ନଅଙ୍କ ଦୁର୍ଭିକ୍ଷ

ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା । କେବଳ ଓଡ଼ିଶାର ଲୋକସଂଖ୍ୟାର ଏକ ତୃତୀୟାଂଶ ଲୋକ (ଏକ ନିୟୁତ) ଏହାର ଶିକାର ହୋଇଥିଲେ ।

ନଅଙ୍କ ଦୁର୍ଭିକ୍ଷ
A 1907 map of Orissa, shown as the southwestern region of Greater Bengal. Coastal Balasore district was one of the worst-hit areas in the Orissa famine of 1866.

କାରଣ

ଏହା ପୂର୍ବରୁ ୧୮୬୫ ମସିହାରେ ଏହି ରାଜ୍ୟ ମରୁଡ଼ି ପ୍ରପୀଡ଼ିତ ହୋଇଥିଲା । ଏହି ବର୍ଷ ମୌସୁମୀ ଜନିତ ବର୍ଷା ବହୁତ ଅଳ୍ପ ହୋଇ ଅଦିନରେ ସରିଗଲା । ତଦାନ୍ତନୀନ ଇଂରେଜ ସରକାରର ବେଙ୍ଗଲ ବୋର୍ଡ ଅଫ ରେଭେନ୍ୟୁ ମରୁଡ଼ିର କ୍ଷୟକ୍ଷତି ଆକଳନ ଓ ମରୁଡି ପ୍ରପୀଡ଼ିତ ଲୋକଙ୍କ ସଂଖ୍ୟା ସଠିକ ଭାବେ ହିସାବ କରି ପାରି ନ ଥିଲେ । ଗଚ୍ଛିତ ଖାଦ୍ୟ ମଇ ୧୮୬୬ ସୁଦ୍ଧା ସରିଗଲା ଓ ତା ପରେ ପ୍ରବଳ ବର୍ଷା ହୋଇ ବନ୍ୟା ଆସିଗଲା ।

ଦୁର୍ଭିକ୍ଷ ଓ ଖାଦ୍ୟ ଯୋଗାଣ

ରାସ୍ତା ଘାଟର ଅବସ୍ଥା ସେତେବେଳେ ବହୁତ ଶୋଚନୀୟ ଥିବାରୁ ଖାଦ୍ୟ ଯୋଗାଣ ମଧ୍ୟ ସଠିକ ଭାବେ ହୋଇପାରି ନ ଥିଲା । ସ୍ଥଳ ପଥରେ ଖରାପ ପାଗ ଓ ରାସ୍ତା ଯୋଗୁ ଖାଦ୍ୟ ଯୋଗାଣ ସମ୍ଭବ ହେଲା ନାହିଁ । ଜଳ ପଥରେ ସବୁ ଅଞ୍ଚଳକୁ ମଧ୍ୟ ଯୋଗାଣ ହୋଇପାରିଲା ନାହିଁ । ୧୦,୦୦୦ ଟନ ଚାଉଳ ଆମଦାନୀ କରି ଯୋଗେଇଲା ବେଳକୁ ସେପ୍ଟେମ୍ବର ମାସ ହୋଇଯାଇଥିଲା । ଏଣୁ ୧୮୬୬-୬୭ ମସିହାରେ ଦୁର୍ଭିକ୍ଷ ହେଲା ।

ମୃତ୍ୟୁର କାରଣ

ଏହି ଦୁର୍ଭିକ୍ଷରେ ପ୍ରାୟ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ । ଖାଦ୍ୟ ଅଭାବ ଯୋଗୁ, ଅଖାଦ୍ୟ ଖାଇବା ଯୋଗୁ, ଅଖାଦ୍ୟ ଖାଇ କଲେରା ରୋଗରେ ପୀଡ଼ିତ ହେବା ଯୋଗୁ ଓ ପରେ ପରେ ମ୍ୟାଲେରିଆ ତଥା ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେବା ଯୋଗୁ ଲୋକମାନେ ମରିଥିଲେ । ୧୮୬୮ ମସିହା ବେଳକୁ ଯଥେଷ୍ଟ ଖାଦ୍ୟ ଯୋଗାଣ ହେବାରୁ ଦୁର୍ଭିକ୍ଷର ଅନ୍ତ ହେଲା।

ଦୁର୍ଭିକ୍ଷର ରାଜନୈତିକ ପରିଣାମ

ଏହି ଦୁର୍ଭିକ୍ଷ ଭାରତୀୟ ବୁଦ୍ଧିଜୀବିମାନଙ୍କ ଉପରେ ଖୁବ ଅଧିକ ପ୍ରଭାବ ପକାଇଥିଲା ଓ ସେମାନଙ୍କୁ ଇଂରେଜ ରାଜୁତିରକୁ ପ୍ରଭାବ ପ୍ରତି ସେମାନଙ୍କ ଆଖି ଖୋଲିଥିଲା। ଏପରିକି ମରୁଡି ପଡିଥିବା ସମୟରେ ଇଂରେଜ ସରକାର ୨୦,୦୦,୦୦,୦୦୦ ପାଉଣ୍ଡ ଚାଉଳ ଇଂଲଣ୍ଡକୁ ରପ୍ତାନି କରିଥିଲେ। ଦାଦାଭାଇ ନାରୋଜୀ ଏହି ଘଟଣାକୁ ଆଧାର କରି କହିଥିଲେ ଯେ ଇଂଲଣ୍ଡ ନିଜର ଉନ୍ନତୀ ଭାରତୀୟ ମାନଙ୍କ ରକ୍ତକୁ ଶୋଷି ହାସଲ କରିଛି

