ଉପନ୍ୟାସ ନୀଳଶୈଳ: ଉପନ୍ୟାସ

ନୀଳଶୈଳ , ବିଖ୍ୟାତ କଥାକାର ସୁରେନ୍ଦ୍ର ମହାନ୍ତିଙ୍କଦ୍ୱାରା ରଚନା କରାଯାଇଥିବା ଏକ କାଳଜୟୀ ଉପନ୍ୟାସ ଅଟେ । ଓଡ଼ିଶାର ଏକ ଗୌରବମୟ ଅତୀତ ଓ ତା'ର ସ୍ୱାଭିମାନ ରକ୍ଷା ପାଇଁ ରାଜା ରାମଚନ୍ଦ୍ର ଦେବଙ୍କର ସଂଘର୍ଷମୟ ଜୀବନର କଥା, ଏହି ଉପନ୍ୟାସର ବିଷୟ ବସ୍ତୁ ।

ନୀଳଶୈଳ  
ଲେଖକସୁରେନ୍ଦ୍ର ମହାନ୍ତି
ଦେଶଭାରତ (ଓଡ଼ିଶା)
ଭାଷାଓଡ଼ିଆ
ଧାରାବାହିକପ୍ରଥମ ( ଦ୍ୱିତୀୟଟି ହେଲା ନୀଳାଦ୍ରି ବିଜୟ )
ବିଭାଗଉପନ୍ୟାସ ଓ ଐତିହାସିକ ଉପନ୍ୟାସ
ପ୍ରକାଶକକଟକ ଷ୍ଟୁଡେଣ୍ଟସ୍ ଷ୍ଟୋର (ବାଲୁବଜାର , କଟକ)

ପୁସ୍ତକ ସମୀକ୍ଷା

କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ‘ନୀଳଶୈଳ’ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ଅବିସ୍ମରଣୀୟ ସୃଷ୍ଟି । ଓଡ଼ିଆ ସମାଜ, ସଂସ୍କୃତି ଓ ଜାତୀୟ ଜୀବନର ଚିରନ୍ତନ ଗର୍ବ ଶ୍ରୀଜଗନ୍ନାଥଙ୍କୁ ଭିତ୍ତିକରି ଏହି ଉପନ୍ୟାସଟି ରଚିତ । ଏଥିରେ ଓଡ଼ିଶା ଜାତିର ଅତୀତ ଗୌରବ ଗାଥା ସହିତ ମୈତ୍ରୀ, ପ୍ରୀତି, ସମତା ଓ ବିଶୃଭାତୃତ୍ୱର ଦେବତା ଶ୍ରୀଜଗନ୍ନାଥଙ୍କ ଇତିହାସ ସାହିତ୍ୟିକ ସୌନ୍ଦର୍ଯ୍ୟ ବୋଧନେଇ ଲିପିବଦ୍ଧ । ଏହି ଉପନ୍ୟାସର ଭୂମିକାରେ ଲେଖକ ଲେଖିଛନ୍ତି- “ଏପରି ଉପନ୍ୟାସ ଲେଖିବା ମୋ କଳ୍ପନାରେ ଆଦୌ ନଥିଲା । ମାତ୍ର ୧୯୬୪ ସାଲରେ ସେଥର ରଥଯାତ୍ରା ବେଳେ ଅତିନିକଟରୁ ଜଗନ୍ନାଥଙ୍କର ପହଣ୍ଡିବିଜେ ଦେଖିବାର ସୌଭାଗ୍ୟ ମୋର ଘଟିଥିଲା । ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ ସେହିଦିନ ସେ ଜନସମୁଦ୍ର ମଧ୍ୟରେ ଠିଆ ହୋଇ ମୁଁ ଲକ୍ଷ୍ୟ କରିଥିଲି । ବସ୍ତୁତଃ ମୋ ମତରେ ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ ବର୍ଣ୍ଣାଢ଼୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବୀ କରେ । କାଦମ୍ବରୀ ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତେକୀ ଟାହିଆର ଠାଣି ଓ ବିଜେ କାହାଳୀ, ଘଣ୍ଟନାଦ ମଧ୍ୟରେ ମୋର ଦୃଷ୍ଟିପଥରେ ଉଦ୍‌ଭାସିତ ହୋଇ ଉଠିଥିଲା, ଇତିହାସର ବହୁ କ୍ଷତବିକ୍ଷତ ସେଇ ଅରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ ! ସେ ଦିନର ସେଇ ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା, ‘ନୀଳଶୈଳ’ ତାହାର ପରିଣତି ।

ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ‘ନୀଳଶୈଳ’ ଉପନ୍ୟାସ ଏକ ମନୋଜ୍ଞ ସୃଷ୍ଟି । ଏ ଉପନ୍ୟାସଟି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ଇତିହାସକୁ ଉପଜୀବ୍ୟ କରି ଗଢ଼ିଉଠିଛି । ଇତିହାସର ରାମଚନ୍ଦ୍ର ଦେବ ଏଠି ଏକ ଭିନ୍ନ ଭୂମିକାରେ ବିଦ୍ୟମାନ । ସମଗ୍ର ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ ଭିତରେ ସେ ଏକ ନିରବଚ୍ଛିନ୍ନ, ନିଃସଙ୍ଗ, ସଂଗ୍ରାମୀ ଚରିତ୍ର । ତାଙ୍କର କ୍ଷତ୍ରିୟସୁଲଭ ସଂଗ୍ରାମଶୀଳ ନିଷ୍ଠାପର କର୍ମକୃତିର ଆଭାସ ଏହି ଉପନ୍ୟାସରେ ନାଟକୀୟ ରୀତିରେ ପରିକୀର୍ତ୍ତିତ । ଔପନ୍ୟାସିକ ଶ୍ରୀମହାନ୍ତି ତାଙ୍କୁ ଉତ୍କଳର ଭାଗ୍ୟବିଧାତା, ଜଗନ୍ନାଥ ସେବକ, ଅଭୂତପୂର୍ବ ବୀର ରୂପେ ଚିତ୍ରଣ କରିଛନ୍ତି । ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ୱାର ଉନ୍ମୁକ୍ତ ହୋଇ ଇତିହାସର ଆଲୋକରେ ‘ନୀଳଶୈଳ’ର ପୃଷ୍ଠା ଆଲୋକିତ ହୋଇଛି । ଅତୀତରେ ଅନ୍ଧକାର ତଳୁ ଇତିହାସ ମୁଣ୍ଡ ଟେକିଛି । କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଶ୍ରୀଜଗନ୍ନାଥଙ୍କୁ ଟାଣି ନେଇଥିଲା ବଡ଼ ଦାଣ୍ଡରେ । ଅତୀତର ସେହି ମର୍ମାନ୍ତିକ ଜାତୀୟ ଓ ଧର୍ମୀୟ ଅଧଃପତନ ଏବଂ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ୍‌ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ । ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ୱାସରେ ଆତ୍ମା ତାଙ୍କର ବିଭ୍ରାନ୍ତ । ତଥାପି ଲକ୍ଷ୍ୟ ଓ ସଙ୍କଳ୍ପର ମହାମେରୁ ପରି ସେ ଅଚଳ, ଅଟଳ ଓ ଦୃଢ଼ । ଇତିହାସ ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ବାଛିଛନ୍ତି ଯାହାଙ୍କ ଚରିତ୍ର ଦ୍ୱୈତସତ୍ତା ଓ ବ୍ୟକ୍ତିତ୍ୱର ବହୁବିଚି଼ତ୍ର ଅଧ୍ୟାୟରେ ପୂର୍ଣ୍ଣ । ଓଡ଼ିଶା ଇତିହାସରେ ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ । ମୁସଲମାନ ଧର୍ମଗ୍ରହଣ କରି ମଧ୍ୟ ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର । ରେଜିୟା ବେଗମ୍‌ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, କିନ୍ତୁ ଲଳିତା ପାଟଦେଈଙ୍କ ପ୍ରତି ସେ ତିଳେମାତ୍ର ଅବିଚାର କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର ।

