ପ୍ରଣବ ପଟ୍ଟନାୟକ: ଓଡ଼ିଆ ଗାୟକ ଓ ସଂଗୀତକାର

ପ୍ରଣବ ପଟ୍ଟନାୟକ (ଜନ୍ମ: ୨୦ ଜାନୁଆରୀ ୧୯୩୮) ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ । ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

ପ୍ରଣବ ପଟ୍ଟନାୟକ
ପ୍ରଣବ ପଟ୍ଟନାୟକ: ବ୍ୟକ୍ତିଗତ ଜୀବନ, କର୍ମଜୀବନ, କଣ୍ଠଦାନ କରିଥିବା କଥାଚିତ୍ର (୧୯୫୮ - ୧୯୯୭)
ଭୁବନେଶ୍ୱରର ଜୟଦେବ ଭବନରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ପଟ୍ଟନାୟକ, ୨୦୧୪
ଜନ୍ମ
ପ୍ରଣବ କିଶୋର ପଟ୍ଟନାୟକ

(1938-01-20) ୨୦ ଜାନୁଆରୀ ୧୯୩୮ (ବୟସ ୮୬)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ପିତାମାତାଲାଲ ମୋହନ ପଟ୍ଟନାୟକ (ବାପା)
ସମ୍ପର୍କୀୟସୁଧାଂଶୁମାଳିନୀ ରାୟ (ଭଉଣୀ)
ପୁରସ୍କାରଜୟଦେବ ପୁରସ୍କାର

ବ୍ୟକ୍ତିଗତ ଜୀବନ

ସେ ୧୯୩୮ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲାଲ ମୋହନ ପଟ୍ଟନାୟକ ଜଣେ ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ରାଜନେତା ଥିଲେ, ଯିଏକି ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାର ଜଣେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ଭଉଣୀ ସୁଧାଂଶୁମାଳିନୀ ରାୟ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ ଏବଂ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କର୍ମଜୀବନ

୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।

ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।

କଣ୍ଠଦାନ କରିଥିବା କଥାଚିତ୍ର (୧୯୫୮ - ୧୯୯୭)

