କୁଞ୍ଜ ବିହାରୀ ମେହେର: ଓଡ଼ିଆ ବୁଣାକାର

କୁଞ୍ଜ ବିହାରୀ ମେହେର(୧୯୨୮-୨୦୦୮) ଓଡ଼ିଶାର ଜଣେ ପ୍ରବୀଣ ତନ୍ତି ଥିଲେ । ସେ ଇକ୍କତ ପରମ୍ପରାର (ବାନ୍ଧ ଓ ରଙ୍ଗ) ବିଶିଷ୍ଟ ଓଡ଼ିଶାର ସମ୍ବଲପୁରୀ ଲୁଗା ବୁଣା ନିମନ୍ତେ ଜଣାଶୁଣା ଥିଲେ । ତାଙ୍କୁ ସମ୍ବଲପୁରୀ ଶାଢ଼ୀ ହସ୍ତ‌ତ‌ନ୍ତ ଶିଳ୍ପ ପ୍ରତିଷ୍ଠାତାର ସମ୍ମାନ ଦିଆଯାଏ । ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ସନ ୨୦୦୯ରେ ସେ ହ୍ୟାଣ୍ଡିକ୍ରାଫ୍ଟ ଅଫ ନ୍ୟାସନାଲ ସେଣ୍ଟର ଫର ଟେକ୍ସଟାଇଲ ଡିଜାଇନର ଜାତୀୟ ପୁରସ୍କାର ପାଇଥିଲେ ।

କୁଞ୍ଜ ବିହାରୀ ମେହେର
ଜନ୍ମ୧୯୨୮
ମୃତ୍ୟୁ୩୦ ଜୁନ ୨୦୦୮
ବୃତ୍ତି(ସମୂହ)ବୁଣାକାର
ପ୍ରସିଦ୍ଧିନଟ ସଂକୀର୍ତ୍ତନ
ପୁରସ୍କାରହସ୍ତଶିଳ୍ପ ନିମନ୍ତେ ପଦ୍ମଶ୍ରୀ
ଜାତୀୟ ପୁରସ୍କାର ପାଇଥିଲେ

କୁଞ୍ଜ ବିହାରୀ ୧୯୨୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଚୁଡାପାଲିଠାରେ ଏକ ଭୁଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୨ୟ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥିଲେ । ସୂତା କାଟି, ଲୁଗା ବୁଣିବା ଥିଲା ସେମାନଙ୍କର କୌଳିକ ବ୍ୟାପାର । ନିଜ ପିତାଙ୍କଠାରୁ ସେ ଏହି ବିଦ୍ୟା ଶିକ୍ଷା କରିଥିଲେ । ଏହି କାମରେ ଅଧିକ ଗବେଷଣା କରି ସେ ଅନେକ ନୂତନ ପରମ୍ପରା ସୃଷ୍ଟି କରି ପାରିଥିଲେ । ତାଙ୍କଦ୍ୱାରା ବୁଣାଯାଇଥିବା କିଛି ବିଶିଷ୍ଟ ଶାଢ଼ୀ ଥିଲା : ନବଗୁଞ୍ଜର, ବାପୁଜୀଙ୍କ ଅବଦାନ, ଭାରତ ରତ୍ନ, ଭକ୍ତବତ୍ସଳ ଭଗବାନ, ଭାରତୀ କୁସୁମ ଇତ୍ୟାଦି । ସେ ଶାଢ଼ୀ ଉପରେ ଲେନିନଙ୍କ ଛବି ମଧ୍ୟ ବୁଣିଥିଲେ । ଏହା ଋଷିଆ ସରକାରଙ୍କୁ ଉପହାର ଦିଆଯାଇଥିଲା । କୋଣାର୍କ ଚକ ଥିବା ଏକ ଶାଢ଼ୀ ସେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ମଧ୍ୟ ଉପହାର ଦେଇଥିଲେ । ମହାରାଣୀଙ୍କଦ୍ୱାରା ପୁରସ୍କୃତ ହୋଇଥିବା ସେ ଥିଲେ ପ୍ରଥମ ଭାରତୀୟ ବୁଣାକାର । ତାଙ୍କ ସୁପୁତ୍ର ସୁରେନ୍ଦ୍ର ମେହେର ମଧ୍ୟ ଜଣେ ଜଣାଶୁଣା ବୁଣାକାର । ୨୦୦୮ ଜୁନ ୩୦ତାରିଖରେ ୯୦ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା ।