ସଂକ୍ଷୀପ୍ତ କାହାଣୀ

ଓଡ଼ିଶାର ଆଧ୍ୟମିତ୍କ ଓ ସାଂସ୍କୁତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ । କୋଣସି ନିଦ୍ଦିଷ୍ଟ ଧର୍ମ , ମତବାଦ ବା ସାଂପ୍ରଦାୟର ପରିସର ମଧ୍ୟ୍ୟରେ ଜଗନ୍ନାଥ ଆବଦ୍ଧ ନୁହନ୍ତି । ତକି ଖାଁ , କଟକ ନାଏବ ନାଜିମ ହୋଇ ଆସିବା ପରଠାରୁ ଚାହୁଁ ଥିଲା ଯେ ଓଡ଼ିଆଙ୍କ ଇଷ୍ଟ ଜଗନ୍ନାଥଙ୍କୁ ଗାଦିଚ୍ୟୁତ କରିବ । ସେ ଠିକ ବୁଝିଥିଲାଯେ ଜଗନ୍ନାଥ ହେଉଛନ୍ତି ଅପରାଜୟ ଓଡ଼ିଆ ଜାତିର ଆତ୍ମା ଓ ଓଡ଼ିଆଙ୍କ ଏକତ୍ୱର ପ୍ରତୀକ । ତୃତୀୟ ଅନଙ୍ଗଭୀମଦେବଙ୍କ ପରଠାରୁ ଜଗନ୍ନାଥ ହିଁ ଓଡ଼ିଶାର ରାଜା ଥିଲେ । ଖୋର୍ଦ୍ଧା ରାଜା କେବଳ ତାଙ୍କ ପ୍ରତିନିଧି ରୂପେ କାର୍ଯ୍ୟ କରୁଥିଲେ ।
ପ୍ରଥମ ଆକ୍ରମଣ ସମୟରେ ସେନାପତି ବେଣୁ ଭ୍ରମରବରଙ୍କ ବିଶ୍ୱାସଘାତକତା ଯୋଗୁଁ , ସୁପରିକଳ୍ପିତ ରଣନୀତି ସତ୍ତ୍ୱେ ରାଜା ବନ୍ଦୀ ହୋଇଛନ୍ତି । ପରେ ତକି ଖାଁର ଭଗିନୀ 'ରିଜିଆ'ଙ୍କୁ ବିବାହ କରିଛନ୍ତି ଓ ମୁସଲମାନ ଧର୍ମ ଗ୍ରହଣ କରି ହାଫିଜ କାଦର ହୋଇଛନ୍ତି ଓ ଫେରି ଆସିଛନ୍ତି ଖୋର୍ଦ୍ଧା । ...

ଚରିତ୍ର

ଏହି ଉପନ୍ୟାସର ପୃଷ୍ଠଭୂମିରେ, ଓଡ଼ିଶାର ଇତିହାସ ଓ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ କିମ୍ବଦନ୍ତୀ ସହ ସଂଶ୍ଲିଷ୍ଟ ଅନେକ ଚରିତ୍ରର ଅବତାରଣା ହୋଇଛି । କିଛି ପ୍ରମୁଖ ଚରିତ୍ର ହେଲେ-

  • ରାଜା ରାମଚନ୍ଦ୍ର ଦେବ / ହାଫିଜ୍ କାଦର୍
  • ପାଟରାଣୀ ଲଳିତା ମହାଦେଇ
  • ଭାଗୀରଥୀ କୁମାର
  • ସରଦେଇ
  • ରିଜିଆ
  • ଜଗୁନି
  • ସେନାପତି ବେଣୁ ଭ୍ରମରବର
  • ତକିଖାଁ
  • ରାଜଗୁରୁ ଲକ୍ଷ୍ମୀ ପରମଗୁରୁ
  • ଅମିନ୍‌ଚାନ୍ଦ୍

ଆଧାର

ବାହାର ଲିଙ୍କ

  1. http://www.odiasahitya.com/odia-language-literature-discussion/itihasara-pattabhumire/

Tags:

