ଚପଲି କବାବ

ଚପଲି କବାବ (ଉର୍ଦ୍ଦୁ ଭାଷାରେ چپلی کباب ଓ ହିନ୍ଦୀ ଭାଷାରେ चपली कबाब) ପସ୍ତୁନ୍ ରାନ୍ଧଣାରେ ପ୍ରସ୍ତୁତ ଏକ ବ୍ୟଞ୍ଜନ । ଅତି ଛୋଟ କଟାଯାଇଥିବା (ଚୁନା) ମାଂସରୁ ଏହି କବାବ ପ୍ରସ୍ତୁତ ହୁଏ । ଏହି କବାବ ପ୍ରସ୍ତୁତ କରିବା ପାଇଁ କୁକୁଡ଼ା ମାଂସ, ଛେଳି ମାଂସ, ମେଣ୍ଢା ମାଂସ କିମ୍ବା ଗୋମାଂସ ବ୍ୟବହାର କରାଯାଏ । ଏହି କବାବର ଆକାର ପିଠା ପରି । ଆଫଗାନିସ୍ତାନରୁ ସୃଷ୍ଟ ଏହି ଖାଦ୍ୟକୁ ପେଶାୱର ଅଞ୍ଚଳରେ ପେଖାୱରୀ ଚପଲି କବାବ ବା ପେଶାୱରୀ ଚପଲି କବାବ ବୋଲି ମଧ୍ୟ କୁହାଯାଇଥାଏ ।

ଚପଲି କବାବ
ଚପଲି କବାବ
ଏକ ପ୍ଲେଟ୍ ଚପଲି କବାବ ଓ କଟା ପରିବା
ଅନ୍ୟ ନାମPeshawari Chapli kabab
ପ୍ରକାରକବାବ
ପରଷାପ୍ରାକ୍-ଖାଦ୍ୟ, ପାର୍ଶ୍ୱ ବ୍ୟଞ୍ଜନ
ମୂଳ ସ୍ଥାନଦକ୍ଷିଣ ଏସିଆ
ସମ୍ବନ୍ଧିତ ଜାତୀୟ ଖାଦ୍ୟପାକିସ୍ତାନୀ, ଆଫଗାନୀ, ବଙ୍ଗଳାଦେଶୀ, ଭାରତୀୟ
ମୁଖ୍ୟ ଉପାଦାନଅତି ଛୋଟ ବା ଗୁଣ୍ଡ କୁକୁଡ଼ା ମାଂସ, ଛେଳି ମାଂସ, ମେଣ୍ଢା ମାଂସ କିମ୍ବା ଗୋମାଂସ
ଅନ୍ୟ ଉପାଦାନବିଭିନ୍ନ ମସଲା ଓ ପତ୍ର ଇତ୍ୟାଦି

ପେଶାୱରୀ ଚପଲି କବାବ ମୁଖ୍ୟତଃ ଗୋମାଂସରୁ ପ୍ରସ୍ତୁତ ହୁଏ ଏବଂ ଖାଇବର୍-ପଖ୍‍ତୁନ୍‍ଖ୍ୱା ଅଞ୍ଚଳରେ ଏହା ଏକ ଅତି ଲୋକପ୍ରିୟ ଗଳି ଖାଦ୍ୟ (ଠେଲା ଖାଦ୍ୟ ବା ଷ୍ଟ୍ରିଟ୍ ଫୁଡ଼୍) । ପାକିସ୍ତାନର ଅନ୍ୟ ସ୍ଥାନମାନଙ୍କରେ, ପୂର୍ବ ଆଫଗାନିସ୍ତାନ, ବଙ୍ଗଳାଦେଶର କିଛି ସ୍ଥାନ ଓ ଭାରତରେ ଏହା ଏକ ଲୋକପ୍ରିୟ ଗଳି ଖାଦ୍ୟ ।