ଗୀତ କଥାଚିତ୍ର ମୁକ୍ତିଲାଭ ବର୍ଷ ସଙ୍ଗୀତ ନିର୍ଦ୍ଦେଶକ
ଲକ୍ଷେ ଶିବ ପୂଜି ପାଇଛି ପୁଅ ୧୯୯୭ ସ୍ୱରୂପ ନାୟକ
ଘର ମୋର ସ୍ୱର୍ଗ ୧୯୯୨ ଅରୁଣ ମହାନ୍ତି
କନ୍ୟାଦାନ ୧୯୮୮ ଅରୁଣ ମହାନ୍ତି
ତୁଣ୍ଡ ବାଇଦ ୧୯୮୭ ପ୍ରଫୁଲ୍ଲ କର
ମାଣିକ ୧୯୮୬ ଉପେନ୍ଦ୍ର କୁମାର
ଗୃହଲକ୍ଷ୍ମୀ ୧୯୮୫ ପ୍ରଫୁଲ୍ଲ କର
ପ୍ରତିଧ୍ୱନି ୧୯୮୪ ପ୍ରଫୁଲ୍ଲ କର
ଝିଅଟି ସୀତା ପରି ୧୯୮୩ ସରୋଜ ପଟ୍ଟନାୟକ
ରାମ ରହିମ ୧୯୮୩ ପ୍ରଫୁଲ୍ଲ କର
ଉଦୟଭାନୁ ୧୯୮୩ ବାସୁଦେବ ରଥ
ଅଶାନ୍ତ ଗ୍ରହ ୧୯୮୨ ଅକ୍ଷୟ ମହାନ୍ତି
ଅସ୍ତରାଗ ୧୯୮୨ ବାସୁଦେବ ରଥ
ମୁଁ ତୁମେ ଓ ସେ ୧୯୮୨ ପ୍ରଫୁଲ୍ଲ କର
ଅକ୍ଷିତୃତୀୟା ୧୯୮୧ ରାଖାଲ ମହାନ୍ତି
ଆରତୀ ୧୯୮୧ ବାସୁଦେବ ରଥ
ଟିକେ ହସ ଟିକେ ଲୁହ ୧୯୮୧ ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଅଲିଭା ଦାଗ ୧୯୮୦ ଉପେନ୍ଦ୍ର କୁମାର
ବାଟ ଅବାଟ ୧୯୮୦ ଭୁବନ-ହରି (ଭୁବନେଶ୍ୱର ମିଶ୍ର , ହରିପ୍ରସାଦ ଚୌରାଶିଆ)
ମେଘମୁକ୍ତି ୧୯୮୦ ଶାନ୍ତନୁ ମହାପାତ୍ର
ଚିହ୍ନା ଅଚିହ୍ନା ୧୯୭୯ ବାସୁଦେବ ରଥ
ସଉତୁଣୀ ୧୯୭୯ ବାସୁଦେବ ରଥ
ଆସ ପ୍ରିୟତମା, ସାଥିରେ ଆମ ଗୀତିରେ ଶଙ୍ଖ ମହୂରୀ ୧୯୭୮ ବାଳକୃଷ୍ଣ ଦାସ
ଏହି କି ବିଚାର ସାକ୍ଷୀ ଗୋପୀନାଥ ୧୯୭୮ ବାସୁଦେବ ରଥ
ଏ ଗ୍ରାମର ଚଷାଭାଇ, ଇନ୍ଦ୍ରଧନୁର ସପ୍ତରଙ୍ଗୁ ସମର୍ପଣ ୧୯୭୮ ଉପେନ୍ଦ୍ର କୁମାର
ମଧୁଝରା ଫୁଲବନେ, ଜୀବନ ଯମୁନା ନଈ ପିପାସା ୧୯୭୮ ଉପେନ୍ଦ୍ର କୁମାର
ରାତି ପାହିଥିଲେ କୁଳ ଚନ୍ଦ୍ରମା ୧୯୭୮ ଉପେନ୍ଦ୍ର କୁମାର
ପୂରିଲା ଆଶା ମୋର, ହାତୀ ଝୁଲୁଥାଏ ପରିବାର ୧୯୭୮ ଉପେନ୍ଦ୍ର କୁମାର
ମାଝିରେ ଉଆସ ରାତି, ଉର୍ମି ଅଧୀରା ରୂପସୀ ଚିଲିକା ଚିଲିକା ତୀରେ ୧୯୭୮ ଶାନ୍ତନୁ ମହାପାତ୍ର
ମନ ରସିଆରେ, ରକ୍ତ ଗୋଲାପ ୧୯୭୭ ଧନଞ୍ଜୟ ଶତପଥୀ
ଯାହା ମୁଁ ଖୋଜିଛି, ଏ ଜୀବନେ ସବୁ ଘଟଇ ପୁନର୍ମିଳନ ୧୯୭୭ ଉପେନ୍ଦ୍ର କୁମାର
ହେ ଦୁଃଖହାରୀ ସୁନା ସଂସାର ୧୯୭୮
ଏ ନୁହେଁ କାହାଣୀ, ମୋ ଗଣ୍ଠିଧନ ଏ ନୁହେଁ କାହାଣୀ ୧୯୭୭ ଉପେନ୍ଦ୍ର କୁମାର
ହୀରା ମୋତି ମାଣିକ ୧୯୮୧ ଶ୍ରୀବତ୍ସ ପଟ୍ଟନାୟକ
ମାଝିରେ ଶେଷ ଶ୍ରାବଣ ଶେଷ ଶ୍ରାବଣ ୧୯୭୬ ପ୍ରଫୁଲ୍ଲ କର
ଯଉବନରୁ ଅପରାଧ, କେଉଁ ନାମ ଧରି ସିନ୍ଦୂର ବିନ୍ଦୁ ୧୯୭୬ ପ୍ରଫୁଲ୍ଲ କର
ହୃଦୟ ଭରି ମୋର, ଧାର ଧାର ହୋଇ କୃଷ୍ଣ ସୁଦାମା ୧୯୭୬ ପ୍ରଫୁଲ୍ଲ କର
ସୀମାହୀନ ଦରିଆ ବତିଘର ୧୯୭୬ ପ୍ରଫୁଲ୍ଲ କର
ହାୟ ସେ ହରିଣୀ ଆଖି ଯାଯାବର ୧୯୭୫ ଅକ୍ଷୟ ମହାନ୍ତି
ରେ ଆତ୍ମନ୍, ଆ'ରେ ମିତ, ଶ୍ଯାମକୁ ଜୁହାର ମମତା ୧୯୭୫ ପ୍ରଫୁଲ୍ଲ କର
ନ କର ନ କର ମନ ସଂସାର ୧୯୭୧ ଅକ୍ଷୟ ମହାନ୍ତି
ଏ ନୀଳଆଖି, ମା କାଳୀଯାଇ ଲୋ, ପୂର୍ଣିମା ଜହ୍ନ ସତେ ବନ୍ଧନ ୧୯୭୧ ଭୁବନେଶ୍ୱର ମିଶ୍ର
ତୁମ ବିନା ଏଇ ରାତି, ବିତିଯାଏ ରେ ସ୍ତ୍ରୀ ୧୯୬୮ ଭୁବନେଶ୍ୱର ମିଶ୍ର
ଏଇ ଛୋଟ କଥାଟିଏ ଅରୁନ୍ଧତୀ ୧୯୬୭ ଶାନ୍ତନୁ ମହାପାତ୍ର
ତୁମେ ଜାଣନା ଜାଣନା କା ୧୯୬୬ ଭୁବନେଶ୍ୱର ମିଶ୍ର
ମୁଁ ତ କୁଳରୁ ହେଲି, ମୋର ଅନ୍ତର ମନ୍ଦିରେ ମଲାଜହ୍ନ ୧୯୬୫ ଅକ୍ଷୟ ମହାନ୍ତି
ନୟନେ ସୁନୟନା ସାଧନା ୧୯୬୪ ବାଳକୃଷ୍ଣ ଦାସ
ନୀଳାଦ୍ରି ବିହାରୀ ହରି, ଏ ରଙ୍ଗ ରହିବ ନାହିଁ, ଅନ୍ତରେ କାନ୍ଦେ ସୂର୍ଯ୍ୟମୁଖୀ ୧୯୬୩ ଶାନ୍ତନୁ ମହାପାତ୍ର
ତୁ କି ପରଦେଶୀ, ଚାହେଁନା ଚାହେଁନା ଶ୍ରୀ ଲୋକନାଥ ୧୯୬୦ ବାଳକୃଷ୍ଣ ଦାସ
ବେଦନା ସାଗର ମା ୧୯୫୯ ଭୁବନେଶ୍ୱର ମିଶ୍ର

