ଭାତରି ଭାଷା

ଭାତରି ଭାଷା ବା ବସ୍ତରୀ ଭାଷା (ଭାତ୍ରୀ , ବସ୍ତୁରିଆ, ଭାତ୍ରା, ଭାତ୍ରି, ଭାତୋଡ଼ା, ଭାତୋରା ଆଦି ନାମରେ ମଧ୍ୟ ଜଣା) ଭାରତୀୟ ରାଜ୍ୟ ଛତିଶଗଡ଼ର ବସ୍ତର ଜିଲ୍ଲା, ଜଗଦଲପୁର ତହସିଲ, ମହାରାଷ୍ଟ୍ରର କେତେକ ଅଞ୍ଚଳ, ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ କଥିତ ଏକ ଭାଷା । ଏହା ଓଡ଼ିଆ ଭାଷାର ଏକ ଉପଭାଷା । ଏହା କଥିତ ଓଡ଼ିଆ ସହ ୬୦% ସମାନ ।

ଭାତରି ଭାଷା
Native toଭାରତ
ଅଞ୍ଚଳଛତିଶଗଡ଼
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇଉରୋପୀୟ
    • ଇଣ୍ଡୋ-ଆର୍ଯ୍ୟ
      • ପୂର୍ବ
        • ହାଳବିକ
          • ଭାତରି ଭାଷା
ଭାଷା କୋଡ୍
ISO ୬୩୯-୩bgw
ଗ୍ଲୋଟୋଲୋଗbhat1265

୨୦୧୧ ଭାରତୀୟ ଜନଗଣନା ଅନୁସାରେ ଏହା ୨୧୭,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷାର ଉପଭାଷାଗୁଡ଼ିକ ପରସ୍ପର ସଙ୍ଗେ ୮୮% ମିଶିଥିବା ବେଳେ ଭାତ୍ରୀ ହାଳବି ଭାଷାର ପାଖାପାଖି । ଦେଶିଆ ଓଡ଼ିଆ ସଙ୍ଗେ ଏହାର ଭାଷାଗତ ସାମଞ୍ଜସ୍ୟ ୫୮% । ଏହା ଓଡ଼ିଆ ଓ ଦେବନାଗରୀ ଲିପିରେ ଲେଖାଯାଏ ।

ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଲେଖିଲାବେଳେ ଏହା ମଧ୍ୟ ପ୍ରଦେଶର ଓଡ଼ିଆ ରାଜ୍ୟ ବସ୍ତରର ଉତ୍ତରପୂର୍ବ କୋଣ ପ୍ରାୟ କୋଡିଏ ହଜାର ଲୋକଙ୍କ କଥିତ ଭାଷା ଥିଲା । ବସ୍ତରରେ ବାସକରୁଥିବା ଏକ କୃଷକ ଜାତି ଭତର ଜାତି ବା ଭତଡ଼ଙ୍କଦ୍ୱାରା ବୋଲାଯାଉଥିବାରୁ ଏହାର ନାମ ଭାତରି ହୋଇଛି । ଏଇ କୃଷକଜାତି ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବସ୍ତର ଛଡ଼ା ବିଜୟନଗର ଏବଂ ଜୟପୁରରେ ମଧ୍ୟ ରହୁଥିବା କଥା ଭାଷାକୋଷରେ ଲିପିବଦ୍ଧ ହୋଇଛି ।

ଶ୍ରେଣୀ ବିଭାଗ ଓ ଲିପି

ଅନେକ ପାଶ୍ଚାତ୍ୟ ଗବେଷକମାନେ ଭାତରିକୁ Halbic ଭାଷାଶ୍ରେଣୀରେ ଗଣିଛନ୍ତି । ଏହି ଶ୍ରେଣୀୟ ଭାଷା ମଧ୍ୟରେ ଥିବା ଶବ୍ଦ ଉଚ୍ଚାରଣ ଏବଂ ବ୍ୟାକରଣଗତ ନିୟମ ଓଡ଼ିଆ, ମରାଠୀ ତଥା ହିନ୍ଦୀ ଭାଷାର ମିଶ୍ରଣ ଅଟେ । ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଯେଣୁ ବସ୍ତର ଅଞ୍ଚଳ ମଧ୍ୟ ପ୍ରଦେଶ ଅର୍ନ୍ତଭୁକ୍ତ ଥିଲା ତେଣୁ ହିନ୍ଦୀ ଭାଷା ତଥା ଦେବନାଗରୀର ପ୍ରଚଳନ ବସ୍ତର ଅଞ୍ଚଳରେ ପଡ଼ିଥିଲା । ଏହା ଓଡ଼ିଆ ଅକ୍ଷରରେ ଲେଖାନଯାଇ ଦେବନାଗରୀ ଅକ୍ଷରରେ ଲେଖାଯାଏ । ଏ ଭାଷା ମରାଠୀ ଭାଷାଦ୍ୱାରା ପ୍ରଭାବିତ ହୋଇଛି । ଲୋକେ ଉଭୟ ଓଡ଼ିଆ ତଥା ଦେବନାଗରୀ ଲିପିର ବ୍ୟବହାର କରନ୍ତି ।

