କ୍ରେଅନ ସିନ-ଚାନ

କ୍ରେୟୋନ୍ ଶିନ୍ଚାନ୍ ( ଜାପାନୀ: クレヨンしんちゃん, ଇଂରାଜୀ:Crayon Shin-Chan) ଗୋଟାଏ ଜାପାନୀ ଆନିମେ ଓ ମାଂଗା ଚରିତ୍ରର ନାମ ଅଟେ । ଏହା ୟୋଶିତୋ ଉସୁଇଙ୍କଦ୍ୱାରା ରଚିତ । ଏହା ଏକ ବିଶ୍ୱପ୍ରସିଦ୍ଧ ଧାରାବାହିକ ।

ମାଂଗା

୧୯୯୦ ମସିହାରେ ଏହାର ମାଂଗା ପ୍ରଥମେ ଜାପାନର ସାପ୍ତାକିକ ମାଂଗା ଆକ୍ଶନ୍ ନାମକ ଏକ ମ୍ୟାଗାଜି଼ନ୍ରେ ପ୍ରକାଶିତ ହୋଇଥିଲା । ୧୯୯୦ରୁ ୨୦୧୦ ପର୍ଯନ୍ତ୍ ଏହାର ୫୦ ଟା ମାଂଗା ଭଲ୍ୟୁମ୍ ପ୍ରକାଶିତ ହୋଇଥିଲା । ୨୦୦୯ରେ ଉସୁଇଙ୍କ ପରଲୋକ ଘଟିବା ପରେ ଏହାର ପ୍ରକାଶନ ସ୍ଥଗିତ ରହିଯାଇଥିଲା । କିନ୍ତୁ ୨୦୧୦ରେ ଉସୁଇଙ୍କ ଟୀମ୍ ଭଲ୍ୟୁମ୍ ୫୦ ସହ ଏକ ନୂଆ ମାଂଗାର ଘୋଷଣା କଲେ, ଯାହାର ନାମ ହେଲା ଶିନ୍ କ୍ରେୟନ୍ ଶିନ୍-ଚାନ୍(ନୁଆ କ୍ରେୟନ୍ ଶିନ୍-ଚାନ୍) । ୨୦୧୫ ସୁଦ୍ଧା ଏହାର ୪ଟି ଭଲ୍ଯୁମ୍ ପ୍ରକାଶିତ ହୋଇଛି ।
ବିଦେଶରେ ମଧ୍ୟ ଏହା ବହୁତ ଲୋକପ୍ରିୟ ହୋଇଛି । ବିଶେଷକରି ଚୀନ, ତାଇୱାନ, ମାଲେସିଆ, ଇଣ୍ଡୋନେସିଆ, କୋରିଆ, ଆମେରିକା, ସ୍ପେନ ଓ ଭିଏଟ୍ନାମ ।

ଆନିମେ

ଏହାର ଆନିମେ ସଂସ୍କରଣ ପ୍ରଥମେ ୧୯୯୨ରେ ଜାପାନର 'ଟିଭି ଆସାହିରେ ପ୍ରସାରିତ ହୋଇଥିଲା । ଏହା ଶିଘ୍ର ଲୋକପ୍ରିୟତା ହାସଲ କରିଥିଲା । ପ୍ରଥମେ ଏହା ବୟସ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଧିରେ ଧିରେ ଏହା ପିଲା ସହ ସମସ୍ତଙ୍କର ପ୍ରିୟ ହୋଇଗଲା । ୨୦୧୫ ସୁଦ୍ଧା ଏହାର ୮୭୦ଟି ଏପିସୋଡ୍ ଜାପାନରେ ପ୍ରସାରିତ ହୋଇଛି । ଏହାର ୨୩ଟି ଫିଲ୍ମ୍ ମଧ୍ୟ ଜାପାନର ସିନେମା ଘରରେ ରିଲୀଜ଼ ହୋଇଛି ।
ଏହାର ଆନିମେଶନ୍ ବିଶ୍ୱର ଅନେକ ଦେଶରେ ଲୋକପ୍ରିୟତା ହାସଲ କରିଛି । ଏହା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି, ଯଥା - ଇଂରାଜୀ, ତାଗାଲଗ୍,ଜର୍ମାନ୍,ଡଚ୍,ଫ୍ରେଞ୍ଛ,ଗ୍ରୀକ୍,ଇଟାଲିଆନ୍,ସ୍ପାନିଶ୍,କାଟାଲାନ୍, ଚୀନା, କୋରିଆନ୍, ଭିଏଟ୍ନାମୀ, ହିନ୍ଦୀ, ତାମିଳ, ତେଲୁଗୁ, ଥାଇ, ମାଲାୟ, ଇଣ୍ଡୋନେସିଆନ୍, ଇତ୍ୟାଦି ।

ଭାରତରେ

ଭାରତରେ ଏହାର ମାଂଗା ସଂସ୍କରଣ ପ୍ରକାଶିତ ହୋଇନାହିଁ । କିନ୍ତୁ ଏହାର ଆନିମେଶନ୍ ଶୃଂଖଳା ବହୁତ ଲୋକପ୍ରିୟ ହୋଇଛି । ଭାରତରେ ଏହା ୨୦୦୬ରେ ସର୍ବପ୍ରଥମେ ପ୍ରସାରିତ ହୋଇଥିଲା । ଏହା ହିନ୍ଦୀ, ତେଲୁଗୁ ଏବଂ ତାମିଳ ଭାଷାରେ ଉପଲବ୍ଧ । ଏହା ହଂଗାମା ଟିଭିରେ ପ୍ରସାରଣ ହୁଏ । । ଏହର ୧୨ଟି ଫିଲ୍ମ୍ ମଧ୍ୟ ଅନୁବାଦ ହୋଇ ପ୍ରସାରିତ ହୋଇଛି ।

