ରାଧାନାଥ ରଥ: ଓଡ଼ିଆ ଲେଖକ

ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ,,ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ ।

ରାଧାନାଥ ରଥ
ରାଧାନାଥ ରଥ: ବାଲ୍ୟ ଜୀବନ, କର୍ମ ଜୀବନ, ରାଜନୀତିକ ଜୀବନ
ଉନ୍ନୟନ ମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜୁଲାଇ ୧୯୫୯ – ୨୫ ଫେବୃଆରୀ ୧୯୬୧
ଅର୍ଥ ଓ ଶିକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୭ ଅପ୍ରେଲ ୧୯୫୨ – ୧୯ ଅକ୍ଟୋବର ୧୯୫୬
ସଭ୍ୟ: ୫ମ ଓ ୬ଷ୍ଟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀଆଠଗଡ଼
ସଭ୍ୟ: ସ୍ୱା.ପୂ-୨, ୧ମ ଓ ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୬୧
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1896-12-06)୬ ଡିସେମ୍ବର ୧୮୯୬
ରାଧାନାଥପୁର ଶାସନ, ଆଠଗଡ଼, କଟକ ଜିଲ୍ଲା
ମୃତ୍ୟୁ୧୧ ଫେବୃଆରୀ ୧୯୯୮(1998-02-11) (ବୟସ ୧୦୧)
କଟକ, ଓଡ଼ିଶା
ସମାଧି ସ୍ଥଳସତ୍ୟବାଦୀ, ପୁରୀ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀସାବିତ୍ରୀ ରଥ
ସନ୍ତାନନୀଳକଣ୍ଠ, ମନୋରମା, ଶାନ୍ତି
ବାପା/ବୋଉଜଗନ୍ନାଥ ରଥ କମଳୀ ଦେବୀ
ଘରଗୋପବନ୍ଧୁ ଭବନ, କଟକ
ଶିକ୍ଷାମାଟ୍ରିକ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜିଏଟ ସ୍କୁଲ
ପେଷାରାଜନେତା, ସମ୍ପାଦକ
ପୁରସ୍କାରପଦ୍ମ ଭୂଷଣ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବାଲ୍ୟ ଜୀବନ

ରାଧାନାଥ, ୧୮୯୬ ମସିହା ଡିସେମ୍ବର ୬ ତାରିଖରେ କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାନାଥପୁର ଶାସନରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ରଥ ଓ ମାତାଙ୍କ ନାମ କମଳୀ ଦେବୀ ଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା, ବାଲେଶ୍ୱରର ଜୁବିଲି ସ୍କୁଲରୁ ଆରମ୍ଭ ହୋଇଥିଲା । ଏହି ବିଦ୍ୟାଳୟରେ ତାଙ୍କ ମାମୁ ଲୋକନାଥ ମହାପାତ୍ର ସଂସ୍କୃତ ପଣ୍ଡିତ ଥିଲେ । ପରେ, ସେ କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ପାଠ ପଢ଼ିଥିଲେ । ଏଠାରେ ସେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଡବ୍ଳୁ.ଡବ୍ଳୁ.ହଣ୍ଡରସନ ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ୧୯୧୬ ମସିହାରେ ସେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ସେହି ବର୍ଷ ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ ।

କର୍ମ ଜୀବନ

ରାଧାନାଥ ରଥ, ନିଜ କର୍ମ ଜୀବନ, ସିଂହଭୂମି ଜିଲ୍ଲାର ବନ ବିଭାଗରେ ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ୱାନରେ ପ୍ରେରିତ ହୋଇ,୧୯୧୯ ମସିହାରେ ବନ ବିଭାଗର ଚାକିରି ଛାଡି, ସେ ଗୋପବନ୍ଧୁ ଦାସଙ୍କ ସତ୍ୟବାଦୀ ପ୍ରେସରେ ଯୋଗଦେଇଥିଲେ । ସେଠାରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ପାକ୍ଷିକ ପତ୍ରିକା ସମାଜର ପ୍ରକାଶନ ଆରମ୍ଭ କରାଯାଇଥିଲା । ଗୋପବନ୍ଧୁ ଦାସ ସମାଜର ସମ୍ପାଦକ ଓ ରାଧାନାଥ ରଥ, ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ । ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନା ଦାୟିତ୍ୱ ନେଲେ ।

