ସ୍ୱତଃ ଗର୍ଭପାତ

ସ୍ୱତଃ ଗର୍ଭପାତ, (en|ଇଂରାଜୀରେ Miscarriage, ବା spontaneous abortion ବା pregnancy loss), କୁହାଯାଏ ଯେତେବେଳେ ଗର୍ଭସ୍ଥ ଭୃଣର/ଫିଟସର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ପ୍ରାକୃତିକ ମୃତ୍ୟୁ ହୁଏ । ଗର୍ଭ ୨୦ ସପ୍ତାହ ହେବା ପର୍ଯ୍ୟନ୍ତ ଏହି ମୃତ୍ୟୁ ହେଲେ ସ୍ୱତଃ ଗର୍ଭପାତ ଓ ଏହା ପରେ ହେଲେ ସ୍ଟିଲ ବାର୍ଥ କୁହାଯାଏ । ଯୋନୀପଥରୁ ରକ୍ତସ୍ରାବ ଏହାର ମୂଖ୍ୟ ଲକ୍ଷଣ । ଏହା ଯନ୍ତ୍ରଣାଦାୟକ ହୋଇପାରେ ବା ନ ହୋଇପାରେ । ଯୋନୀପଥରୁ ମୁଣ୍ଡାରକ୍ତ ଓ ତନ୍ତୁ ନିର୍ଗତ ହୁଏ । ବିଷାଦ, ଉତ୍କଣ୍ଠା ଓ ଅପରାଧୀ ଭଳି ଭାବନା ହୋଇପାରେ ।

ସ୍ୱତଃ ଗର୍ଭପାତ
ସ୍ୱତଃ ଗର୍ଭପାତ
ଆଠ ସପ୍ତାହ ବିଶିଷ୍ଟ ଭୃଣ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics and gynecology
ଆଇସିଡ଼ି-୧୦O03.
ଆଇସିଡ଼ି-୯-ସିଏମ୍634
ରୋଗ ଡାଟାବେସ29
ମେଡ଼ିସିନ-ପ୍ଲସ001488
ଇ-ମେଡ଼ିସିନtopic list
Patient UKସ୍ୱତଃ ଗର୍ଭପାତ
MeSHD000022

ସ୍ୱତଃ ଗର୍ଭପାତ କେତେକ ସଙ୍କଟଦାୟକ ଅବସ୍ଥା ଥିଲେ ହୁଏ ଯଥା :- ବୟସ୍କ ପିତାମାତା, ପୂର୍ବ ସ୍ୱତଃ ଗର୍ଭପାତ ଇତିହାସ, ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ ନିଶା ସେବନ ତ‌ଥା ମଦ୍ୟପାନ । ୩୫ ବର୍ଷ ପୂର୍ବରୁ ସ୍ୱତଃ ଗର୍ଭପାତ ସଙ୍କଟ ୧୦ %, ୪୦ ବର୍ଷ ବୟସ ପରେ ଏହା ୪୫ % ହୁଏ । ବୟସ ୩୦ ପରେ ସଙ୍କଟ ବଢ଼ିଯାଏ । ପ୍ରଥମ ତ୍ରୈମାସିକରେ ୮୦ % ସ୍ୱତଃ ଗର୍ଭପାତ ହୁଏ । ଏହାର ଅନ୍ତର୍ନିହିତ କାରଣ ମଧ୍ୟରେ ଅସ୍ୱାଭାବିକ କ୍ରୋମୋଜୋମ ସଂପୃକ୍ତ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କ ନାମ ଏକ୍ଟୋପିକ ପ୍ରେଗନାନସି ଓ ଇମ୍ପ୍ଲାଣ୍ଟେସନ ବ୍ଲିଡିଙ୍ଗ । ଜରାୟୁ ମୁଖ ଖୋଲା ବା ବନ୍ଦ ଅଛି, ରକ୍ତରେ ହ୍ୟୁମାନ କୋରିଓନିକ ଗୋନାଡ଼ୋଟ୍ରଫିନ (ଏଚସିଜି) ଉପସ୍ଥିତି ଓ ଅଲଟ୍ରାସାଉଣ୍ଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।

