ରବି ମିଶ୍ର: ଓଡ଼ିଆ ହାସ୍ୟ ଅଭିନେତା

ରବି ମିଶ୍ର (ମୃତ୍ୟୁ: ୨୦ ଜାନୁଆରୀ ୨୦୨୧) ଜଣେ ଓଡ଼ିଆ ହାସ୍ୟ ଅଭିନେତା ଥିଲେ, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ସିଡି ଫିଲ୍ମ ଏବଂ ମଞ୍ଚ ନାଟକରେ ଅଭିନୟ କରୁଥିଲେ । ଡିଡି ଓଡ଼ିଆରେ ପ୍ରସାରତି କାର୍ଯ୍ୟକ୍ରମ ଗୋପାଳର ରହସ୍ୟରେ ସେ ଗୋପାଳ ଭାଣ୍ଡ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ତାଙ୍କୁ ଘରେ ଘରେ ପରଚିତ କରାଇଥିଲା । ୧୯୭୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ରାମାୟଣ । ଭାଇ ହେଲା ଭଗାରି, ସକଳ ତୀର୍ଥ ତୋ ଚରଣେ, ସୌଭାଗ୍ୟବତୀ, ଧଉଳି ଏକ୍ସପ୍ରେସ୍ ଭଳି ଅନେକ ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ରବି ମିଶ୍ର
ଜନ୍ମ(1954-10-16)୧୬ ଅକ୍ଟୋବର ୧୯୫୪
ମୃତ୍ୟୁ୨୦ ଜାନୁଆରୀ ୨୦୨୧(୨୦୨୧-୦୧-୨୦) (୬୪ ବର୍ଷ)
ବୃତ୍ତିଓଡ଼ିଆ ଅଭିନେତା
ସକ୍ରିୟ ବର୍ଷ୧୯୭୯ - ୨୦୨୧
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଲକ୍ଷ୍ମୀର ଅଭିସାର ପାଇଁ)

ଜନ୍ମ ଓ ପ୍ରାରମ୍ଭିକ ଜୀବନ

ରବି ମିଶ୍ର ୧୯୫୪ ମସିହାରେ ଅକ୍ଟୋବର ୧୬ରେ ଯାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ

ରବି ମିଶ୍ର କଲେଜରେ ପାଠ ପଢ଼ିବା ସମୟରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ସ୍ନାତକ ପଢ଼ିବାବେଳେ ତାଙ୍କର ମହାବିଦ୍ୟାଳୟର ଏକ ନାଟକରେ ଜଣେ ମାରୁଆଡ଼ି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୯୭୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଧୀର ବିଶ୍ୱାଳଙ୍କ ପ୍ରଯୋଜିତ ରାମାୟଣ, ଯେଉଁଥିରେ ସେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ୧୭ ଜାନୁଆରୀ ୨୦୨୦ରେ ନନ୍ଦିଘୋଷ ଟିଭିକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ସେ କୁସ୍ତି କରୁଥିଲେ, ତେଣୁ ଜଣେ ପହିଲୀମାନ ଭାବରେ ତାଙ୍କୁ ସୁଗ୍ରୀବ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ସେ ଓଡ଼ିଆ କଥାଚିତ୍ର ଜଗତରେ ଉଭୟ ସକାରତ୍ମକ ଏବଂ ଖଳନାୟକ ଭୂମିକାରେ କାର୍ଯ୍ୟ କରିଥିଲେ ।