ଉପନ୍ୟାସ ନୀଳଶୈଳ ପୁସ୍ତକ ସମୀକ୍ଷାଉପନ୍ୟାସ ନୀଳଶୈଳ ସଂକ୍ଷୀପ୍ତ କାହାଣୀଉପନ୍ୟାସ ନୀଳଶୈଳ ଚରିତ୍ରଉପନ୍ୟାସ ନୀଳଶୈଳ ଆଧାରଉପନ୍ୟାସ ନୀଳଶୈଳ ବାହାର ଲିଙ୍କଉପନ୍ୟାସ ନୀଳଶୈଳସୁରେନ୍ଦ୍ର ମହାନ୍ତି

🔥 Trending searches on Wiki ଓଡ଼ିଆ:

ହେମୋଫିଲିଆବୌଦ୍ଧ ଧର୍ମଓଡ଼ିଆପାରାଦ୍ୱୀପଶ୍ରୀତମ ଦାସପୃଥିବୀ ଦିବସସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଗୌତମ ବୁଦ୍ଧଜୟୀ ରାଜଗୁରୁଯକ୍ଷ୍ମାନାରାୟଣ ସାହୁ (୧୯୨୮ ଜନ୍ମ)ଗୋପୀନାଥ ମହାନ୍ତି୨୧ ମାର୍ଚ୍ଚପ୍ରତିଭା ଶତପଥୀ୧୯ ମାର୍ଚ୍ଚପ୍ରାଣକୃଷ୍ଣ ପରିଜାରାଜା ରାମମୋହନ ରାୟଜଗନ୍ନାଥ ଦାସରଜଦିବ୍ୟସିଂହ ଦେବକିଶୋରୀ ଚରଣ ଦାସକୁମ୍ଭାର ଚକବିଭୁଦତ୍ତ ମିଶ୍ରଇରା ମହାନ୍ତିସୌଭାଗ୍ୟ କୁମାର ମିଶ୍ରଓଡ଼ିଆ ଭାଗବତବିଦ୍ୟାଳୟଜୟୀରାମ ସାମଲମଥୁରା ମଙ୍ଗଳରେଭେନ୍‌ସା କଲିଜିଏଟ ସ୍କୁଲମାୟାଧର ମାନସିଂହଅନ୍ନପୂର୍ଣ୍ଣା ମହାରଣାବଡ଼ଓଷାମହାଭାରତଗ୍ରହଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅଳତାଗଜେନ୍ଦ୍ର ପ୍ରସାଦ ସାହୁଜଳ ପ୍ରଦୂଷଣଓଡ଼ିଆ କବି ମାନଙ୍କର ତାଲିକାପଞ୍ଚକନ୍ୟାକାଟୁଲୁ ରବି କୁମାରରଜିୟା ସୁଲତାନଦ୍ୱିତୀୟ ବିଶ୍ୱଯୁଦ୍ଧଛବିଳ ମଧୁ ବର୍ଣ୍ଣବୋଧବ୍ୟଞ୍ଜନ ବର୍ଣ୍ଣଭୁବନେଶ୍ୱର ମିଶ୍ରକୃଷ୍ଣପ୍ରସାଦ ମିଶ୍ରବୈଷ୍ଣବ ପାଣିପାର୍କିନ୍‌ସନ୍ ରୋଗଓଡ଼ିଶାର ସଂସ୍କୃତିରୋମୀୟ ସାମ୍ରାଜ୍ୟହିନ୍ଦୁ ଧର୍ମବୁଧେଇ ଓଷାମହାତ୍ମା ଗାନ୍ଧୀକୋଣାର୍କ ସୂର୍ଯ୍ୟ ମନ୍ଦିରସମ୍ବଲପୁର ଜିଲ୍ଲାଭାରତୀୟ ଦଣ୍ଡ ସଂହିତା, ୧୮୬୦ଭାରତର ରାଷ୍ଟ୍ରପତିଭି. କାର୍ତ୍ତିକେୟ ପାଣ୍ଡିଆନବସନ୍ତ କୁମାରୀ ପଟ୍ଟନାୟକତୁଳସୀ ଗଛମୟୂରଶୈଳବାଳା ଦାସଇତିହାସଜ୍ଞାନୀ ଦେବାଶିଷ ମିଶ୍ରରାମକୃଷ୍ଣ ନନ୍ଦବର କୋଳି🡆 More