ଉତ୍ତମ ପ୍ରିନାଟାଲ ଯତ୍ନ ସ୍ୱତଃ ଗର୍ଭପାତର ପ୍ରତିଷେଧ କାମ କରେ । ନିଶା ଦ୍ରବ୍ୟ ଓ ମଦ୍ୟ ପରିତ୍ୟାଗ, ସଂକ୍ରମଣ ନ ହେବା ନିମନ୍ତେ ଯତ୍ନ ଓ ରାଡିଏସନଠାରୁ ଦୂରରେ ରହିଲେ ପ୍ରତିଷେଧ କାମ କରେ । କୌଣସି ନିଧାର୍ଯ୍ୟ ଚିକିତ୍ସା ପ୍ରଥମ ୭ରୁ ୧୪ ଦିନ ମଧ୍ୟରେ ଆବଶ୍ୟକ ହୁଏ ନାହିଁ । ଅଧିକାଂଶ ମହିଳା ବିନା ଚିକିତ୍ସାରେ ରହ‌ନ୍ତି । ବେଳେ ବେଳେ ମିସୋପ୍ରୋସ୍ଟୋଲ ଔଷଧ ଦିଆଯାଏ ଓ ଜରାୟୁରେ ରହିଯାଇଥିବା ପଦାର୍ଥ ଡାଇଲାଟେସନ ଓ କ୍ୟୁରେଟେଜ (ଡିସି) ଅପରେଶନ କରି ବାହାର କରିଦିଆଯାଏ । ଆର ଏଚ ନେଗେଟିଭ ଥିବା ମହିଳା [[ଆର ଏଚ ଓ (ଡି) ଇମ୍ମ୍ୟନ‌ଗ୍ଲୋବ୍ୟୁଲିନ}} ଆବଶ୍ୟକ କରନ୍ତି । ଯନ୍ତ୍ରଣାଦୂରକାରୀ ଔଷଧ ଓ ସ‌ହାନୁଭୁତି ଉପକାରୀ ସାବ୍ୟସ୍ତ ହୁଏ ।

ପ୍ରାକ୍ ଗର୍ଭାବସ୍ଥାର ସର୍ବାଧିକ ଜଟିଳ ସମସ୍ୟା ହେଉଛି ସ୍ୱତଃ ଗର୍ଭପାତ । ନିଜର ଗର୍ଭ ଥିବା ଜାଣିଥିବା ମହିଳାଙ୍କର ସ୍ୱତଃ ଗର୍ଭପାତ ହାର ୧୦ %ରୁ ୨୦ % ଓ ସମସ୍ତ ଗର୍ଭିଣି ମହିଳାଙ୍କର ଏହି ହାର ୩୦ %ରୁ ୫୦ % । ପ୍ରାୟ ୫ % ମହିଳାଙ୍କର କ୍ରମାନ୍ୱୟରେ ଦୁଇଟି ସ୍ୱତଃ ଗର୍ଭପାତ ହୁଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଗର୍ଭାଶୟ କର୍କଟବିଭୂତି ପଟ୍ଟନାୟକ୧୯୬୧ଫସ୍‌ଫରସତାଳଧ୍ୱଜରାଉରକେଲାଚିତ୍ତରଞ୍ଜନ ଦାସଜଗନ୍ନାଥଙ୍କ ବେଶମାୟାଧର ମାନସିଂହବୃହସ୍ପତିଗୌରୀଶଙ୍କର ରାୟହୀରାକୁଦ ବନ୍ଧମନମୋହନ ସାମଲପୋଟଳ ରସାଖଞ୍ଜଣିବାଘଶାନ୍ତନୁ କୁମାର ଆଚାର୍ଯ୍ୟବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉପେନ୍ଦ୍ର ଭଞ୍ଜବିରିୟାନୀଫେବୃଆରୀଭୀମ ପୃଷ୍ଟିଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶନିବାରଡାଲମାମହାନଦୀଶଙ୍କରାଚାର୍ଯ୍ୟ୧୮ ଅକ୍ଟୋବରମାଁ ପୀତାମ୍ବର ମନ୍ଦିରଚିଲିକା ହ୍ରଦନେତୃତ୍ୱଭାରତୀୟ ସ୍ୱାଧୀନତା ଆନ୍ଦୋଳନଭଦ୍ରକ ଜିଲ୍ଲାମାର୍ଚ୍ଚ ୨୧କଳାପାହାଡ଼ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁତାମ ଚଣ୍ଡୀ ମନ୍ଦିରଓଡ଼ିଶାର ଭୂଗୋଳରୋହିତ ଶର୍ମାଯଶୋବନ୍ତ ଦାସନିତ୍ୟାନନ୍ଦ ଶତପଥୀଉପନିଷଦ୨୦ ଅଗଷ୍ଟଗୋପାଳକୃଷ୍ଣ ପଟ୍ଟନାୟକଶ୍ୱେତସାରଗଙ୍ଗାଧର ରଥଯୁକ୍ତରାଜ୍ୟମହାତ୍ମା ଗାନ୍ଧୀମନୋଜ ଦାସଙ୍କ କଥା ଓ କାହାଣୀଜ୍ଞାନକୋଷକାହ୍ନୁଚରଣ ମହାନ୍ତିରାଧାମୋହନ ଗଡ଼ନାୟକଯୌନ ସମ୍ଭୋଗନନ୍ଦିଘୋଷ୧୯ ମାର୍ଚ୍ଚକିଶୋରୀ ଚରଣ ଦାସଦେବୁ ବୋଷପରିବେଶମୁମ୍ବାଇଅକ୍ଷୟ ତୃତୀୟାସରସ୍ୱତୀ ସମ୍ମାନଗୁଗଲପାର୍ବତୀସୋନାଲ ମାନସିଂହପାକ୍ରିଟିନିବବିନ୍ଦୁମୁକ୍ତିକାନ୍ତ ମଣ୍ଡଳନୀଳକଣ୍ଠ ଦାସଖିଲିପାନଲୋକ ସଭାନରେନ୍ଦ୍ର ମୋଦୀ🡆 More