ହୃଷୀକେଶ ମଲ୍ଲିକ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ହୃଷୀକେଶ ମଲ୍ଲିକ (ଜନ୍ମ: ୫ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ପୂର୍ବତନ ଅଧ୍ୟାପକ, ଏବଂ ଓଡ଼ିଆ-ଭାଷୀ ସାହିତ୍ୟିକ, ସମ୍ପାଦକ । ସେ ୧୨ଟି କବିତା ପୁସ୍ତକ, ୨ଟି ଗଳ୍ପ ଓ ୧୦ଟିରୁ ଅଧିକ ସମାଲୋଚନା ମୂଳକ ପୁସ୍ତକ ସମେତ ସମୁଦାୟ ୪୦ଟିରୁ ପୁସ୍ତକ ପ୍ରକାଶ କରିଥିଲେ । ତାଙ୍କର ସରିଯାଇଥିବା ଅପେରା ପୁସ୍ତକ ପାଇଁ ୨୦୨୧ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଜେଜେ ଦେଖି ନ ଥିବା ଭାରତ ପାଇଁ ୨୦୧୬ରେ ଶାରଳା ପୁରସ୍କାର ମିଳିଥିଲା । ପୂର୍ବରୁ ତାଙ୍କୁ ୧୯୮୮ ମସିହାରେ ଧାନ ସାଉଁଟା ଝିଅ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା । ୨୦୨୧ ମଇ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ନିଯୁକ୍ତ କରିଥିଲେ ।

ହୃଷୀକେଶ ମଲ୍ଲିକ
ଜନ୍ମ ଓ ଜନ୍ମସ୍ଥାନ (1955-03-05) ୫ ମାର୍ଚ୍ଚ ୧୯୫୫ (ବୟସ ୬୯)
ବାଣିତିଆ, ଭଦ୍ରକ
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ଜୀବନୀ

ପ୍ରାରମ୍ଭିକ ଜୀବନ

ହୃଷୀକେଶ ମଲ୍ଲିକ ୧୯୫୫ ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ବାଣିତିଆଠାରେ ଜନ୍ମଗ୍ରହଣ କରିଥିଲେ ସେଠାରେ ତାଙ୍କର ପିଲାଦିନ ବିତିଥିଲା । ପିଲାବେଳେ ସେ ଭାଗବତ ପାରାୟଣ, ପାଠଚକ୍ର ଓ ଭୀମ ଭୋଇଙ୍କ ଭଜନ ଜଣାଣ ଆଦି ଶୁଣୁଥିଲେ ଓ ଏସବୁ ତାଙ୍କୁ ଅନୁପ୍ରାଣିତ କରିଥିଲା ।

ସାହିତ୍ୟ ରଚନା

ସେ ସ୍କୁଲ ସମୟରୁ କବିତା ଓ ଗପ ଲେଖୁଥିଲେ । ତାଙ୍କର ପ୍ରଥମ କବିତା "ଛୁଆ ବହଲା" ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା ।

ବୃତ୍ତି

ସେ ଉଚ୍ଚଶିକ୍ଷା ପରେ ଅଧ୍ୟାପନା ଆରମ୍ଭ କରିଥିଲେ ଓ ୨୦୧୨ ମସିହାରେ ଚାକିରିତୁ ଅବସର ଗ୍ରହଣ କରିଥିଲେ । ସମ୍ପ୍ରତି ସେ ଧରିତ୍ରୀ ଖବରକାଗଜରେ ଫିଚର ଓ ସାହିତ୍ୟ ବିଭାଗରେ ସମ୍ପାଦନା କାର୍ଯ୍ୟରେ ଲିପ୍ତ ଅଛନ୍ତି ।

ରଚନାବଳୀ

  • ଧାନ ସାଉଁଟା ଝିଅ - ୧୯୮୭
  • ଉଜୁଡ଼ା କ୍ଷେତର ଗୀତ - ୧୯୯୧
  • ଘଟ ଆକାଶ - ୧୯୯୮
  • ଧର୍ମପତ୍ନୀ - ୨୦୦୦
  • ଜୀବନ ନାମା - ୨୦୦୦
  • ଧାନ ସାଉଁଟା ଝିଅ ଓ କବିତା ଆଉ କେଇଟି - ୨୦୦୧
  • ସାଙ୍ଗୀ ଚନ୍ଦ୍ରସୂର୍ଯ୍ୟ - ୨୦୦୪
  • ବସୁଷେଣ - ୨୦୦୬
  • ଜେଜେ ଦେଖିନଥିବା ଭାରତ - ୨୦୧୫
  • ରେବତୀ - ୨୦୧୬
  • ସରିଯାଇଥିବା ଅପେରା

