ବ୍ୟାଟେରୀ

ଛାଞ୍ଚ:Infobox electronic component

ବ୍ୟାଟେରୀ
(ବାମରୁ) AA, AAA, AAAA ଓ A23 ବ୍ୟାଟେରୀ

ବ୍ୟାଟେରୀ ଏକ ଉପକରଣ ଯାହା ରସାୟନିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତିରେ ରୂପାନ୍ତରିତ କରିଥାଏ । ଏହା ସଳଖ ବିଦ୍ୟୁତ୍ (Direct Current) ଉତ୍ପନ୍ନ କରେ । ଏଥିରେ ଦୁଇଟି ଟର୍ମିନାଲ ଥାଏ: କ୍ୟାଥୋଡ଼ ବା ଧନାତ୍ମକ ଓ ଆନୋଡ଼ ବା ଋଣାତ୍ମକ । ଧନାତ୍ମକ ଟର୍ମିନାଲଟି ଋଣାତ୍ମକଠାରୁ ଉଚ୍ଚ ବିଭବ (potential)ରେ ଥାଏ । ଋଣାତ୍ମକ ଟର୍ମିନାଲଟି ଇଲେକ୍ଟ୍ରନର ସ୍ରୋତ । ବାହ୍ୟ ସର୍କିଟ ବ୍ୟାଟେରୀ ସହ ସଂଯୋଗ କଲେ, ଋଣାତ୍ମକ ଟର୍ମିନାଲରୁ ଇଲେକ୍ଟ୍ରନ ଗୁଡ଼ିକ ଗତିଶୀଳ ହୋ‍ଇ ଅନ୍ୟ ଟର୍ମିନାଲକୁ ଯାଆନ୍ତି ଯାହା ଫଳରେ ସର୍କିଟ ଦେଇ ବିଦ୍ୟୁତ୍ ପ୍ରବାହ ହୁଏ ।ଏହି ଇଲେକ୍ଟ୍ରନ ଗୁଡ଼ିକ ବ୍ୟାଟେରୀରେ ଥିବା ରସାୟନ ମଧ୍ୟରେ ରାସାୟନିକ ପ୍ରକ୍ରିୟାଦ୍ୱାରା ଇଲେକ୍ଟ୍ରୋଲାଇଟ୍ରୁ ଭାଙ୍ଗି ଆୟନରେ ପରିଣତ ହେବା ଯୋଗୁଁ ଉତ୍ପନ୍ନ ହୁଏ । ଆଜିକାଲି ବ୍ୟାଟେରୀ ବୋ‍ଇଲେ ଯାହା ବୁଝାଏ, ପୂର୍ବେ ତାହାକୁ ସେଲ୍ ବୋଲି କୁହାଯାଉଥିଲା । କେତେ ଗୁଡ଼ିଏ ସେଲ୍‌ର ସମଷ୍ଟିକୁ ବ୍ୟାଟେରୀ ବୋଲି କୁହାଯାଉଥିଲା, କିନ୍ତୁ ଆଜିକାଲି ଗୋଟିଏ ସେଲ୍‌କୁ ମଧ୍ୟ ବ୍ୟାଟେରୀ କୁହାଯାଉଛି ।

ବ୍ୟାଟେରୀ
22,5 V ବ୍ୟାଟେରୀ

ବ୍ୟାଟେରୀ ଦୁଇ ପ୍ରକାରର: ପ୍ରାଥମିକ ଓ ଦ୍ୱିତୀୟକ । ପ୍ରାଥମିକ ଥରେ ବ୍ୟବହାର ସରିଲେ ଅକାମୀ ହୋ‍ଇଯାଏ । ଏଥିରେ ଥିବା ରସାୟନ ଗୁଡ଼ିକ ପ୍ରତିକ୍ରିୟା ବେଳେ ଅପରିବର୍ତ୍ତନୀୟ ଭାବେ ବିଘଟିତ ହୋ‍ଇଯାଆନ୍ତି । ଆମେ ନିତିଦିନ ବ୍ୟବହାର କରୁଥିବା କାନ୍ଥଘଣ୍ଟା ବା ଖେଳଣା ଆଦିର ଆଲକାଲାଇନ ବ୍ୟାଟେରୀ ଏହି ଶ୍ରେଣୀର । ଦ୍ୱିତୀୟକ ବା ରିଚାର୍ଜେବଲ ବ୍ୟାଟେରୀକୁ ବାରମ୍ବାର ବ୍ୟବହାର କଲା ପରେ ରିଚାର୍ଜ କରି ପୁନଃବ୍ୟବହାର କରିହୁଏ । ଗାଡ଼ିରେ ଥିବା ଲେଡ ଏସିଡ ବ୍ୟାଟେରୀ ବା କ୍ୟାମେରା ଓ ମୋବାଇଲର ଲି-ଆୟନ ବ୍ୟାଟେରୀ ଏହି ଶ୍ରେଣୀର ।

