ଶମୀ

ଶମୀ ବା ଶର୍ମୀ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଛୋଟ ଓ ବଡ଼ ଭେଦରେ ଏହା ଦୁଇପ୍ରକାରର। ଉଭୟ ଜାତିର ଗୁଣ ସମାନ। ବାବୁଲା ଗଛ ପରି ଏହା କଣ୍ଟାଯୁକ୍ତ ଗଛ। ଏ ଗଛ ଭାରତର ଗଡ଼ଜାତ ଅଞ୍ଚଳରେ ଦେଖାଯାଏ। ଅନ୍ୟତ୍ର ଏହା କ୍ୱଚିତ୍ ଦେଖିବାକୁ ମିଳେ।

ଶମୀ
ଶମୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Prosopis
ଜାତି: P. cineraria
ବାଇନୋମିଆଲ ନାମ
Prosopis cineraria
(L.) Druce
Synonyms

Adenanthera aculeata Roxb.
Mimosa cineraria L.
Prosopis spicigera L.
Prosopis spicata Burm.

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଶମୀ, ଶର୍ମୀ
ସଂସ୍କୃତ ଶମୀ, ଶକ୍ତୁଫଳା, ଲକ୍ଷ୍ମୀ, ମଙ୍ଗଲ୍ୟା, ତୁଙ୍ଗା, ଶିବାଫଳା, କେଶହନ୍ତ୍ରୀ ଓ ଶମୀର
ହିନ୍ଦୀ ଶମୀ, ଶର୍ମୀ, ଚିକୁର, ଛେକର, ସଫେକିଫିକର, ଖେଜଡି खेजड़ी
ତେଲୁଗୁ ଶମୀ శమీ
ବଙ୍ଗଳା ଶାଇଁ শাইঁ

ଶାସ୍ତ୍ରୋକ୍ତ ଗୁଣ

କଟୁ ମିଶ୍ରିତ କଷାୟ ରସ। ରୁକ୍ଷ, ଲଘୁପାକ, ଶୀତଳ, କଫ, କାଶ, ଶ୍ୱାସ, ଅର୍ଶ, ଅତିସାର, ରକ୍ତପିତ୍ତ ଓ କୁଷ୍ଠ ରୋଗର ନାଶକ। ମାତ୍ରା ଚାରିଅଣାରୁ ଆଠ ଅଣା।

ବ୍ୟବହାର

ଔଷଧୀୟ

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ଚର୍ମରୋଗରେ ଏହାର ପତ୍ର ରସ ସହିତ ଗୁଗ୍ଗୁଳ ମିଶାଇ ସେବନ କରାଯାଏ।
  • ପିତ୍ତଜ କଫ ଓ କାଶରେ ଏହା ପିପ୍ପଳୀଚୂର୍ଣ୍ଣ ସହିତ ପ୍ରୟୋଗ କରାଯାଏ।
  • ପ୍ରମେହ ଆଦିରେ ଏହାର ଛେଲିର ରସକୁ ମିଶ୍ରି ସହିତ ସେବନ କଲେ ଲାଭ ମିଳେ।
  • ପେଟ ଗୋଳମାଳ ଓ ଝାଡ଼ା ଆଦିରେ ଏହାର ରସକୁ ମହୁସହିତ ସେବନ କରାଯାଏ। ପେଟବ୍ୟଥାରେ ଏହାର ପତ୍ରରସରେ ମହୁ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ସେବନ କରାଯାଏ।
ଶମୀ 
ଶମୀଗଛ
  • ଧାତୁ ବୃଦ୍ଧି ଓ ଶୁଦ୍ଧି ପାଇଁ ଏହା ଛେଲିକୁ ବାଟି ଗାଈଲହୁଣୀ ଓ ମିଶ୍ରି ସହିତ ସେବନ କରାଯାଏ।
  • ଏହାର ଛେଲିକୁ ଜଳରେ ସିଝାଇ କ୍ଷତକୁ ଧୋଇଲେ ତାହା ଶୁଖିଯାଏ।
  • ଚର୍ମରୋଗରେ ଏହାର ଛେଲିକୁ ଏହାର ପତ୍ରରସ ସହତି ବାଟି ସେବନ କରାଯାଏ।
  • କାଶ, ଶ୍ୱାସ ଓ ପୁରାତନ ଜ୍ୱରରେ ଏହାର ଛେଲି ସିଝା ପାଣିକୁ ମହୁ ସହିତ ସେବନ କରାଯାଏ। ଏହାଦ୍ୱାରା ଦେହରୁ ଆଳସ୍ୟ ନିବାରିତ ହୁଏ।

