ମୟୂରଭଞ୍ଜ ଜିଲ୍ଲା: ଓଡ଼ିଶାର ଏକ ଜିଲ୍ଲା

]

ମୟୂରଭଞ୍ଜ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାମୟୂରଭଞ୍ଜ, କେନ୍ଦୁଝର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୯ଟି ଆସନ
 
Area
 • ଜିଲ୍ଲା10418 km2 (4,022 sq mi)
Population
 (୨୦୧୧)
 • ଜିଲ୍ଲା୨୫୧୩୮୯୫
 • Rankଓଡ଼ିଶାରେ ତୃତୀୟ (୩/୩୦)
 • Density241/km2 (620/sq mi)
 • Urban
୧୯୨୮୦୪
 • Rural
୨୩୨୧୦୯୧
 • ୬ ବର୍ଷରୁ କମ ଶିଶୁ
୩୩୭୭୫୭
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୭ XXX
ତାର (ଏସ୍.ଟି.ଡ଼ି)୦୬୭୯X
ଯାନବାହାନ ପଞ୍ଚୀକରଣOD-11 XXXX /OD-11 XXXX
ଜିଲ୍ଲାପାଳବିନୀତ ଭରଦ୍ୱାଜ
WebsiteOfficial website

ମୟୂରଭଞ୍ଜ ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବାରିପଦା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ (ଅଫିସ) ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।

ଇତିହାସ

ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ୱତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା ଭାରତ ସହିତ ମିଶିଥିଲା ।

ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ।

ଗଜପତି ରାଜାଙ୍କ ରାଜତ୍ୱରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହି ରାଜ୍ୟର ଅନ୍ତର୍ଗତ ଥିଲା। କାଳକ୍ରମେ ସେହିସବୁ ରାଜ୍ୟ ମୟୂରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି । ଭାଷାକୋଷରେ ମୟୂରଭଞ୍ଜର ନାମ ସମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୂରଧ୍ୱଜ । ସେହି 'ମୟୂରଧ୍ୱଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୂରଭଞ୍ଜ ହେଇଥିଲା ।

ଭୂଗୋଳ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଲୋକସଂଖ୍ୟା ୨୫,୧୩,୮୯୫ ।

  • ପୁରୁଷ: ୧୨,୫୩,୬୩୩
  • ମହିଳା: ୧୨,୬୦,୨୬୨
  • ଛଅ ବର୍ଷରୁ କମ: ୩,୩୭,୭୫୭
  • ସାକ୍ଷରତା ହାର: ୬୩.୯୮%
    • ପୁରୁଷ: ୭୪.୯୨%
    • ମହିଳା: ୫୩.୧୮%

ଓଡ଼ିଶାରେ ବାସ କରୁଥିବା ୬୨ପ୍ରକାର ଅନୁସୂଚିତ ଜନଜାତି ମଧ୍ୟରୁ ୫୩ପ୍ରକାର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଏଥି ମଧ୍ୟରୁ କେତକ ପ୍ରଧାନ ସମୁଦାୟ ହେଲେ ସାନ୍ତାଳ, କୋହ୍ଲ, ଭୂୟାଁ,ବାଥୁଡି, ଭୂମିଜ, ଗଣ୍ଡ, ମୁଣ୍ଡା, ଖଡ଼ିଆ, ଲୋଧା ।


ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): ୦୪
  • ତହସିଲ: ୦୯
  • ବ୍ଳକ: ୨୬
  • ଗ୍ରାମ ପଞ୍ଚାୟତ: ୩୧୬
  • ଗ୍ରାମ: ୩୭୧୮

ପର୍ଯ୍ୟଟନ

ମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି ।

  • ଶିମିଳିପାଳ ଜାତୀୟ ଉଦ୍ୟାନ
  • ସୀତାକୁଣ୍ଡ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି । ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରୁ ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ୱାସ ରହିଛି ।
  • କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି ।
  • ମାଛକାନ୍ଦଣା ଜଳପ୍ରପାତ: ଶିମିଳିପାଳର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି । ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି । ଦ୍ୱିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ । ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡେ ।

ଆଧାର

ଅଧିକ ତଥ୍ୟ

Tags:

ମୟୂରଭଞ୍ଜ ଜିଲ୍ଲା ଇତିହାସମୟୂରଭଞ୍ଜ ଜିଲ୍ଲା ଭୂଗୋଳମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ବିଭାଗମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନମୟୂରଭଞ୍ଜ ଜିଲ୍ଲା ଆଧାରମୟୂରଭଞ୍ଜ ଜିଲ୍ଲା ଅଧିକ ତଥ୍ୟମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଜୟା ଶର୍ମା (କାର୍ଯ୍ୟକର୍ତ୍ତା)ରାସାୟନିକ ମୌଳିକପଶ୍ଚିମ ବଙ୍ଗସିଦ୍ଧାର୍ଥ ଭରତନଭଗବତୀ ଦେଉଳଝୋଟି ଚିତାସାନିଆ ମିର୍ଜାପୁଷ୍ଟିସାରନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାସୀତାକାନ୍ତ ମହାପାତ୍ରଲକ୍ଷ୍ମୀକାନ୍ତ ମହାପାତ୍ରହାଡ଼ଫୁଟିୟୁନିଫର୍ମ ରିସୋର୍ସ ଲୋକେଟରସଞ୍ଜୟ ହାତୀବିଜୁ ପଟ୍ଟନାୟକନିତ୍ୟାନନ୍ଦ ମହାପାତ୍ରଅଷ୍ଟ୍ରେଲିଆଚିନ୍ତାମଣି ବେହେରାଆବ୍ରୋସିଟିନିବପ୍ରାଣବନ୍ଧୁ କରବାବା ବଳିଆସ୍ୱାମୀ ବିବେକାନନ୍ଦଦ୍ରୌପଦୀ ମୁର୍ମୁବେଲପ୍ରଥମ ବିଶ୍ୱଯୁଦ୍ଧରାଧାମୋହନ ଗଡ଼ନାୟକବଳରାମ ଦାସଛାନ୍ଦତାଜମହଲକୃପାସିନ୍ଧୁ ମିଶ୍ରଶାରଳା ପୁରସ୍କାରପିପିଲିଭାରତୀୟ ସମ୍ବିଧାନହୋ ଜନ‌ଜାତିରାଧାନାଥ ରାୟଶବ୍ଦ (ଧ୍ୱନି)ତନ୍ତଘରଭୂମିକମ୍ପଚିଲିକା ହ୍ରଦଯୌଥ ପରିବାରଗୋପବନ୍ଧୁ ଦାସଜ୍ୟୋତି ପ୍ରକାଶ ପାଣିଗ୍ରାହୀଭାରତସୁଧାକର ନନ୍ଦଓଡ଼ିଆ ଭାଷାଜୈନ ଧର୍ମଆଇଜାକ ନିଉଟନମହାବୀର ଜୈନଶ୍ରୀରାଧାଇଣ୍ଡୋନେସିଆପାଲାଆମ୍ବସରଳା ଦେବୀରବି ନାରାୟଣ ନନ୍ଦସାଇ ଭୋସଲେଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟନବୀନ ପଟ୍ଟନାୟକଇରା ମହାନ୍ତିବୈଷୟିକ ବିଜ୍ଞାନଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓEntrectinibମନମୋହନ ସାମଲସୂର୍ଯ୍ୟ ଦେବତାଏଣ୍ଟ୍ରେକ୍ଟିନିବଇଣ୍ତିଆ ଗେଟକୃଷ୍ଣ🡆 More