ବ୍ୟାଟେରୀ ଅନେକ ଆକାର ଓ ରୂପରେ ଆସେ । ଛୋଟିଆ ଶ୍ରବଣଯନ୍ତ୍ର ଲାଗି କ୍ଷୁଦ୍ରାତିକ୍ଷୁଦ୍ର ବ୍ୟାଟେରୀରୁ ଆରମ୍ଭ କରି ଟେଲିଫୋନ ଏକ୍ସଚେଞ୍ଜ ଗୁଡ଼ିକରେ ବ୍ୟାକଅପ ଶକ୍ତି ଲାଗି ଘର ଆକାରର ବ୍ୟାଟେରୀ ମଧ୍ୟ ରହିଛି ।

୨୦୦୫ରେ ଏକ ଅନୁମାନ ଅନୁସାରେ ପ୍ରତିବର୍ଷ ବ୍ୟାଟେରୀ ବିକ୍ରୟରୁ ୪୮ ବିଲିୟନ ଆମେରିକୀୟ ଡଲାରର ବ୍ୟାପାର ହୋ‍ଇଥାଏ ।

ଇତିହାସ

କୌଣସି ବୈଦ୍ୟୁତିକ ଉପକରଣ ଲାଗି ବ୍ୟାଟେରୀ ନାମର ବ୍ୟବହାର ୧୭୪୮ରେ ପ୍ରଥମ କରି ବେଞ୍ଜାମିନ ଫ୍ରାଙ୍କଲିନ କରିଥିଲେ । ସେ ବ୍ୟାଟେରୀ ଶବ୍ଦଟି ସାମରିକ ବ୍ୟାଟେରୀରୁ ଉଦ୍ଧୃତ କରିଥିଲେ । ସାମରିକ ଭାଷାରେ ବ୍ୟାଟେରୀର ଅର୍ଥ ଗୁଡ଼ିଏ ଅସ୍ତ୍ର-ଶସ୍ତ୍ର ଏକାଥରକେ କାମ କରିବା । ସେଲ୍ ଭାବେ କେତେଗୁଡିଏ ଲେଡ଼େନ୍ ଜାରକୁ ଯୋଡ଼ିଥିବା ବେଳେ ତୁଳନାତ୍ମକ ଭାବେ ସେ ଏହି ନାମଟି ବାଛିଥିଲେ । with 6% annual growth.

ବ୍ୟାଟେରୀ 
ପୁନଃପ୍ରକ୍ରିୟାକରଣ (Recycling) ପାଇଁ ରଖାଯାଇଥିବା ବିଭିନ୍ନ ପ୍ରକାରର ବ୍ୟାଟେରୀ

ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକଗୁଡ଼ିକ ଲୁଣିପାଣିରେ ଭିଜିଥିବା କାଗଜପଟାଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।ଏଥିରୁ ସ୍ଥିର ଭାବେ ଅଳ୍ପ କରେଣ୍ଟ ଦୀର୍ଘ ସମୟ ଧରି ଉତ୍ପନ୍ନ ହେ‍ଉଥିଲା । ଭୋଲ୍ଟା ଜାଣିପାରି ନଥିଲେ ଯେ କରେଣ୍ଟ, ରାସାୟନିକ ପ୍ରକ୍ରିୟା ଯୋଗୁଁ ଉତ୍ପନ୍ନ ହେଉଛି । ସେ ଧରିନେଇଥିଲେ ଯେ ତାଙ୍କ ସେଲ୍ ବିଦ୍ୟୁତ୍ର ଅକ୍ଷୟ ଭଣ୍ଡାର । ରାସାୟନିକ ପ୍ରକ୍ରିୟାରେ ଇଲେକ୍ଟ୍ରୋଡ ଗୁଡ଼ିକର ଅବକ୍ଷୟ ଯେ ସେଲ୍ର କାର୍ଯ୍ୟପ୍ରଣାଳୀର ଅଂଶ ଓ କୌଣସି ପାର୍ଶ୍ୱ ପ୍ରଭାବ ନୁହଁ ତାହା ସେ ହୃଦୟଙ୍ଗମ କରିପାରିନଥିଲେ, ଯାହାକି ପରେ ୧୮୩୪ରେ ମାଇକେଲ ଫାରାଡ଼େ ପଦର୍ଶିତ କରିଥିଲେ ।

