୍ରବୈକୁଣ୍ଠନାଥ ପଟ୍ଟନାୟକଫୋଷ୍ଟାମାଟିନିବଅନନ୍ତ ପଟ୍ଟନାୟକଭାରତ ଛାଡ଼ ଆନ୍ଦୋଳନନୃସିଂହୟୁନିଫର୍ମ ରିସୋର୍ସ ଲୋକେଟରଜୀବନସାଥୀକୋରାପୁଟ ଜିଲ୍ଲାଜୟଦ୍ରଥ ସୁନାରାସନ କାର୍ଡ଼ (ଭାରତ)ନରେନ୍ଦ୍ର ମୋଦୀଲେସଲି କ୍ଲାଉଡିଅସଚିତ୍ତରଞ୍ଜନ ଦାସବୃହସ୍ପତିପରମାଣୁରସାୟନ ବିଜ୍ଞାନସରଳା ଦେବୀଉଇକିପିଡ଼ିଆ ସମୂହର ତାଲିକାବନ୍ଧୁ (କଥାଚିତ୍ର)ଗୁରୁ୧୬୩କରଡିଲେଭୋନରଜେସ୍ଟ୍ରେଲବେଲଗୁରୁବାରରେ ଆତ୍ମନ୍ ନିଦ୍ରା ପରିହରିଓଡ଼ିଆ କବି ମାନଙ୍କର ତାଲିକାବୌଦ୍ଧ ଧର୍ମଗୋଲ୍‌ମାଲ୍ବିଦ୍ୟୁତପ୍ରଭା ଦେବୀଆନ୍ତର୍ଜାତିକ ମହିଳା ଦିବସକଳସା ଚଉତିଶାଅକ୍ଷାଂଶ୧୯୮୩ଧର୍ମଲସିକେପ ଭର୍ଡସୁରେନ୍ଦ୍ର ମହାନ୍ତିଗଗନେନ୍ଦ୍ର ନାଥ ଦାଶପରଶୁରାମବାରଶିଂଘାରତ୍ନାକର ଚଇନିପଞ୍ଚତନ୍ତ୍ରଦାମୋଦର ରାଉତଖୁସି ଯୋଜନାବଳବନ୍ଦେ ମାତରମଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକେନ୍ଦୁଝର ଜିଲ୍ଲା🡆 More