ନବଗୁଞ୍ଜର

ନବଗୁଞ୍ଜର ସାରଳା ମହାଭାରତରେ ବର୍ଣ୍ଣିତ ଏକ ବିଚିତ୍ର ପ୍ରାଣୀ । ବର୍ଣ୍ଣନା ଅନୁସାରେ ଏହି ପ୍ରାଣୀ ନଅଗୋଟି ପଶୁପକ୍ଷୀଙ୍କ ଅଙ୍ଗର ଏକ ସମ୍ମିଶ୍ରଣ । ବିଷ୍ଣୁ ବା କୃଷ୍ଣଙ୍କ ଏକ ଅବତାର ଭାବେ ନବଗୁଞ୍ଜର ଗୃହୀତ । ନବଗୁଞ୍ଜରର ଚୂଳ ଓ ଶିର କୁକୁଡ଼ାର, ବେକ ମୟୂରର, ଗୋଟିଏ ଭୁଜ ମନୁଷ୍ୟର, ଗୋଟିଏ ପାଦ ହାତୀର, ଗୋଟିଏ ପାଦ ବାଘର, ଗୋଟିଏ ପାଦ ଘୋଡ଼ାର, ପିଠି ବୃଷଭର, କଟି ସିଂହର ଓ ଲାଞ୍ଜ ସାପର । ପଟ୍ଟଚିତ୍ରକାରଙ୍କ ପାଇଁ ନବଗୁଞ୍ଜର ଏକ ପ୍ରିୟ ବିଷୟ ।

ନବଗୁଞ୍ଜର
ଅର୍ଜୁନ ନବଗୁଞ୍ଜରଙ୍କ ସମ୍ମୁଖରେ ପ୍ରଣାମ କରୁଛନ୍ତି । ଏହି ପଟ୍ଟଚିତ୍ରରେ ନବଗୁଞ୍ଜରକୁ ଜଗନ୍ନାଥଙ୍କ ରୂପ ଭାବେ ଦେଖାଯାଇଛି ।

ସାରଳା ଦାସଙ୍କ ଲିଖିତ ମହାଭାରତ ଛଡ଼ା ଅନ୍ୟ କୌଣସି ମହାଭାରତରେ ନବଗୁଞ୍ଜରର କାହାଣୀ ମିଳେ ନାହିଁ । ଥରେ ଅର୍ଜୁନ ଗିରି ଉପରେ ତପ କରୁଥିବା ବେଳେ କୃଷ୍ଣ ନବଗୁଞ୍ଜର ଭାବେ ତାଙ୍କ ସମ୍ମୁଖରେ ଉଭା ହୁଅନ୍ତି । ନବଗୁଞ୍ଜରର ବିଚିତ୍ର ରୂପ ଦେଖି ଅର୍ଜୁନ ପ୍ରଥମେ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ ହୁଅନ୍ତି । କେବେ ନ ଦେଖିଥିବା ପ୍ରାଣୀ ଦେଖିବାରୁ ସେ ଧନୁ ଟେକି ତାକୁ ମାରିବାକୁ ଚେଷ୍ଟା କରନ୍ତି । ପରେ ଏହା ବିଷ୍ଣୁଙ୍କ ମାୟା ବୋଲି ବିଚାରି ଅର୍ଜୁନ ନବଗୁଞ୍ଜରକୁ ପ୍ରଣାମ କରନ୍ତି ।

ପୁରୀ ବଡ଼ଦେଉଳର ଉତ୍ତର ପାର୍ଶ୍ୱରେ ନବଗୁଞ୍ଜର ଓ ଅର୍ଜୁନଙ୍କ ଦୃଶ୍ୟ ଖୋଦିତ ହୋଇଛି । ଗଞ୍ଜପା ପରମ୍ପରାରେ ମଧ୍ୟ ନବଗୁଞ୍ଜର ଦେଖିବାକୁ ମିଳେ । ସାଧାରଣତଃ ପୁରୀ ଓ ଗଞ୍ଜାମରେ ନବଗୁଞ୍ଜର ରଜା ଓ ଅର୍ଜୁନ ମନ୍ତ୍ରୀ ଥାଇ ଗଞ୍ଜପା ମିଳେ । ଏ ଶୈଳୀରେ ଅଙ୍କିତ ଗଞ୍ଜପାକୁ ମଧ୍ୟ ନବଗୁଞ୍ଜର କୁହନ୍ତି ।

