ରାଜୁ ଶ୍ରୀବାସ୍ତବ: ଭାରତୀୟ ଅଭିନେତା

 

ରାଜୁ ଶ୍ରୀବାସ୍ତବ
ରାଜୁ ଶ୍ରୀବାସ୍ତବ: ଅଭିନୟ ଜୀବନ, ରାଜନୈତିକ ଜୀବନ, ବ୍ୟକ୍ତିଗତ ଜୀବନ
୨୦୧୨ ମସିହାରେ ଏକ କାର୍ଯ୍ୟକ୍ରମରେ ରାଜୁ ଶ୍ରୀବାସ୍ତବ
ଜନ୍ମ
ସତ୍ୟ ପ୍ରକାଶ ଶ୍ରୀବାସ୍ତବ

(1963-12-25)୨୫ ଡିସେମ୍ବର ୧୯୬୩
ମୃତ୍ୟୁ୨୧ ସେପ୍ଟେମ୍ବର ୨୦୨୨(2022-09-21) (ବୟସ ୫୮)
ବୈବାହିକ-ସାଥୀଶିଖା ଶ୍ରୀବାସ୍ତବ

ସତ୍ୟ ପ୍ରକାଶ ଶ୍ରୀବାସ୍ତବ (୨୫ ଡିସେମ୍ବର ୧୯୬୩ - ୨୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ରାଜୁ ଶ୍ରୀବାସ୍ତବ ଭାବରେ ବୃତ୍ତିଗତ ଭାବରେ ଜଣାଶୁଣା ଥିଲେ । ସେ ଗଜୋଧର ନାମରେ ମଧ୍ୟ ଅନେକ ହାସ୍ୟାତ୍ମକ କାର୍ଯ୍ୟକ୍ରମ କରିଥିଲେ । ସେ ଅଭିନେତା ଭାବରେ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଜରିଆରେ ଲୋକପ୍ରିୟତା ପାଇଥିଲେ ମଧ୍ୟ ଏଥିରେ ବିଜୟୀ ହୋଇପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସେହିଭଳି ଅନ୍ୟ ଏକ କାର୍ଯ୍ୟକ୍ରମ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ - ଚାମ୍ପିଅନ୍ସରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ "ଦି କମେଡ଼ି କିଙ୍ଗ୍" ଭାବରେ ବିଜୟୀ ହୋଇଥିଲେ ।

ସେ ଭାରତୀୟ ରିଆଲିଟି ଶୋ ବିଗ୍‌ବସ୍‌ର ୩ୟ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପାଖାପାଖି ୨ ମାସରୁ ଅଧିକ ସମୟ ଧରି ଏହି କାର୍ଯ୍ୟକ୍ରମରେ ରହିବା ପରେ ୪ ଡିସେମ୍ବର ୨୦୦୯ରେ ସେ ଏଥିରୁ ବିଦାୟ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ କମେଡି କା ମହା ମୁକାବାଲାରେ ଭାଗ ନେଇଥିଲେ ।

ଅଭିନୟ ଜୀବନ

ରାଜୁ ଆରମ୍ଭରୁ ହିନ୍ଦୀ କଥାଚିତ୍ର ଜଗତରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ମୈନେ ପ୍ୟାର୍ କିୟା ତଥା ବାଜିଗର, ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଆମଦାନି ଆଠନ୍ନି ଖାର୍ଚ୍ଚା ରୂପାୟାରେ ଜଣେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ ।

