ରବୀନ୍ଦ୍ର କୁମାର ପ୍ରହରାଜ: ଓଡ଼ିଆ ଅନୁବାଦକ

ରବୀନ୍ଦ୍ର କୁମାର ପ୍ରହରାଜ, ଜଣେ ଓଡ଼ିଆ ସାହିତ୍ୟିକ । ଅନୁବାଦ ସାହିତ୍ୟ ପାଇଁ ସେ ବିଶେଷ ଭାବରେ ପରିଚିତ ।

ରବୀନ୍ଦ୍ର କୁମାର ପ୍ରହରାଜ
ଜନ୍ମ
ରବୀନ୍ଦ୍ର କୁମାର ପ୍ରହରାଜ

(1938-11-29) ୨୯ ନଭେମ୍ବର ୧୯୩୮ (ବୟସ ୮୫)
ଜାତୀୟତାରବୀନ୍ଦ୍ର କୁମାର ପ୍ରହରାଜ: ଓଡ଼ିଆ ସାହିତ୍ୟକୁ ଅବଦାନ, ପୁରସ୍କାର ଓ ସମ୍ମାନ, ଆଧାର ଭାରତୀୟ
ଶିକ୍ଷାବି.ଏଡ୍, ପି.ଏଚ.ଡି(ଓଡ଼ିଆ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷକତା
ପ୍ରସିଦ୍ଧିଥିଲା ଘରର ଗେହ୍ଲାପୁଅ
ପିତାମାତା(s)ଗୁଣନିଧି ପ୍ରହରାଜ, ରଙ୍ଗଲତା ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୫

ରବୀନ୍ଦ୍ର କୁମାର ପ୍ରହରାଜ, ୧୯୩୮ ମସିହା ନଭେମ୍ବର ୨୯ ତାରିଖରେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ବିଧାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୁଣନିଧି ପ୍ରହରାଜ ଓ ମାତାଙ୍କ ନାମ ରଙ୍ଗଲତା ଦେବୀ । ଓଡ଼ିଆରେ ସେ ସ୍ନାତ୍ତକ ଓ ବି.ଏଡ୍ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଛନ୍ତି । ଶିକ୍ଷକ ବୃତ୍ତିକୁ ଆବୋରୀଥିବା ରବୀନ୍ଦ୍ର କୁମାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ୧୯୯୬ମସିହାରେ ସେବାନିବୃତ ହୋଇଛନ୍ତି । ସାହିତ୍ୟ ଓ ଶିକ୍ଷକତା ବ୍ୟତିତ, ରବୀନ୍ଦ୍ର କୁମାରଙ୍କର ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜେଇବା, ସଙ୍ଗୀତ ଓ ନାଟକ ନିର୍ଦ୍ଦେଶନାରେ ମଧ୍ୟ ରୂଚି ରହିଛି ।

ଓଡ଼ିଆ ସାହିତ୍ୟକୁ ଅବଦାନ

୧୯୬୪ ମସିହାରୁ ପ୍ରବନ୍ଧ ଲେଖି ଆସୁଥିବା ରବୀନ୍ଦ୍ରଙ୍କର ଏଯାବତ ୨୦୦ରୁ ଉର୍ଦ୍ଧ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି । ସେ ୧୯୮୯ ମସିହାରୁ ଅନୁବାଦ ସାହିତ୍ୟରେ ପ୍ରବେଶ କରିଥିଲେ ଓ ଏ ପର୍ଯ୍ୟନ୍ତ ତାଙ୍କର ୧୪ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ଓ ଆଉ ୫ଟି ପ୍ରକାଶ ଅପେକ୍ଷାରେ ଅଛି । ସର୍ବମୋଟ ତାଙ୍କର ୩୬ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ତାଙ୍କର ପ୍ରଥମ ପ୍ରବନ୍ଧ ଥିଲା 'ସାରଳା ସାହିତ୍ୟରେ ଉତ୍କଳୀୟତା' ଓ ପ୍ରଥମ କବିତା ଥିଲା 'କବି ସମ୍ରାଟ' । ମୁଖ୍ୟତଃ ଇଂରାଜୀବଙ୍ଗଳା ଭାଷାର ପୁସ୍ତକ ଗୁଡିକୁ ଅନୁବାଦ କରୁଥିବା ରବୀନ୍ଦ୍ର, ଆଗାମୀ ଦିନରେ ହିନ୍ଦୀସଂସ୍କୃତ ଭାଷାର ପୁସ୍ତକ ଅନୁବାଦ କରିବାର ଲକ୍ଷ ରଖିଛନ୍ତି । ୧୯୯୬ରେ ଅବସର ଗ୍ରହଣ କରିବା ପରେ, ସେ ଲେଖାଲେଖିରେ ସମ୍ପୂର୍ଣ୍ଣ ନିମଗ୍ନ ଅଛନ୍ତି ।

