ପ୍ରିୟଙ୍କା ଚୋପ୍ରା: ଭାରତୀୟ ଅଭିନେତ୍ରୀ ଓ ଗାୟିକା

‌ପ୍ରିୟଙ୍କା ଚୋପ୍ରା‌ (ଜନ୍ମ: ୧୮ ଜୁଲାଇ ୧୯୮୨), ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ, ଗାୟିକା, ଚଳଚ୍ଚିତ୍ର ପ୍ରଯୋଜିକା, ସମାଜ ସେବୀ ଏବଂ ମିସ୍ ୱାରଲ୍ଡ-୨୦୦୦ ବିଜୟୀନି । ସେ ଭାରତୀୟ ଚଳଚ୍ଚିତ୍ର ସ‌ହ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ ମସିହାରେ ଭାରତ ସରକାରଙ୍କ ତରଫରୁ ପ୍ରିୟଙ୍କାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରିୟଙ୍କା ଚୋପ୍ରା
Priyanka Chopra looking away from the camera
୨୦୧୨ରେ ନିକନର କାର୍ଯ୍ୟକ୍ରମରେ ପ୍ରିୟଙ୍କା
ଜନ୍ମ (1982-07-18) ୧୮ ଜୁଲାଇ ୧୯୮୨ (ବୟସ ୪୧)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଗାୟିକା
  • ମଡେଲ
  • ଚଳଚ୍ଚିତ୍ର ପ୍ରଯୋଜକ
  • ସମାଜସେବୀ
ସକ୍ରିୟ ବର୍ଷ୨୦୦୦–ଏବେଯାଏଁ
ସମ୍ପର୍କୀୟ
ପୁରସ୍କାର
List

ୱେବସାଇଟiampriyankachopra.com

ଯଦିଓ ପ୍ରିୟଙ୍କାଙ୍କୁ ଅନ୍ତରୀକ୍ଷ ବିଜ୍ଞାନ ପଢ଼ିବା ପସନ୍ଦ ଥିଲା, ସେ ୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ୨୦୦୩ ମସିହାରେ ହିନ୍ଦୀ କଥାଚିତ୍ର ‌ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ । ଏହା ପରେ ସେ ୨୦୦୩ରେ ଅନ୍ଦାଜ୍ ଏବଂ ୨୦୦୪ରେ ‌ମୁଝ୍‌ସେ ସାଦି କରୋଗୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ । ଅନ୍ୟ ଚଳଚ୍ଚିତ୍ର ଏତ୍‌ରାଜ୍‌, ‌କ୍ରିସ୍ ଏବଂ ‌ଡନ୍‌ରେ ଅଭିନୟ କରି ପ୍ରିୟଙ୍କା ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ସ୍ଥିତିକୁ ସୁଦୃଢ଼ କରିଥିଲେ ।

ଏହା ପରେ ୨୦୦୮ରେ ପ୍ରିୟଙ୍କା ‌ଫ୍ୟାସନ୍ ଚଳଚ୍ଚିତ୍ରରେ ଅଭିନୟ କରି ଫିଲ୍ମ‌ଫେୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ । ପରେ ପରେ ପ୍ରିୟଙ୍କାଙ୍କ ଅଭିନୀତ ଚଳଚ୍ଚିତ୍ର କମିନେ, ‌୭ ଖୁନ୍ ମାଫ୍, ବର୍ଫି, ‌ମେରି କମ୍, ‌ଦିଲ୍ ଧଡ଼କ୍‌ନେ ଦୋ ଏବଂ ‌ବାଜିରାଓ ମସ୍ତାନି ଅନେକ ସଫଳତା ପାଇଥିବା ବେଳେ ପ୍ରିୟଙ୍କାଙ୍କୁ ମଧ୍ୟ ଆଣିଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । ୨୦୧୫ ମସିହାରେ ପ୍ରିୟଙ୍କା ଆମେରିକାର ଏକ ରହସ୍ୟମୟ ଇଂରାଜୀ ଧାରାବାହିକ ‌କ୍ୱାଣ୍ଟିକୋରେ ଅଭିନୟ କରିଥିଲେ । ଆମେରିକାର ଧାରାବାହିକରେ କାମ କରିବାରେ ସେ ଥିଲେ ଦକ୍ଷିଣ ଏସିଆରେ ପ୍ରଥମ ମହିଳା । ପ୍ରିୟଙ୍କା ଅଭିନୟ ସ‌ହ ନିଜେ ତିନୋଟି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଗୀତଗୁଡ଼ିକରେ ସେ ନିଜେ ମଧ୍ୟ ଅଭିନୟ କରିଥିଲେ । ଏହା ସ‌ହ ପ୍ରିୟଙ୍କା ନିଜେ ଏକ ପ୍ରଯୋଜନା ସଂସ୍ଥା ମଧ୍ୟ ଆରମ୍ଭ କରିଛନ୍ତି; ଯାହାର ନାମ ହେଉଛି, ପର୍ପଲ୍ ପେବ୍‌ଲ୍ ପିକ୍ଚର୍ସ । ଏହି ପ୍ରଯୋଜନା ସଂସ୍ଥାରେ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ।

