ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ

ନବକଳେବର ସମୟରେ ନୂଆ ଦାରୁରେ ଜଗନ୍ନାଥ ମନ୍ଦିରରେ ବିଗ୍ରହମାନଙ୍କ ନିର୍ମାଣ କରାଯାଇଥାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକୃତିର ପ୍ରତୀକ ଯଥାକ୍ରମେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ହୋଇଥିବାରୁ ଯବ ମାପରେ ଏହି ଆକୃତିରେ ବିଗ୍ରହମାନ ଗଢ଼ାଯାଇଥାନ୍ତି ।

ଗଜପତିଙ୍କ ଭୂମିକା

ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ଓ ଗଜପତିମହାରାଜାଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ମନ୍ଦିର ତଥା ନବକଳେବର ରୀତିନୀତି ପରିଚାଳିତ । ତାଙ୍କ ନିର୍ଦ୍ଦେଶରେ ବିଶ୍ୱାବସୁ ଗୁଆ ଓ ନଡ଼ିଆ ନେଇ ଦାରୁ ଖୋଜିବାକୁ ଯାନ୍ତି । ଦାରୁ ଆଣିଲା ପରେ କୋଇଲି ବୈକୁଣ୍ଠରେ "ଅନ୍ତ-ବନଯାଗ" ହୋଇଥାଏ । ଏହି ବନଯାଗରେ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଜଙ୍ଗୟା କରନ୍ତି । ୧୧ ଦିନ ଧରି ଯଜ୍ଞ ଚାଲେ । ଏହି ଯଜ୍ଞରେ ବ୍ରାହ୍ମଣମାନେ ୧୧ ଦିନଧାରୀ ଆହୁତି ଦିଅନ୍ତି । ୧୧ ତମ ଦିନରେ ଗଜପତି ମହାରାଜା ଯଜ୍ଞମଣ୍ଡପରେ ଉପସ୍ଥିତ ରହନ୍ତି ଓ ପୂର୍ଣ୍ଣାହୁତି ଦିଅନ୍ତି । ଏହାକୁ ଅନ୍ତ-ବନଯାଗ କୁହାଯାଏ ।

ନିର୍ମାଣ

ପ୍ରତି ନବକଳେବରର ଚତୁର୍ଦ୍ଧାମୂର୍ତ୍ତିଙ୍କ କଳେବର ବଦଳି ନୂତନ ବିଗ୍ରହ ଗଢ଼ାହୁଏ । ଏହି ବିଗ୍ରହ ଗଢ଼ିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଥାଏ ।

  • ବଳଭଦ୍ରଙ୍କ ବିଗ୍ରହ ଶଙ୍ଖକୃତି ଓ ଶ୍ୱେତବର୍ଣ୍ଣ
  • ସୁଭଦ୍ରାଙ୍କର ବିଗ୍ରହ ପଦ୍ମାକୃତି ଓ ହରିଦ୍ରାବର୍ଣ୍ଣ
  • ଜଗନ୍ନାଥଙ୍କ ବିଗ୍ରହ ଚକାକୃତି ଓ ମେଘଶ୍ୟାମବର୍ଣ୍ଣ
  • ସୁଦର୍ଶନ ହେଉଛନ୍ତି ଗଦାକୃତି ଓ ସ୍ତମ୍ଭ ଭଳି ରକ୍ତବର୍ଣ୍ଣ