ରବୀନ୍ଦ୍ର କୁମାରଙ୍କ ଅନୁବାଦ ପୁସ୍ତକ 'ଥିଲା ଘରର ଗେହ୍ଲାପୁଅ' ୨୦୧୫ ମସିହାର କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ପୁସ୍ତକଟି ଟେକଚାନ୍ଦ ଠାକୁରଙ୍କ ବଙ୍ଗଳା ପୁସ୍ତକ 'ଆଲାଲେର ଘରେର ଦୁଲାଲ'(୧୮୫୭ରେ ଲିଖିତ)ର ଓଡ଼ିଆ ଅନୁବାଦ । ଏହି ପୁସ୍ତକଟିକୁ ଲେଖିବା ପାଇଁ, ରବୀନ୍ଦ୍ରଙ୍କୁ ୮ମାସ ସମୟ ଲାଗିଥିଲା ଓ ଏହା ୨୦୧୧ରେ ପ୍ରକାଶିତ ହୋଇଥିଲା । ୧୭୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ବଙ୍ଗଳା ଗ୍ରାମାଞ୍ଚଳ ବିଷୟରେ ଲେଖାଯାଇଛି ।

ଅନୁବାଦ ପୁସ୍ତକ

  • ବେମନା( ଭି.ଆର୍. ନାରଳା)
  • ଚଣ୍ଡୀଦାସ( ସୁକୁମାର ସେନ)
  • ଆମ୍ବେଦକର ବାଣୀ ଓ ରଚନା
  • ବିଶ୍ୱ ପ୍ରସିଦ୍ଧ ଗଳ୍ପମାଳା
  • ଟମାସ୍ ହାର୍ଡିଙ୍କ ଗଳ୍ପ ସମ୍ଭାର
  • ପ୍ରାଚୀନ ସାହିତ୍ୟ(ରବୀନ୍ଦ୍ର ନାଥ ଠାକୁର)
  • ଭାରତ ଆମକୁ କଣ ଶିଖାଇପାରେ(ମ୍ୟାକ୍ସ ମୁଲାର)
  • ଥିଲା ଘରର ଗେହ୍ଲାପୁଅ(ଟେକଚାନ୍ଦ ଠାକୁର)

ଅନ୍ୟାନ୍ୟ ପୁସ୍ତକ

  • ଗୋଦାବରୀଶ ମିଶ୍ର (ପ୍ରବନ୍ଧ)

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ସାରସ୍ୱତ ସମ୍ବର୍ଦ୍ଧନା - ୨୦୦୬
  • ମକର ମିଳନ ମହୋତ୍ସବ ତରଫରୁ ସମ୍ବର୍ଦ୍ଧନା
  • ପୂଜ୍ୟପୂଜା ସଂସଦ ତରଫରୁ ସମ୍ବର୍ଦ୍ଧନା
  • ପୁନର୍ନବା ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧନା
  • କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୫('ଥିଲା ଘରର ଗେହ୍ଲାପୁଅ' ପାଇଁ)