ରବି କଥାଚିତ୍ରରେ ଅଭିନୟ କରିବା ପରେ ଡିଡି ଓଡ଼ିଆର ପ୍ରଥମ ଧାରାବାହିକ କଲିକତି ଚେଙ୍କରେ ଅଭିନୟ କରିଥିଲେ । ସେ ଡିଡି ଓଡ଼ିଆର ୨୯ଟି ଧାରାବାହିକରେ ଅଭିନୟ କରିଥିଲେ । ୧୯୯୧ ମସିହାରେ ନୂଆବର୍ଷ ଅବସରରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମ ଦର୍ପଣରେ ଯଦୁମଣିଙ୍କ ଭୂମିକା ରବି ମିଶ୍ରଙ୍କର ଅଭିନୟ ଜୀବନର ମୋଡ଼ ବଦଳାଇଥିଲା । ତାଙ୍କ ଅଭିନୀତ ଗୋପାଳ ଭାଣ୍ଡ ଚରିତ୍ର ଦର୍ଶକଙ୍କଦ୍ୱାରା ଆଦୃତ ହୋଇଥିଲା ଏବଂ ସେ ସେହି ଚରିତ୍ର ନାମରେ ଖ୍ୟାତିଲାଭ କରିଥିଲେ । ସେ ତାଙ୍କର ମୃତ୍ୟୁଯାଏଁ ଅଭିନୟ କରୁଥିଲେ । ତାଙ୍କ ମୃତ୍ୟବେଳକୁ ସେ ଜୀ ସାର୍ଥକର ହେ ପ୍ରଭୁ ନାମକ ଏକ ଧାରାବାହିକରେ ଜେଜେ ଭୂମିକାରେ କରୁଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୭୯ ରାମାୟଣ ସୁଗ୍ରୀବ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୫ ସକଳ ତୀର୍ଥ ତୋ ଚରଣେ ପ୍ରତାପ ଖଳନାୟକ
୧୯୯୮ ସୌଭାଗ୍ୟବତୀ ସଚି
ଲକ୍ଷ୍ମୀର ଅଭିସାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ
୧୯୯୯ ରାକ୍ଷୀ ଭିଜିଗଲା ଆଖି ଲୁହରେ
ମା ପରି କିଏ ହେବ
ଧର୍ମ ନିକିତି
୨୦୦୨ ରଙ୍ଗ୍ ନମ୍ବର
ମନ ରହିଗଲା ତୁମରି ଠାରେ କୁଞ୍ଜ ବିହାରୀ ମିଶ୍ର
୨୦୦୩ ମା ମଙ୍ଗଳା
୨୦୦୪ ଜ୍ୱାଇଁର ଚଉକାକୁ ଶଶୁରର ଛକା ଶଶୁର ସିଡି ଫିଲ୍ମ
୨୦୦୫ ଅର୍ଜୁନ କୁଳମଣି ସାମଲ
୨୦୦୬ ପ୍ରିୟା ମୋ ଆସିବ ଫେରି ରାମ ନାରାୟଣ ପଣ୍ଡା
ଶଶୁରଘର ଜିନ୍ଦାବାଦ ବାହାଘର ପଣ୍ଡିତ
୨୦୦୭ ରସିକ ନାଗର ରାଜାର ବାପା
ମୋନିକା ଓ ମାଇଁ ଡାର୍ଲିଙ୍ଗ
ଧଉଳି ଏକ୍ସପ୍ରେସ୍ ପଚା/ଦୋକନର ମାଲିକ
୨୦୦୮ ସତ୍ୟ ମେବ ଜୟତେ ଦିନା
୨୦୦୯ ମୁଖ୍ୟମନ୍ତ୍ରୀ ବିଧାୟକ
୨୦୧୦ ତତେ ଭଲ ପାଉଛି ବୋଲି
୨୦୧୨ ଲଭ୍ ମାଷ୍ଟର ପୁରୋହିତ
୨୦୧୩ ରୁମ୍‌କୁ ଝୁମାନା ନିତ୍ୟାନନ୍ଦ
ତୁ ମୋ ଦେହର ଛାଇ
୨୦୧୫ ଆପନା ହାତ ଜଗନ୍ନାଥ
୨୦୧୯ ମାଲ୍ ମହୁ ଜୀବନ ମାଟି

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
କଲିକତି ଚେଙ୍କ ଡିଡି ଓଡ଼ିଆ ଡିଡି ଓଡ଼ିଆର ପ୍ରଥମ ଧାରାବାହିକ
ଗୋପାଳ ରହସ୍ୟ ଡିଡି ଓଡ଼ିଆ ଗୋପାଳ ଭାଣ୍ଡ
ଦେବୀ ଦୁର୍ଗା ଡିଡି ଓଡ଼ିଆ
ବଡ଼ ଘର ବଡ଼ ଗୁମର କଥା ଇ ଟିଭି ଓଡ଼ିଆ ଅଞ୍ଜଳୀର ବାପା
ଶଙ୍ଖା ସିନ୍ଦୂର ତରଙ୍ଗ ଟିଭି ଜେଜେବାପା
କାଳିଜାଇ ତରଙ୍ଗ ଟିଭି ଜେମାମଣିଙ୍କ ଗୁମାସ୍ତା
ହେ ପ୍ରଭୁ ଜୀ ସାର୍ଥକ ଜେଜେ

ପୁରସ୍କାର

ରବି ମିଶ୍ରଙ୍କୁ ଓଡ଼ିଆ କଥାଚିତ୍ର ଲକ୍ଷ୍ମୀର ଅଭିସାର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ମୃତ୍ୟୁ