ପ୍ରିୟଙ୍କା ଅଭିନୟ ସ‌ହ ସମାଜ ସେବା ପାଇଁ ମଧ୍ୟ ଅନେକ କିଛି କରିଛନ୍ତି । ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବାଳ-ଅଧିକାର ଅଧିନିୟମ ପାଇଁ ମୁଖ୍ୟ ଦୂତ ଭାବରେ କାର୍ଯ୍ୟକରୁଛନ୍ତି । ସେ ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳାମାନଙ୍କର ଅଧିକାର ପାଇଁ ପ୍ରଚାର କରିଛନ୍ତି । ପ୍ରିୟଙ୍କା ମୁଖ୍ୟତଃ ଲିଙ୍ଗ‌ଗତ ସମାନତା ଏବଂ ନାରୀବାଦ ପାଇଁ ପ୍ରଚାର କରୁଛନ୍ତି ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ପ୍ରିୟଙ୍କା ଚୋପ୍ରା: ପ୍ରାରମ୍ଭିକ ଜୀବନ ଏବଂ ପରିବାର, ଅଭିନୟ ଜୀବନ, ସଙ୍ଗୀତ ଜୀବନ 
୨୦୧୨ରେ ପ୍ରିୟଙ୍କା ତାଙ୍କର ମାଆ, ବାପା ଏବଂ ଭାଇଙ୍କ ସ‌ହ

ପ୍ରିୟଙ୍କା ଚୋପ୍ରା ୧୮ ଜୁଲାଇ ୧୯୮୨ ମସିହାରେ ଜାମସେଦପୁର, ବିହାର (ଏବେକାର ଝାଡ଼ଖଣ୍ଡ)ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଅଶୋକ ଚୋପ୍ରା ଏବଂ ମାଆ ମଧୁ ଚୋପ୍ରା ଉଭୟ ଭାରତୀୟ ସେନାରେ ଚିକିତ୍ସକ ଥିଲେ । ତାଙ୍କର ପିତା ଜଣେ ପଞ୍ଜାବୀ ଲୋକ ଥିଲେ ଯେ କି ଅମ୍ବଳାର ବାସିନ୍ଦା । ଏବଂ ତାଙ୍କର ମାଆ ଝାଡ଼ଖଣ୍ଡର ବାସିନ୍ଦା ଥିଲା । ପ୍ରିୟଙ୍କାର ଗୋଟିଏ ସାନ ଭାଇ ଅଛି, ଯେ କି ପ୍ରିୟଙ୍କାଙ୍କଠାରୁ ୭ବର୍ଷ ସାନ । ଅଭିନେତ୍ରୀ ପରିଣୀତି ଚୋପ୍ରା, ମୀରା ଚୋପ୍ରା ଏବଂ ମନାରା ଚୋପ୍ରା ହେଉଛନ୍ତି ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ । ଯେହେତୁ ତାଙ୍କ ପିତା ଏକ ସରକାରୀ ଚାକିରୀଆ ଥିଲା, ସେଥିପାଇଁ ସେମାନଙ୍କର ନିବାସସ୍ଥଳୀ ଦିଲ୍ଲୀ, ଚଣ୍ଡିଗଡ଼, ଅମ୍ବଳା, ଲଦାଖ, ଲକ୍ଷ୍ନୌ, ବରେଲି ଏବଂ ପୁଣେ ଥିଲା ।

