ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏକ ଭାରତୀୟ ସଂସ୍କୃତ ଭାଷା ଅଧ୍ୟୟନ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାର ପୁରୀସ୍ଥିତ ତାଳବଣିଆଠାରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ତଥା ଭାରତର ୧୫ଟି ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ । ଏହାର ପରିସର ପୁରୀ ବେଳାଭୂମି କୂଳରେ ୧୦୦ ଏକର ଜମି ଉପରେ ସ୍ଥାପିତ ଓ ଶ୍ରୀବିହାର ନାମରେ ଜଣା । ଭାରତରେ ଉଚ୍ଚତର ସଂସ୍କୃତ ଶିକ୍ଷା ପାଇଁ ସର୍ବପ୍ରଥମ ସଂସ୍କୃତ ବିଶ୍ୱବିଦ୍ୟାଳୟ ବାରଣାସୀର ସଂପୂର୍ଣ୍ଣାନନ୍ଦ ବିଶ୍ୱବିଦ୍ୟାଳୟ ଓ ଦ୍ୱିତୀୟ ଦରଭଙ୍ଗାସ୍ଥ କାମେଶ୍ୱର ସିଂହ ବିଶ୍ୱବିଦ୍ୟାଳୟ ପରେ ଏହି ବିଶ୍ୱବିଦ୍ୟାଳୟର ଭାରତରେ ତୃତୀୟତମ ।

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍"
ସ୍ଥାପିତ୭ ଜୁଲାଇ ୧୯୮୧
ପ୍ରକାରସାର୍ବଜନୀନ
କୁଳାଧିପତିପ୍ରଫେସର ଶ୍ରୀ ଗଣେଶିଲାଲ୍
କୁଳପତିପ୍ରଫେସର ଶ୍ରୀ ହରିହର ହୋତା
ଅବସ୍ଥାନପୁରୀ, ଓଡ଼ିଶା, ଭାରତ India
ପରିସରଶ୍ରୀବିହାର, ନଗର
ୱେବସାଇଟhttp://sjsv.nic.in/index.htm

