ବାଦ୍ୟଯନ୍ତ୍ର ଗିନି: ବାଦ୍ୟଯନ୍ତ୍ର

ଗିନି (ତାଳ, ମଞ୍ଜିରା, ଜଲରା, କରତାଳ ଭାବରେ ମଧ୍ୟ ଜଣା) ହେଉଛି ଏକ ପ୍ରକାର ବାଦ୍ୟଯନ୍ତ୍ର, ଯାହାକି ଭାରତୀୟ ଉପମହାଦେଶରୁ ଉତ୍ପତ୍ତି ହୋଇଛି । ଏହା ଦୁଇଟି ଛୋଟ ବା ବଡ଼ ସମ ଆକାର ବିଶିଷ୍ଟ ପିତ୍ତଳ ଥାଳିଆ ସଦୃଶ୍ୟ ଉପକରଣକୁ ନେଇ ଗଠିତ, ଯାହାକୁ ପରସ୍ପର ସହ ବାଡ଼େଇଲେ ଉଚ୍ଚ ସ୍ୱର ବିଶିଷ୍ଟ ଶବ୍ଦ ବାହାରେ । ଦୁଇଟି ଥାଳିଆ ସଦୃଶ ଗିନିକୁ ଦୁଇ ହାତରେ ଧରି ପରସ୍ପର ସହିତ ବାଡ଼େଇଲେ ଏଥିରୁ ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ତାଳ ମଧ୍ୟ କୁହାଯାଏ, ଯାହାର ଉତ୍ପନ୍ନ ସଂସ୍କୃତ ଶବ୍ଦ ତାଳରୁ ଆସିଛି । ସଂସ୍କୃତରେ ତାଳର ଅର୍ଥ କରତାଳି । ଏହା ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତିର ଏକ ଅଂଶ, ଯାହାକି ବିଭିନ୍ନ ପାରମ୍ପାରିକ ରୀତିନୀତିରେ ବ୍ୟବହୃତ ହୁଏ । ଏହା ଏକ ପ୍ରକାର ଘନ ବାଦ୍ୟ ।

ଗିନି
ବାଦ୍ୟଯନ୍ତ୍ର ଗିନି: ପ୍ରକାର, ନେପାଳ, ତିବ୍ବତ
ଅନ୍ୟ ନାମମଞ୍ଜୀରା

ହିନ୍ଦୁ ଧାର୍ମିକ ରୀତିନିତିରେ ଏହା ଭଜନ ଏବଂ କୀର୍ତ୍ତନ ପରିବେଷଣ ବେଳେ ବ୍ୟବହୃତ ହୁଏ । ସେମାନେ ସାଧାରଣତଃ ଭକ୍ତମାନଙ୍କଦ୍ୱାରା ସଂକୀର୍ତ୍ତନ ପ୍ରଦର୍ଶନ କରିବା ସମୟରେ ବ୍ୟବହୃତ ହୋଇଥାଏ । ଏହା ସମସ୍ତ ହିନ୍ଦୁ ଭକ୍ତି ସଂଗୀତ ପାଇଁ ପ୍ରାୟ ବ୍ୟବହାର ହୁଏ ।