ଆଧାର

Tags:

ରବୀନ୍ଦ୍ର କୁମାର ପ୍ରହରାଜ ଓଡ଼ିଆ ସାହିତ୍ୟକୁ ଅବଦାନରବୀନ୍ଦ୍ର କୁମାର ପ୍ରହରାଜ ପୁରସ୍କାର ଓ ସମ୍ମାନରବୀନ୍ଦ୍ର କୁମାର ପ୍ରହରାଜ ଆଧାରରବୀନ୍ଦ୍ର କୁମାର ପ୍ରହରାଜ

🔥 Trending searches on Wiki ଓଡ଼ିଆ:

୨୧ ମାର୍ଚ୍ଚପୁଷ୍ଟିସାରଜାପାନ୨୬ ଜାନୁଆରୀସମୟ (କାଳ)ଜୟନ୍ତୀ ରଥମାର୍କ ଜୁକରବର୍ଗଔଷଧୀୟ ଗଛଲତାମାନଙ୍କର ତାଲିକାଭୀମ ଭୋଇମହାବୀର ଜୈନଭଗବତୀ ଦେଉଳ୧୯ ଅପ୍ରେଲବି. ଆର. ଆମ୍ବେଦକରରାଣୀ ଲକ୍ଷ୍ମୀବାଈ୪ ମାର୍ଚ୍ଚଆଣ୍ଟିବଡିଏ ଭି ସ୍ୱାମୀଚୈତନ୍ୟଜୟ ଜଗନ୍ନାଥନିମୋନିଆଓଣମ୧୯୮୪ମାଦଳା ପାଞ୍ଜିଲାଲ ବାହାଦୁର ଶାସ୍ତ୍ରୀସାଲବେଗପ୍ୟାରିସବ୍ରହ୍ମା ମନ୍ଦିର, ବିନ୍ଦୁସାଗରସୁକନ୍ୟା ସମୃଦ୍ଧି ଯୋଜନା୮୮୭ଚିତ୍ତରଞ୍ଜନ ଦାସମନସ୍କଲଳିତା (୧୯୪୯ର ସିନେମା)୧୯୭୯ଭାରତୀୟ ମୁଦ୍ରାବଳରାମଫୋଟନ୍‌ବ୍ୟାସଦେବଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରାସାୟନିକ ମୌଳିକବରୁଣରାମଚନ୍ଦ୍ର ବେହେରାତେଜସ୍କ୍ରିୟ କ୍ଷୟଆଖଣ୍ଡଳମଣି ମନ୍ଦିରବାଗ୍ ଯନ୍ତ୍ରମେଘଦୂତ (ରାଧାନାଥଙ୍କ କାବ୍ୟ)ସୁଚିତ୍ରା ପାଣିଗ୍ରାହୀଜଗନ୍ନାଥ ଦାସସାମବେଦଅଂଶୁଘାତଦୂତୀବାହନ ଓଷାତରୁଣକାନ୍ତି ମିଶ୍ରତନ୍ଦୁର୍ଚାଣକ୍ୟଆଣ୍ଟର୍କଟିକାଆକବରସୁରେନ୍ଦ୍ର ମହାନ୍ତି୮ ଜୁଲାଇ୧୯୭୮ସୂର୍ଯ୍ୟଅଷ୍ଟ୍ରେଲିଆଓଡ଼ିଆ ଭାଷାସୂର୍ଯ୍ୟ ଦେବତାଦୀନକୃଷ୍ଣ ଦାସଅଚ୍ୟୁତାନନ୍ଦ ଦାସନୂଆପଡ଼ା ଜିଲ୍ଲାଲିଙ୍ଗରାଜ ମନ୍ଦିରକେଟୋପ୍ରୋଫେନକାର୍ତ୍ତିକ ଚନ୍ଦ୍ର ରଥଭାଗବତ ଟୁଙ୍ଗି🡆 More