ଆଧାର

Tags:

ପଟ୍ଟଚିତ୍ରସାରଳା ମହାଭାରତ

🔥 Trending searches on Wiki ଓଡ଼ିଆ:

ମହାନଦୀଗୋଦାବରୀଶ ମହାପାତ୍ରଓଡ଼ିଆ ଖବରକାଗଜ ତାଲିକାତାରିଣୀ ମନ୍ଦିର, ଘଟଗାଁସମର ସଲିମ ସାଇମନଅଷ୍ଟ୍ରିଆଅଖିଳ ମୋହନ ପଟ୍ଟନାୟକରାୟଗଡ଼ା ଜିଲ୍ଲାପ୍ରେମଭାରତୀୟ ସଂଖ୍ୟା ପ୍ରଣାଳିଦେବସ୍ନାନ ପୂର୍ଣ୍ଣିମାପ୍ରଯୁକ୍ତି ବିଦ୍ୟାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାହନୁମାନ ଚାଳିଶାହନୁମାନ ବାଟିକାକୋଣାର୍କ ସୂର୍ଯ୍ୟ ମନ୍ଦିରନଟବର ସାମନ୍ତରାୟରାକ୍ଷୀ ପୂର୍ଣ୍ଣିମାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଫତୁରାନନ୍ଦପକୋଡ଼ାଉଦ୍ଭିଦ ବିଜ୍ଞାନଜଗନ୍ନାଥ ଦାସଶନିବାରରାମଚନ୍ଦ୍ର ମିଶ୍ର୭୦୧ରାଶି ଓ ନକ୍ଷତ୍ରଗୀତଗୋବିନ୍ଦଓଡ଼ିଶୀ ସଙ୍ଗୀତଲକ୍ଷ୍ମୀନାରାୟଣ ସାହୁଅଷ୍ଟ୍ରେଲିଆରାଉରକେଲାରାଜ ଯୋଗପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୁଗଲରାସେଶ୍ୱରୀ ପାଣିଗ୍ରାହୀସୌରୀନ୍ଦ୍ର ବାରିକରାଜେନ୍ଦ୍ର କିଶୋର ପଣ୍ଡାସୂର୍ଯ୍ୟବଂଶୀ ସୂରଜଜୟ ଜଗନ୍ନାଥଶାରଳା ପୁରସ୍କାରକୋଳିନାରୀବାଦସମୟ (କାଳ)ରାଜାରାଣୀ ମନ୍ଦିରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀ (ଖବରକାଗଜ)କୋଣାର୍କବିରଳା ମନ୍ଦିର, ହାଇଦ୍ରାବାଦକାଟୁଲୁ ରବି କୁମାରପରୀକ୍ଷାଗ୍ରହଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଲଉଅଭିମନ୍ୟୁ ସାମନ୍ତସିଂହାରଅପରେଟିଙ୍ଗ ସିଷ୍ଟମମାଲକାନଗିରି ଜିଲ୍ଲାଶୀତଳ ଷଷ୍ଠୀ ଯାତ୍ରାପ୍ରଦୀପ କୁମାର ପାଣିଗ୍ରାହୀଆଲୋକପଣା ସଂକ୍ରାନ୍ତିଆଖୁମ୍ୟାଲେରିଆପୁରୀ ଜିଲ୍ଲାଗର୍ଭାବସ୍ଥାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଇରା ମହାନ୍ତିଖିଲିପାନଇଂଲଣ୍ଡଫେବୃଆରୀଅକ୍ଷାଂଶଅନନ୍ତ ବାସୁଦେବ ମନ୍ଦିରରାଜକିଶୋର ରାୟ🡆 More