ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍)(ଜନ୍ମ ୧ ମାର୍ଚ୍ଚ ୧୯୮୩) ଯାହାଙ୍କୁ ମେରି କମ୍ ନାମରେ ମଧ୍ୟ ଜଣାଯାଏ, ଜଣେ ଭାରତୀୟ ମହିଳା ମୁଷ୍ଟି ଯୋଦ୍ଧା ଅଟନ୍ତି । ସେ ମୁଷ୍ଟି ଯୁଦ୍ଧରେ 5 ଥରର ବିଶ୍ୱ ଚ୍ୟାମ୍ପିୟାନ ଅଟନ୍ତି। ସେ ହେଉଛନ୍ତି ଏକ ମାତ୍ର ମହିଳା ଯେ କି ୬ ଥର ଯାକ ହୋଇଥିବା ବିଶ୍ୱ ଚ୍ୟାମ୍ପିୟନସିପରେ ପଦକ ଜିତିଛନ୍ତି । ମ୍ୟାଗନିଫିସେନ୍ଟ୍ ମେରି ବୋଲାଉଥିବା ମେରି ହେଉଛନ୍ତି ଏକ ମାତ୍ର ଭାରତୀୟ ମହିଳା ଯେ କି ୨୦୧୨ ଲଣ୍ଡନ ଓଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ବର୍ଗ (୫୧ କି.
ଗ୍ରା.)ରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ। ମେରିଙ୍କର ଆତ୍ମଜୀବନୀ “Unbreakable”କୁ ପ୍ରିୟଙ୍କା ଚୋପ୍ରା ତାଙ୍କ ଚଳଚ୍ଚିତ୍ର ମେରି କମରେ ଚିତ୍ରଣ କରିଛନ୍ତି । ମେରି ମଧ୍ୟ ଇମ୍ଫାଲରେ କେବଳ ମହିଳାମାନଙ୍କ ପାଇଁ ଏକ ଯୁଦ୍ଧ ଆଖଡ଼ା (fight club) ଆରମ୍ଭ କରିଛନ୍ତି, ଯେଉଁଠି ଝିଅମାନଙ୍କୁ ଯୌନ ହିଂସାକୁ ପ୍ରତିରୋଧ କରିବାପାଇଁ ତାଲିମ ଦିଆଯିବ।
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପୂରା ନାମ | Mangte Chungneijang Mary Kom | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଡାକନାମ | Magnificent Mary | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜାତୀୟତା | Indian | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Kangathei, Manipur, India | ୧ ମାର୍ଚ୍ଚ ୧୯୮୩||||||||||||||||||||||||||||||||||||||||||||||||||||||||||||||||||||||||||||||||
ଘର | Imphal, Manipur, India | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୧.୫୮ m (୫ ft 2 in) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ଓଜନ | 51 kg (112 lb) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
ପତି/ପତ୍ନୀ | K (Karung) Onkholer Kom | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Sport | |||||||||||||||||||||||||||||||||||||||||||||||||||||||||||||||||||||||||||||||||
ଦେଶ | India | ||||||||||||||||||||||||||||||||||||||||||||||||||||||||||||||||||||||||||||||||
କ୍ରୀଡ଼ା | Boxing (Rated at 46kg, 48kg, 51kg) | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Coached by | M. Narjit Singh, Charles Atkinson | ||||||||||||||||||||||||||||||||||||||||||||||||||||||||||||||||||||||||||||||||
Medal record
|
ମେରି କମଙ୍କ ଜନ୍ମ ମଣିପୁରର ଚୁରାଚାଂଦପୁର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ହୋଇଥିଲା। ସେ ତାଙ୍କ ପ୍ରାଥମିକ ଶିକ୍ଷା ଲୋକଟକ ଖ୍ରୀଷ୍ଟିୟାନ ମଡେଲ ସ୍କୁଲ ଏବଂ ସେଣ୍ଟ ଜାଭିୟର ସ୍କୁଲରେ ସମାପ୍ତ କଲେ। ପରବର୍ତ୍ତୀ ଶିକ୍ଷା ପାଇଁ ସେ ଆଦିମଜାତି ହାଇ ସ୍କୁଲ, ଇମ୍ଫାଲ ଗଲେ । ହେଲେ ପରୀକ୍ଷାରେ ଫେଲ ହୋଇଯିବାରୁ ସେ ସ୍କୁଲ ଛାଡ଼ି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଲେ । ମେରି କମଙ୍କ ବିବାହ ଓନଲର କମଙ୍କ ସହିତ ହୋଇଛି ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି ।
ମେରି କମ୍ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ବକ୍ସିଂ ଚ୍ୟାମ୍ପିୟନସିପ୍ ଜିତିଥିଲେ ଏବଂ ସେ ଏବେ ପର୍ଯ୍ୟନ୍ତ ୧୦ ଥର ଜିତି ସାରିଛନ୍ତି। ବକ୍ସିଂରେ ଦେଶର ନାମ ଉଜ୍ୱଳ କରିଥିବା ହେତୁ ଭାରତ ସରକାର ୨୦୦୩ ମସିହାରେ ମେରି କମଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ ତଥା ଜୁଲାଇ ୨୯, ୨୦୦୯ରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପ୍ରଦାନ କରିଥିଲେ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ମେରି କମ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.