ଯଜ୍ଞ ବିଧି

  • ବିଗ୍ରହ ଗଢ଼ା ଯିବା ପୂର୍ବରୁ ପ୍ରଥମେ ଯଜ୍ଞ ହୋଇଥାଏ । ଯଜ୍ଞରେ ହିନ୍ଦୁ ଧର୍ମରେ ବର୍ଣ୍ଣିତ ସମସ୍ତ ଦେବଦେବୀ, ବିଭିନ୍ନ ଗ୍ରହ, ନକ୍ଷତ୍ର, ସମୁଦ୍ର, ନଦୀ, ଦିଗପାଳ, ବସ୍ତୁ ଦେବତାଙ୍କୁ ଆବାହନ କରାଯାଏ । ଯଜ୍ଞ ଶେଷ ହେବାବେଳକୁ ବିଗ୍ରହ ଗଢ଼ା କମ ସାରିଥାଏ । ଶ୍ରୀପୁରୁଷୋତ୍ତମ ତତ୍ତ୍ୱ ଓ ନବକଳେବର ଗ୍ରନ୍ଥ ଅନୁଯାୟୀ, ନ୍ୟାସଦାରୁଙ୍କୁ ପୂଜା ଅଭିଷେକ ଓ ନ୍ୟାସ ପ୍ରଭୃତି କର୍ମ ଚାଲିଥିଲା ବେଳେ ଅଗ୍ନ୍ୟାଧ୍ୟାନ କରାଯାଇ ହୋମ ଆରମ୍ଭ ହୋଇଥାଏ । ପୂର୍ବପରି ନୃସିଂହ ହିଁ ଯଜ୍ଞର ଉପାସ୍ୟ ଦେବତା । ଯଜ୍ଞରେ ନୃସିଂହଙ୍କ ନାମରେ ଆହୁତି ଦିଆଯାଏ । ଏହି ସମସ୍ତ ଆହୁତି ଆଜ୍ୟ, ସମିଦ ଓ ଚାରୁଦ୍ୱାରା ଆଚାର୍ଯ୍ୟ ସମିଧହୋତା ଓ ଚାରୁହୋତାଙ୍କ କତ୍ତୃକ ପ୍ରଦାନ କରାଯାଏ । ଆନୁଷ୍ଟୁଭ ନୃସିଂହ ମନ୍ତ୍ର ଉଚ୍ଚାରଣ କରି ପ୍ରଥମ ଦଶସହସ୍ର ଆହୁତି ପ୍ରଦାନ କରାଯାଏ । ଦିନକୁ କେବଳ ୨ ହଜାରରୁ ଅଧିକ ଆହୁତି ଦେବା ସମ୍ଭବପର ନ ହେବାରୁ ପ୍ରଥମ ପାଞ୍ଚଦିନ ଏହି ସମସ୍ତ ଆହୁତି ଦିଆଯାଏ । ଚାରି ତୋରଣ ନିକଟରେ ଚତୁର୍ବେଦ ହୋମ ମଧ୍ୟ ଏହି ସମୟରେ କରାଯାଏ ।
  • ଷଷ୍ଠ ଦିନରେ ବଳଭଦ୍ରଙ୍କ ଉଦେଶ୍ୟରେ ବାସୁଦେବ ମନ୍ତ୍ରରେ ୧୦୦୮ ଆହୁତି ।
  • ସପ୍ତମ ଦିନରେ ପୁରୁଷୋତ୍ତମଙ୍କ ଉଦ୍ଦେଶ୍ୟରେ ଅଷ୍ଟାଦଶାକ୍ଷରୀ ଗୋପାଳ ମନ୍ତ୍ରରେ ୧୦୦୮ ଆହୁତି ।
  • ଅଷ୍ଟମ ଦିନ ସୁଭଦ୍ରାଙ୍କ ପାଇଁ ଏକାକ୍ଷରୀ ଭୁବନେଶ୍ୱରୀ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ ।
  • ନବମ ଦିନ ସୁଦର୍ଶନ ପଣି ଷକ୍ଷରୀ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ ।
  • ଦଶମ ଓ ଏକାଦଶ ଦିନ ଲକ୍ଷ୍ମୀ ,ସରସ୍ୱତୀ, ଶିବ, କାଳୀ, ବିମଳା, ଦୁର୍ଗା ତଥା ଅନ୍ୟ ଦେବଦେବୀଙ୍କୁ ଆହୁତି ଦିଆଯାଏ । ସେମାନଙ୍କ ମଧ୍ୟରେ ଦଶଦିଗପାଳ , ୮୧ବାସ୍ତୁ ଦେବତା , ୨୭ ନକ୍ଷତ୍ର ,୧୨ରାଶି , ୭ ବାର, ସମୁଦ୍ର, ନଦୀ, ପର୍ବତାଆଦିଙ୍କୁ ଦିଆଯାଏ । ସମ୍ଭାର ଅନୁସାରେ ଏହି ଆହୁତି ଦିଆଯାଇଥାଏ । ସେହିଦିନ (କୃଷ୍ଣପକ୍ଷ ଚତୁର୍ଦ୍ଦଶୀ) ଦିନ ବ୍ରାହ୍ମଣମାନେ ତିନିବାର ପୁଷ୍ପାଞ୍ଜଳି ଦେବାପରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦିଅନ୍ତି ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୁଏ । ଗଣ୍ୟାବାହାନ କରାଯାଇ ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପକୁ ଆବାହନ କରାଯାଇଥିବା ଦେବାଦେବୀମାନଙ୍କୁ ବିସର୍ଜନ କରାଯାଇ ଅଗ୍ନିସାନ୍ତ କରାଯାଏ । ଯଜ୍ଞର ଶେଷ ବେଳକୁ ନିର୍ମାଣ ମଣ୍ଡପରେ ବିଗ୍ରହମାନଙ୍କର ନିର୍ମାଣ ସରିଯାଇଥାଏ । ପୁରୁଷୋତ୍ତମଙ୍କ ନବକଳେବର ବିଧି ଗୋପନରେ କରାଯାଇଥାଏ । ଏହା କେବଳ ପତିମହାପାତ୍ର ଓ ଦଇତାମାନଙ୍କ ନିକଟରେ ଥିବା ଗୁପ୍ତଗ୍ରନ୍ଥର ବର୍ଣ୍ଣନା ଅନୁସାରେ ହୋଇଥାଏ ।