ଅନ୍ୟାନ୍ୟ

  • ଅନାବଶ୍ୟକ କେଶ ଦୂର କରିବାପାଇଁ ଶମୀ ଗଛର କଞ୍ଚା ଫଳକୁ ବାଟି ପ୍ରୟୋଗ କରାଯାଏ।

ଆଧାର

ବାହାର ଆଧାର

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

Tags:

ଶମୀ ବିବିଧ ଭାରତୀୟ ପ୍ରାଦେଶିକ ନାମଶମୀ ଶାସ୍ତ୍ରୋକ୍ତ ଗୁଣଶମୀ ବ୍ୟବହାରଶମୀ ଆଧାରଶମୀ ବାହାର ଆଧାରଶମୀ

🔥 Trending searches on Wiki ଓଡ଼ିଆ:

ବ୍ୟାଙ୍କୟୁକ୍ରେନସିପାହୀ ବିଦ୍ରୋହଅଶ୍ୱିନୀ କୁମାର ଘୋଷମାସବିଜୁ ପଟ୍ଟନାୟକମହାପାତ୍ର ନୀଳମଣି ସାହୁଉତ୍କଳ ସମ୍ମିଳନୀଜ୍ୟୋତିର୍ଲିଙ୍ଗଗୁରୁ ପ୍ରସାଦ ମହାନ୍ତିଅନ୍ନପୂର୍ଣ୍ଣା ମହାରଣାବ୍ୟାସଦେବସୋଫୋସବୁଭିର/ଭେଲପାଟାସଭିରସାଧାରଣତନ୍ତ୍ର ଦିବସ (ଭାରତ)ମିଥୁନ (ରାଶି)ତୁର୍କୀସୁସ୍ମିତା ରଥଏକାଦଶୀବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରସର୍ବିଆମାଟିର ମଣିଷ (ଉପନ୍ୟାସ)ବାରବାଡୋସତନ୍ଦୁର୍ଅଳେଇଚଭାଇ ଭାଇୟୁରୋପସରୋଜିନୀ ସାହୁପଠାଣି ସାମନ୍ତଅଂକୋର୍ ୱାଟ୍୨୦୨୩ର ଓଡ଼ିଆ କଥାଚିତ୍ରଜଗନ୍ନାଥଙ୍କ ବେଶନନ୍ଦିନୀ ଶତପଥୀଅଖିଳ ମୋହନ ପଟ୍ଟନାୟକଭଦ୍ରକଔଷଧୀୟ ଗଛଲତାମାନଙ୍କର ତାଲିକାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକମ୍ପ୍ୟୁଟରକୋଣାର୍କ ସୂର୍ଯ୍ୟ ମନ୍ଦିରଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଧର୍ମପଦISBN (identifier)ପ୍ରଧାନ ପୃଷ୍ଠାଓଡ଼ିଆ ଖାଦ୍ୟକୋଡିନଏ ଭି ସ୍ୱାମୀସମ୍ବଲପୁରୀ ଭାଷାନିଓୱାଇଜ ଧୂମକେତୁଅଷ୍ଟ୍ରେଲିଆପଞ୍ଚତୀର୍ଥ, ପୁରୀନୂଆପଡ଼ା ଜିଲ୍ଲାଜୈନ ଧର୍ମଭଗବତ ଗୀତାବିଶ୍ୱ ଏଡ୍‌ସ ଦିବସଆଣ୍ଟିଅକ୍ସିଡାଣ୍ଟଅଚିହ୍ନା ବାସଭୂମିଭାରତର ସଂସ୍କୃତିକଳ୍ପନା କୁମାରୀ ଦେବୀଭଗବତୀ ଦେଉଳକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଦେବୀପ୍ରସନ୍ନ ପଟ୍ଟନାୟକସି (ପ୍ରୋଗ୍ରାମିଂ ଭାଷା)ହୃଷୀକେଶ ପଣ୍ଡା୧୯ ଜାନୁଆରୀଶ୍ରୀନିବାସ ରାମାନୁଜନନଟବର ଶତପଥୀମଧୁସୂଦନ ରାଓଢଗ ଢମାଳି🡆 More