ସ୍ୱଚ୍ଛ ଭାରତ ଅଭିଯାନ

ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।


ସ୍ୱଚ୍ଛ ଭାରତ ଅଭିଯାନ

୨ ଅକ୍ଟୋବର ୨୦୧୪ (ମହାତ୍ମା ଗାନ୍ଧିଙ୍କର ୧୪୫ତମ ଜୟନ୍ତୀରେ )

ଧାର୍ଯ୍ୟ ସମୟ ଅବଧି

୨ ଅକ୍ଟୋବର ୨୦୧୪ରୁ ୨ ଅକ୍ଟୋବର ୨୦୧୯

ଆରମ୍ଭ ସ୍ଥଳ

ବାଲ୍ମୀକି ମନ୍ଦିର, ନୂଆ ଦିଲ୍ଲୀ, ମହାତ୍ମା ଗାନ୍ଧି ଏଠାରେ ୨୧୪ ଦିନ ଧରି ରହିଥିଲେ

Y8 ସଫାସୁତୁରା ରଖିବା ପାଇଁ ଶପଥ ପାଠ କରାଇଛନ୍ତି । ଆଉ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱଚ୍ଛତା ପାଇଁ ବର୍ଷକରେ ୧୦୦ ଘଣ୍ଟା ଅର୍ଥାତ ସପ୍ତାହରେ୨ ଘଣ୍ଟା ଲେଖାଏଁ ସମୟ ଦେବାପାଇଁ ଆହ୍ୱାନ ଦେଇଛନ୍ତି । ଶପଥ ପାଠ ପରେ ସେ ନିଜେ ବାଲ୍ମୀକି ମନ୍ଦିର, ଏକ ପୁଲିସ ଥାନା ଏବଂ ସ୍କାଭେଞ୍ଜର କଲୋନୀରେ ହାତରେ ଝାଡ଼ୁ ଧରି ଆବର୍ଜନା ସଫା କରିଥିଲେ । ସେ www.mycleanindia.gov.in ୱେବସାଇଟ ସହ ଯୋଡ଼ି ହୋଇ ସରକାରଙ୍କୁ ମତାମତ ଓ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ମୋଦୀଙ୍କଦ୍ୱାରା ନିମନ୍ତ୍ରିତ ବ୍ୟକ୍ତିଗଣ

ମୋଦୀ ସ୍ୱଚ୍ଛତା ଅଭିଯାନକୁ ଚ୍ୟାଲେଞ୍ଜ ସହ ଗ୍ରହଣ କରି ଭାରତବାସୀଙ୍କୁ ପ୍ରେରଣା ଦେବା ପାଇଁ ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନେ ହେଲେ :

  1. ସଚିନ ତେନ୍ଦୁଲକର (ପୁର୍ବତନ କ୍ରିକେଟ ଖେଳାଳୀ),
  2. ଶଶୀ ଥରୁର (କଂଗ୍ରେସ ନେତା),
  3. ଅନିଲ ଅମ୍ବାନୀ (ଶିଳ୍ପପତି),
  4. ସଲମନ ଖାନ (ଅଭିନେତା),
  5. ପ୍ରିୟଙ୍କା ଚୋପ୍ରା (ଅଭିନେତ୍ରୀ),
  6. କମଲ ହାସନ (ଚଳଚ୍ଚିତ୍ର ନିର୍ଦ୍ଦେଶକ),
  7. ବାବା ରାମଦେବ (ଯୋଗ ଗୁରୁ),
  8. ମୃଦୁଳ ସିହ୍ନା (ଗୋଆ ରାଜ୍ୟପାଳ) ଏବଂ
  9. ଟିଭି ଧାରାବାହିକ ତାରକ ମେହେଟା କା ଉଲଟା ଚଷମାର ସମସ୍ତ ସଦସ୍ୟ ।
  10. କପିଳ ଶର୍ମା (ହାସ୍ୟ ଅଭିନେତା)

ଚ୍ୟାଲେଞ୍ଜ ଗ୍ରହଣକରିଥିବା ମନୋନୀତ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୯ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବା ପାଇଁ ନିବେଦନ କରିଥିଲେ ।