ପ୍ରକାର

ବାଦ୍ୟଯନ୍ତ୍ର ଗିନି: ପ୍ରକାର, ନେପାଳ, ତିବ୍ବତ 
ବଡ଼ ଆକାରର ଗିନି

ଆକାର, ଓଜନ ଏବଂ ରୂପ ଅନୁଯାୟୀ ଅନେକ ପ୍ରକାରର ଗିନି ଉପଲବ୍ଧ ।

  • ବୋର୍ତାଳ ହେଉଛି ବଡ଼ ଆକାରର ଗିନି, ଯାହାର ଓଜନ ପାଖାପାଖି | ଦେଢ଼ କିଲୋଗ୍ରାମରୁ ୨ କିଲୋଗ୍ରାମ । ଏହା ବଜାଉଥିବା ବାଦ୍ୟକାରମାନଙ୍କୁ ଆସାମରେ ଗାୟନ ବୋଲି କୁହାଯାଏ । ଆସାମରେ ବୋର୍ତାଳ ପାରମ୍ପାରିକ ସଂସ୍କୃତିର ଏକ ପ୍ରତୀକ । ବେଳେବେଳେ, ବାଦକମାନେ ଉଭୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରନ୍ତି ଯେପରିକି ଗାୟନ-ବାୟନ, ବୋର୍ତାଳ ନୃତ୍ୟ । ବେଳେବେଳେ ବାଦ୍ୟକାରମାନ କେବଳ ସଙ୍ଗୀତ ସହିତ ପ୍ରଦର୍ଶନ କରିଥାନ୍ତି, ଯଥା ହରିନାମ, ଦିହାନାମ, ଇତ୍ୟାଦି । ବୋର୍ତାଳର ଲୀଳାମୟୀ ଉଚ୍ଚ ଧ୍ୱନି ପରିବେଶକୁ ଶୁଦ୍ଧ ଏବଂ ପବିତ୍ର କରେ ।
  • ମୁଜୁତାଳ ହେଉଛି ମଧ୍ୟମ ଆକାରର ଗିନି ।
  • ଖୁଟିତାଳ ହେଉଛି ଛୋଟ ଆକାରର ଗିନି । ଏହା ମଞ୍ଜିରା କିମ୍ବା କରତାଳ ନାମରେ ମଧ୍ୟ ଜଣାଶୁଣା । ଏହା ସାଧାରଣତଃ ଭାରତରେ ପାରମ୍ପାରିକ, ଲୋକ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ହୁଏ । ଭରତନାଟ୍ୟମ୍, କୁଚିପୁଡ଼ି, ମଣିପୁରୀ, ମୋହିନୀୟାଟ୍ଟମ୍, ଆନ୍ଧ୍ରନାଟ୍ୟମ୍, କଥକଳୀ ଆଦି ନୃତ୍ୟରେ ଖୁଟିତାଳର ବ୍ୟବହୃତ ହୁଏ । ଏହି ଯନ୍ତ୍ରର ଅନ୍ୟ କେତେକ ନାମ ମଧ୍ୟ ଅଛି, ଯେପରିକି; ଥାଲେଜ୍ (କାଶ୍ମୀର), ତାଲମ୍, ତାଳ, ଜାଲ୍ରା, ଇତ୍ୟାଦି ।
  • ରାମତାଳ କିମ୍ବା ଖୋରିତାଳ ହେଉଛି ଦୁଇଟି କାଠ ନିୟନ୍ତ୍ରିତ ବାଦ୍ୟଯନ୍ତ୍ର, ଯେଉଁଥିରେ ଏକାଧିକ ଛୋଟ ଗିନି ଯୁଗଳ ଥାଏ । ଏହା ସାଧାରଣତଃ ଖର୍ତାଳ ନାମରେ ଜଣାଶୁଣା ।

ନେପାଳ

ବାଦ୍ୟଯନ୍ତ୍ର ଗିନି: ପ୍ରକାର, ନେପାଳ, ତିବ୍ବତ 
ନେପାଳର ଝ୍ୟାମଟା ଗିନି ସହିତ ମହିଳାଙ୍କ ପରିବେଷଣ ।

ନେପାଳରେ ମଧ୍ୟ ଏହି ବାଦ୍ୟ ବଜାଯାଏ, ଯାହା ଝ୍ୟାମଟା (ନେପାଳୀ: झ्याम्टा) ଭାବରେ ଜଣାଶୁଣା । ଏହା ହେଉଛି ନେପାଳର ଏକ ପାରମ୍ପାରିକ ବାଦ୍ୟଯନ୍ତ୍ର । କିରାଟ ସମ୍ପ୍ରଦାୟ ଏହାକୁ ଢୋଲ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସାକେଲା, ଚିଆବ୍ରଙ୍ଗ, ଉଧଉଲି, ଉଭଉଲି ଆଦିରେ ବଜାଯାଏ ।

ତିବ୍ବତ

ତିବ୍ବତୀୟ ସଂସ୍କୃତିରେ, ଟିଙ୍ଗସା ହେଉଛି ଏକ ସମାନ ଧରଣର ଉପକରଣ ।

ବ୍ୟବହାର

ଗିନି ମୁଖ୍ୟତଃ ଲୋକଗୀତ ଓ ଭକ୍ତି ସଙ୍ଗୀତ ଆଦିରେ ବଜାଯାଏ । ଏହା ମୁଖ୍ୟତଃ ଭାରତର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସମାରୋହରେ, ବିଶେଷ କରି ଭଜନ ପରିବେଷଣ ବେଳେ ବଜାଯାଇଥାଏ । ଏହା ଏକ ପ୍ରାଚୀନ ବାଦ୍ୟଯନ୍ତ୍ର । ବହୁ ପ୍ରାଚୀନ ମନ୍ଦିରର ଶିଳାଲେଖରେ ଗିନିର ଛବି ଦେଖିବାକୁ ମିଳେ ।

