ତୀବ୍ର ପ୍ରୋଷ୍ଟେଟ ପ୍ରଦାହ

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ବା ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ୍ ହେଉଛି ଏକ ପ୍ରକାର ପ୍ରୋଷ୍ଟାଟାଇଟିସ୍ ଯାହା ହଠାତ୍ ଆରମ୍ଭ ହୁଏ | ଲକ୍ଷଣଗୁଡ଼ିକରେ ଶ୍ରୋଣୀ ବା ପେଲଭିସରେ ଯନ୍ତ୍ରଣା କିମ୍ବା ତଳ ପିଠି ଯନ୍ତ୍ରଣା, ଜ୍ୱର ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇଥାଏ | ରୋଗ ଜଟିଳ ହେଲେ ମୂତ୍ର ଅବଧାରଣ, ପ୍ରୋଷ୍ଟ ଆବସେସ ଓ କ୍ରନିକ ପ୍ରୋଷ୍ଟେଟ ପ୍ରଦାହ ହୋଇପାରେ ।

Acute prostatitis
Acute bacterial prostatitis
ତୀବ୍ର ପ୍ରୋଷ୍ଟେଟ ପ୍ରଦାହ
ବିଭାଗUrology
ଲକ୍ଷଣSudden onset pelvic pain, fever, pain with urination
ଆକ୍ରାନ୍ତ ସମୟ20s or 30s
କାରଣBacterial infection
ବିପଦ କାରକUrinary tract infection, urinary catheter, prostate biopsy, sexually transmitted infection, anal sex
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, examination, urine testing
ସଠିକ ରୋଗ ନିର୍ଣ୍ଣୟPyelonephritis, urethritis, prostate cancer
ଚିକିତ୍ସାAntibiotics, pain medication
ପୁନଃପୌନିକRare

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ସାଧାରଣତଃ ପ୍ରୋଷ୍ଟେଟ ଗ୍ରନ୍ଥିରେ ଜୀବାଣୁ ସଂକ୍ରମଣ ଯୋଗୁ ହୋଇଥାଏ । ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ସଂକ୍ରମଣ ହେଉଥିଲେ ମଧ୍ୟ ମୁଖ୍ୟତଃ ଏସ୍କରିସିଆ କୋଲାଇ ଯୋଗୁ ହୁଏ । ମୂତ୍ରାଶୟ ସଂକ୍ରମଣ, ମୂତ୍ରାଶୟ କାଥେଟର, ପ୍ରୋଷ୍ଟେଟ ବାୟୋପ୍ସି, ଯୌନ ସଞ୍ଚାରିତ ସଂକ୍ରମଣ ଓ ମଳଦ୍ୱାର ଯୌନ ସଂମ୍ଭୋଗ ଇତ୍ୟାଦି ଏହି ରୋଗର ସଙ୍କଟ କାରକ ଅଟନ୍ତି । ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ, ପରୀକ୍ଷା ଏବଂ ପରିସ୍ତା ପରୀକ୍ଷା ଉପରେ ଆଧାରିତ ହୋଇଥାଏ । ପ୍ରୋଷ୍ଟେଟ ପରୀକ୍ଷା କରିବା ସମୟରେ ତାହାକୁ ମାଲିସ କରିବାକୁ ସୁପାରିଶ କରାଯାଏ ନାହିଁ |

ଚିକିତ୍ସାରେ ସାଧାରଣତଃ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ ଦିଆଯାଏ । ଯନ୍ତ୍ରଣା ଲାଘବ ନିମନ୍ତେ ଔଷଧ ମଧ୍ୟ ଆବଶ୍ୟକ ହୋଇପାରେ। ମୂତ୍ର ଅବରୋଧ ହେଉଥିଲେ ମୂତ୍ର କାଥେଟର ଆବଶ୍ୟକ ହୁଏ । ଫୁଲା କମେଇବା ପାଇଁ ଆଲଫା ବ୍ଲକର ଏବଂ ନ‌ନଷ୍ଟିରଏଡାଲ ଆଣ୍ଟ-ଇନ୍‌ଫ୍ଲାମେଟୋରୀ ଔଷଧ ଉପଯୋଗୀ ହୋଇପାରେ। ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ଅଟେ।

