କଳିଙ୍ଗ ଷ୍ଟୁଡିଓ

କଳିଙ୍ଗ ଷ୍ଟୁଡିଓ, ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣକାରୀ ଷ୍ଟୁଡିଓ । ୧୯୮୨ ମସିହାରେ ଖଣ୍ଡଗିରି ପାହାଡ ନିକଟବର୍ତ୍ତୀ ଭରତପୁରଠାରେ, ୨୬ଏକର ପରିମିତ ଜମି ଉପରେ ଏହି ଷ୍ଟୁଡିଓଟି ପ୍ରତିଷ୍ଠିତ ।

ଇତିହାସ

ଶ୍ରୀ ଲୋକନାଥ ଚଳଚ୍ଚିତ୍ର ପରିବେଷଣର ୧୦୦ ଦିନ ପୂରଣ ଅବସରରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓଡ଼ିଶାରେ ଏକ ଷ୍ଟୁଡିଓ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇଥିଲେ । ୧୯୬୦ମସିହା ଡିସେମ୍ବର ମାସ ୫ ତାରିଖରେ, ଖଣ୍ଡଗିରି ପାହାଡ ନିକଟରେ ଏହା ପ୍ରତିଷ୍ଠା କରିବାର ନିଷ୍ପତି ନିଆଯାଇଥିଲା ଓ ୧୯୬୧ ମସିହା ଜାନୁଆରୀ ୨୬ ତାରିଖରେ ଷ୍ଟୁଡିଓର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରାୟ ୨୦ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସ୍ଥାଣୁ ଅବସ୍ଥାରେ ରହିଲାପରେ ଅଶୀ ଦଶକର ପ୍ରାରମ୍ଭରେ ଏହି ଷ୍ଟୁଡିଓ କାର୍ଯ୍ୟକ୍ଷମ ହୋଇଥିଲା । ପ୍ରାରମ୍ଭିକ ଖର୍ଚ୍ଚ ଥିଲା ୨୮.୯୦ଲକ୍ଷ ଟଙ୍କା । ରମେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପରଝିଅ ଘର ଭାଙ୍ଗେନାରୁ ଆରମ୍ଭ ହୋଇ ଅଶୀ ଓ ନବେ ଦଶକରେ ଏହି ଷ୍ଟୁଡିଓରେ ବହୁ ଓଡ଼ିଆ ଓ ଅଣଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ କରାଯାଇଥିଲା । ୧୯୯୯ରେ ହୋଇଥିବା ମହାବାତ୍ୟା ଷ୍ଟୁଡିଓରେ ବ୍ୟାପକ କ୍ଷତି ଘଟାଇଥିଲା ଓ ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା । ପୁନର୍ବାର ଚଳଚ୍ଚିତ୍ରର ନିର୍ମାଣ ଆରମ୍ଭ ହୋଇଥିଲେ ସୁଧା, ଷ୍ଟୁଡିଓର ଅବସ୍ଥା କ୍ରମଶ ଖରାପରୁ ଅଧିକ ଖରାପ ହୋଇଯାଇଥିଲା । ୨୦୧୨-୧୩ ଆର୍ଥିକ ବର୍ଷରେ ଷ୍ଟୁଡିଓର କ୍ଷତି ପରିମାଣ ୧୨ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।

ଷ୍ଟୁଡିଓରେ ନିର୍ମିତ ଚଳଚ୍ଚିତ୍ର

କଳିଙ୍ଗ ଷ୍ଟୁଡିଓରେ ଓଡ଼ିଆ, ବଙ୍ଗଳା, ମଣିପୁରୀ, ଆସାମୀ, ଭୋଜପୁରୀ ଓ ହିନ୍ଦୀ ଭାଷାର ପ୍ରାୟ ୫୧୦ଟିରୁ ଉର୍ଧ୍ୱ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ଷ୍ଟୁଡିଓ ଅକାମୀ ଅବସ୍ଥାରେ ରହିଛି । କେବଳ ଡ଼ବିଂ ବ୍ୟତିତ ଅନ୍ୟ କୌଣସି କାମ ହୋଇ ପାରୁନାହିଁ ।