ଆଧାର

ଅଧିକ ଦେଖନ୍ତୁ

  • Timeline of major famines in India during British rule (1765 to 1947)
  • Famines, Epidemics, and Public Health in the British Raj
  • Company rule in India
  • Famine in India
  • Drought in India

Tags:

ନଅଙ୍କ ଦୁର୍ଭିକ୍ଷ କାରଣନଅଙ୍କ ଦୁର୍ଭିକ୍ଷ ଦୁର୍ଭିକ୍ଷ ଓ ଖାଦ୍ୟ ଯୋଗାଣନଅଙ୍କ ଦୁର୍ଭିକ୍ଷ ମୃତ୍ୟୁର କାରଣନଅଙ୍କ ଦୁର୍ଭିକ୍ଷ ଦୁର୍ଭିକ୍ଷର ରାଜନୈତିକ ପରିଣାମନଅଙ୍କ ଦୁର୍ଭିକ୍ଷ ଆଧାରନଅଙ୍କ ଦୁର୍ଭିକ୍ଷ ଅଧିକ ଦେଖନ୍ତୁନଅଙ୍କ ଦୁର୍ଭିକ୍ଷ

🔥 Trending searches on Wiki ଓଡ଼ିଆ:

ଯଶୋବନ୍ତ ଦାସଗୋପୀନାଥ ମହାନ୍ତିଉଇକିପିଡ଼ିଆ ସମୂହର ତାଲିକାରିୟା ସେନଅଭିରାମ ପରମହଂସପଟ୍ଟଚିତ୍ରରାଜନୀତି ବିଜ୍ଞାନମାଳିକାମନୋଜ ଦାସସବ୍ୟସାଚୀ ମିଶ୍ରବନ୍ଦେ ମାତରମସମ୍ବଲପୁରଭକ୍ତ ଚରଣ ଦାସଶ୍ରୀରାଧାଉଇକିମିଡ଼ିଆ ମୁଭମେଣ୍ଟକୁଞ୍ଜବିହାରୀ ଦାଶଭାରତୀୟ ଜାତୀୟ କଂଗ୍ରେସସଙ୍କୀର୍ତ୍ତନ୨୬ ଅପ୍ରେଲସମୀର ରଞ୍ଜନ ଦାଶଔଷଧୀୟ ଗଛଲତାମାନଙ୍କର ତାଲିକା୧୫ ଫେବୃଆରୀସମାଜ (ଖବରକାଗଜ)ଯୁକ୍ତରାଷ୍ଟ୍ର ଆମେରିକାମୁସଲମାନଶ୍ରୀ ଅରବିନ୍ଦଭାରତର ଜାତୀୟ ପତାକାପଠାଣି ସାମନ୍ତକାଞ୍ଚନ ଅୱସ୍ତିଅମ୍ଳଜାନକଣ୍ଡୋମମେସିନ ଟ୍ରାନ୍ସଲେସନଦୀନକୃଷ୍ଣ ଦାସଜଣ୍ଡିସ୍ଉଦୟନାଥ ଷଡ଼ଙ୍ଗୀଓଡ଼ିଆ କଥାଚିତ୍ର ଜଗତଭାରତୀୟ ସ୍ୱାଧୀନତା ଆନ୍ଦୋଳନବିର୍ସା ମୁଣ୍ଡାଟେସାମୋରେଲିନହେମନ୍ତ ଦାସବୁଧବାରହୃଷୀକେଶ ପଣ୍ଡାସ୍ତନସ୍ୱିଡେନବ୍ୟାସଦେବଓଡ଼ିଆ ବାହାଘରସମ୍ବଲପୁର ଜିଲ୍ଲାଭଗବତ ଗୀତାମହାପାତ୍ର ନୀଳମଣି ସାହୁ୧୦ ଅଗଷ୍ଟବିଧାନ ସଭା ସଭ୍ୟଉତ୍କଳ ବ୍ରାହ୍ମଣସାରଳା ସମ୍ମାନ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନୟୁରୋପରଥଯାତ୍ରାଗୀତଗୋବିନ୍ଦସାରଳା ଦାସଜୀବସାର ଖରାଶି ଓ ନକ୍ଷତ୍ରରୋହିତ ପୂଜାରୀଆଜାଦ ହିନ୍ଦ୍ ଫୌଜରାସାୟନିକ ମୌଳିକଗଙ୍ଗାଧର ମେହେରହନୁମାନ ଜୟନ୍ତୀରତ୍ନାକର ଚଇନିବାରାକ ଓବାମାଅକ୍ଷାଂଶଦ୍ରାଘିମାଓଡ଼ିଶାର ଲୋକନୃତ୍ୟ🡆 More