ମୃଣାଳ ସେନ

ମୃଣାଳ ସେନ (୧୪ ମଇ ୧୯୨୩ - ୩୦ ଡିସେମ୍ବର ୨୦୧୮) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଅନେକ ବଙ୍ଗଳା ଓ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ସାମାଜିକ ବିଷୟବସ୍ତୁକୁ ନେଇ କଳାତ୍ମକ ଚଳଚ୍ଚିତ୍ର ପ୍ରସ୍ତୁତି ଥିଲା ତାଙ୍କର ବୈଶିଷ୍ଟ୍ୟ । ସେ ବାମପନ୍ଥୀ ଦୃଷ୍ଟିଭଙ୍ଗୀର ସମର୍ଥକ ଥିଲେ । ତାଙ୍କୁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପଦ୍ମଭୂଷଣ ଓ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।

ମୃଣାଳ ସେନ
ମୃଣାଳ ସେନ
ମୃଣାଳ ସେନ
ଜନ୍ମ(1923-05-14)୧୪ ମଇ ୧୯୨୩
ଫରୀଦପୁର, ବେଙ୍ଗଲ ପ୍ରେସିଡେନସି,
(ବର୍ତ୍ତମାନ ବଙ୍ଗଳାଦେଶରେ)
ମୃତ୍ୟୁ୩୦ ଡିସେମ୍ବର ୨୦୧୮(2018-12-30) (ବୟସ ୯୫)
ମୃତ୍ୟୁର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ବୃତ୍ତିଚଳଚ୍ଚିତ୍ର ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୫୫-୨୦୦୨
ବୈବାହିକ-ସାଥୀଗୀତା ସୋମ
ପୁରସ୍କାରପଦ୍ମ ଭୂଷଣ, ଦାଦାସାହେବ ଫାଲକେ

ପ୍ରାରମ୍ଭିକ ଜୀବନ

ମୃଣାଳ ୧୯୨୩ ମସିହାରେ ସେତେବେଳର ବେଙ୍ଗଲ ପ୍ରେସିଡେନସି ଓ ବର୍ତ୍ତମାନର ବଙ୍ଗଳାଦେଶର ଫରୀଦପୁରଠାରେ ଜନ୍ମଗ୍ରହଣ କରିଥିଲେ । କଲିକତାର ସ୍କଟିସ୍ ଚର୍ଚ୍ଚ କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକତ୍ତୋର ଶିକ୍ଷା ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଆନ୍ଦୋଳନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଜଡ଼ିତ ରହିଥିଲେ । ଆଜୀବନ ମୁଖ୍ୟତଃ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ରହିଥିଲେ ମଧ୍ୟ ଆଦ୍ୟଯୌବନରେ ତାଙ୍କୁ ମେଡିସିନ୍ ରିପ୍ରେଜେଣ୍ଟେଟିଭ କାମ ମଧ୍ୟ କରିବାକୁ ପଡ଼ିଥିଲା ।

ଚଳଚ୍ଚିତ୍ର ନିର୍ଦ୍ଦେଶନା

୧୯୫୫ ମସିହାରେ ମୃଣାଳ ନିଜର ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର "ରାତ ଭୋରେ" ନିର୍ମାଣ କରିଥିଲେ । ୧୯୬୭ ମସିହାରେ ସେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷକୁ ନେଇ, ସମନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ମାଟିର ମଣିଷ ଚଳଚ୍ଚିତ୍ରଟି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂଆ ଦିଗଦର୍ଶନ ଦେଇଥିଲା । ଏହି ଚଳଚ୍ଚିତ୍ର ନିର୍ମାଣ ବେଳର ଅନୁଭୂତିକୁ ସେନ ନିଜ ଆତ୍ମଜୀବନୀ "ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ୍"ରେ ଉଲ୍ଲେଖ କରିଛନ୍ତି । ୧୯୭୬ ମସିହାରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ "ଶିକାର"କୁ ନେଇ "ମୃଗୟା" ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ସମ୍ମାନ ଓ ପୁରସ୍କାର