ପାତ୍ରମାନେ

  • ଶିନନୋସୁକେ ନୋହାରା (ଶିନ୍-ଚାନ୍)
  • ମିସାଏ ନୋହାରା (ମିଟ୍ସୀ)
  • ହିରୋଶି ନୋହାରା (ହ୍ଯାରୀ)
  • ହିମାୱାରି ନୋହାରା (ହିମା)
  • ଶିରୋ
  • କାଜାମା ତୋରୁ
  • ନେନେ ସାକୁରାଦା
  • ମାସାଓ ସାତୋ
  • ବୋ-ଚାନ୍
  • ନାନାକୋ ଓଓହାରା
  • ୟୋଶିନାଗା ମିଦୋରି
  • ମାତ୍ସୁଜାକା ଉମେ
  • ମାସୁମି ଆଗେଓ
  • ଆଇ ସୁଓତୋମେ
  • ମିଚ୍ଚି ଏବଂ ୟୋଶିରିନ୍
  • ଗିନନୋସୁକେ ନୋହାରା
  • ତ୍ସୁରୁ ନୋହାରା
  • ୟୋଶିଜି କୋୟାମା
  • ହିସାଏ କୋୟାମା
  • ମୁସାଏ କୋୟାମା
  • ମାସାଏ କୋୟାମା
  • ୟୋନ୍ରୋ
  • ଆତ୍ସୁକୋ ଏବଂ ଆତ୍ସୁମି

ଆହୁରି ଦେଖନ୍ତୁ

  • କ୍ରେଅନ ସିନ-ଚାନ: ବହୁତ ସ୍ୱାଦିଷ୍ଟ B-କ୍ଳାସ ଗୋର୍ମେଟ ସର୍ଭାଇବାଲ!!
  • ୟୁରୁ ୟୁରୁ ଦେ-ଓ

ଆଧାର

ଅଧିକ ତଥ୍ୟ

Tags:

କ୍ରେଅନ ସିନ-ଚାନ ମାଂଗାକ୍ରେଅନ ସିନ-ଚାନ ଆନିମେକ୍ରେଅନ ସିନ-ଚାନ ଭାରତରେକ୍ରେଅନ ସିନ-ଚାନ ପାତ୍ରମାନେକ୍ରେଅନ ସିନ-ଚାନ ଆହୁରି ଦେଖନ୍ତୁକ୍ରେଅନ ସିନ-ଚାନ ଆଧାରକ୍ରେଅନ ସିନ-ଚାନ ଅଧିକ ତଥ୍ୟକ୍ରେଅନ ସିନ-ଚାନଆନିମେମାଂଗା

🔥 Trending searches on Wiki ଓଡ଼ିଆ:

ଦିବ୍ୟସିଂହ ଦେବମଣିଷଦାମୋଦର ରାଉତମନମୋହନ ସାମଲଉତ୍କଳ ଦିବସପଦାର୍ଥ୧୭୭୬ଉଇକିପିଡ଼ିଆ ସମୂହର ତାଲିକାଗୋପବନ୍ଧୁ ଚୌଧୁରୀ୧ (ସଂଖ୍ୟା)ଜଗତସିଂହପୁରସରୋଜିନୀ ନାଇଡୁନବଯୌବନ ବେଶଜୟପୁର, କୋରାପୁଟ୨୭ ଅପ୍ରେଲଫେସବୁକସତୀ (ହିନ୍ଦୁ ଦେବୀ)ସ୍ୱାଧୀନତା ଦିବସ‌ (ଭାରତ)ମଙ୍ଗଳା ମନ୍ଦିରସମଲେଶ୍ୱରୀ ମନ୍ଦିରଦୁଦୁରାଲଣ୍ଠନକଇଁଛଚାରି ଧାମବିଧାତା (୨୦୦୩ର ଚଳଚ୍ଚିତ୍ର)ବୁଢ଼ୀଠାକୁରାଣୀ ମନ୍ଦିରଚଉତିଶାନାରାୟଣ ସାହୁQR codeଧର୍ମେନ୍ଦ୍ର ପ୍ରଧାନଇରା ମହାନ୍ତିଖୁସି ଯୋଜନାଯମୁନାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକାହ୍ନୁଚରଣ ମହାନ୍ତିସମୁଦ୍ରକୋଣାର୍କଭାରତୀୟ ଜାତୀୟ କଂଗ୍ରେସ୧୯୯୪ଏକ୍ସକ୍ୟୁଜ ମିମୁସଲମାନକଟକଅଚିହ୍ନା ବାସଭୂମିବୁଦ୍ଧ ପୂର୍ଣ୍ଣିମାଶକ୍ତି ପୀଠଓମ୍ପ୍ରତୀକ୍ଷାଜୟ ଜଗନ୍ନାଥଦ୍ରୌପଦୀ ମୁର୍ମୁଗଜପତି ଜିଲ୍ଲାକ୍ଷୀରଯଦୁମଣି ମହାପାତ୍ରନାରୀବାଦଘରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାହୃଷୀକେଶ ପଣ୍ଡାମହାଦେଶବିଜୁ କୃଷକ କଲ୍ୟାଣ ଯୋଜନାଚକ୍ରଧର ମହାପାତ୍ରସାଲଭାଡୋର ଡାଲିଅଭିରାମ ପରମହଂସଇଟାକ୍ରାଇନିକ ଏସିଡଅଶ୍ୱତ୍ଥାମାବ୍ୟଞ୍ଜନ ବର୍ଣ୍ଣପ୍ରାଣୀ🡆 More