ଇତିହାସ

ଓଡ଼ିଶାରେ ସଂସ୍କୃତ ସାହିତ୍ୟର ରଚୟିତା ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ ଭାଗବତ ଟୀକା, ଜୟଦେବଙ୍କ ଗୀତଗୋବିନ୍ଦ ତଥା ରାଜ୍ୟ ସଂଗ୍ରହାଳୟରେ ଥିବା ୫୦,୦୦୦ରୁ ଅଧିକ ତାଳପତ୍ର ପୋଥି ମଧ୍ୟରୁ ୧୦,୦୦୦ରୁ ଉର୍ଦ୍ଧ୍ୱ ସଂସ୍କୃତ ଭାଷାରେ ରଚିତ ପୋଥି ଆଦିର ପଠନ ଓ ଗବେଷଣା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ଅକ୍ଷୟ ତୃତୀୟା ତିଥିରେ ଗୋବର୍ଦ୍ଧନ ପୀଠ ପରିସରରେ ସଂସ୍କୃତ ଶିକ୍ଷାବିଦମାନଙ୍କର ଏକ ବୈଠକ ବସିଥିଲା । ସେଥିରେ ଯୋଗଦେଇ ତତ୍‌କାଳୀନ ଓଡ଼ିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ରାଧାନାଥ ରଥ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଉଠାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିକ୍ଷାମନ୍ତ୍ରୀ ଏହି ପ୍ରସ୍ତାବଟି ସଂସ୍କୃତ କମିଶନଙ୍କ ନିକଟକୁ ପଠାଇଥିଲେ । ସଂସ୍କୃତ କମିଶନ ଉକ୍ତ ଶିକ୍ଷାବିଦମାନଙ୍କୁ ଡକାଇ ବିଶ୍ୱବିଦ୍ୟାଳୟ ପାଇଁ ଆଗତ ପ୍ରସ୍ତାବ ବିଷୟରେ ତର୍ଜମା କରାଇଲେ । ହରେକୃଷ୍ଣ ମହତାବ, କରୁଣାକର କର, ଆର୍ତ୍ତବଲ୍ଲଭ ମହାନ୍ତି, ନୀଳକଣ୍ଠ ଦାସ, ସଂସ୍କୃତ ବିଶ୍ୱ ପରିଷଦ ସଭାପତି ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମହାମହୋପାଧ୍ୟାୟ ଦାମୋଦର ଶାସ୍ତ୍ରୀ ପ୍ରମୁଖ ଏହି ପ୍ରସ୍ତାବର ସପକ୍ଷରେ ମତଦାନ କରିଥିଲେ । ମାତ୍ର ଏହି ପ୍ରସ୍ତାବଟି ୧୭ ବର୍ଷ ଧରି କାର୍ଯ୍ୟକାରି ହୋଇ ନଥିଲା । ୧୯୭୨ ମସିହାରେ ଏହି ପ୍ରସ୍ତାବ ବିଷୟରେ ଶିକ୍ଷାବିଦମାନେ ଆଲୋଚନା ଆରମ୍ଭ କରି ପୁରୁଣା ପ୍ରସ୍ତାବରେ କିଛି ପରିବର୍ତ୍ତନ କରି ଏକ ନୂଆ ପ୍ରସ୍ତାବ ଆଗତ କରିଥିଲେ । ତେବେ ତାହା କାର୍ଯ୍ୟକାରୀ ହୋଇନଥିଲା । ୧୯୮୦ ମସିହା ଜୁନ ୯ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲାପରେ ପୂର୍ବରୁ ଅଟକି ରହିଥିବା ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରି ସେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବନ୍ଦୋବସ୍ତ ଆରମ୍ଭ କରିଥିଲେ । ୧୯୮୦ ଜୁଲାଇ ୭ ତାରିଖ ଦିନ ପୁରୀର ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଆୟୋଜିତ ଏକ ସମାବେଶରେ ପଟ୍ଟନାୟକ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା ବାବଦରେ ସୂଚନା ଦେଇଥିଲେ । ୧୯୮୧ ଜୁଲାଇ ୭ ତାରିଖ ଦିନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଭାଗୃହରେ ଏକ ବିଶେଷ ଅଧିବେଶନ ଆୟୋଜିତ କରି ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ଉଦ୍ଘାଟନୀ ସଭାରେ ପଟ୍ଟନାୟକ ଓ ତତ୍କାଳୀନ ରାଜ୍ୟପାଳ ସି.ଏମ୍ ପୁନ୍ନାଚା ଯୋଗଦେଇଥିଲେ । ରାଜ୍ୟପାଳ ପୁରୀ ରାଜଭବନ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାପରେ ଜଗନ୍ନାଥ ମନ୍ଦିରର ପୂର୍ବ ଦିଗରେ ଢାଳୁଖଣ୍ଡ ମୌଜାର ୭୫ ଏକର ଜମି ଚିହ୍ନଟ କରାଯାଇ ମହାବିଦ୍ୟାଳୟ ଗଠନ ପାଇଁ ଶିଳାନ୍ୟାସ କରାଗଲା । ୧୯୮୧ ମସିହା ଜୁଲାଇ ୭ ତାରିଖ ହେରାପଞ୍ଚମୀ ଦିନ ଏହି ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଶିକ୍ଷା ବ୍ୟବସ୍ଥା

ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :

  • ଧର୍ମଶାସ୍ତ୍ର
  • ନ୍ୟାୟ
  • ସାହିତ୍ୟ
  • ସର୍ବଦର୍ଶନ
  • ବେଦ
  • ବ୍ୟାକରଣ
  • ଅଦ୍ୱେତ ବେଦାନ୍ତ
  • ଜ୍ୟୋତିର୍ବିଜ୍ଞାନ
  • ଶାରିରିକ ଶିକ୍ଷା
  • କମ୍ପ୍ୟୁଟର ଶିକ୍ଷା
  • ଶିକ୍ଷା ଶାସ୍ତ୍ରୀ

ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି । ଏହି ସଂସ୍ଥାନ ଜଗନ୍ନାଥ ଜ୍ୟୋତିଃ ନାମକ ଏକ ଜର୍ଣ୍ଣାଲ ପ୍ରତିବର୍ଷ ପ୍ରକାଶ କରିଥାଏ ।

ପରିସରରେ ଥିବା ସୁବିଧା

ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା ଛାତ୍ରାବାସ, ପାଠାଗାର, ସ୍ୱାସ୍ଥ୍ୟ କେନ୍ଦ୍ର, ଅତିଥି ଗୃହ ଇତ୍ୟାଦିର ସୁବିଧା ରହିଛି ।

ଆଧାର

ବାହାର ଆଧାର

Official website

Tags:

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଇତିହାସଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସୁବିଧାଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଧାରଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ବାହାର ଆଧାରଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟଓଡ଼ିଶାଜଗନ୍ନାଥପୁରୀବାରଣାସୀଭାରତସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ଜେନନଭାରତର ନଦୀ ସମୂହର ତାଲିକାଫେସବୁକୟୁନିଫର୍ମ ରିସୋର୍ସ ଲୋକେଟରରୋହିଙ୍ଗିଆ ଗଣହତ୍ୟା୧୮ ମାର୍ଚ୍ଚପାରାସେଟାମୋଲସଚ୍ଚିଦାନନ୍ଦ ରାଉତରାୟଉଇକିପିଡ଼ିଆ ସମୂହର ତାଲିକାପୁଷ୍ପେନ୍ଦ୍ର ସିଂହ ଦେଓବିବାହରବୀନ୍ଦ୍ରନାଥ ଠାକୁରମୁଣ୍ଡପିଛା ଆୟକ୍ରିକେଟକାଳୀଚରଣ ପଟ୍ଟନାୟକସୂର୍ଯ୍ୟନାଟୋଖାରବେଳ ସ୍ୱାଇଁବିରାଟ କୋହଲୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଡାଲଟେପାରିନହିନା ରବାନି ଖରବେଦଭକ୍ତ ଚରଣ ଦାସଉଜବେକିସ୍ତାନମୁନ୍ନା ଖାଁଗ୍ରାସନଳୀଲୋମୁଷ୍ଟାଇନମହାତ୍ମା ଗାନ୍ଧୀଭାରତୀୟ ମୁଦ୍ରାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟନନ୍ଦ କିଶୋର ବଳରାୟଗଡ଼ାବ୍ୟଞ୍ଜନ ବର୍ଣ୍ଣ୫୬୪Armeniaକାପୋସିସ ସାର୍କୋମାନରୱେମାଉସୀ ମା’ ମନ୍ଦିରବିଜୁ ଜନତା ଦଳଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣ୧୧୫୨ହଂକଂସମ୍ବଲପୁରଅନ୍ନପୂର୍ଣ୍ଣା ରଙ୍ଗମଞ୍ଚସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାସୁଇଜରଲ୍ୟାଣ୍ଡସାରଳା ଦାସ୧୦ ମାର୍ଚ୍ଚସ୍ପେନବଙ୍ଗଳାଦେଶମାଙ୍ଗାନିଜସିଙ୍ଗାପୁରAugust 11ଗର୍ଭାବସ୍ଥାରବର୍ଟ ମୂଗଥାଲାସେମିଆବିଜୁ ପଟ୍ଟନାୟକଜ୍ୱରଭାରତୀୟ ସ୍ୱାଧୀନତା ଆନ୍ଦୋଳନଜଣ୍ଡିସ୍ଓଡ଼ିଶା ଭାସ୍କରବିଶ୍ୱନାଥ କରବର୍ଷାରାଜନୀତି ବିଜ୍ଞାନଆଦିବାସୀଲକ୍ଷ୍ମଣ ନାୟକମାଛ୨୯ ମାର୍ଚ୍ଚ🡆 More