ତୀବ୍ର ପ୍ରୋଷ୍ଟେଟ ପ୍ରଦାହ ଏକ ବିରଳ ରୋଗ ଅଟେ | ସମସ୍ତ ପ୍ରୋଷ୍ଟାଟାଇଟିସ୍ ରୋଗର ଏହା ୫ରୁ ୧୦% ମାତ୍ର ହୋଇଥାଏ | ୨୦ରୁ ୩୦ ଦଶକରେ ସାଧାରଣତଃ ଏହି ରୋଗ ହୁଏ । ଏହି ରୋଗ ବିଷୟ ପ୍ରଥମେ ୧୮୩୮ମସିହାରେ ଭର୍ଡିଜ ବର୍ଣ୍ଣନା କରିଥିଲେ ।

ଆଧାର

Tags:

ପ୍ରୋଷ୍ଟାଟାଇଟିସୟୁରିନାରି ରିଟେନସନ

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରଚାଣକ୍ୟପୁନମ ମିଶ୍ରନମିତା ଅଗ୍ରୱାଲରାଣୀ ଲକ୍ଷ୍ମୀବାଈଓଡ଼ିଶାପକୋଡ଼ାସମୟ (କାଳ)ବିଭୂତି ପଟ୍ଟନାୟକଦାଶରଥି ଦାସନନ୍ଦିନୀ ଶତପଥୀଭାନୁଜୀ ରାଓଆଚାର୍ଯ୍ୟ ହରିହରଏଞ୍ଜେଲା ମେର୍କେଲ୍ପ୍ରଧାନ ପୃଷ୍ଠାଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଲିମାରାସନ କାର୍ଡ଼ (ଭାରତ)ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପାକ୍ରିଟିନିବସରଳା ଦେବୀଓଡ଼ିଶାର ଲୋକନୃତ୍ୟରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେରାମାୟଣହୃତ୍‌ପିଣ୍ଡବ୍ରାଉଜରଜାଭା (ପ୍ରୋଗ୍ରାମିଂ ଭାଷା)wiki.phtmlପକ୍ଷଓଡ଼ିଶାର ଇତିହାସମାର୍ଚ୍ଚ ୨୧c3bn4ନଇ ଆରପାରିସେଇ ଝିଅଟିଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରାଜକିଶୋର ରାୟଶରତ କୁମାର ମହାନ୍ତିଶାସ୍ତି (ଓଡ଼ିଆ କଥାଚିତ୍ର)ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଲୋକ ସଭାଧରିତ୍ରୀମାଲକାନଗିରି ଜିଲ୍ଲାସୁଇଜରଲ୍ୟାଣ୍ଡପଣା ସଂକ୍ରାନ୍ତିପ୍ରାଣକୃଷ୍ଣ ପରିଜାଶିଶୁ ଅନନ୍ତ ଦାସଇରା ମହାନ୍ତିହରିପ୍ରସାଦ ଚୌରାଶିଆସଂକ୍ରାନ୍ତିବିରାଟ କୋହଲୀଚାନ୍ଦ୍ରମାସଇଣ୍ଡୋନେସିଆପ୍ରଣବ ପ୍ରକାଶ ଦାସଲକ୍ଷ୍ମୀରାମଚନ୍ଦ୍ର ମିଶ୍ରପ୍ଲୀହାବିଦ୍ୟୁତପ୍ରଭା ଦେବୀଯୌନ ସମ୍ଭୋଗପ୍ରଥମ ଭାସ୍କରମେସିନ ଲର୍ଣ୍ଣିଙ୍ଗ୍୧ମ ଓଡ଼ିଶା ବିଧାନ ସଭାକୃଷ୍ଣରାବଣଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଲଉଯାଜପୁର ଜିଲ୍ଲାବର୍ଷା🡆 More