ଆର୍ମି ପବ୍ଲିକ ସ୍କୁଲରେ ପ୍ରିୟଙ୍କା ପଢ଼ୁଥିବା ବେଳେ ସେଠାକାର ସ୍ଥାନୀୟ ‌ମଇ କୁଇନ୍ ପ୍ରତିଯୋଗିତାରେ ସେ ବିଜୟିନୀ ହୋଇଥିଲେ । ଏହା ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିଲା ଏବଂ ତାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ମଧ୍ୟ ସୁରକ୍ଷାକର୍ମୀଙ୍କର ବ୍ୟବସ୍ଥା କରାଯାଇଥିଲା । ଏହା ପରେ ତାଙ୍କ ମାଅଙ୍କ ପ୍ରରୋଚନାରେ ସେ ‌ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ୨୦୦୦ ମସିହାରେ ଭାଗନେଇଥିଲେ । ଏବଂ ଏହି ପ୍ରତିଯୋଗିତାରେ ସେ ୨ୟ ସ୍ଥାନରେ ରହିଥିଲେ ଏବଂ ମିସ୍ ଇଣ୍ଡିଆ ୱାରଲ୍ଡ ଭାବେ ଘୋଷିତ ହୋଇଥିଲେ । ଏହା ପରେ ପ୍ରିୟଙ୍କା ସେହି ‌ମିସ୍ ୱାରଲ୍ଡ ପ୍ରତିଯୋଗିତାରେ ବିଜୟୀନି ହୋଇଥିଲେ ।

ଅଭିନୟ ଜୀବନ

ପ୍ରିୟଙ୍କା ୨୦୦୦ ମସିହାରେ ‌ମିସ୍ ୱାରଲ୍ଡ ପ୍ରତିଯୋଗିତା ଜିତିବା ପରେ ଏକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୩ ମସିହାରେ ହିନ୍ଦୀ କଥାଚିତ୍ର ‌ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ସେ ଅନ୍ଦାଜ୍, ମୁଝ୍‌ସେ ସାଦି କରୋଗୀ, ଏତ୍‌ରାଜ୍, କ୍ରିସ୍, ଡନ୍, ଫ୍ୟାସନ୍, କମିନେ, ସାତ୍ ଖୁନ୍ ମାଫ୍, ବର୍ଫି, ମେରୀ କମ୍, ଦିଲ୍ ଧଡକ୍‌ନେ ଦୋ, ବାଜିରାଓ ମସ୍ତାନୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୫ ମସିହାରେ ପ୍ରିୟଙ୍କା ଆମେରିକାର ଏକ ଧାରାବାହିକ କ୍ୱାଣ୍ଟିକୋରେ ଅଭିନୟ କରିଥିଲେ । ପ୍ରିୟଙ୍କା ଏକ ଇଂରାଜୀ ଚଳଚ୍ଚିତ୍ରରେ ‌ବେୱାଚ୍‌ରେ ମଧ୍ୟ ଅଭିନୟ କରିଥିଲେ ।

ସଙ୍ଗୀତ ଜୀବନ

ପ୍ରିୟଙ୍କା ତିନୋଟି ଗୀତ ଭିଡ଼ିଓରେ ଗୀତ ଗାଇଥିଲେ ଏବଂ ସେ ନିଜେ ମଧ୍ୟ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଗୀତ ମଧ୍ୟ ଗାଇଥିଲେ ।

