ସରୋଜ ପଟ୍ଟନାୟକ: ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର

ସରୋଜ ପଟ୍ଟନାୟକ (୪ ଜୁନ ୧୯୪୦ – ୧୩ ଜାନୁଆରୀ ୨୦୨୨) ଜଣେ ଭାରତୀୟ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ସେ ଚାରି ଦଶନ୍ଧି ଧରି ଓଡ଼ିଆରେ ଗୀତିକବିତା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଆସିଥିଲେ । ବୃତ୍ତିରେ ସେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ୧୯୭୭ ମସିହାରେ ଅଭିମାନ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଅନ୍ୟ କେତେକ ଜଣାଶୁଣା ଚଳଚ୍ଚିତ୍ର ହେଲା ଫୁଲ ଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ, ହାକିମ ବାବୁ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥୀ ମୋର ଏବଂ ଏଇ ସଂଘର୍ଷ । ଏଥିମଧ୍ୟରୁ ଅଭିଳାଷ, ମୋ ମନ ଖାଲି ତୋରି ପାଇଁ ଓ ତୁମେ ହିଁ ସାଥୀ ମୋର ଆଦି ଚଳଚ୍ଚିତ୍ରରେ ସେ ଗୀତ ରଚନା ମଧ୍ୟ କରିଥିଲେ । ଫୁଲ ଚନ୍ଦନ ଓ ଅଭିଳାଷ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଏଥି ସହିତ ଅକ୍ଷୟ ମହାନ୍ତିଙ୍କ ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ ଭଳି ବହୁ ଲୋକପ୍ରିୟ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ର ଭିନ୍ନ ବିଭିନ୍ନ ନାଟକ, ଟିଭି ସିରିଏଲ, ଟେଲି ଫିଲ୍ମ ଆଦିରେ ମଧ୍ୟ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସେ ଭିନ୍ନ ସମୟରେ ଅଭିନୟ ମଧ୍ୟ କରିଥିଲେ ।

ସରୋଜ ପଟ୍ଟନାୟକ
ଜନ୍ମ(1940-06-02)୨ ଜୁନ ୧୯୪୦
ମୃତ୍ୟୁ୧୩ ଜାନୁଆରୀ ୨୦୨୨(2022-01-13) (ବୟସ ୮୧)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ସଂଗୀତକାର
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

୨୦୨୨ ଜାନୁଆରୀ ୧୩ ତାରିଖ ସନ୍ଧ୍ୟାରେ ୮୧ ବର୍ଷ ବୟସରେ ତାଙ୍କ ବାରିପଦା ବଡ଼ବଜାରସ୍ଥିତ ବାସଭବନରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ

ପ୍ରାରମ୍ଭିକ ଜୀବନ

ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ତିନି ଜଣ ପୁଅ ଓ ଜଣେ ଝିଅ ଅଛନ୍ତି ।

ସଂଗୀତ ଶିକ୍ଷା

ସେ ପିଲାବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ । ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା । ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ । ସେ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କ ନିକଟରୁ ଏହା ପରେ ସଙ୍ଗୀତ ଶିକ୍ଷା କରିଥିଲେ ।।

ସଂଗୀତ ରଚନା ଓ ନିର୍ଦ୍ଦେଶନା

୧୯୫୮-୫୯ ମସିହାରୁ ତାଙ୍କ ରଚିତ ଗୀତସବୁ ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ । ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୮୨ର ମୁକ୍ତିଲାଭ କରିଥିବା ଅଭିଳାଷ ସିନେମାର ଓ ବଲିଉଡ଼ର ଲୋକପ୍ରିୟ ଗାୟକ-ଗାୟିକା ହରିହର ଓ ଗାୟତ୍ରୀ ମୁଖାର୍ଜୀଙ୍କଦ୍ୱାରା ବୋଲାଯାଇଥିବା "ଝୁମା ଝୁମା ଗୋଲାପୀ ବେଳାରେ" ଗୀତର ସ୍ବର ସଂଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବରେ କାର୍ଯ୍ୟ କରିଛନ୍ତି । ସେ ଅକ୍ଷୟ ମହାନ୍ତିଙ୍କ ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ, ଭସା ମେଘ ମୁଁ ଯେ ଭାସିଯାଏ ଦୂରେ, ଏଇ ମନକୁ ଭୁଲାଇ ରଖିଥିଲି ସଜାଇ, ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ, ଚିକ ମିକିଆ ଯଉବନ ଜହ୍ନ ରାତି ଆଦି ଲୋକପ୍ରିୟ ଗୀତର ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନା କରିଥିଲେ । ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ଅମ୍ବିକା ମା, ରସିଆ ଠାକୁର, ଅଧର୍ମେ ନୌକା ବୁଡ଼ିଯିବ କିରେ ଆଦି ଭଜନ ତ ଥା ବକୁଳ ଫୁଲ ଝୁମର କ୍ୟାସେଟ ଆଦି ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ର ସହ ବିଭିନ୍ନ ନାଟକ, ଟିଭି ସିରିଏଲ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ସେ ସଙ୍ଗୀତ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ।

