ତୀବ୍ର ବୃକ୍‌କ ଆଘାତ

ତୀବ୍ର ବୃକ୍‌କ ଆଘାତ/ ଏକେଆଇ (AKI ), ପୂର୍ବ ନାମ ତୀବ୍ର ବୃକକ୍ ବିଫଳତା (ARF), ଅବସ୍ଥାରେ ହଠାତ ବୃକ୍‌କର କାର୍ଯ୍ୟ କମିଯାଏ । ଏହାର ଲକ୍ଷଣରେ ପରିସ୍ରା ପରିମାଣ ହ୍ରାସ ହେବା ଦେଖାଯାଏ । ରୋଗ ଜଟିଳ ହେଲେ ଫୁସଫୁସ ଇଡିମା, ୟୁରେମିଆ ଏବଂ ହାଇପରକାଲେମିଆ ତ‌ଥା ମେଟାବୋଲିକ ଏସିଡୋସିସ ଭଳି ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ ପରିବର୍ତ୍ତନ ହୁଏ ।

Acute kidney injury
Acute renal failure (ARF)
ତୀବ୍ର ବୃକ୍‌କ ଆଘାତ
Kidney specimen showing marked pallor of the cortex, contrasting to the darker areas of surviving medullary tissue in a person with acute kidney injury.
ବିଭାଗNephrology, urology
କାରଣPrerenal: Bleeding, vomiting, diarrhea, sepsis, NSAIDs
Intrinsic: acute tubular necrosis, interstitial nephritis, glomerulonephritis
Post-renal: kidney stones, bladder cancer, urinary obstruction
ରୋଗ ନିର୍ଣ୍ଣୟ ପଦ୍ଧତି50% increase serum creatinine in 7 days, 26.5 umol/L (0.3 mg/dL) increase in 2 days, urine output < 0.5 mL/kg per hour x 6hrs
ଚିକିତ୍ସାPrerenal: Intravenous fluids
Intrinsic: Supportive care, furosemide, immunosuppressants
Post-renal: Urinary tract drainage
PrognosisOften reversible
ପୁନଃପୌନିକCommon

ଏହାର କାରଣଗୁଡିକ ତିନି ଭାଗରେ ବିଭକ୍ତ କରାଯାଏ, ଯଥା:- ବୃକ୍‌କ ପୂର୍ବ, ବୃକ୍‌କ ଅନ୍ତର୍ନିହିତ ଓ ବୃକ୍‌କ ପରବର୍ତ୍ତୀ । ବୃକ୍‌କ ପୂର୍ବ କାରଣଗୁଡ଼ିକରେ ବୃକ୍‌କ‌କୁ ରକ୍ତ ପ୍ରବାହ କମୁଥିବା କାରଣ ଯେପରିକି ରକ୍ତସ୍ରାବ, ବାନ୍ତି, ତରଳ ଝାଡ଼ା, ସେପ୍ସିସ୍ ଏବଂ ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ସେବନ ଯୋଗୁ ହୋଇଥାଏ । ବୃକ୍‌କ ଅନ୍ତର୍ନିହିତ କାରଣରେ ତୀବ୍ର ଟ୍ୟୁବୁଲାର ନେକ୍ରୋସିସ ଓ ଗ୍ଲୋମେରୁଲାରନେଫ୍ରାଇଟିସ ଥାଇପାରେ । ବୃକ୍‌କ ପରବର୍ତ୍ତୀ କାରଣରେ ବୃକ୍‌କ ପଥର ରୋଗ, ମୂତ୍ରାଶୟ କର୍କଟ ଏବଂ ୟୁରିନାରି ରିଟେନସନ ଅନ୍ତର୍ଭୁକ୍ତ ଥାଏ । ସେରମ କ୍ରିଏଟିନିନ ସ୍ତର ୭ ଦିନ ମଧ୍ୟରେ ୫୦% ବୃଦ୍ଧି ହେଲେ, ଦୁଇ ଦିନ ମଧ୍ୟରେ ୨୬.୫ ୟୁମୋଲ/ ଲି (୦.୩ ମିଗ୍ରା / ଡେଲି) କିମ୍ବା ଅତି କମରେ ଛଅ ଘଣ୍ଟା ପାଇଁ ଘଣ୍ଟା ପ୍ରତି ୦.୫ ମିଲି/ କିଲୋଗ୍ରାମରୁ କମ୍ ପରିସ୍ରା ଉତ୍ପାଦନ ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।

ଅନ୍ତର୍ନିହିତ କାରଣ ଉପରେ ଆଂଶିକ ପରିଚାଳନା ନିର୍ଭର କରେ | ଯଦି ମୂତ୍ରାଶୟ ଅବରୋଧ ଥାଏ, ତେବେ ନିଷ୍କାସନ ଆବଶ୍ୟକ ହୁଏ | ଯଦି ବ୍ୟକ୍ତିର ରକ୍ତ ପରିମାଣ କମ୍ ଥାଏ, ତା'ହେଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ | ବୃକ୍‌କ କାରଣ ଥିଲେ ଫୁରୋସେମାଇଡ୍ କିମ୍ବା ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଇପାରେ | ଅନ୍ୟାନ୍ୟ ସହାୟକ ପଦକ୍ଷେପରେ କମ୍ ପଟାସିୟମ‌ଯୁକ୍ତ ଖାଦ୍ୟ ଏବଂ ଡାଏଲିସିସ ଆବଶ୍ୟକ ହୋଇପାରେ | ଏହି ଅବସ୍ଥା ପ୍ରାୟ ପରିବର୍ତ୍ତିତ ହୋଇ ସାଧାରଣ ହୋଇଯାଏ ।