ପେଶାୱରରେ ପ୍ରଥମେ ଏହା ଗୋମାଂସରେ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଗୋମାଂସ ଆହରଣ କରୁନଥିବା ଲୋକଙ୍କ ପାଇଁ କୁକୁଡ଼ା, ମେଣ୍ଢା ଓ ଛେଳି ମାଂସରେ ଚପଲି କବାବ ପ୍ରସ୍ତୁତ କରାଯାଉଛି । ସ୍ଥାନ ଅନୁସାରେ ସ୍ଥାନୀୟ ମସଲାର ବ୍ୟବହାରକୁ ଆଖି ଆଗରେ ରଖି ଚପଲି କବାବର ପ୍ରସ୍ତୁତିରେ ପରିବର୍ତ୍ତନ ଦେଖାଦେଇପାରେ । ଏହି ସନ୍ଦର୍ଭରେ ପେଶାୱରୀ ଚପଲି କବାବରେ ସର୍ବନିମ୍ନ ଉପାଦାନ ଓ ମସଲା ବ୍ୟବହାର ହେଉଥିବାରୁ ତାହାକୁ ଚପଲି କବାବର ମୌଳିକ ରୂପ ବୋଲି କହିହେବ ।

ବଙ୍ଗଳାଦେଶରେ ଢାକା ସହରରେ ଚପଲି କବାବ ଅଧିକ ଆହରଣ କରାଯାଏ । ଇଦ୍ ଉଲ୍-ଅଝାରମଜାନ ଅବସରରେ ଆୟୋଜିତ ଇଫ୍‍ତାର ଭୋଜିରେ ଚପଲି କବାବ ବେଶ୍ ଚାହିଦାରେ ରହିଥାଏ ।

ଭାରତରେ ଇସଲାମ ଧର୍ମାବଲମ୍ବୀ ବସବାସ କରୁଥିବା ସହର ଯଥା : ଭୋପାଳ, ଲକ୍ଷ୍ନୌ, ଦିଲ୍ଲୀ, ହାଇଦ୍ରାବାଦ ପ୍ରଭୃତିରେ ଚପଲି କବାବ ଏକ ସାମାନ୍ୟ ଗଳି ଖାଦ୍ୟ ।

ଚପଲି କବାବକୁ ଗରମ ନାନ୍ ରୁଟି ସହିତ କିମ୍ବା ସାଣ୍ଡୱିଚ ଓ ବନ୍ କବାବ ପରି ଦୁଇଟି ପାଉଁରୁଟି ମଧ୍ୟରେ ରଖି ଖାଇହେବ ।

ଉତ୍ସ

ମୋଗଲ ରାନ୍ଧଣାର ପ୍ରଭାବରେ ଦକ୍ଷିଣ ଏସିଆରେ କବାବ ପରି ଖାଦ୍ୟ ଖୁବ୍ ଜନାଦୃତ ହୋଇଥିଲା ଓ ଚପଲି କବାବ ପରି ସ୍ଥାନୀୟ ଭିନ୍ନତାବିଶିଷ୍ଟ ବ୍ୟଞ୍ଜନର ସୃଷ୍ଟି ହୋଇଥିଲା । ଏହି କବାବର ନାମରେ ରହିଥିବା ଚପଲି ଶବ୍ଦ ଏକ ପସ୍ତୋ ଶବ୍ଦ ଚପ୍ରିଖ୍‍ରୁ ଉଦ୍ଧୃତ ଯାହାର ଶବ୍ଦାର୍ଥ ହେଲା ଚଟକାକାର । କବାବର ଗୋଲ ଓ ଚଟକା (ଇଂରାଜୀରେ flat) ଆକାରକୁ ଦେଖି ଏହି ନାମ ରଖାଯାଇଛି । ଏହି କବାବର ନାମକରଣ ପଛରେ ଥିବା ଆଉ ଏକ ସିଦ୍ଧାନ୍ତ ହେଲା ପେଶାୱରୀ ଚପଲର ସୋଲ୍‍ର ଅଗ୍ରଭାଗ ପରି ଆକାରର ହୋଇଥିବାରୁ ଏହାର ନାମ ଚପଲି କବାବ ରଖାଯାଇଛି ।

ପେଶାୱର ସହରରେ ପ୍ରାୟ ୨୦୦୦ରୁ ଅଧିକ ଭୋଜନାଳୟରେ ଏହି ଚପଲି କବାବ ପ୍ରସ୍ତୁତ ହୁଏ ଓ ଗ୍ରାହକଙ୍କୁ ପରଷା ଯାଏ । ଏପରି ଭୋଜନାଳୟ ଅନ୍ୟ ସହରମାନଙ୍କରେ ମଧ୍ୟ ଖୋଲି ସାରିଲେଣି । ବର୍ତ୍ତମାନ ସମୟରେ ବିଶ୍ୱର ଯେକୌଣସି ସ୍ଥାନରେ ଦକ୍ଷିଣ ଏସୀୟ ଖାଦ୍ୟ ପରଷୁଥିବା ଭୋଜନାଳୟର ଭୋଜନ ତାଲିକାରେ ଚପଲି କବାବ ଏକ ଜଣାଶୁଣା ନାମ ।

ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀ

ଚପଲି କବାବ 
ଯୁକ୍ତରାଜ୍ୟର ବର୍ମିଂଘାମର ଏକ ବାଲ୍‍ଟି ଭୋଜନାଳୟରେ ଚପଲି କବାବ ପରିବେଷଣ କରାଯାଇଥିବାର ଚିତ୍ର

କଞ୍ଚା ଚୁନା ମସଲାମିଶ୍ରିତ (ମ୍ୟାରିନେଟ୍ କରାଯାଇଥିବା) ମାଂସ ଚପଲି କବାବର ପ୍ରମୁଖ ଉପାଦାନ । ଗହମ ଚୁନା, ଲାଲ୍ ମରିଚ ଗୁଣ୍ଡ, ଧନିଆ ପତ୍ର, ପିଆଜ, ବିଲାତି ବାଇଗଣ, ଅଣ୍ଡା, ଅଦା, ଧନିଆ, ଜୀରା, କଞ୍ଚା ଲଙ୍କା, ମକା ଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, ବେକିଂ ପାଉଡର, ଡାଳିମ୍ବ ମଞ୍ଜି ଓ ଲେମ୍ବୁ ରସ ପ୍ରଭୃତି ମଧ୍ୟ ଏହାର ଅନ୍ୟ ଆବଶ୍ୟକୀୟ ଉପାଦାନ ।

ମଧ୍ୟମ ଜାଳରେ ଗରମ ହେଉଥିବା ତେଲରେ ଏହି କବାବକୁ କଡ଼ା ବା ନରମ ଭାବେ ଛଣାଯାଏ । କିଛି ରୋଷେୟା ବିଶେଷ ସ୍ୱାଦ ପାଇଁ କାଠ ଚୁଲି ଉପରେ ଜୀବଙ୍କ ମେଦରୁ (ସ୍ନେହସାର) ବାହାରିଥିବା ତେଲରେ ଏହି କବାବକୁ ଛାଣିଥାନ୍ତି । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଏପରି ମେଦଜାତ ତୈଳରେ କବାବ ପ୍ରସ୍ତୁତ କରିବା ଠିକ୍ ପ୍ରଣାଳୀ ନୁହେଁ ।

ପରଷିବା ଶୈଳୀ

ପ୍ରସ୍ତୁତ ହୋଇସାରିବା ପରେ ଚପଲି କବାବକୁ ପର୍ସଲେ ପତ୍ର, କଟା ପିଆଜ, କଟା ବିଲାତି ବାଇଗଣ ଇତ୍ୟାଦି ସହ ଥାଳିରେ ସଜାଇ ପରଷାଯାଏ । ଏହା ସହିତ ବିଭିନ୍ନ ପ୍ରକାରର ଚଟଣୀ, ସସ୍, ଦହି, ଆଚାର କିମ୍ବା ବାଦାମ ମଧ୍ୟ ବଢ଼ାଯାଏ । ସାମାନ୍ୟ ଆର୍ଦ୍ର ଓ ଗରମ ଚପଲି କବାବ ସୁଗନ୍ଧିତ ଓ ମସଲାଯୁକ୍ତ ହୋଇଥିଲେ ତାହା ଅତି ଉତ୍ତମ । ପସ୍ତୁନ ରନ୍ଧନ ଶୈଳୀରେ ଚପଲି କବାବ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ସେଠାରେ ଅତିଥିମାନଙ୍କୁ ଚପଲି କବାବ ଦେବାର ପ୍ରଥା ମଧ୍ୟ ରହିଛି । ଭୋଜନ ବେଳେ ମୁଖ୍ୟତଃ ନାନ୍ ରୁଟି, କାବୁଲି ପଲଉ ପରି ଖାଦ୍ୟ ସହ ଚପଲି କବାବକୁ ପାର୍ଶ୍ୱ ବ୍ୟଞ୍ଜନ ଭାବେ ପରଷାଯାଏ । ଏହାକୁ ରୁଟିଦ୍ୱାରା ଗୁଡ଼ାଇ ଏକ ରାପ୍ (wrap) ଆକାରରେ ମଧ୍ୟ ବଢ଼ାଯାଇପାରିବ । ଶୀତ ଋତୁରେ କାୱାଃ ବା ଅନ୍ୟ ଚା’ ସହିତ ଚପଲି କବାବ ପରଷାଯାଏ । ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ସହିତ ଚପଲି କବାବକୁ ଉପଭୋଗ କରିହେବ ।

