ନୀଳାଦ୍ରି ବିଜୟ , ପ୍ରଖ୍ୟାତ ଓଡ଼ିଆ ଉପନ୍ୟାସ ନୀଳଶୈଳର ଦ୍ୱିତୀୟ ଭାଗ ଅଟେ । କଥାକାର ସୁରେନ୍ଦ୍ର ମହାନ୍ତି ଏହି ଉପନ୍ୟାସର ରଚନା ନିମନ୍ତେ ଜଗନ୍ନାଥ ସଂସ୍କୃତି ଉପରେ ବହୁତ ଗବେଷଣା କରିଥିଲେ । ଲେଖକ ନିଜର ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ଦ୍ୱିତୀୟ ଭାଗର ଲେଖା ଆରମ୍ଭ କରିଥିଲେ ।
ନୀଳାଦ୍ରି ବିଜୟ | |
---|---|
ଲେଖକ | ସୁରେନ୍ଦ୍ର ମହାନ୍ତି |
ଦେଶ | ଭାରତ (ଓଡ଼ିଶା) |
ଭାଷା | ଓଡ଼ିଆ |
ଧାରାବାହିକ | ଦ୍ୱିତୀୟ ( ପ୍ରଥମଟି ହେଲା ନୀଳଶୈଳ ) |
ବିଭାଗ | ଉପନ୍ୟାସ ଓ ଐତିହାସିକ ଉପନ୍ୟାସ |
ପ୍ରକାଶକ | କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ବାଲୁବଜାର , କଟକ |
ପ୍ରକାଶ ତାରିଖ | ୧୯୮୦, ୧୯୮୩, ୧୯୮୮, ୧୯୯୮ |
ମାଧ୍ୟମ ପ୍ରକାର | ଛପାବହି, ବନ୍ଧେଇ ଓ କାଗଜ ମଲାଟ |
ପୃଷ୍ଠା | ୧୯୨ |
ନୀଳଶୈଳ ଉପନ୍ୟାସରେ , ତକି ଖାଁ ଆକ୍ରମଣରୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ରାଜା ରାମଚନ୍ଦ୍ର ଦେବ , ତିନି ଜୀଉଙ୍କୁ ଚିଲିକା ମଧ୍ୟସ୍ଥ ଗୁରୁବାଇ ଦ୍ୱୀପକୁ ନେଇଯାଇଥିଲେ । ସେହି ନୀଳ ମରୁଭୂମି ମଧ୍ୟରେ ହିଁ , ପାଠକଙ୍କୁ ଏକ ସୀମାହୀନ ଉନ୍ମାଦନାରେ ଭସାଇ ନୀଳଶୈଳ ଉପନ୍ୟାସ ଶେଷ ହୋଇଥିଲା । ନୀଳାଦ୍ରି ବିଜୟରେ ମୁଖ୍ୟତଃ ଜଗନ୍ନାଥଙ୍କ ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କଥା ଲେଖାଯାଇଛି । ସେହି ସମୟର ଓଡ଼ିଶାର ଗ୍ରାମ୍ୟ ଜୀବନର ଏକ ସୁନ୍ଦର ଚିତ୍ର ଓ ଜଗନ୍ନାଥଙ୍କୁ ନେଇ ସାଧାରଣ ଲୋକଙ୍କ ଚିନ୍ତାଧାରା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ତକି ଖାଁ ଓ ଅମିନ ଚାନ୍ଦର ସମସ୍ତ ଚକ୍ରାନ୍ତକୁ ପଣ୍ଡ କରି , ଓଡ଼ିଶାର ବହୁତ ସାମନ୍ତ ରାଜା ଓ ଜମିଦାରମାନଙ୍କ ଏକତ୍ର କରିବାରେ ରାମଚନ୍ଦ୍ର ଦେବ ସଫଳ ହୋଇଛନ୍ତି । କେତେକ ଜମିଦାର ଓ ଖୋଦ ଭାଗିରଥ କୁମାରଙ୍କ ଅସହଯୋଗ ସତ୍ତ୍ୱେ ଜଗନ୍ନାଥଙ୍କୁ ଫେରେଇ ଆଣିବାରେ ସଫଳ ହୋଇଛନ୍ତି । ଜଗନ୍ନାଥ ଫେରୁଥିବା ବେଳେ ସାଧାରଣ ଜନସାଧାରଣଙ୍କ ଆପ୍ରାଣ ସହଯୋଗ ଓ ଶେଷରେ ଯୁଦ୍ଧ ସମୟରେ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ କାଦରଙ୍କ ପତ୍ନୀ ରେଜିଆଙ୍କ ସହାୟତା ବଳରେ ଏହା ସମ୍ଭବ ହୋଇପାରିଛି । ଏହି ଉପନ୍ୟାସ ଶେଷ ଭାଗରେ ଲେଖକ କିଛି ସାମାଜିକ ପ୍ରଥାର ବିରୋଧ କରିଛନ୍ତି । ଜଗନ୍ନାଥଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ରିଜିଆଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ ସମୟରେ ପଣ୍ଡାଙ୍କର ବିରୋଧକୁ, ରାମଚନ୍ଦ୍ର ଦେବଙ୍କ ରୂପେ ଲେଖକ ଏକ ବିଡମ୍ବନା ବୋଲି ଚିତ୍ରଣ କରିଛନ୍ତି । ରିଜିଆ ଛାଡି ଯାଇଥିବା ନୀଳ-ଇନ୍ଦ୍ରମଣି ବସା ମୁଦ୍ରିକାର ଅଧିକାର ପାଇଁ ପଣ୍ଡାଙ୍କ ବଚସାକୁ ଦେଖି , ଲେଖକ ଦୁଃଖ ପ୍ରକାଶ କରିଛନ୍ତି ।
ଅନେକଙ୍କ ମତରେ କାହାଣୀ ଓ ଚରିତ୍ରର କ୍ରମିକତା ବ୍ୟତୀତ ଏହି ଉପନ୍ୟାସରେ ନୀଳଶୈଳ ଭଳି ମନାଛୁଆଁ ଆବେଗ ନାହିଁ । ଏହି ଉପନ୍ୟାସଟି ପାଠକଙ୍କ ନିକଟରେ ନୀଳଶୈଳ ଭଳି ଆଦୃତ ହୋଇପାରି ନାହିଁ ।
This article uses material from the Wikipedia ଓଡ଼ିଆ article ନୀଳାଦ୍ରି ବିଜୟ (ଉପନ୍ୟାସ), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.