ଧୀରେନ୍ଦ୍ର ପଟ୍ଟନାୟକ

ଧୀରେନ୍ଦ୍ର ପଟ୍ଟନାୟକ (ମୂଳ ନାମ: ଧୀରେନ୍ଦ୍ର ନାଥ ପଟ୍ଟନାୟକ, ୧୯୩୩ - ୨୦୦୯) ଜଣେ ଓଡ଼ିଶୀ ନୃତ୍ୟ ଗବେଷକ, ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା ମଧ୍ୟ ନିଭାଇଥିଲେ । ସେ ଜୟନ୍ତିକା ନାମକ ଅନୁଷ୍ଠାନ ଆରମ୍ଭ କରି ତାହା ମାଧ୍ୟମରେ ଓଡ଼ିଶୀ ନୃତ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଆନ୍ଦୋଳନକୁ ଅଧିକ ବଳବତ୍ତର କରିବା ପାଇଁ ସେ ୫୦ ଦଶକରେ ଉଦ୍ୟମ କରିଥିଲେ । ତାଙ୍କ ଚେଷ୍ଟା ଫଳରେ ୬୦ ବର୍ଷ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଶୀ ସମ୍ବନ୍ଧରେ ସେ ପ୍ରଥମ ଓଡ଼ିଆ ବହି ଓଡ଼ିଶୀ ନୃତ୍ୟ ରଚନା କରିଥିଲେ । ଏଥି ସହିତ ସେ ଓଡ଼ିଶୀ ସମ୍ବନ୍ଧରେ ମୋଟ ୧୮ଟି ବହି ଓଡ଼ିଆ ଓ ଇଂରାଜୀରେ ରଚନା କରିଥିଲେ । ୧୯୫୪ରେ ସେ ପ୍ରଥମ ଓଡ଼ିଆ ପୁରୁଷ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶା ବାହାରେ, ନୂଆ ଦିଲ୍ଲୀଠାରେ ନିଜ ସଂଯୋଜିତ ନୃତ୍ୟକଳା ପରିବେଷଣ କରିଥିଲେ । ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଜଣେ ସହ-ପ୍ରତିଷ୍ଠାତା ଥିଲେ ।

ଧୀରେନ୍ଦ୍ର ପଟ୍ଟନାୟକ
ଜନ୍ମ
ଧୀରେନ୍ଦ୍ର ନାଥ ପଟ୍ଟନାୟକ

(1933-02-01)୧ ଫେବୃଆରୀ ୧୯୩୩
ମୃତ୍ୟୁ୧ ଜାନୁଆରୀ ୨୦୦୯(2009-01-01) (ବୟସ ୭୫)
କଟକ
କଟକ, କଟକ ଜିଲ୍ଲା
ଜାତୀୟତାଧୀରେନ୍ଦ୍ର ପଟ୍ଟନାୟକ ଭାରତୀୟ
ପ୍ରସିଦ୍ଧିଛଉ, ଗୋଟିପୁଅପ୍ରହ୍ଲାଦ ନାଟକକୁ ସାରା ବିଶ୍ୱରେ ଜଣାଶୁଣା କରାଇବା

ଜୀବନୀ

ପ୍ରାରମ୍ଭିକ ଜୀବନ

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ୧୯୩୩ ମସିହା ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ବିଦ୍ୟାଳୟର ଶିକ୍ଷକ ଦିନବନ୍ଧୁ ମାଝି ଓ ବୀର ହନୁମାନ ଶାସ୍ତ୍ରୀଙ୍କଠାରୁ ପ୍ରଥମେ ନାଚ ଶିଖିବା ଆରମ୍ଭ କରିଥିଲେ ।

କର୍ମ ଜୀବନ

ସେ ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶୀ ନୃତ୍ୟର ବାକି ସଂସ୍ଥାପକମାନଙ୍କ ସହ ମିଶି ସେ "ଜୟନ୍ତିକା" ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଭିନ୍ନ ଭିନ୍ନ ନୃତ୍ୟଗୁରୁଙ୍କ ମତକୁ ଏକ କରିବାରେ ସହାୟକ ହୋଇଥିଲା । ସେ ଏସିଆର ପ୍ରଥମ ଅଭିନୟ କଳା ମହାବିଦ୍ୟାଳୟ "ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ"ର ସଂସ୍ଥାପକ-ଅଧ୍ୟକ୍ଷ ଥିଲେ । ସେ ଅନ୍ୟାନ୍ୟ ଅନୁଷ୍ଠାନର ବିଭିନ୍ନ ପଦପଦବୀ ସହିତ ଅମେରିକାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲର ସଭାପତି ପଦରେ ଆସୀନ ହୋଇଥିଲେ ।