ବୃତ୍ତି

ସେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଓ ବାଲେଶ୍ୱରରୁ ଅବସର ଗ୍ରହଣ କରିଥିଲେ ।

ମୃତ୍ୟୁ

୨୦୨୨ ଜାନୁଆରୀ ୧୩ ତାରିଖରେ ହୃଦ୍‌ଘାତରେ ତାଙ୍କର ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଫିଲ୍ମୋଗ୍ରାଫି

ସମ୍ମାନ

ଆଧାର

ବାହାର ଆଧାର

Tags:

ସରୋଜ ପଟ୍ଟନାୟକ ଜୀବନୀସରୋଜ ପଟ୍ଟନାୟକ ଫିଲ୍ମୋଗ୍ରାଫିସରୋଜ ପଟ୍ଟନାୟକ ସମ୍ମାନସରୋଜ ପଟ୍ଟନାୟକ ଆଧାରସରୋଜ ପଟ୍ଟନାୟକ ବାହାର ଆଧାରସରୋଜ ପଟ୍ଟନାୟକଅକ୍ଷୟ ମହାନ୍ତିଅଭିମାନଅଭିଳାଷଏଇ ସଂଘର୍ଷଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାଝିଅଟି ସୀତା ପରିତୁମେ ହିଁ ସାଥୀ ମୋରଫୁଲ ଚନ୍ଦନଭିନ୍ନ ସମୟମୋ ମନ ଖାଲି ତୋରି ପାଇଁହାକିମ ବାବୁ

🔥 Trending searches on Wiki ଓଡ଼ିଆ:

ଋତୁସ୍ରାବଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଯୌଥ ପରିବାରଦଶାବତାରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଗଣନ ସଂଖ୍ୟାମଟର ସାଇକେଲମନୋଜ ଦାସଙ୍କ କଥା ଓ କାହାଣୀଯୋଗକଟକଅମୃତାୟନମସ୍କୋପଠାଣି ସାମନ୍ତରାଧାମୋହନ ଗଡ଼ନାୟକରୁକୁଣା ରଥଯାତ୍ରାଜୟ ଜଗନ୍ନାଥଦ୍ରୌପଦୀ ମୁର୍ମୁରେବତୀ (କ୍ଷୁଦ୍ରଗଳ୍ପ)ସାଧୁ ମେହେରମନୋରଞ୍ଜନ ଦାସମାଦଳା ପାଞ୍ଜିବିଜୁ ପଟ୍ଟନାୟକନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଗରୁଡ଼ମୁମ୍ବାଇମହାନଦୀୟୁ ଟ୍ୟୁବଶ୍ରୀନିବାସ ରାମାନୁଜନପଥ ଓ ପୃଥିବୀହାତଇଣ୍ଡୋନେସିଆସୁନାଡଙ୍ଗାପ୍ରାଚୀ ନଦୀଓଡ଼ିଆ ଭାଗବତଲିନକ୍ସ ବଣ୍ଟନବିଷ୍ଣୁଶ୍ରୀ ଅରବିନ୍ଦଆମାଜନ୍.କମ୍‌ମାରୀଚଶ୍ରୀଜଙ୍ଗବାଳୁଙ୍ଗା ଟୋକାଓଡ଼ିଆ ନାଟକକେନ୍ଦୁଝର ଜିଲ୍ଲାଭାରତୀୟ ଜନଗଣନାInotuzumab ozogamicinରାମଚନ୍ଦ୍ର ମିଶ୍ରଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗବତୀ ଦେଉଳଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବାଣୁ ଭାଜିନୋସିସହାଡ଼ି ଦାସଓଧପ୍ରସନ୍ନ ଦାସ (ବହୁବିକଳ୍ପ)ଭୂମିକମ୍ପବଲାଙ୍ଗୀର ଜିଲ୍ଲାଶିଶୁପାଳଗଡ଼ବୀଣାପାଣି ମହାନ୍ତିରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେରାଶି ଓ ନକ୍ଷତ୍ରବନ୍ଦେ ଉତ୍କଳ ଜନନୀଚନ୍ଦନ ଯାତ୍ରାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଇଣ୍ଡିଆନ ପ୍ରିମିଅର ଲିଗକୁନ୍ତଳା କୁମାରୀ ସାବତଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁରେନ୍ଦ୍ର ମହାନ୍ତିଗୋପବନ୍ଧୁ ଦାସଲୋକ ସଭା🡆 More