ଆଧାର

Tags:

ଓଡ଼ିଶାପଦ୍ମଶ୍ରୀଭାରତ ସରକାର

🔥 Trending searches on Wiki ଓଡ଼ିଆ:

ହରେକୃଷ୍ଣ ମହତାବସରୋଜିନୀ ସାହୁଓଡ଼ିଶୀ ସଙ୍ଗୀତଓଡ଼ିଆ କାବ୍ୟ କବିତାଉପନିଷଦମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଓଡ଼ିଶାର ଭୂଗୋଳଟାହିଆଲାଗି ବେଶଛାୟାପଥମଙ୍ଗଳା ମନ୍ଦିରଆରିଷ୍ଟୋଟଲଛାରପୋକଗୋପାଳ କୃଷ୍ଣ ରଥଗୋପାଳକୃଷ୍ଣ ପଟ୍ଟନାୟକଅଚ୍ୟୁତାନନ୍ଦ ଦାସଜଗନ୍ନାଥଙ୍କ ବେଶମାସନୋବେଲ ପୁରସ୍କାରଲଣ୍ଡନଫରିନା ଆଜାଦସମୟ (କାଳ)ଖିଲିପାନରାଜେନ୍ଦ୍ର କିଶୋର ପଣ୍ଡାପୁଷ୍ଟିସାରକାଗଜମହାତ୍ମା ଗାନ୍ଧୀପାରାଦୀପ ବନ୍ଦରବୀଣାପାଣି ମହାନ୍ତିପୁରୁଷୋତ୍ତମ ଦେବଜର୍ମାନୀଜୟୀରାମ ସାମଲରାଜକିଶୋର ରାୟଉଇକିପିଡ଼ିଆ ସମୂହର ତାଲିକାଫତୁରାନନ୍ଦବେଲସ୍ତନ୍ୟପାୟୀକଟକଭଦ୍ରକସତ୍ୟନାରାୟଣ ରାଜଗୁରୁଓଡ଼ିଶାଅଣ୍ଡା ରୋଲଟମ୍ ଖା କାଇବଉଳ୨୯ ମାର୍ଚ୍ଚଶ୍ରୀରାଧାଅପରେଟିଙ୍ଗ ସିଷ୍ଟମଚନ୍ଦ୍ରଶେଖର ରଥଫୋସିନୋପ୍ରିଲଗଣ୍ଡାମାୟାଧର ମାନସିଂହବାରବାଟି ଦୁର୍ଗବି. ଆର. ଆମ୍ବେଦକରତ୍ରିଭୁଜସଂକ୍ରାନ୍ତିନୀଳକଣ୍ଠ ଦାସଚୁଡ଼ାଜମ୍ମୁ ତୱି ରେଳ ଷ୍ଟେସନଜ୍ଞାନପୀଠ ପୁରସ୍କାରଚିନ୍ତାମଣି ବେହେରାଶାସ୍ତି (ଓଡ଼ିଆ କଥାଚିତ୍ର)ଜାପାନ ସାଗରସତୀ (ହିନ୍ଦୁ ଦେବୀ)୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଶ୍ରଦ୍ଧାକର ସୂପକାରଧନୁ (ରାଶି)ଭୁବନେଶ୍ୱର୨୫ ଅପ୍ରେଲମୁମ୍ବାଇମଧୁସୂଦନ ଦାସରାମ ନବମୀ🡆 More