ମରାଠୀ ଏବଂ ଗୁଜରାଟୀ ଲୋକଗୀତ

ଗୁଜରାଟୀ ଏବଂ ମରାଠୀ ଲୋକଗୀତରେ ଗିନିର ଏକ ବିଶେଷ ମହତ୍ୱ ରହିଛି । ମହାରାଷ୍ଟ୍ରରେ ଏହା ତାଳ ଭାବରେ ଜଣାଶୁଣା । ପ୍ରାରମ୍ଭରେ ଗିନି ମୁଖ୍ୟତଃ ଆରତୀ ବେଳେ ବଜାଯାଉଥିଲା ।

ଆଧାର

Tags:

ବାଦ୍ୟଯନ୍ତ୍ର ଗିନି ପ୍ରକାରବାଦ୍ୟଯନ୍ତ୍ର ଗିନି ନେପାଳବାଦ୍ୟଯନ୍ତ୍ର ଗିନି ତିବ୍ବତବାଦ୍ୟଯନ୍ତ୍ର ଗିନି ବ୍ୟବହାରବାଦ୍ୟଯନ୍ତ୍ର ଗିନି ଆଧାରବାଦ୍ୟଯନ୍ତ୍ର ଗିନିସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ସଂଗୀତରାଜକିଶୋର ରାୟହେପାଟାଇଟିସପଣସଜୟୀରାମ ସାମଲଅର୍ଥଶାସ୍ତ୍ରତାରିଣୀ ମନ୍ଦିର, ଘଟଗାଁରତ୍ନାକର ଚଇନିନଇ ଆରପାରିଜାଭାସ୍କ୍ରିପ୍ଟନନ୍ଦ କିଶୋର ବଳରବୀନ୍ଦ୍ରନାଥ ଠାକୁରଗୁଣନବିଶ୍ୱ ନୃତ୍ୟ ଦିବସପାଟଦେଇ୨୯ ମାର୍ଚ୍ଚଅଶୋକ (ଗଛ)ନିତ୍ୟାନନ୍ଦ ମହାପାତ୍ରଢେଙ୍କାନାଳ ଜିଲ୍ଲା୫ ଅଗଷ୍ଟଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଇତିହାସଭାରତୀୟ ବାୟୁସେନାକଳାପାହାଡ଼ଡିମେନ୍ସିଆଚିନ୍ତାମଣି ମହାନ୍ତିମନମୋହନ ସାମଲନେଲସନ ମଣ୍ଡେଲାକବାଡିବିରଞ୍ଚିନାରାୟଣ ମନ୍ଦିର, ପାଳିଆInternational Dance Dayଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନପ୍ରହ୍ଲାଦ ନାଟକମାଗୁଣିର ଶଗଡ଼ସଜନାମଧ୍ୟାହ୍ନ ଭୋଜନ ଯୋଜନାଜବାହରଲାଲ ନେହେରୁବାଞ୍ଛାନିଧି ମହାନ୍ତିକମ୍ପ୍ୟୁଟର ବିଜ୍ଞାନସୌଭାଗ୍ୟ କୁମାର ମିଶ୍ରରାମଚନ୍ଦ୍ର ବେହେରାଭାଷାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଗରିଷ୍ଠ ସାଧାରଣ ଗୁଣନୀୟକନରେନ୍ଦ୍ର ମୋଦୀସୂଚନା ପ୍ରଯୁକ୍ତିବିଦ୍ୟାକାଳୀଚରଣ ପଟ୍ଟନାୟକକଇଁଛପଣା ସଂକ୍ରାନ୍ତିଓଡ଼ିଶାର ଭୂଗୋଳବଳରାମ ଦାସସଖୀ କଣ୍ଢେଇ ନାଚବଳକୋରାପୁଟ ଜିଲ୍ଲାବଡ଼ ଭାଉଜଚନ୍ଦନ ଯାତ୍ରାମହେନ୍ଦ୍ରଗିରିପ୍ରଥମ ବିଶ୍ୱଯୁଦ୍ଧରାସନ କାର୍ଡ଼ (ଭାରତ)ଯେମ୍ସ ୱେବ ମହାକାଶ ଦୁରବୀକ୍ଷଣଓଡ଼ିଆଭାରତୀୟ ଉପମହାଦେଶଶିବମନୋଜ ଦାସରାଜ୍ୟ ସଭାପୁରୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଲାଲ ବାହାଦୁର ଶାସ୍ତ୍ରୀଲୋକ ସଭାଉତ୍କଳ ସାହିତ୍ୟ ସମାଜଶୀତଳ ଷଷ୍ଠୀ ଯାତ୍ରାବୀଣାପାଣି ମହାନ୍ତି🡆 More