ଅଭିନୀତ କଥାଚିତ୍ର

  • ଥାମିଜାନ୍
  • ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ
  • ଅନ୍ଦାଜ୍
  • ପ୍ଲାନ୍
  • କିସ୍ମତା
  • ଅସମ୍ଭବ
  • ମୁଝ୍‌ସେ ସାଦି କରୋଗୀ
  • ଏତ୍‌ରାଜ୍
  • ବ୍ଲାକ୍‌ମେଲ୍
  • କରମ୍
  • ୱକ୍ତ: ଦ ରେସ୍ ଏଗ୍‌ନେଷ୍ଟ ଟାଇମ୍
  • ୟକିନ୍
  • ବରସାତ୍
  • ବ୍ଲଫ୍‌ମାଷ୍ଟର
  • ଟ୍ୟାକ୍ସି ନଂ. ୯୨୧୧
  • ୩୬ ଚାଇନା ଟାଉନ୍
  • ଅଲଗ୍
  • କ୍ରିଶ୍
  • ଆପ୍‌ କି ଖାତିର୍
  • ଡନ୍
  • ସଲାମ୍-ଏ-ଇସ୍କ: ଏ ଟାଟ୍ରିବିଉଟ୍ ଟୁ ଲଭ୍
  • ବିଗ୍ ବ୍ରଦର୍
  • ଓମ୍ ଶାନ୍ତି ଓମ୍
  • ମାଇଁ ନେମ୍ ଇସ୍ ଆନ୍ଥୋନୀ ଗୋନ୍‌ସାଲ୍‌ଭିସ୍
  • ଲଭ୍ ଷ୍ଟୋରୀ ୨୦୫୦
  • ଗଡ୍ ତୁସି ଗ୍ରଟ୍ ହୋ
  • ଚମ୍‌କୁ
  • ଦ୍ରୋଣ
  • ଫ୍ୟାସନ୍
  • ଦୋସ୍ତାନା
  • ବିଲ୍ଲୁ
  • କମିନେ
  • ୱାଟ୍ ଇସ୍ ଇୟୋର୍ ରାଶୀ?
  • ପ୍ୟାର୍ ଇମ୍‌ପସିବଲ୍!
  • ଯାନେ କାହାଁ ସେ ଆୟି ହୈ
  • ଅଞ୍ଜନା ଅଞ୍ଜନୀ
  • ୭ ଖୁନ୍ ମାଫ୍
  • ରା. ୱାନ୍
  • ଡନ୍ ୨
  • ଅଗ୍ନୀପଥ
  • ତେରି ମେରି କାହାଣୀ
  • ବର୍ଫି
  • ଦିୱାନା ମେଁ ଦିୱାନା
  • ଗାର୍ଲ ରାଇଜିଂ
  • ସୁଟ୍ଆଉଟ୍ ଏଟ୍ ୱାଡାଲା
  • ବମ୍ବେ ଟକିଜ୍
  • ପ୍ଲାନ୍‌ସ୍
  • ଜଞ୍ଜିର୍
  • କ୍ରିଶ ୩
  • ଗୋଲିୟୋଁ କି ରାସ୍‌ଲୀଳା ରାମ୍-ଲୀଳା
  • ଗୁଣ୍ଡେ
  • ମେରୀ କମ୍
  • ଦିଲ୍ ଧଡକ୍‌ନେ ଦୋ
  • ବାଜିରାଓ ମସ୍ତାନୀ
  • ଜୟ ଗଙ୍ଗାଜଳ
  • ବମ୍ ବମ୍ ବୋଲ୍ ରହା ହୈ କାଶୀ
  • ଭେଣ୍ଟିଲେଟର୍
  • ଶରଭନ୍
  • ବେୱାଚ୍

ଦୂରଦର୍ଶନ

  • ଫିଅର୍ ଫ୍ୟାକ୍ଟର: ଖତରୋଁ କେ ଖିଲାଡ଼ି
  • କ୍ୱାଣ୍ଟିକୋ
  • ଇଟ୍ ଇସ୍ ମାଇଁ ସିଟି
  • ପ୍ରୋଜେକ୍ଟ ରନ୍‌ୱେ