ଏକେଆଇ ଏକ ସାଧାରଣ ରୋଗ ଅଟେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭% ଲୋକ ଏବଂ ଆଇସିୟୁରେ ଭର୍ତ୍ତି ହୋଇଥିବା ୩୦% ଲୋକଙ୍କୁ ପ୍ରଭାବିତ କରିଥାଏ | ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ କ୍ଷେତ୍ରରେ ୨୧% ରୋଗ ପ୍ରସବକାଳୀନ, ୬୯% ଅନ୍ତର୍ନିହିତ ବୃକ୍‌କ ଏବଂ ୧୦% ବୃକ୍‌କ ପରବର୍ତ୍ତୀ କାରଣରୁ ହୋଇଥାଏ। ଅନ୍ତର୍ନିହିତ ବୃକ୍‌କ ଗୋଷ୍ଠୀର ତୀବ୍ର ଟ୍ୟୁବୁଲାର୍ ନେକ୍ରୋସିସ୍ ହେଉଛି ସବୁଠାରୁ ସାଧାରଣ କାରଣ | ତୀବ୍ର କିଡନୀ ଆଘାତକୁ ପ୍ରଥମେ ବାଇଜାଣ୍ଟାଇନ ଅବଧିରେ (୩୩୦-୧୪୫୨) ବର୍ଣ୍ଣନା କରାଯାଇଥିଲା |

ଆଧାର

Tags:

ଫୁସଫୁସ ଇଡିମାହାଇପରକାଲେମିଆୟୁରେମିଆ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସଂଖ୍ୟା ପ୍ରଣାଳିବିରିୟାନୀମଙ୍ଗଳୁ ଚରଣ ବିଶ୍ୱାଳପକ୍ଷଶଙ୍କରାଚାର୍ଯ୍ୟଗୌତମ ବୁଦ୍ଧରାମାୟଣଅଂଶୁଘାତପ୍ରଦୀପ କୁମାର ପାଣିଗ୍ରାହୀଇଂଲଣ୍ଡବିଶ୍ୱନାଥ କରବିନ୍ଦୁନଅଙ୍କ ଦୁର୍ଭିକ୍ଷଭକ୍ତ ଚରଣ ଦାସ (ରାଜନେତା)ଗ୍ରହଉପନିଷଦବିଭୂତି ପଟ୍ଟନାୟକବିଶ୍ୱତାପନପୁଷ୍ଟିସାରବୈଷ୍ଣବ ପାଣିଗଣ୍ଡା୨୫ ଅପ୍ରେଲଗାଲୁଆବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସମୟ (କାଳ)୩୦ ଅପ୍ରେଲରାମଶଙ୍କର ରାୟଭାରତର ନଦୀ ସମୂହର ତାଲିକାରାଧାନାଥ ରାୟଦୁର୍ଗା ପୂଜାଦାମୋଦର ରାଉତପଣା ସଂକ୍ରାନ୍ତିସେଇ ଝିଅଟିହୃଷୀକେଶ ମଲ୍ଲିକଶ୍ରୀଲଙ୍କାର ଭୂଗୋଳଶାନ୍ତନୁ କୁମାର ଆଚାର୍ଯ୍ୟସ୍ତନ୍ୟପାୟୀଚାଣକ୍ୟମାଛଶ୍ରଦ୍ଧାକର ସୂପକାରଚିକୁନ‌ଗୁନିଆ୧୯ ମାର୍ଚ୍ଚବାଙ୍କୀଗର୍ଭାଶୟ ଅନ୍ତଃସ୍ତର କର୍କଟନବଗୁଞ୍ଜରବଣଭୋଜି ବେଶଓଡ଼ିଶାର ଲୋକନୃତ୍ୟକଳାହାଣ୍ଡି ଜିଲ୍ଲାପାକ୍ରିଟିନିବବ୍ୟଞ୍ଜନ ବର୍ଣ୍ଣବାରବାଟି ଦୁର୍ଗଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାପୁଆ ନିଉ ଗିନିରଥନୀଳକଣ୍ଠ ଦାସଖିଲିପାନଲଣ୍ଡନଓଡ଼ିଆ ଭ୍ରମଣ ସାହିତ୍ୟ୧ମ ଓଡ଼ିଶା ବିଧାନ ସଭା୧୭୪୬ଗୋଦର ରୋଗରାଶି ଓ ନକ୍ଷତ୍ରଭଦ୍ରକ ଜିଲ୍ଲାମହମ୍ମଦ ମୋକିମ୍ଜଗନ୍ନାଥଙ୍କ ବେଶପଖାଳଜହ୍ନପ୍ରାଣବନ୍ଧୁ କରମହାପାତ୍ର ନୀଳମଣି ସାହୁଫତୁରାନନ୍ଦ🡆 More