ସମ୍ମାନ

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ଓଡ଼ିଶାର ଶ୍ରେଷ୍ଠ ଅଭିନୟ କଳା ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।

ରଚନା

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ । ସେ ନାଟ୍ୟ ଶାସ୍ତ୍ର, ଅଭିନୟ ଚନ୍ଦ୍ରିକା ଓ ଅଭିନୟ ଦର୍ପଣର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ ।

ଆଧାର

Tags:

ଧୀରେନ୍ଦ୍ର ପଟ୍ଟନାୟକ ଜୀବନୀଧୀରେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ଜୀବନଧୀରେନ୍ଦ୍ର ପଟ୍ଟନାୟକ ସମ୍ମାନଧୀରେନ୍ଦ୍ର ପଟ୍ଟନାୟକ ରଚନାଧୀରେନ୍ଦ୍ର ପଟ୍ଟନାୟକ ଆଧାରଧୀରେନ୍ଦ୍ର ପଟ୍ଟନାୟକଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଓଡ଼ିଆ ଭାଷାଓଡ଼ିଶାଓଡ଼ିଶୀ ନୃତ୍ୟନୂଆ ଦିଲ୍ଲୀ

🔥 Trending searches on Wiki ଓଡ଼ିଆ:

ଓମ'ଙ୍କ ନିୟମସାରଥୀ ବାବାଅଶ୍ରୁମୋଚନ ମହାନ୍ତିଅକ୍ଷାଂଶକୋଣାର୍କ ସୂର୍ଯ୍ୟ ମନ୍ଦିରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶୈଳବାଳା ଦାସଜୟୀ ରାଜଗୁରୁଗୁଗଲରାମକୃଷ୍ଣ ପରମହଂସଭାରତୀୟ ଡାକ ସେବାପଲଉମନୋଜ କୁମାର ମିଶ୍ରଭୁବନେଶ୍ୱର ବେହେରାମାୟାଧର ମାନସିଂହ୧୭୪୬ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଇଣ୍ଟରନେଟତାଳଧ୍ୱଜନଟବର ସାମନ୍ତରାୟକୃଷ୍ଣପ୍ରସାଦ ମିଶ୍ରଶ୍ରବଣା (ନକ୍ଷତ୍ର)ବିସ୍ଥାପିତ କାନ୍ଧ ଗଣ୍ଠିବିଜୟ ମିଶ୍ରସୁଇଜରଲ୍ୟାଣ୍ଡସରଳା ଦେବୀଥାଲକୁଡ଼ିଲଣ୍ଡନରତ୍ନାକର ଚଇନିଉତ୍କଳ ଦୀପିକାରାଧାନାଥ ରାୟଓଡ଼ିଶାର ଭୂଗୋଳଜୟଦେବକଳାହାଣ୍ଡି ଜିଲ୍ଲାବିଜୁ ଜନତା ଦଳଗଙ୍ଗାଧର ମେହେରଶିଶୁ ଅନନ୍ତ ଦାସରଥମ୍ୟାଲେରିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନମହାତ୍ମା ଗାନ୍ଧୀପକ୍ଷରବୀନ୍ଦ୍ରନାଥ ଠାକୁରପ୍ରଦୀପ କୁମାର ପାଣିଗ୍ରାହୀଜ୍ୟୋତିର୍ଲିଙ୍ଗଆର୍ଯ୍ୟଭଟ୍ଟଯୌନ ଉତ୍ପୀଡ଼ନଜମ୍ମୁ ତୱି ରେଳ ଷ୍ଟେସନହୃତ୍‌ପିଣ୍ଡଇଂଲଣ୍ଡପ୍ରତୀକ୍ଷାଖାଦ୍ୟସୋନାଲ ମାନସିଂହକୁନ୍ତଳା କୁମାରୀ ସାବତସମୟ (କାଳ)ନମିତା ଅଗ୍ରୱାଲଜିମି ୱେଲ୍ସନନ୍ଦିଘୋଷଅଣ୍ଡାଅଚ୍ୟୁତ ନାୟକବଡ଼ ଏରାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ତ୍ରିପୁରା ମିଶ୍ରପିଙ୍କି ପ୍ରଧାନବିଭୂତି ପଟ୍ଟନାୟକ🡆 More