ମାନସମ୍ମାନ ଓ ପୁରସ୍କାର

  • ୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ
  • ୨୦୧୬ - ଜୟଦେବ ପୁରସ୍କାର
  • ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ
  • ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ
  • ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼
  • ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଆଧାର

Tags:

ପ୍ରଣବ ପଟ୍ଟନାୟକ ବ୍ୟକ୍ତିଗତ ଜୀବନପ୍ରଣବ ପଟ୍ଟନାୟକ କର୍ମଜୀବନପ୍ରଣବ ପଟ୍ଟନାୟକ କଣ୍ଠଦାନ କରିଥିବା କଥାଚିତ୍ର (୧୯୫୮ - ୧୯୯୭)ପ୍ରଣବ ପଟ୍ଟନାୟକ ମାନସମ୍ମାନ ଓ ପୁରସ୍କାରପ୍ରଣବ ପଟ୍ଟନାୟକ ଆଧାରପ୍ରଣବ ପଟ୍ଟନାୟକ ଅଧିକ ତଥ୍ୟପ୍ରଣବ ପଟ୍ଟନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ତାରାପ୍ରସାଦ ଦାସଶିବଜାନକୀ ବଲ୍ଲଭ ପଟ୍ଟନାୟକ୧୫ ଅପ୍ରେଲକୁଞ୍ଜବିହାରୀ ଦାଶଯାଜପୁରବେଲ ପଣାଗୌତମ ବୁଦ୍ଧଶାମ୍ବ (କୃଷ୍ଣଙ୍କ ପୁତ୍ର)ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଅହିଂସାଭୀମ ଭୋଇଓଡ଼ିଶୀକପିଳାସ ଶିବ ମନ୍ଦିରକାଳିନ୍ଦୀ ଚରଣ ପାଣିଗ୍ରାହୀପ୍ରତିଭା ରାୟବୁଧେଇ ଓଷାଭଦଭଦଳିଆନବକଳେବର୧୪ ଅପ୍ରେଲଟାଇପରାଇଟରଭାନୁଜୀ ରାଓବିଶ୍ୱଜିତ ଦାସହେନା ଫୁଲଭାରତୀୟ ସମ୍ବିଧାନସରଳା ଦେବୀଜଳ ପ୍ରଦୂଷଣଧୃତରାଷ୍ଟ୍ର (ମହାଭାରତ)ମଧୁସୂଦନ ଦାସଓଡ଼ିଆ ଖାଦ୍ୟ୧୯୯୯ ଓଡ଼ିଶା ମହାବାତ୍ୟା୭ ଅପ୍ରେଲଦରବାର (କବିତା)ଭାରତୀୟ ଡାକ ସେବାବିଜୟ ପ୍ରସାଦ ମହାପାତ୍ରଲକ୍ଷ୍ମଣ ନାୟକହାଡ଼ଫୁଟିଗୀତଗୋବିନ୍ଦIndiaଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଗୋପୀନାଥ ମହାନ୍ତିସୁନାବେଶବନମାଳୀ ଦାସଶ୍ରୀ ଦେବ ରାମେଶ୍ଵର ମନ୍ଦିରଯକୃତଅଗ୍ନ୍ୟାଶୟ ଅକ୍ଷମତାନଦୀରାମ ନବମୀରାମଚନ୍ଦ୍ର ମିଶ୍ରଗୋବିନ୍ଦ ତ୍ରିପାଠୀଉପେନ୍ଦ୍ର ଭଞ୍ଜଶରତ କୁମାର ମହାନ୍ତିକାଞ୍ଜିଅଅଁଳା ଓଷାଦଣ୍ଡ ନାଟଭଗବତ ଗୀତାଗୁରୁ ପ୍ରସାଦ ମହାନ୍ତିଦିବାକର ପରିଡ଼ାରାଜେନ୍ଦ୍ର ନାରାୟଣ ସିଂହଦେଓପଦ୍ମଶ୍ରୀମହାଦେଶ୧୯୬୩ର ଓଡ଼ିଆ କଥାଚିତ୍ରଭରତ (ରାମାୟଣ)କବିସୂର୍ଯ୍ୟ ବଳଦେବ ରଥଚମ୍ପୂଶଙ୍ଖତାରିଣୀ ମନ୍ଦିର, ଘଟଗାଁଇରା ମହାନ୍ତିଗିରିଜା କୁମାର ବଳୀୟାରସିଂହ🡆 More