ରାଜନୀତିକ ଜୀବନ

୧୯୪୬ ମସିହାରୁ୧୯୭୭(୧୯୬୨-୭୧ ବ୍ୟତିତ) ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୫୨ରୁ ୧୯୫୯ ପର୍ଯ୍ୟନ୍ତ ରାଧାନାଥ ରଥ, ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୫୯ ମସିହାରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ବନ୍ୟବିଭାଗରେ ମନ୍ତ୍ରୀ ରୁପରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ସେ ନିଜ ଦକ୍ଷତାର ଦୃଢ଼ ପ୍ରମାଣ ଦେଇଥିଲେ । ୧୯୭୭ ପରେ ସକ୍ରିୟ ରାଜନୀତିରୁ ଦୂରେଇ ରହି, ସେ ନିଜକୁ ସମାଜ ସହ ସଂଶ୍ଳିଷ୍ଠ ରଖିଥିଲେ ।

୧୯୪୨ ମସିହାରେ, ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ, ସେ କାରାବରଣ କରିଥିଲେ । ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ସେ ଆଜୀବନ ସଭ୍ୟ ଥିଲେ ଓ ଓଡ଼ିଶା ଶାଖାର ମୁଖ୍ୟ ମଧ୍ୟ ରହିଥିଲେ । ସେ, ଭାରତ ସ୍କାଉଟ ଓ ଗାଇଡସର ଓଡ଼ିଶା ଶାଖାର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ବ୍ୟତିତ, ସେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ହିନ୍ଦ କୁଷ୍ଠ ନିରାକରଣ ସଂଘ ଆଦି ଅନୁଷ୍ଠାନ, ଭାରତ ସେବକ ସମାଜ, ଡିଭାଇନ ଲାଇଫ ସୋସାଇଟି, ରେଡକ୍ରସ, ଭାରତ-ଚିନ ସାଂସ୍କୃତିକ ଅନୁଷ୍ଠାନ, ଭାରତ-ସୋଭିଏତ ବନ୍ଧୁତା ସମାଜ, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଇତ୍ୟାଦି ଅନୁଷ୍ଠାନମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡେପୁଟି ଡିନ ହିସାବରେ ମଧ୍ୟ କାମ କରିଥିଲେ । ଓଡ଼ିଶାରେ ବନ୍ୟା ଓ ମହାମାରୀ ସମୟରେ ତାଙ୍କର ସମାଜସେବା କାର୍ଯ୍ୟର ନେତୃତ୍ୱ ନେଉଥିଲେ ।

କବିତା, ଗଳ୍ପ ଓ ଜୀବନୀ ଲେଖନ ମାଧ୍ୟମରେ ରାଧାନାଥ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । 'ମୋ ଜେଲ ସ୍ମୃତି ଲିପି' ତାଙ୍କର ଏକ ବହୁ ପଠିତ ପୁସ୍ତକ ।

୧୯୯୮ ମସିହା ଫେବୃଆରୀ ମାସ ୧୧ ତାରିଖରେ କଟକରେ ରାଧାନାଥଙ୍କର ତିରୋଧାନ ଘଟିଥିଲା ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ହିନ୍ଦୋଳ, ନରସିଂହପୁର, ଖଣ୍ଡପଡ଼ା ନିର୍ଦ୍ଦଳୀୟ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଆଠଗଡ଼ ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଆଠଗଡ଼ ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଉପ) ଆଠଗଡ଼ ସ୍ୱାଧୀନ ପ୍ରାର୍ଥୀ
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଆଠଗଡ଼ ସ୍ୱାଧୀନ ପ୍ରାର୍ଥୀ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଆଠଗଡ଼ ସ୍ୱାଧୀନ ପ୍ରାର୍ଥୀ