୨୦୧୩–୨୦୨୨

୨୦୧୩ ମସିହାରେ ରାଜୁ ତାଙ୍କ ପତ୍ନୀଙ୍କ ସହିତ ଷ୍ଟାର୍‌ ପ୍ଲସ୍‌ର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ନାଚ୍ ବଲିୟେର ୬ଷ୍ଠ ସଂସ୍କରଣରେ ଭାଗ ନେଇଥିଲେ । ଏଥି ସହିତ କଲର୍ସ ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ହାସ୍ୟଭିତ୍ତିକ କାର୍ଯ୍ୟକ୍ରମ କମେଡ଼ି ନାଇଟ୍‌ସ୍ ଉଇଥ୍ କପିଲ୍‌ରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ସେ ଲାଇଫ୍ ଓକେ ଟିଭିରେ ପ୍ରସାରିତ ହୋଇଥିବା ଅନ୍ୟ ଏକ ହାସ୍ୟାତ୍ମକ କାର୍ଯ୍ୟକ୍ରମ ମଜାକ୍ ମଜାକ୍ ମେଁରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଚାରକ ଭାବରେ ଭାରତୀୟ କ୍ରିକେଟ୍ ଖେଳାଳୀ ହରଭଜନ ସିଂହ ଓ ପାକିସ୍ତାନୀ କ୍ରିକେଟ୍ ଖେଳାଳୀ ସୋହେବ ଅଖତାର କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ

୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ସମୟରେ ରାଜୁସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବରେ କାନପୁରରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରଚାର କରୁଥିଲେ, ମାତ୍ର ୧୧ ମାର୍ଚ୍ଚ ୨୦୧୪ରେ ସ୍ଥାନୀୟ ସମର୍ଥନ ନମିଳିବାରୁ ସେ ସେହି ଟିକେଟ୍ ଫେରସ୍ତ କରିଦେଇଥିଲେ । ଏହା ପରେ ୧୯ ମାର୍ଚ୍ଚ ୨୦୧୪ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଅଂଶଗ୍ରହଣ କରିବାକୁ ମନୋନୀତ କରିଥିଲେ। ସେବେଠାରୁ ସେ ବିଭିନ୍ନ ସହରରେ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରି ଆସୁଥିଲେ। ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ସେ ବିଭିନ୍ନ ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଭିନ୍ନ ଟିଭି ବିଜ୍ଞାପନ ଏବଂ ସାମାଜିକ ସେବା ବାର୍ତ୍ତା ଭିଡିଓ ମଧ୍ୟ ସୁଟିଂ କରିଥିଲେ ।

ବ୍ୟକ୍ତିଗତ ଜୀବନ

ରାଜୁ ଶ୍ରୀବାସ୍ତବ ୧ ଜୁଲାଇ ୧୯୯୩ରେ ଶିଖାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି; ଅନ୍ତରା ଓ ଆୟୂଷମାନ । ୨୦୧୦ ମସିହାରେ ତାଙ୍କୁ ପାକିସ୍ତାନରୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ତାଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ପାକିସ୍ତାନ କିମ୍ବା ଦାଉଦ୍ ଇବ୍ରାହିମ୍ ଉପରେ କୌଣସି ପ୍ରକାର ବ୍ୟଙ୍ଗ ନକରିବାକୁ ଧମକ ଦିଆଯାଇଥିଲା ।

ମୃତ୍ୟୁ

ସେ ୧୦ ଅଗଷ୍ଟ ୨୦୨୨ରେ ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ହୃଦଘାତରେ ପୀଡ଼ିତ ହୋଇଥିଲେ। ସେ ଆଞ୍ଜିଓପ୍ଲାଷ୍ଟିରେ ଶୀକାର ହୋଇଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଚିକିତ୍ସା ସମୟରେ ତାଙ୍କ ମସ୍ତିଷ୍କରେ ଫୁଲା ଦେଖାଯାଇଥିଲା ଏବଂ ସେ ସ୍ନାୟୁବିଜ୍ଞାନୀମାନଙ୍କଦ୍ୱାରା ମଧ୍ୟ ଚିକିତ୍ସିତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ୨୧ ସେପ୍ଟେମ୍ବର ୨୦୨୨ରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଭିନୀତ କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମ

ଚଳଚ୍ଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୮୮ ତେଜାବ
୧୯୮୯ ମୈନେ ପ୍ୟାର୍ କିଆ ଟ୍ରକ୍ ହେଲ୍‌ପର୍
୧୯୯୩ ବାଜିଗର କଲେଜ ଛାତ୍ର
ଶ୍ରୀ ଆଜାଦ୍
୧୯୯୪ ଅଭୟ
୨୦୦୧ ଅମଦାନୀ ଆଠନ୍ନି ଖାର୍ଚ୍ଚା ରୂପାୟା ବାବା ଚିନ୍ ଚିନ୍ ଚୋ
୨୦୦୨ ୱା! ତେରା କ୍ୟା କେହନା ବାନେ ଖାନଙ୍କ ସହକାରୀ
୨୦୦୩ ମେଁ ପ୍ରେମ୍ କି ଦିୱାନି ହୁଁ ଶମ୍ଭୁ, ସଞ୍ଜନାଙ୍କ ଚାକର
୨୦୦୬ ବିଦ୍ୟା: ଦ ପାୱାର୍ ଅଫ୍ ଷ୍ଟୁଡେଣ୍ଟ ଇନ୍ସପେକ୍ଟର ଜେକେ
୨୦୦୭ ଜାହାଁ ଜାୟେଗା ହେମେଁ ପାୟେଗା ଜେଲର୍
ବିଗ୍ ବ୍ରଦର୍ ଅଟୋ ଚାଳକ ଏବଂ ରିଜ୍‌ୱାନ୍ ଅହମ୍ମଦ
ବମ୍ବେ ଟୁ ଗୋଆ ଆନ୍ଥୋନି ଗୋନ୍‌ସାଲଭସ୍
୨୦୧୦ ଭାବନାଁ କୋ ସମଝୋ ଦୟା ଫ୍ରମ୍ ଗୟା
ବାରୁଦ୍: (ଦ ଫାୟାର୍) - ଏ ଲଭ୍ ଷ୍ଟୋରୀ
୨୦୧୭ ଟୟଲେଟ : ଏକ ପ୍ରେମ କଥା
ଫିରଙ୍ଗି ଅତିଥି କଳକାର

ଟିଭି ଧାରାବାହିକ

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୯୪ ଦେଖ୍ ଭାଇ ଦେଖ୍ ଅତିଥି କଳକାର
ଟି ଟାଇମ୍ ମନୋରଞ୍ଜନ ନିଜେ
୧୯୯୫–୨୦୦୫ ଶକ୍ତିମାନ ଧୁରନ୍ଦର ସିଂ
୨୦୦୫ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ ପ୍ରତିଯୋଗୀ
୨୦୦୯ ବିଗ୍ ବସ୍ ପ୍ରତିଯୋଗୀ
୨୦୦୭–୨୦୧୪ କମେଡି ସର୍କସ୍ ବିଭିନ୍ନ ପ୍ରକାରର ଭୂମିକା
୨୦୦୮–୨୦୦୯ ରାଜୁ ହାଜିର୍ ହୋ ନିଜେ
୨୦୧୧ କମେଡି କା ମହା ମୁକାବିଲା ପ୍ରତିଯୋଗୀ
୨୦୧୨ ଲାଫ୍ ଇଣ୍ଡିଆ ଲାଫ୍ ନିଜେ
୨୦୧୩–୨୦୧୪ ନାଚ୍ ବଲିୟେ ପ୍ରତିଯୋଗୀ
୨୦୧୩–୨୦୧୬ କମେଡି ନାଇଟ୍ସ ଉଇଥ୍ କପିଲ୍ ବିଭିନ୍ନ ପ୍ରକାରର ଭୂମିକା
୨୦୧୪ ଗ୍ୟାଙ୍ଗସ୍ ଅଫ୍ ହସିପୁର୍ ଉପସ୍ଥାପକ
୨୦୧୫ ଅଦାଲତ ରାଜୁ ଚୌରାସିଆ |
୨୦୧୬–୨୦୧୭ ଦି କପିଲ ଶର୍ମା ଶୋ ଅତିଥି ଏବଂ କଳାକାର

ଆଧାର

ବାହାର ଆଧାର

Tags:

ରାଜୁ ଶ୍ରୀବାସ୍ତବ ଅଭିନୟ ଜୀବନରାଜୁ ଶ୍ରୀବାସ୍ତବ ରାଜନୈତିକ ଜୀବନରାଜୁ ଶ୍ରୀବାସ୍ତବ ବ୍ୟକ୍ତିଗତ ଜୀବନରାଜୁ ଶ୍ରୀବାସ୍ତବ ମୃତ୍ୟୁରାଜୁ ଶ୍ରୀବାସ୍ତବ ଅଭିନୀତ କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରାଜୁ ଶ୍ରୀବାସ୍ତବ ଆଧାରରାଜୁ ଶ୍ରୀବାସ୍ତବ ବାହାର ଆଧାରରାଜୁ ଶ୍ରୀବାସ୍ତବ

🔥 Trending searches on Wiki ଓଡ଼ିଆ:

ଆପେଣ୍ଡିସାଇଟିସଆଣ୍ଡାମାନ ସାଗରକଟକ ଜିଲ୍ଲାଭାରତୀୟ ଜାତୀୟ କଂଗ୍ରେସପିଙ୍କି ପ୍ରଧାନବଳଦେବଜୀଉ ମନ୍ଦିରଡାକ ମୁନସୀଜ୍ୟୋତିର୍ଲିଙ୍ଗ୩୦ ଅପ୍ରେଲଓଡ଼ିଆ ଉଇକିପିଡ଼ିଆଭାରତୀୟ ସମ୍ବିଧାନସୁନାଓଡ଼ିଆ ଖାଦ୍ୟଓଡ଼ିଆ କାବ୍ୟ କବିତାବିଶ୍ୱ ଏଡ୍‌ସ ଦିବସରାଜା ରାମମୋହନ ରାୟଜଗନ୍ନାଥ ଦାସକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମାଣବସା ଗୁରୁବାରଓଡ଼ିଆ କବି ମାନଙ୍କର ତାଲିକାପ୍ରାଣବନ୍ଧୁ କରରାକ୍ଷୀ ପୂର୍ଣ୍ଣିମା୧ (ସଂଖ୍ୟା)ଜିନା ସାମଲଓଡ଼ିଆ ଖବରକାଗଜ ତାଲିକାଯଦୁମଣି ମହାପାତ୍ରମାଟିର ମଣିଷମାର୍ଚ୍ଚରାଧାନାଥ ରଥବର୍ଷା ପ୍ରିୟଦର୍ଶିନୀରାଜ୍ୟ ସଭାନେଲସନ ମଣ୍ଡେଲାଇତିହାସଖଡ଼ଗପୁରହେପାଟାଇଟିସ ବିଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଜଣ୍ଡିସ୍ରାମଚନ୍ଦ୍ର ମିଶ୍ରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରତପନ କୁମାର ପ୍ରଧାନପୁନମ ମିଶ୍ରବାଘରାଧାମୋହନ ଗଡ଼ନାୟକଭାଷାଛାୟାପଥଜାହାଙ୍ଗୀରସୀତାକାନ୍ତ ମହାପାତ୍ରଭାରତର ନଦୀ ସମୂହର ତାଲିକାସାମାଜିକ ଆନ୍ଦୋଳନକମ୍ପ୍ୟୁଟରବ୍ୟାଙ୍କଅଷ୍ଟ୍ରିଆମଙ୍ଗଳୁ ଚରଣ ବିଶ୍ୱାଳମଇ ଦିବସବିସ୍ଥାପିତ କାନ୍ଧ ଗଣ୍ଠିବିଜୁ ପଟ୍ଟନାୟକଧନୁ (ରାଶି)ନବଯୌବନ ବେଶଆଖୁଖାରବେଳ୧୯୬୧ପ୍ରତୀକ୍ଷାଜଗନ୍ନାଥଙ୍କ ବେଶରାସନ କାର୍ଡ଼ (ଭାରତ)୪ (ସଂଖ୍ୟା)ଓଡ଼ିଆ ଭାଷା ଆନ୍ଦୋଳନ୧୮ ଅକ୍ଟୋବରଶ୍ରୀଲଙ୍କାର ଭୂଗୋଳବୃହସ୍ପତି୨୪ ଅପ୍ରେଲଶେୟାର ବଜାରଓ ଅନ୍ଧଗଳି🡆 More