ରବି ୨୦୨୧ ମସିହାର ଜାନୁଆରୀ ୨୦ ତାରିଖରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ୧୯ ଜାନୁଆରୀ ୨୦୨୧ରେ ସେ ଏକ ସୁଟିଂରେ ହୃଦ୍‌ଘାତ ହେବାର ଅଭିନୟ କରୁଥିବାବେଳେ ତାଙ୍କୁ ଯନ୍ତ୍ରଣା ଅନୁଭବ ହେଇଥିଲା ଏବଂ ପରେ ରାତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମୃତ୍ୟୁ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକ ପ୍ରକାଶ କରିଥିଲେ ।

ଆଧାର

ବାହାର ଆଧାର

Tags:

ରବି ମିଶ୍ର ଜନ୍ମ ଓ ପ୍ରାରମ୍ଭିକ ଜୀବନରବି ମିଶ୍ର ଅଭିନୟ ଜୀବନରବି ମିଶ୍ର ପୁରସ୍କାରରବି ମିଶ୍ର ମୃତ୍ୟୁରବି ମିଶ୍ର ଆଧାରରବି ମିଶ୍ର ବାହାର ଆଧାରରବି ମିଶ୍ରଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାଡିଡି ଓଡ଼ିଆଧଉଳି ଏକ୍ସପ୍ରେସ୍ (କଥାଚିତ୍ର)ଭାଇ ହେଲା ଭଗାରିରାମାୟଣ (ଓଡ଼ିଆ କଥାଚିତ୍ର)ସକଳ ତୀର୍ଥ ତୋ ଚରଣେସୌଭାଗ୍ୟବତୀ

🔥 Trending searches on Wiki ଓଡ଼ିଆ:

ଋଷିଆତରଳ ଝାଡ଼ାସମ୍ବଲପୁରୀ ଭାଷାନୂଆ ଦିଲ୍ଲୀମକର (ରାଶି)ବେଦଜୈନ ଧର୍ମଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଅଳତାଭାରତୀୟ ଡାକ ସେବାକାନନ ମିଶ୍ରଚିଲିକା ହ୍ରଦମନୋଜ ଦାସଙ୍କ କଥା ଓ କାହାଣୀମିନତି ମିଶ୍ରପୃଥିବୀ ଦିବସଇସଲାମ ଧର୍ମସୁରେନ୍ଦ୍ର ମହାନ୍ତିକିରଣ ବେଦୀଯୌନ ସମ୍ଭୋଗଅର୍ଥଶାସ୍ତ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀରାମକୃଷ୍ଣ ନନ୍ଦଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଦିବାକର ପରିଡ଼ା୧୯୬୩ର ଓଡ଼ିଆ କଥାଚିତ୍ରବିଭୂତି ଭୂଷଣ ପ୍ରଧାନଧର୍ମେନ୍ଦ୍ର ପ୍ରଧାନବିଧାନ ସଭା ସଭ୍ୟଯକୃତପାର୍କିନ୍‌ସନ୍ ରୋଗରମଜାନ୨୪ ଅପ୍ରେଲନୃସିଂହ ଚରଣ ପଣ୍ଡାରାମଚନ୍ଦ୍ର ବେହେରା୨୭ ଅପ୍ରେଲଜାତୀୟ ସଙ୍ଗୀତଅଚ୍ୟୁତ ସାମନ୍ତଗିରିଧର ଗମାଙ୍ଗହୃଷୀକେଶ ମଲ୍ଲିକକାଞ୍ଚନ ଅୱସ୍ତିସୀତାକାନ୍ତ ମହାପାତ୍ରତାମିଲ ଭାଷାକାଳୀଚରଣ ପଟ୍ଟନାୟକନାରାୟଣ ସାହୁ (୧୯୨୮ ଜନ୍ମ)ରମାଦେବୀ ଚୌଧୁରୀଜାପାନବ୍ରଜ କିଶୋର ପ୍ରଧାନଚାନ୍ଦବାଲିସଚ୍ଚିଦାନନ୍ଦ ରାଉତରାୟସହଦେବ (ମହାଭାରତ)ସଞ୍ଚିତା ମହାନ୍ତି୮ ଅପ୍ରେଲଭାରତର ଜାତୀୟ ପତାକାଶେର ଶାହ ସୁରୀପାପମୋଚନୀ ଏକାଦଶୀଅଭିମନ୍ୟୁ ସାମନ୍ତସିଂହାରଜାନକୀ ବଲ୍ଲଭ ପଟ୍ଟନାୟକବୈଷ୍ଣବ ପାଣିଅଶ୍ରୁମୋଚନ ମହାନ୍ତିଅକ୍ଷର କଳାତ୍ରିଭୁଜଆଣ୍ଟିସାଇକୋଟିକପ୍ରତୀକ୍ଷାଦଗ୍ଧ🡆 More