ଓଡ଼ିଆ ଚଳଚ୍ଚିତ୍ର

ଅଣଓଡ଼ିଆ ଚଳଚ୍ଚିତ୍ର

  • ବାଘ୍ ବାହାଦୂର(ହିନ୍ଦୀ)
  • ଶୋଧ୍(ହିନ୍ଦୀ)
  • ଅନ୍ଧି ଗଲି(ହିନ୍ଦୀ)
  • ମୁକ୍ତି ମଶାଲ(ହିନ୍ଦୀ)
  • ପତ୍ତନ(ଭୋଜପୁରୀ)
  • ମତ୍ସ୍ୟଗନ୍ଧା(ଅହମୀୟା)

ଆଧାର

Tags:

କଳିଙ୍ଗ ଷ୍ଟୁଡିଓ ଇତିହାସକଳିଙ୍ଗ ଷ୍ଟୁଡିଓ ଷ୍ଟୁଡିଓରେ ନିର୍ମିତ ଚଳଚ୍ଚିତ୍ରକଳିଙ୍ଗ ଷ୍ଟୁଡିଓ ଆଧାରକଳିଙ୍ଗ ଷ୍ଟୁଡିଓଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର ଜିଲ୍ଲାଛବିଳ ମଧୁ ବର୍ଣ୍ଣବୋଧଦେବଦୀପାବଳିଜଳରାମାୟଣ (ବହୁବିକଳ୍ପ)ବିଶ୍ୱତାପନପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଉତ୍ତରାଖଣ୍ଡଦଶାବତାରଆରବ ସାଗରନବରାତ୍ରୀମଧୁସୂଦନ ଦାସଓଡ଼ିଆ ଉଇକିପିଡ଼ିଆଶରତ କୁମାର ମହାନ୍ତିବ୍ରାଉଜରଭୁବନେଶ୍ୱରବ୍ରତୋପନୟନହରପ୍ପା ସଭ୍ୟତାହେଲୋ ନେଟୱର୍କପୁଷ୍ପେନ୍ଦ୍ର ସିଂହ ଦେଓଭାଷାଇଲନ ମସ୍କଭାରତୀୟ ସ୍ୱାଧୀନତା ଆନ୍ଦୋଳନନିମୋନିଆମଙ୍ଗଳା ମନ୍ଦିରପଦାର୍ଥ ବିଜ୍ଞାନଅମାବାସ୍ୟାର ଚନ୍ଦ୍ର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଆମ୍ବେଦକର ଜୟନ୍ତୀମହୁଲିଲୋରାଟାଡାଇନଦୁର୍ଗା ପୂଜାମନୋରଞ୍ଜନ ଦାସପୁରୀଏଚଆଇଭି/ଏଡସସିପାହୀ ବିଦ୍ରୋହବିଜୟ ମିଶ୍ରନିର୍ମଳା (ଉପନ୍ୟାସ)ଗୀତା ଦାଶଭୋଦେଇ ଓଷାଚେତନ ଭଗତମଧୁମେହମିତ୍ରଭାନୁ ଗୌନ୍ତିଆକ୍ରିଏଟିଭ କମନ୍ସବୈକୁଣ୍ଠନାଥ ପଟ୍ଟନାୟକକମ୍ବୋଡ଼ିଆବାଣପୁର୨୭ ମାର୍ଚ୍ଚପୁଷ୍ଟିସାରରବି ସିଂହ ମାଝିଚେକ୍ ଗଣରାଜ୍ୟଓଡ଼ିଆ ଲିପିDarifenacinରାଶି ଓ ନକ୍ଷତ୍ରମହେଶ୍ୱର ମହାନ୍ତିଓଡ଼ିଆ ଭାଷାଚିନ୍ତାମଣି ବେହେରାପରିବାର୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଉଇକିମିଡ଼ିଆ ଫାଉଣ୍ଡେସନଡେଭିଡ କାମେରନଜୋଆନ ଅଫ ଆର୍କନାଟୋଜଳ ପ୍ରଦୂଷଣମର୍ଦ୍ଦଳଖାଦ୍ୟପ୍ରଧାନମନ୍ତ୍ରୀ ଜନଧନ ଯୋଜନାପ୍ରଦୂଷଣଲିଓନେଲ୍ ମେସିଶ୍ରୀନିବାସ ରାମାନୁଜନଧର୍ମେନ୍ଦ୍ର ପ୍ରଧାନ🡆 More