ମୋହନ ସିଂ: ଭାରତୀୟ କବି, ସାହିତ୍ୟିକ

ମୋହନ ସିଂ (୧୯୦୫-୧୯୭୮) ପଞ୍ଜାବୀ ଭାଷାର ଜଣେ ବିଶିଷ୍ଟ ଭାରତୀୟ କବି ତଥା ଜଣେ ଏକାଡେମିକ୍ ଏବଂ ଆଧୁନିକ ପଞ୍ଜାବୀ କବିତାର ଅନ୍ୟତମ ଅଗ୍ରଦୂତ ଥିଲେ ।

ମୋହନ ସିଂ
ମୋହନ ସିଂ (ବାମ), ସନ୍ଥ ସିଂ ସେଖନ୍ (ଡାହାଣ)
ମୋହନ ସିଂ (ବାମ), ସନ୍ଥ ସିଂ ସେଖନ୍ (ଡାହାଣ)
ଜନ୍ମ ଓ ଜନ୍ମସ୍ଥାନ୧୯୦୫
ଲିଆଲପୁର, ପଞ୍ଜାବ
ମୃତ୍ୟୁ୧୯୭୮
ବୃତ୍ତିଲେଖକ, ବିଦ୍ୱାନ

ଜୀବନୀ

୧୯୦୫ ମସିହାରେ ଲିଆଲପୁରରେ ଜନ୍ମଗ୍ରହଣ କରିଥିବା ମୋହନ ସିଂ ଜୀବନର ପ୍ରଥମ ବର୍ଷଗୁଡ଼ିକୁ ରାୱଲପିଣ୍ଡି ଜିଲ୍ଲାର ନିଜର ପୈତୃକ ଗ୍ରାମ ଧାମିଆଲରେ ବିତାଇଥିଲେ । ତାଙ୍କର କବିତା "କୁରି ପାଥୋହର ଦି" ତାଙ୍କର ରୋମାଣ୍ଟିକ ପ୍ରାରମ୍ଭ ଦିନକୁ ମନେ ପକାଇଥାଏ । ସେ ପାର୍ସୀ ଭାଷାରେ ମାଷ୍ଟର ଡିଗ୍ରୀ ହାସଲ କରି ୧୯୩୩ ମସିହାରେ ଅମୃତସରର ଖାଲସା କଲେଜରେ ପାର୍ସୀ, ଉର୍ଦ୍ଦୁ ଏବଂ ପଞ୍ଜାବୀର ଅଧ୍ୟାପକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଇଂରାଜୀ, ପାର୍ସୀ ଏବଂ ଉର୍ଦ୍ଦୁ ସାହିତ୍ୟ ଭଲ ଭାବରେ ପଢି ପାରୁଥିଲେ ।

ସଂଗ୍ରହ

ପ୍ରଫେସର ମୋହନ ସିଂ ସାନଭେ ପ୍ୟାଟ୍ଟର (ସବୁଜ ପତ୍ର), ବୁହେ (ଦ୍ୱାର) ଏବଂ ଜିନ୍ଦ୍ରାନ୍ (ତାଲା) ପରି ପଞ୍ଜାବୀ କବିତା, ୧୦ଟି କବିତା ପୁସ୍ତକ ଏବଂ ଗୋଟିଏ ମହାକାବ୍ୟର ରଚନା କରିଥିଲେ ।

ପ୍ରଫେସର ମୋହନ ସିଂ ମେଳା

ପ୍ରଫେସର ମୋହନ ସିଂ ମେମୋରିଆଲ୍ ଆନ୍ତର୍ଜାତୀୟ ସାଂସ୍କୃତିକ ମେଳା ପ୍ରତିବର୍ଷ ପ୍ରଫେସର ମୋହନ ସିଂ ମେମୋରିଆଲ୍ ଫାଉଣ୍ଡେସନ‌ଦ୍ୱାରା ଆୟୋଜିତ ହେଉଥିଲା ।.