  • ପଦ୍ମ ଭୂଷଣ - ୧୯୮୧
  • ଦାଦା ସାହେବ ଫାଲକେ ପୁରସ୍କାର - ୨୦୦୫
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୧୮ ଥର)

ଆଧାର

ଅଧିକ ତଥ୍ୟ

Tags:

ମୃଣାଳ ସେନ ପ୍ରାରମ୍ଭିକ ଜୀବନମୃଣାଳ ସେନ ଚଳଚ୍ଚିତ୍ର ନିର୍ଦ୍ଦେଶନାମୃଣାଳ ସେନ ସମ୍ମାନ ଓ ପୁରସ୍କାରମୃଣାଳ ସେନ ଆଧାରମୃଣାଳ ସେନ ଅଧିକ ତଥ୍ୟମୃଣାଳ ସେନଓଡ଼ିଆ ଭାଷାପଦ୍ମଭୂଷଣବଙ୍ଗଳା ଭାଷା

🔥 Trending searches on Wiki ଓଡ଼ିଆ:

ରବୀନ୍ଦ୍ରନାଥ ଠାକୁରପ୍ଲୀହାଭାରତର ରାଷ୍ଟ୍ରପତିସଂଗୀତଚିନ୍ତାମଣି ମହାନ୍ତିମି ଠୁ (ହ୍ୟାସଟ୍ୟାଗ)ଜର୍ଜ କ୍ୟାଣ୍ଟରମଧୁସୂଦନ ଦାସଅମର ପ୍ରସାଦ ଶତପଥୀବି. ଆର. ଆମ୍ବେଦକରହେଲୋ ନେଟୱର୍କବିବାହଗଣନ ସଂଖ୍ୟାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁରୀ ଭାଷାସୀତାକାନ୍ତ ମହାପାତ୍ରନବୀନ ପଟ୍ଟନାୟକକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବ୍ୟାସଦେବବୀଜାଣୁଟୋଲକାପୋନ୧୦ ଅଗଷ୍ଟବଙ୍ଗୋପସାଗର୧୨ ଅପ୍ରେଲପାଲାପ୍ରେମକୁକୁରୟୁ ଟ୍ୟୁବଟେସାମୋରେଲିନବିଶ୍ୱନାଥ କରଗଙ୍ଗାଧର ମେହେରବେଲଗୁଗଲ୧୨ ସେପ୍ଟେମ୍ବରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସୁଭାଷ ଚନ୍ଦ୍ର ବୋଷଉପେନ୍ଦ୍ର ଭଞ୍ଜଜଗନ୍ନାଥ ମନ୍ଦିରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଲସ ଏଞ୍ଜଲେସ ଲେକର୍ସରାଶି ଓ ନକ୍ଷତ୍ରଓଡ଼ିଶାର ଲୋକନୃତ୍ୟଏସ୍କେରିସିଆ କୋଲାଇଉତ୍କଳ ଦୀପିକାଗୋପାଳ ଛୋଟରାୟଋଷିଆଓଡ଼ିଆ ସାହିତ୍ୟର ଇତିହାସଚେରୋ ଜାତିଗୋପାଳ ଚନ୍ଦ୍ର ପ୍ରହରାଜଉଇକିପିଡ଼ିଆମହାତ୍ମା ଗାନ୍ଧୀଦାସକାଠିଆଚକ୍ରଧର ବେହେରାଗୌତମ ବୁଦ୍ଧସାଇକେଲଭକ୍ତ ଚରଣ ଦାସବିଭୂତି ପଟ୍ଟନାୟକପ୍ରଥମ ବିଶ୍ୱଯୁଦ୍ଧଗନରିଆଦୀନକୃଷ୍ଣ ଦାସଦ୍ରୌପଦୀ ମୁର୍ମୁଅନ୍ନଦା ଶଙ୍କର ରାୟଆଚାର୍ଯ୍ୟ ହରିହରଭାରତବିଷ୍ଣୁରତ୍ନାକର ଚଇନିମାଳିକାଯୌନ ସମ୍ଭୋଗ🡆 More