ଆଧାର

Tags:

ଓଡ଼ିଆ ଭାଷାଓଡ଼ିଶାକୋରାପୁଟ ଜିଲ୍ଲାଛତିଶଗଡ଼ବସ୍ତର ଜିଲ୍ଲାମହାରାଷ୍ଟ୍ର

🔥 Trending searches on Wiki ଓଡ଼ିଆ:

ନୃସିଂହ ଚରଣ ପଣ୍ଡାଠିଆକିଆ ବେଶମହାନଦୀସୌର ଜଗତପଠାଣି ସାମନ୍ତଏସିଆଶରତ ଚନ୍ଦ୍ର ପ୍ରଧାନ୨୭ ଜୁଲାଇଗୋପାଳ ଛୋଟରାୟମୁଁଟୁକାଟିନିବକା (ଉପନ୍ୟାସ)ଋଷିଆରାମଚନ୍ଦ୍ର ବେହେରା୪ (ବହୁବିକଳ୍ପ)ପକ୍ଷରାଜ୍ୟ ସଭାଧାତୁଜୟୀ ରାଜଗୁରୁବେଣୁଧର ରାଉତ୧୬ ମଇକୁନ୍ତଳା କୁମାରୀ ସାବତମାଗୁଣିର ଶଗଡ଼ (କଥାଚିତ୍ର)ଅପରେଟିଙ୍ଗ ସିଷ୍ଟମଇତିହାସବୃଷ (ରାଶି)ଚୀନମାରୀଚଓଡ଼ିଆ ସାହିତ୍ୟବିଶ୍ୱନାଥ କରକୋଳିରାମାକାନ୍ତ ଦେଶାଇମୂଳା (ନକ୍ଷତ୍ର)ନବରାତ୍ରୀପୁନର୍ବସୁ (ନକ୍ଷତ୍ର)ମହାପାତ୍ର ନୀଳମଣି ସାହୁସମୟମଣ୍ଡଳଅର୍ଥଶାସ୍ତ୍ରଗୋପୀନାଥ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୨୯ ଜୁନରାସାୟନିକ ମୌଳିକଉଇକିକଥାବୃହସ୍ପତିଉଇକିପାଠାଗାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅଙ୍କୁଶକୃମିଜାତୀୟ ଆୟଚିଲିକା ହ୍ରଦନାଗାର୍ଜୁନ ବେଶଜଗନ୍ନାଥ ମନ୍ଦିର, କୋରାପୁଟକଳିଙ୍ଗ୩୧ ଜୁଲାଇକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ରାଜେନ୍ଦ୍ର କିଶୋର ପଣ୍ଡାଲକ୍ଷ୍ମୀକୁମ୍ଭ (ରାଶି)ମୋହିନୀୟାଟ୍ଟମକୃଷ୍ଣଚନ୍ଦ୍ର ପାଣିଗ୍ରାହୀଔଷଧୀୟ ଗଛଲତାମାନଙ୍କର ତାଲିକାଡାକ ମୁନସୀପଖାଳ ଦିବସଭାଷାହାଡ଼ଫୁଟିବର୍ଷା ପ୍ରିୟଦର୍ଶିନୀବଲାଙ୍ଗୀର ଜିଲ୍ଲାକୋଷରଘୁନାଥ ପରିଚ୍ଛାରାମାୟଣସମ୍ବାଦ (ଖବରକାଗଜ)କ୍ଷୀରଚୋରା ଗୋପୀନାଥ ମନ୍ଦିର🡆 More