ପୁରସ୍କାର

ସେ ୧୯୫୯ ମସିହାରେ "ୱାଦା ଭେଲା" (କବିତା) ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ ।

ଆଧୁନିକ ପଞ୍ଜାବୀ କବିତା

ପ୍ରଫେସର ମୋହନ ସିଂ ଆଧୁନିକ ପଞ୍ଜାବୀ କବିତାର ପିତା ଭାବରେ ଜଣାଶୁଣା ଥିଲେ । ପ୍ରାରମ୍ଭିକ ବର୍ଷରେ ଆଧୁନିକ ପଞ୍ଜାବୀ କବିତାର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଅନ୍ୟ କବିମାନଙ୍କ ମଧ୍ୟରେ ଅମୃତା ପ୍ରୀତମ, ହରଭଜନ ସିଂ ଏବଂ ଶିବ କୁମାର ବଟାଲଭି ଥିଲେ । ମୋହନ ସିଂଙ୍କୁ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ପଞ୍ଜାବୀ କବି ଭାବରେ ସମ୍ମାନିତ କରାଯାଇଥିଲା ।

ଆଧାର

Tags:

ମୋହନ ସିଂ ଜୀବନୀମୋହନ ସିଂ ସଂଗ୍ରହମୋହନ ସିଂ ପ୍ରଫେସର ମେଳାମୋହନ ସିଂ ପୁରସ୍କାରମୋହନ ସିଂ ଆଧୁନିକ ପଞ୍ଜାବୀ କବିତାମୋହନ ସିଂ ଆଧାରମୋହନ ସିଂ

🔥 Trending searches on Wiki ଓଡ଼ିଆ:

ଆକବରସୌଭାଗ୍ୟ କୁମାର ମିଶ୍ରରୋହିଙ୍ଗିଆ ଗଣହତ୍ୟାଇଉରୋପଆଲଜିମର ରୋଗଗୋଦାବରୀଶ ମହାପାତ୍ରସାରନାଥ ଅଶୋକ ସ୍ତମ୍ଭଗୋବିନ୍ଦ ତ୍ରିପାଠୀବୈକୁଣ୍ଠନାଥ ପଟ୍ଟନାୟକ୧୧୫୨ରମଜାନଗ୍ରେଟା ଟୁନବର୍ଗନୃସିଂହପଞ୍ଜାବୀ ଉଇକିପିଡ଼ିଆଦିଲ୍ଲୀପ୍ରଦୀପ କୁମାର ଅମାତବୁଏନ୍ସ ଏଆରସଚୁଡ଼ାନବୀନ ପଟ୍ଟନାୟକହନୁମାନ ଚାଳିଶାସୁଦାମ ମାରାଣ୍ଡିନେପାଳଆର. କେ. ନାରାୟଣଏର୍ଗୋକ୍ୟାଲସିଫେରଲwiki.phtmlଜଗନ୍ନାଥ ମନ୍ଦିରଦ୍ୱିତୀୟ ବିଶ୍ୱଯୁଦ୍ଧନମିତା ଅଗ୍ରୱାଲଭାରତୀୟ ଡାକ ସେବାନଳିନୀକାନ୍ତ ମହାନ୍ତିମିଆଁମାରଯୁଗଳ କିଶୋର ପଟ୍ଟନାୟକଭାରତର ସଂସ୍କୃତିଓଡ଼ିଶାର କଳାଦଶାବତାରପାରାସେଟାମୋଲସିଦ୍ଧାନ୍ତ ମହାପାତ୍ରହୋମାଟ୍ରୋପିନଇଟାଲୀହରପ୍ପା ସଭ୍ୟତା୧୯୯୩ଜଗନ୍ନାଥଙ୍କ ବେଶଭାରତୀୟ ଭୋଜନକେନ୍ଦୁଝରଗୋବିନ୍ଦ ଚନ୍ଦ୍ର ଦାସକ୍ରିଏଟିଭ କମନ୍ସ୨୦ ଅପ୍ରେଲଜୟ ଜଗନ୍ନାଥ୧୯୨୭କୃଷ୍ଣଅନୁଭବ ମହାନ୍ତିଖାରବେଳ ସ୍ୱାଇଁ୨୧୧୭୫୨ଆମାଜନ ନ‌ଦୀଭାରତୀୟ ମୁଦ୍ରାମଧ୍ୟ ପ୍ରଦେଶଜଗନ୍ନାଥଆଦିବାସୀହଳଧର ନାଗଭକ୍ତ ଚରଣ ଦାସନିର୍ମାଲ୍ୟଚୀନୀ କଲରାପତରିଆ ବାଘବି. ଆର. ଆମ୍ବେଦକରରୋମାନିଆ🡆 More