ମୋଲୁସ୍କମ କୋଣ୍ଟାଜିଓସମ

ମୋଲୁସ୍କମ କୋଣ୍ଟାଜିଓସମ ବା ଏମସି (Molluscum contagiosum or MC ଅନ୍ୟ ନାମ ୱାଟର ୱାର୍ଟ) ଏକ ଭୁତାଣୁ ସଂକ୍ରମଣ (viral infection) ଯାହା ଚର୍ମରେ (skin) ହୁଏ ଓ ଏକ ଛୋଟ ପିଙ୍କ ରଙ୍ଗର ଫୁଲା ଦେଖାଯାଏ ଯାହା ମଝିରେ ଏକ ଛୋଟ ଗାତ ଥାଏ । ବେଳେ ବେଳେ ଏହି ଗଲୁ କରେ ଓ ଘାଆ ମଧ୍ୟ ହୋଇପାରେ । ଏକ‌କ ବା ଦଳଗତ ଭାବରେ ମଧ୍ୟ ରୋଗ ଦେଖାଯାଇପାରେ । ମୁଖ ମଣ୍ଡଳରେ ଏହା ସର୍ବାଧିକ ଦେଖାଯାଏ ଓ ଏହା ବ୍ୟତୀତ ଉଦର, ଗୋଡ଼, ବାହୁ, ବେକ, ଯୌନାଙ୍ଗମାନଙ୍କର ଚର୍ମରେ ଦେଖାଯାଏ । ସଂକ୍ରମଣର ପ୍ରାୟ ୭ ସପ୍ତାହ ପରେ ଏହା ଆରମ୍ଭ ହୁଏ । ସାଧାରଣତଃ ଏକ ବର୍ଷ ମଧ୍ୟରେ ଏହା ଉପଶମ ହୋଇଯାଏ ଓ କୌଣସି ସ୍କାର ଦାଗ (scarring) ଛାଡ଼ିଯାଏ ନାହିଁ ।

ମୋଲୁସ୍କମ କୋଣ୍ଟାଜିଓସମ (Molluscum contagiosum)
ୱାଟର ୱାର୍ଟସ (Water warts)
ମୋଲୁସ୍କମ କୋଣ୍ଟାଜିଓସମ
ମାଂସ ରଙ୍ଗ, ଗମ୍ବୁଜାକାର ମୋତି ସଦୃଶ ଚର୍ମ ରୋଗ ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଛୋଟ ଆକାରର ପିଙ୍କ ରଙ୍ଗ ଥିବା ଚର୍ମ ବେମାରୀ ଯାହାର ମଧ୍ୟ ଭାଗରେ ଏକ କ୍ଷୁଦ୍ର ଗର୍ତ୍ତ ଥାଏ
ଆକ୍ରାନ୍ତ ସମୟଏକରୁ ୧୦ ବର୍ଷ ବୟସ୍କ ପିଲାଙ୍କର ଏ ରୋଗ ହୁଏ ।
ଅବଧି୬ରୁ ୧୨ ମାସ, ୪ ବର୍ଷ ପର୍ଯ୍ୟନ୍ତ ରହିପାରେ ।
କାରଣମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (Molluscum contagiosum virus) ଯୋଗୁ ଓ ସଂସ୍ପର୍ଶରେ ତ‌ଥା ଅପମିଶ୍ରିତ ପଦାର୍ଥ ଯୋଗୁ ଏ ରୋଗ ହୁଏ ।
ବିପଦ କାରକଇମ୍ମ୍ୟୁନୋଦମନ (Weak immune system), ଆଟୋପିକ ଡର୍ମାଟାଇଟିସ (atopic dermatitis), ଭିଡ଼ଯୁକ୍ତ ଜୀବନ‌ଯାପନ
ରୋଗ ନିର୍ଣ୍ଣୟ ପଦ୍ଧତିଦେଖାଯାଉଥିବା ମତେ ନିର୍ଣ୍ଣୟ କରାଯାଏ ।
ସଠିକ ରୋଗ ନିର୍ଣ୍ଣୟୱାର୍ଟ (Warts), ହର୍ପିସ ସିମ୍ପ୍ଲେକ୍ସ (herpes simplex), ହାଡ଼ଫୁଟି (chickenpox), ଫୋଲିକ୍ୟୁଲାଇଟିସ (folliculitis)
ପ୍ରତିକାରହସ୍ତ ପ୍ରକ୍ଷାଳନ (Hand washing, ଯୁଗ୍ମ ବ୍ୟବ‌ହାର ନିଷିଦ୍ଧ ।
ଔଷଧସାଇମେଟିଡିନ (Cimetidine), ପୋଡୋଫାଇଲୋଟକ୍ସିନ (podophyllotoxin)
ଚିକିତ୍ସାନାସ୍ତି, କ୍ରାୟୋଥେରାପି (freezing), ରୋଗ ସ୍ଥାନ ଖୋଲି କୋରିଦିଆଯାଏ, ଲେଜର ଥେରାପି (en:laser therapy)
ପୁନଃପୌନିକ୧୨୨ ନିୟୁତ/ ୧.୮% (୨୦୧୦)