ପୁରସ୍କାର ଓ ସମ୍ମାନ

ଆଧାର

Tags:

ରାଧାନାଥ ରଥ ବାଲ୍ୟ ଜୀବନରାଧାନାଥ ରଥ କର୍ମ ଜୀବନରାଧାନାଥ ରଥ ରାଜନୀତିକ ଜୀବନରାଧାନାଥ ରଥ ପୁରସ୍କାର ଓ ସମ୍ମାନରାଧାନାଥ ରଥ ଆଧାରରାଧାନାଥ ରଥ

🔥 Trending searches on Wiki ଓଡ଼ିଆ:

ସଦାଶିବ ତ୍ରିପାଠୀବିରାଟ କୋହଲୀକାହ୍ନୁଚରଣ ମହାନ୍ତିମହାତ୍ମା ଗାନ୍ଧୀଙ୍କ ପରିବାର୨୫ ନଭେମ୍ବରପ୍ରଦୂଷଣମାଳତୀ ଚୌଧୁରୀହୀରାକୁଦ ବନ୍ଧପୂର୍ବାଷାଢ଼ା (ନକ୍ଷତ୍ର)ରୁକୁଣା ରଥଯାତ୍ରାକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୨ ଜୁନଆପଲ ଇନକର୍ପୋରେଟେଡଗୋଦାବରୀଶ ମହାପାତ୍ରମଧୁସୂଦନ ରାଓଉଇକିକଥାମୟୂରଭଞ୍ଜ ରାଜ୍ୟମାସକାଟୁଲୁ ରବି କୁମାରଅଟିଜିମ୍‌ଗୁରୁବାରୀ ମିର୍ଦ୍ଧାମେନିଞ୍ଜାଇଟିସ୍ଜୈନ ଧର୍ମଦୀପକ ମିଶ୍ରବରଗଡ଼ ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥ୨୧ ଅପ୍ରେଲବାଲେଶ୍ୱର ଜିଲ୍ଲାଔଷଧୀୟ ଗଛଲତାମାନଙ୍କର ତାଲିକାପ୍ରସନ୍ନ କୁମାର ପାଟ୍ଟଶାଣୀଇଣ୍ଡୋନେସିଆବନମାଳୀ ଦାସବରାହଗିରି ଭେଙ୍କଟଗିରିଫୁଲସୁନାରାମଚନ୍ଦ୍ର ମିଶ୍ରwiki.phtmlଚାଖି ଖୁଣ୍ଟିଆଚିତ୍ତରଞ୍ଜନ ଦାସବୀରକିଶୋର ଦାସକାଳୀଭୀମ ଭୋଇବି. ଆର. ଆମ୍ବେଦକରହୋ ଜନ‌ଜାତିହେପାଟାଇଟିସନୀଳକଣ୍ଠ ଦାସପଞ୍ଚାୟତ ରାଜଚରକବାଘ୧୮ ସେପ୍ଟେମ୍ବରଗୁରୁପ୍ରସାଦ ମହାନ୍ତିଓଡ଼ିଆ ନବବର୍ଷଉଇକିପାଠାଗାରକାଳିନ୍ଦୀ ଚରଣ ପାଣିଗ୍ରାହୀହନୁମାନ୨୨ ଅଗଷ୍ଟପର୍ଶୁରାମ ପାଣିଗ୍ରାହୀ୩ ମାର୍ଚ୍ଚଚନ୍ଦନ ଯାତ୍ରାବାରିପଦାଗୁରୁ ପ୍ରସାଦ ମହାନ୍ତିଓଡ଼ିଶାର ଲୋକନୃତ୍ୟମନୋଜ ଦାସରାମାନୁଜ ଆଚାର୍ଯ୍ୟଆଲାପ୍ପୁଝାରେବତୀ (କ୍ଷୁଦ୍ରଗଳ୍ପ)ବସନ୍ତ କୁମାରୀ ପଟ୍ଟନାୟକରାମକୃଷ୍ଣ ନନ୍ଦବଦ୍ରୀନାଥ ମନ୍ଦିର୮ ଅକ୍ଟୋବର🡆 More