ପ୍ରଚାରରେ ଅନ୍ୟମାନଙ୍କ ଅଂଶଗ୍ରହଣ

  • ଭାରତର ରାଷ୍ଟ୍ରପତି, ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର କିରନାରଠାରେ ପତାକା ହଲାଇ ସ୍ୱଚ୍ଛ ଭାରତ ଅଭିଯାନକୁ ଉଦ୍‌ଘାଟନ କରିଥିଲେ । ଯେଉଁଠାରେ ସେ କିରନାର ଶିବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଏବଂ ଅନ୍ୟମାନଙ୍କୁ ସ୍ୱଚ୍ଛତା ଅଭିଯାନରେ ସହଯୋଗ କରିବାକୁ ନିବେଦନ କରିଥିଲେ । ୪ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ଦୌଡ଼ କାର୍ଯ୍ୟକ୍ରମ ପାଳନ କରିଥିଲେ ଯେଉଁଥିରେ ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା । ଏହି ଦୌଡ଼ ପ୍ରତିଯୋଗିତାରେ ସଚିବାଳୟର କର୍ମଚାରୀ, ଅଧିକାରୀ ,ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ, ସେନା ସୁରକ୍ଷା କର୍ମୀ, ଦିଲ୍ଲୀ ପୁଲିସ ଏବଂ ତାଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ ।
  • ସୁଦର୍ଶନ ଭଗତ (ରାଜ୍ୟ ସମାଜ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ), ସ୍ୱଚ୍ଛ ଉଦ୍ଦ୍ୟମୀ ଯୋଜନା, ସ୍ୱଚ୍ଛତାରୁ ସମ୍ପର୍ଣ୍ଣତା ଆଡ଼କୁ ଜାତୀୟ ସଫାଇ କର୍ମଚାରୀ ବିତ୍ତ ଏବଂ ଉନ୍ନୟନ ସଂସ୍ଥାନ, ଇଣ୍ଡିଆ ହାବିଟାଟ, ନୂଆଦିଲ୍ଲୀଠାରେ ଉଦ୍‌ଘାଟନ କରିଛନ୍ତି ।
  • ପ୍ରକାଶ ଜାଭେଦକର (ତଥ୍ୟ ଏବଂ ସୂଚନା ପ୍ରସାରଣ କେନ୍ଦ୍ରମନ୍ତ୍ରୀ), ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ଆହ୍ୱାନ ଦେଇ ପ୍ରସୂନ ଯୋଶୀଙ୍କ ନିର୍ମିତ ସ୍ୱଚ୍ଛ ଭାରତକା ଇରାଦା କରଲିଆ ହମନେ ଅଡ଼ିଓ ଟ୍ରାକକୁ ଉନ୍ମୋଚନ କରିଥିଲେ ।
  • ନିତିନ ଗଡ଼କରୀ (ଗ୍ରାମ୍ୟ ଉନ୍ନୟନ, ଜଳ ଏବଂ ପରିମଳ କେନ୍ଦ୍ରମନ୍ତ୍ରୀ), ଅକ୍ଟୋବର ୨୦୧୯ ସୁଦ୍ଧା ଏହି ଲକ୍ଷକୁ ହାସଲ କରିବା ପାଇଁ ପ୍ରତି ଗ୍ରାମକୁ ବାର୍ଷିକ ୨୦ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ ।
  • ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର ନିମନ୍ତେ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡ଼ ପକ୍ଷରୁ ସ୍ୱଚ୍ଛତା ପାଇଁ ସଂକଳ୍ପ ନିଆଯାଇଥିଲା ।
  • ସ୍ୱଚ୍ଛ ଭାରତ ଅଭିଯାନ - ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟ ସ୍ଥଳସେନା ସଂସ୍ଥାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ଜଳସେନା କାର୍ଯ୍ୟାଳୟରେ ୨୫ ସେପ୍ଟେମ୍ବର ୨୦୧୪ରୁ ୨ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ।
  • ଏହା ସହ ଦେଶର ସମସ୍ତ ସରକାରୀ ଅନୁଷ୍ଠାନମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଓ ସଭାମାନ ଆୟୋଜନ କରାଯାଇଥିଲା ।

ଆଧାର

Tags:

ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ତିଥି=ସ୍ୱଚ୍ଛ ଭାରତ ଅଭିଯାନନରେନ୍ଦ୍ର ମୋଦୀନୂଆ ଦିଲ୍ଲୀଭାରତ ସରକାରମହାତ୍ମା ଗାନ୍ଧୀ

🔥 Trending searches on Wiki ଓଡ଼ିଆ:

୯୯୪ବାରାକ ଓବାମାକଳିଙ୍ଗ ଲିପିକୁନ୍ତଳା କୁମାରୀ ସାବତବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଫୁଲ୍ଲ ସାମଲଡାଲଟେପାରିନଉଇକିବିଦ୍ୟାଳୟସୂର୍ଯ୍ୟସୁଡୋଏଫେଡ୍ରିନହ୍ୱାଟ୍ସଆପମାଲେସିଆକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାହରପ୍ପା ସଭ୍ୟତାମହାପାତ୍ର ନୀଳମଣି ସାହୁଗୋଲୋକ ବିହାରୀ ଧଳଧନୁଯାତ୍ରାବିରାଟ କୋହଲୀଦିଲ୍ଲୀଅଶୋକ (ସମ୍ରାଟ)ମାଟିବିରାଡ଼ି ସାପକଳାହାଣ୍ଡି ଜିଲ୍ଲାଆନ୍ତର୍ଜାତିକ ମହିଳା ଦିବସଲିଙ୍ଗରାଜ ମନ୍ଦିରହୋଲିଭାରତୀୟ ମହିଳାନରୱେ୧୯ ଡିସେମ୍ବରସିଦ୍ଧାନ୍ତ ମହାପାତ୍ରଅଲିମ୍ପିକ କ୍ରୀଡ଼ା୧୮୦୬୨୦ ଅପ୍ରେଲକୋରାପୁଟ ଜିଲ୍ଲାବେଦଆଫ୍ରିକାରାଜନୀତି ବିଜ୍ଞାନଫିନଲ୍ୟାଣ୍ଡକଲେରାମିଳିମିଳା୧୬ ମାର୍ଚ୍ଚମହୁଲସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଲସ ଏଞ୍ଜଲେସ ଲେକର୍ସତରଳ ଝାଡ଼ା୩ ଫେବୃଆରୀକଟକହସ୍ତମୈଥୁନନୀଳକଣ୍ଠ ଦାସହିନ୍ଦୁ ଧର୍ମଓଡ଼ିଆ ଭାଗବତଅଷ୍ଟ୍ରେଲିଆ (ମହାଦେଶ)ମିଳିତ ଜାତିସଂଘ୧୫୮୧ଯବକ୍ଷାରଜାନସେପ୍ସିସହେପାଟାଇଟିସକାପୋସିସ ସାର୍କୋମାୟୁନିଫର୍ମ ରିସୋର୍ସ ଲୋକେଟରଗୋବିନ୍ଦ ଚନ୍ଦ୍ର ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୧୧୫୨ମୁନ୍ନା ଖାଁପିତ୍ତକୋଷସାରଳା ଦାସସ୍ୱିଡେନସମୟ (କାଳ)🡆 More