ଉପନ୍ୟାସ

  • ମାଳତୀର ବର (ଲେଖାଲେଖି, ଅକ୍ଟୋବର,୨୦୦୫)

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୧ ("ସରିଯାଇଥିବା ଅପେରା")
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮
  • ଶାରଳା ପୁରସ୍କାର, ୨୦୧୬ (ଜେଜେ ଦେଖିନଥିବା ଭାରତ ପାଇଁ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • ଝଙ୍କାର ପୁରସ୍କାର (କବିତା), ୨୦୧୦(ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୪
  • କାନ୍ତ କବି ପଦକ, ୧୯୭୬
  • ଗୋକର୍ଣ୍ଣିକା ସମ୍ମାନ

ଆଧାର

Tags:

ହୃଷୀକେଶ ମଲ୍ଲିକ ଜୀବନୀହୃଷୀକେଶ ମଲ୍ଲିକ ରଚନାବଳୀହୃଷୀକେଶ ମଲ୍ଲିକ ସମ୍ମାନ ଓ ପୁରସ୍କାରହୃଷୀକେଶ ମଲ୍ଲିକ ଆଧାରହୃଷୀକେଶ ମଲ୍ଲିକଓଡ଼ିଆ ଭାଷାଓଡ଼ିଶା ସରକାରଓଡ଼ିଶା ସାହିତ୍ୟ ଏକାଡେମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମୀପଖାଳମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାବୀର ସୁରେନ୍ଦ୍ର ସାଏସରଳା ଦେବୀଯୁକ୍ତରାଷ୍ଟ୍ର ଆମେରିକାଛାରପୋକwiki.phtmlଶନିବାରବିଶ୍ୱନାଥ କରଉଇକିପିଡ଼ିଆଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦରାଜେନ୍ଦ୍ର କିଶୋର ପଣ୍ଡାଦଗ୍ଧଓଡ଼ିଶାର ଲୋକନୃତ୍ୟବିନ୍ଦୁଓଡ଼ିଆ ରାନ୍ଧଣାଗଣ୍ଡାରାସେଶ୍ୱରୀ ପାଣିଗ୍ରାହୀଚୁଡ଼ାଜୀବସାର ଗରାମକୃଷ୍ଣ ପରମହଂସପ୍ରାଣବନ୍ଧୁ କରମୟୂରଶ୍ରୀନିବାସ ରାମାନୁଜନଜଗନ୍ନାଥଙ୍କ ଧୂପରାଜା ରାମମୋହନ ରାୟଲିଙ୍ଗରାଜ ମନ୍ଦିରଅକ୍ଷୟ ତୃତୀୟାବିର୍ସା ମୁଣ୍ଡାହେମଲତା ମାନସିଂହକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଥାଲକୁଡ଼ିସାରଳା ଦାସରାଜନୀତି ବିଜ୍ଞାନ୪ ଇଡିଅଟସ୍ଓପନ-ସୋର୍ସ ସଫ୍ଟୱେରନବଗୁଞ୍ଜରକମ୍ପ୍ୟୁଟରଟୋକିଓ୧୬୬୫କୁତାମ ଚଣ୍ଡୀ ମନ୍ଦିରଜର୍ମାନୀରାଧାମୋହନ ଗଡ଼ନାୟକକୋଷ୍ଠକାଠିନ୍ୟବି. ଆର. ଆମ୍ବେଦକରଆନନ୍ଦ ଶଙ୍କର ଦାସଉତ୍କଳ ବ୍ରାହ୍ମଣଦ୍ଵାରକାଧୀଶ ମନ୍ଦିରଜଗନ୍ନାଥକାଗଜଚଇତି ଘୋଡ଼ା ନାଚକୃଷ୍ଣଚନ୍ଦ୍ର ପାଣିଗ୍ରାହୀଚାନ୍ଦ୍ରମାସଚାରି ଧାମସତ୍ୟନାରାୟଣ ରାଜଗୁରୁଭାଷାବେଣୁଧର ରାଉତମୟୂରଭଞ୍ଜ ଜିଲ୍ଲାଉତ୍ତମ ମହାନ୍ତିହରିପ୍ରସାଦ ଚୌରାଶିଆଅଭିମନ୍ୟୁ ସାମନ୍ତସିଂହାରପଣା ସଂକ୍ରାନ୍ତିସମୟ (କାଳ)କଳାପାହାଡ଼ଆଜାଦ ହିନ୍ଦ୍ ଫୌଜଟମ୍ ଖା କାଇଆଇଡେଲାଲିସିବକାଶୀ ବିଶ୍ୱନାଥ ମନ୍ଦିର🡆 More