ମୌଳିକ ସିଦ୍ଧାନ୍ତ

ଶ୍ରେଣୀବିଭାଗ

ଜୀବନକାଳ

ଆକାର

ବିପଦ

ରାସାୟନିକ ପ୍ରକ୍ରିୟା

ଆଧାର

Tags:

ବ୍ୟାଟେରୀ ଇତିହାସବ୍ୟାଟେରୀ ମୌଳିକ ସିଦ୍ଧାନ୍ତବ୍ୟାଟେରୀ ଶ୍ରେଣୀବିଭାଗବ୍ୟାଟେରୀ ଜୀବନକାଳବ୍ୟାଟେରୀ ଆକାରବ୍ୟାଟେରୀ ବିପଦବ୍ୟାଟେରୀ ରାସାୟନିକ ପ୍ରକ୍ରିୟାବ୍ୟାଟେରୀ ଆଧାରବ୍ୟାଟେରୀ

🔥 Trending searches on Wiki ଓଡ଼ିଆ:

କଳାହାଣ୍ଡି ଜିଲ୍ଲାଆଷ୍ଟାଟାଇନଦିବ୍ୟସିଂହ ଦେବମହାବୀର ଜୈନଅବସାଦଦାସକାଠିଆଅନୁଭବ ମହାନ୍ତିକଳିଙ୍ଗ ଯୁଦ୍ଧଧାନ୨୭ ଜୁନଓଡ଼ିଆ ଖାଦ୍ୟରାମକୃଷ୍ଣ ପରମହଂସଗୌତମ ବୁଦ୍ଧନମ୍ରତା ଦାସପକ୍ଷସୀତା ବିବାହବିଷ୍ଣୁରାମାନନ୍ଦ ରାୟରେବତୀ (କ୍ଷୁଦ୍ରଗଳ୍ପ)ଲଣ୍ଡନକଟକ୧୧ ମାର୍ଚ୍ଚଲକ୍ଷ୍ମୀ୨୬ ଅପ୍ରେଲଭଦଭଦଳିଆଗୋଦାବରୀଶ ମହାପାତ୍ରଏ ଦିଲ୍ ତତେ ଦେଲିଭାରତୀୟ ଜନତା ପାର୍ଟିଭଗବତୀ ଚରଣ ପାଣିଗ୍ରାହୀବିଶ୍ୱନାଥ କରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ୨୬ ଜୁଲାଇଜୟୀ ରାଜଗୁରୁଭୂମିକମ୍ପନଅଙ୍କ ଦୁର୍ଭିକ୍ଷଅମରପୋଇକଟକ ଚଣ୍ଡୀ ମନ୍ଦିରସୁକାନ୍ତ କୁମାର ନାୟକପଖାଳ ଦିବସଇନ୍ଦୁରାଣୀ ମହାପାତ୍ରଭାରତର ଜାତୀୟ ପ୍ରତୀକକଳିଙ୍ଗମୟୂରଭଞ୍ଜ ରାଜ୍ୟମଧୁସୂଦନ ଦାସସୀତାକାନ୍ତ ମହାପାତ୍ରପ୍ରହ୍ଲାଦ ନାଟକଡଙ୍ଗାରଜନୀ କୋଠାରୀଏକାଦଶୀଜ୍ୟୋତି ପ୍ରକାଶ ପାଣିଗ୍ରାହୀମହାଶ୍ୱେତା ରାୟସ୍ୱର ବର୍ଣ୍ଣଭଣ୍ଡ ଗଣେଶଜାପାନୀ ଭାଷାବର୍ଷାଥୁକୁଲ୍ପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ରାମଶଙ୍କର ରାୟମହୁଲମହେନ୍ଦ୍ର ସିଂହ ଧୋନିମନମୋହନ ସାମଲସଚ୍ଚିଦାନନ୍ଦ ରାଉତରାୟଆମ୍ବଦୀନକୃଷ୍ଣ ଦାସସମୀର ରଞ୍ଜନ ଦାଶବିଭୂତି ପଟ୍ଟନାୟକବିଜୁ ଜନତା ଦଳଜନ ଗଣ ମନଗଣେଶଆକବରଅପରେଟିଙ୍ଗ ସିଷ୍ଟମଶୈଳବାଳା ଦାସଅଚ୍ୟୁତାନନ୍ଦ ଦାସ🡆 More