ଯବ ମାପ

ଗବେଷକ ରାଜା ରାଜେନ୍ଦ୍ରଲାଲ୍ ମିତ୍ରଙ୍କ ମତ ଅନୁସାରେ ଯବ ମାନ ନିମ୍ନମତେ:

  • ଜଗନ୍ନାଥଙ୍କ ଉଚ୍ଚତା ୮୪ଯବ
    • ଶ୍ରୀମସ୍ତକରୁ ଶ୍ରୀମୁଖ ପର୍ଯ୍ୟନ୍ତ ୩୪.୭୫ ଯବ
    • ବକ୍ଷ ୯ଯବ
    • କଟି ୧୦.୫୦ଯବ
    • କଟିଠାରୁ ନିମ୍ନା ଅଂଶ ୧୫.୭୫ଯବ
  • ବଳଭଦ୍ରଙ୍କ ଉଚ୍ଚତା ୮୫ଯବ
    • ସେଥିରୁ ନିମ୍ନାଂଶ ୧୮୧/୨ଯବ
    • କଟି ୧୦୧/୨ଯବ
    • ପ୍ରସାର ୧୧ଯବ
    • ବକ୍ଷ ୯ଯବ
    • ମୁଖ ୪୭ଯବ (ଅଧର ୧୧ଯବ , ମୁଖରୁ କପାଳ ୩୧ ଯବ ,କପାଳରୁ ଫଣା ୫ଯବ )
  • ସୁଭଦ୍ରାଙ୍କ ଉଚ୍ଚତା ୫୨ଯବ
    • ଶ୍ରୀମସ୍ତକରୁ ୧୭ଯବ
    • ମୁଖରୁ ଗ୍ରୀବା ୫ଯବ
    • ବକ୍ଷ ୩ଯବ
    • କଟି ୧୦ଯବ
    • କଟିଠାରୁ ନିମ୍ନା ଅଂଶ ୧୭ଯବ
  • ସୁଦର୍ଶନଙ୍କ ଉଚ୍ଚତା ୮୪ଯବ

ଆଉ ଜଣେ ଗବେଷକ ଜଗବନ୍ଧୁ ସିଂହଙ୍କ ମତରେ ନିମ୍ବ ଗଛ ସର୍ବାପେକ୍ଷା ଶ୍ରେଷ୍ଠ । ଏ ବୃକ୍ଷର ପରିମାଣ ବୁଢ଼ା ଆଙ୍ଗୁଳି ଯବରେ ୨୪ଯବ ଲେଖାଏଁ ଚୌରସ ୧୬ ଯବ ଥିବା ମହାରଣାମାନେ ମଝି ଆଙ୍ଗୁଳି ଯବ ମାପରେ ମାପିନେବେ । ତାଙ୍କଦ୍ୱାରା ଉଲ୍ଲେଖ ତଥ୍ୟ ଅନୁସାରେ:

  • ଜଗନ୍ନାଥଙ୍କ ଚକାକୃତି ଉଚ୍ଚ ୮୪ଯବ, ମେଘଶ୍ୟାମ ବର୍ଣ୍ଣ
  • ବଳଭଦ୍ରଙ୍କର ଶଙ୍ଖାକୃତି ଉଚ୍ଚ ୮୪ଯବ ,ଶୁଭ୍ରବର୍ଣ୍ଣ,
  • ଶୁଭାବର୍ଣ୍ଣ, ସୁଭଦ୍ରାଙ୍କ ପଦ୍ମାକୃତି ଉଚ୍ଚ ୫୨୧/୨ଯବ, ହରିଦ୍ରାବର୍ଣ୍ଣ
  • ସୁଦର୍ଶନଙ୍କ ଗଡ଼କୃତି ଉଚ୍ଚ ୮୪ଯବ , ରକ୍ତବର୍ଣ୍ଣ

ଆଧାର

ଅଧିକ ପଠନ

Tags:

ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ ଗଜପତିଙ୍କ ଭୂମିକାଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ ନିର୍ମାଣଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ ଯଜ୍ଞ ବିଧିଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ ଯବ ମାପଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ ଆଧାରଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ ଅଧିକ ପଠନଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣଜଗନ୍ନାଥ ମନ୍ଦିରଦାରୁନବକଳେବର

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ରାଓକୋଲୋଜିୟମ୍ମନୋରଞ୍ଜନ ଦାସଭକ୍ତ ଚରଣ ଦାସଚନ୍ଦ୍ରଶେଖର ଭେଙ୍କଟ ରମଣଅକ୍ଷୟ ତୃତୀୟାରାମାୟଣଜଗନ୍ନାଥ ଦାସଭଗବତୀ ଚରଣ ପାଣିଗ୍ରାହୀବୃତ୍ତ୧୯୯୪ଚାର୍ଲସ ଡାରଉଇନଚିତ୍ତରଞ୍ଜନ ଦାସଗୋପୀନାଥ ମହାନ୍ତି୧୯୬୨ବଣ୍ଡା ଜନଜାତିଉପେନ୍ଦ୍ର ତ୍ରିପାଠୀ୨ ଅପ୍ରେଲଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅଶ୍ୱତ୍ଥାମାସୌରଭ ଗାଙ୍ଗୁଲିଶାରଳା ପୁରସ୍କାରରାଧାନାଥ ରାୟମ୍ୟାଲେରିଆମୁକ୍ତ ମଣ୍ଡପଗଣେଶକଳାପାହାଡ଼ଜଟାୟୁ୧୮୮୨ଡ୍ରେକୋ ଏଣ୍ଡୁଅ (ପ୍ରଜାତି)ଲକ୍ଷ୍ମୀ ପୂଜାଇନ୍ଦିରା ଗାନ୍ଧୀସୂର୍ଯ୍ୟଗ୍ରହଶାମ୍ବ ଦଶମୀରାଣୀ ଲକ୍ଷ୍ମୀବାଈମହାତ୍ମା ଗାନ୍ଧୀଙ୍କ ପରିବାରଟାଇଫଏଡଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭୀମ ଭୋଇବୃକ୍‌କକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଲାଉଡଙ୍କିଆ ସାପ୮ ମଇ୧୬ ମଇକାମାକ୍ଷାଗୌତମ ବୁଦ୍ଧକାର୍ତ୍ତିକ ଚନ୍ଦ୍ର ରଥବିଶ୍ୱନାଥ କରଟଗରକଟକ ଜିଲ୍ଲାରାମ ପ୍ରସାଦ ସିଂହଯୌନ ସମ୍ଭୋଗବିନୋଦ ଚନ୍ଦ୍ର ନାୟକଛେନାପୋଡ଼ଲକ୍ଷ୍ମଣ ନାୟକଓଡ଼ିଆ ରାମାୟଣରମାକାନ୍ତ ରଥନରେନ୍ଦ୍ର ମୋଦୀମନୋଜ ଦାସଙ୍କ କଥା ଓ କାହାଣୀମୋହିନୀ ଏକାଦଶୀପ୍ରଦୂଷଣକାଳିନ୍ଦୀ ଚରଣ ପାଣିଗ୍ରାହୀ🡆 More