ମୋଲୁସ୍କମ କୋଣ୍ଟାଜିଓସମ ରୋଗ ଏକ ପ୍ରକାର ପକ୍ସଭିରିଡି (poxvirus) ଭୁତାଣୁ ଯୋଗୁ ହୁଏ ଓ ଏହି ଭୁତାଣୁକୁ ମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (molluscum contagiosum virus ବା MCV) ମଧ୍ୟ କୁହାଯାଏ । ଯୌନ ସମ୍ପର୍କ (sexual activity) ଓ ସାଧାରଣ ସଂସ୍ପର୍ଶରେ ଆସିଲେ ଓ ପ୍ରଦୂଷିତ ପଦାର୍ଥ ବ୍ୟବ‌ହାର କରିବାଦ୍ୱାରା ଏହି ରୋଗ ବ୍ୟାପିଥାଏ । ନିଜ ଦେହର ବିଭିନ୍ନ ସ୍ଥାନ‌କୁ ସ୍ୱୟଂ ରୋଗୀଦ୍ୱାରା ସଂକ୍ରମିତ ହୋଇଥାଏ । ବିଭିନ୍ନ ସଙ୍କଟଦାୟୀ କାରଣମାନଙ୍କ ନାମ ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ (weak immune system), ଆଟୋପିକ ଡର୍ମାଟାଇଟିସ ଓ ସଂଖ୍ୟାଧିକ ଲୋକଙ୍କ ଏକତ୍ର ବାସ କରିବା ଯୋଗୁ ହୁଏ । ଏକ ସଂକ୍ରମଣ ପରେ ରୋଗୀ ପୁନଃସଂକ୍ରମିତ ହୋଇପାରେ । ଏହି ରୋଗକୁ ଦେଖି ନିର୍ଣ୍ଣୟ କରାଯାଏ ।

ପ୍ରତିଷେଧ ପାଳନରେ ହାତଧୁଆ (hand washing) ଓ ବ୍ୟକ୍ତଗତ ଜିନିଷ ନ ବାଣ୍ଟିବା ମୁଖ୍ୟ ସ୍ଥାନ ଅଧିକାର କରିଛି । ଏହି ଚର୍ମ ରୋଗର ଚିକିତ୍ସା ଏତେ ଆବଶ୍ୟକ ନହେଲେ ମଧ୍ୟ ଅସୁନ୍ଦର ଦେଖାଯିବାରୁ ଓ ବ୍ୟାପିବା ରୋକିବାକୁ ଅନେକ ରୋଗୀ ଏହାକୁ ବିଦାୟ କରିବାକୁ ଇଚ୍ଛୁକ ହୁଅନ୍ତି । କ୍ରାୟୋ ଥେରାପି (freezing) ସାହାଯ୍ୟରେ, ଅପରେଶନ କରି ଏହାକୁ କୋରି ବାହାର କରିଦେବା ଓ ଲେଜର ସାହାଯ୍ୟରେ ଏହାର ଚିକିତ୍ସା କରାଯାଇପାରେ । କୋରିବାଦ୍ୱାରା (Scraping) ସ୍କାର ବା କ୍ଷତ ଦାଗ ରହିଯାଏ । ପାଟିରେ ସାଇମେଟିଡିନ (cimetidine) ଓ ରୋଗ ଥିବା ସ୍ଥାନରେପୋଡୋଫାଇଲୋଟକ୍ସିନ (podophyllotoxin) କ୍ରିମ ବ୍ୟବ‌ହାର କରାଯାଏ ।