ଆହୁରି ଦେଖନ୍ତୁ


ଆଧାର

Tags:

ଚପଲି କବାବ ଉତ୍ସଚପଲି କବାବ ଉପାଦାନ ଓ ପ୍ରସ୍ତୁତି ପ୍ରଣାଳୀଚପଲି କବାବ ପରଷିବା ଶୈଳୀଚପଲି କବାବ ଆହୁରି ଦେଖନ୍ତୁଚପଲି କବାବ ଆଧାରଚପଲି କବାବଆଫଗାନିସ୍ତାନ

🔥 Trending searches on Wiki ଓଡ଼ିଆ:

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରସମୟ (କାଳ)ପୂରଣବାଚକ ସଂଖ୍ୟାଜମ୍ମୁ ତୱି ରେଳ ଷ୍ଟେସନପ୍ରବୀଣ ଚନ୍ଦ୍ର ଭଞ୍ଜଦେଓତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଟୁକୁନି ସାହୁଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗବିରଳା ମନ୍ଦିର, କୋଲକାତାବ୍ରୁସେଲୋସିସଓଡ଼ିଆ ରାନ୍ଧଣାଲାଟିନ ଭାଷାଆଖୁଅଭିରାମ ପରମହଂସଆଶୁତୋଷ ପରିଡ଼ାଭାରତର ଜାତୀୟ ପତାକାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସତୀ (ହିନ୍ଦୁ ଦେବୀ)ଉତ୍କଳ ଦୀପିକାଶୈଳବାଳା ଦାସଓମ'ଙ୍କ ନିୟମଓଡ଼ିଆ ଭ୍ରମଣ ସାହିତ୍ୟଇଂଲଣ୍ଡଉଇକିପିଡ଼ିଆ ସମୂହର ତାଲିକାଓଡ଼ିଆ ନାଟକଓଡ଼ିଆ କାବ୍ୟ କବିତାଭଦ୍ରକ ଜିଲ୍ଲାସରସ୍ୱତୀ ସମ୍ମାନଦୁର୍ଗା ପୂଜାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟମନମୋହନ ସାମଲଜଗନ୍ନାଥ ପ୍ରସାଦ ଦାସବୈଜୟନ୍ତ ପଣ୍ଡାଅଖିଳ ମୋହନ ପଟ୍ଟନାୟକବୈଷ୍ଣବ ପାଣିଜୟୀ ରାଜଗୁରୁଆପେଣ୍ଡିସାଇଟିସପାରାଦୀପ ବନ୍ଦରମାଟିର ମଣିଷପିଙ୍କି ପ୍ରଧାନଭାରତୀୟ ସମ୍ବିଧାନଉଇକିଅଭିଧାନଫେବୃଆରୀ ୨୮ଗ୍ରହଚିଲିକା ହ୍ରଦରାଉରକେଲାପଲଉବିଭୂତି ପଟ୍ଟନାୟକରାମାବତାରମ୍ସୂର୍ଯ୍ୟବଂଶୀ ସୂରଜଭୂମିକମ୍ପଦଶାବତାରଚନ୍ଦ୍ରଶେଖର ନନ୍ଦହୃଷୀକେଶ ମଲ୍ଲିକଗର୍ଭାଶୟ କର୍କଟଗୋପାଳ କୃଷ୍ଣ ରଥନଟବର ସାମନ୍ତରାୟବୀର ସୁରେନ୍ଦ୍ର ସାଏଜ୍ୟୋତିର୍ଲିଙ୍ଗଶ୍ରବଣ ( ରାମାୟଣ ର ଚରିତ୍ର )ଓଡ଼ିଆ ଭାଗବତମହାନଦୀଓପନ-ସୋର୍ସ ସଫ୍ଟୱେରvji40୧୮ ଅକ୍ଟୋବରମାଁ ପୀତାମ୍ବର ମନ୍ଦିରଭ୍ୟାକୁମ୍ କ୍ଲିନର୍ରତ୍ନାକର ଚଇନିରାଧାନାଥ ରାୟଏ. ପି. ଜେ. ଅବଦୁଲ କଲାମମେସିନ ଲର୍ଣ୍ଣିଙ୍ଗ୍🡆 More