ଆଧାର

ଅଧିକ ତ‌ଥ୍ୟ

Tags:

ପ୍ରିୟଙ୍କା ଚୋପ୍ରା ପ୍ରାରମ୍ଭିକ ଜୀବନ ଏବଂ ପରିବାରପ୍ରିୟଙ୍କା ଚୋପ୍ରା ଅଭିନୟ ଜୀବନପ୍ରିୟଙ୍କା ଚୋପ୍ରା ସଙ୍ଗୀତ ଜୀବନପ୍ରିୟଙ୍କା ଚୋପ୍ରା ଅଭିନୀତ କଥାଚିତ୍ରପ୍ରିୟଙ୍କା ଚୋପ୍ରା ଦୂରଦର୍ଶନପ୍ରିୟଙ୍କା ଚୋପ୍ରା ଆଧାରପ୍ରିୟଙ୍କା ଚୋପ୍ରା ଅଧିକ ତ‌ଥ୍ୟପ୍ରିୟଙ୍କା ଚୋପ୍ରାପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାକଳିଙ୍ଗ ଲିପିଓଡ଼ିଆ ଖାଦ୍ୟଯୁକ୍ତରାଷ୍ଟ୍ର ଆମେରିକାଇଟାଲୀନଡ଼ିଆହେଲସିଙ୍କିରାମାୟଣସଂତୃପ୍ତ ମିଶ୍ରବ୍ରୋଙ୍କିଓଲାଇଟିସଅଂଶୁଘାତଓଡ଼ିଆ ଭାଷାହସ୍ତମୈଥୁନତରଳ ଝାଡ଼ାଇଲନ ମସ୍କଶଙ୍ଖ କ୍ଷେତ୍ରନିତ୍ୟାନନ୍ଦ ମହାପାତ୍ରଉତ୍କଳ ଦିବସକୋଣାର୍କଦକ୍ଷିଣ ଚୀନ ସାଗରତରୁଣକାନ୍ତି ମିଶ୍ରସୁଡୋଏଫେଡ୍ରିନହୃଷୀକେଶ ପଣ୍ଡାହାକିମ ବାବୁବଳରାମ ଦାସଲୋକ ସଭାବିହାରଗୋପାଳ ଛୋଟରାୟରମାଦେବୀ ଚୌଧୁରୀସ୍ୱିଡେନବୌଦ୍ଧ ଧର୍ମଶିବମହାତ୍ମା ଗାନ୍ଧୀଫେସବୁକବିଶ୍ୱ ଜଳ ଦିବସଯକ୍ଷ୍ମାପଦାର୍ଥ ବିଜ୍ଞାନମହାପାତ୍ର ନୀଳମଣି ସାହୁ୧୯୬୩୧୪ ମାର୍ଚ୍ଚପରିମେୟ ସଂଖ୍ୟାଶ୍ରୀନିବାସ ଉଦ୍‌ଗାତାଓଡ଼ିଶାର ମାପ ବ୍ୟବସ୍ଥାରାଉରକେଲା୧୭୫୨ଭାରତର ନଦୀ ସମୂହର ତାଲିକାମାଂସର ବିଳାପ୦ (ସଂଖ୍ୟା)ହିନ୍ଦୀସ୍ୱାମୀ ବିବେକାନନ୍ଦଟୁଇଟରମାଟିବିରାଡ଼ି ସାପଚୁଡ଼ାଅଷ୍ଟ୍ରିଆAugust 11ମାଙ୍ଗାଲୋରେମହାପ୍ରସାଦଡେଭିଡ କାମେରନରମଣ ମହର୍ଷିଶ୍ରୀରାଧାମହାଭାରତପୃଥିବୀକଟକ ଜିଲ୍ଲାକାପୋସିସ ସାର୍କୋମା୧୬ଶ ଲୋକ ସଭାଭୀମ ଭୋଇଡମ୍ବରୁ ଶିଶାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଅଶୋକ (ସମ୍ରାଟ)କମ୍ପ୍ୟୁଟର🡆 More