ସାରା ପୃଥିବୀରେ ବାର୍ଷିକ ପ୍ରାୟ ୧୨୨ ନିୟୁତ (ଜନସଂଖ୍ୟାର ୧.୮%) ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ଏକରୁ ଦଶ ବର୍ଷ ବୟସର ପିଲା ଅଧିକ ଆକ୍ରାନ୍ତ ହୁଅନ୍ତି । ସନ ୧୯୬୬ ପରଠାରୁ ଏହି ରୋଗ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଦେଖାଯାଉଛି । ଏହି ରୋଗ ହେବାଯୋଗୁ କୌଣସି ପିଲାକୁ ଅନ୍ୟମାନଙ୍କ ସାଥୀରେ ମିଶିବାକୁ ନ ଦେବା ଅନୁଚିତ ।

ଆଧାର

See also

  • Acrochordons (also called skin tags—similar in appearance and grow in similar areas)
  • Umbilicated lesions
  • Wart (caused by the Human papillomavirus; also similar in appearance to molluscum)
ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:scarringen:skinen:viral infection

🔥 Trending searches on Wiki ଓଡ଼ିଆ:

ରାସେଶ୍ୱରୀ ପାଣିଗ୍ରାହୀଭକ୍ତ ଚରଣ ଦାସ (ରାଜନେତା)ହେପାଟାଇଟିସ ବିବଣଭୋଜି ବେଶଜିମି ୱେଲ୍ସଭୂମିକମ୍ପଶ୍ରବଣା (ନକ୍ଷତ୍ର)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସ୍ୱର ବର୍ଣ୍ଣଓଡ଼ିଆ କାବ୍ୟ କବିତା୪ (ସଂଖ୍ୟା)ଲକ୍ଷ୍ମୀକାନ୍ତ ମହାପାତ୍ରଧାତୁଇଣ୍ଡୋନେସିଆସାରଥୀ ବାବାଭ୍ୟାକୁମ୍ କ୍ଲିନର୍ପ୍ରଥମ ଭାସ୍କରରାଧାନାଥ ରଥବ୍ୟଞ୍ଜନ ବର୍ଣ୍ଣସଂକ୍ରାନ୍ତିଅଚ୍ୟୁତାନନ୍ଦ ଦାସvji40ଅନନ୍ତ ପଟ୍ଟନାୟକମହାବିଦ୍ୟାଉଦ୍ଭିଦ ବିଜ୍ଞାନଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରସୂର୍ଯ୍ୟବଂଶୀ ସୂରଜପ୍ଲୁଟୋଆଚାର୍ଯ୍ୟ ହରିହରସୁଇଜରଲ୍ୟାଣ୍ଡଗୋପବନ୍ଧୁ ଦାସଚନ୍ଦ୍ରଶେଖର ରଥଭଣ୍ଡ ଗଣେଶଓଡ଼ିଶା ବିଧାନ ସଭାମୟୂରବେଲଓଡ଼ିଆ ଭାଗବତଶ୍ରୀ ଅରବିନ୍ଦବର୍ଷା ପ୍ରିୟଦର୍ଶିନୀସୋନପୁର ରାଜ୍ୟଜ୍ୟୋତିର୍ଲିଙ୍ଗସରସ୍ୱତୀ ସମ୍ମାନକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତୀୟ ସଂଖ୍ୟା ପ୍ରଣାଳିଜଗନ୍ନାଥ ପ୍ରସାଦ ଦାସବି. ଆର. ଆମ୍ବେଦକରପୁଷ୍ଟିସାରମହିଳା ଯୌନାଙ୍ଗ ଛେଦନଭଗବତ ଗୀତାହରିପ୍ରସାଦ ଚୌରାଶିଆଲଘିଷ୍ଠ ସାଧାରଣ ଗୁଣିତକରାମଚନ୍ଦ୍ର ବେହେରାଚିତ୍ତରଞ୍ଜନ ଦାସଜନ୍ମ ନିରୋଧଓଡ଼ିଶାରାମାବତାରମ୍ଏମିସ ଲୋକଚଇତି ଘୋଡ଼ା ନାଚଜୀବସାର ଗଖାରବେଳଭଦ୍ରକନନ୍ଦନକାନନ ଜୀବ ଉଦ୍ୟାନଏ. ପି. ଜେ. ଅବଦୁଲ କଲାମ୨୮ ଫେବୃଆରୀସୋନାଲ ମାନସିଂହକୁନ୍ତଳା କୁମାରୀ ସାବତଜହ୍ନ🡆 More