ତାଲା

କବାଟ କିମ୍ବା ବାକ୍ସ ପରି ଜିନିଷକୁ ବନ୍ଦ ରଖିବା ପାଇଁ ତାଲା ବ୍ୟବହୃତ ହୁଏ । ତାଲାକୁ ଚାବି, ଇଲେକ୍ଟ୍ରୋନିକ୍‌ କାର୍ଡ୍‌ କିମ୍ବା ଗୁପ୍ତ କୋଡ଼୍‌ଦ୍ୱାରା ଖୋଲାଯାଇପାରେ । କୌଣସି ବସ୍ତୁକୁ ସୁରକ୍ଷିତ ରଖିବାରେ ତାଲାର ଭୂମିକା ଗୁରୁତ୍ୱପୂର୍ଣ ।

ତାଲା
କୋଲପ ତାଲା
ତାଲା
ପାରମ୍ପରିକ ତାଲା ଖୋଲିବା ଯନ୍ତ୍ର
ତାଲା
ଚେକୋସ୍ଲୋଭାକିଆରେ ପୂର୍ବରୁ ବ୍ୟବହୃତ ହେଉଥିବା ତାଲା ଖୋଲିବା ଓ ନକଲି ତାଲା ତିଆରି କରିବା ଯନ୍ତ୍ର

ତାଲା ପ୍ରଣାଳୀର ପ୍ରକାର

ଚାବିତାଲା କେବଳ ଚାବି ସାହାଯ୍ୟରେ ଖୋଲିଥାଏ । ଏପରି ତାଲା ଖୋଲିବା ପାଇଁ ଚାବି ପୁରାଇ ମୋଡ଼ିବାକୁ ପଡ଼େ । କବାଟ ଓ ବାକ୍ସରେ ଏପରି ତାଲା ବ୍ୟବହୃତ ହୁଏ । ଏହିପରି ତାଲାକୁ ବିଶେଷ ଯନ୍ତ୍ରଦ୍ୱାରା ଖୋଲାଯାଇପାରିବ ।

ସଂଖ୍ୟାତାଲାରେ ଗୋଟିଏ ଖୋଲିବା ଦଣ୍ଡ ଓ କିଛି ସଂଖ୍ୟା ଥାଏ । ସଂଖ୍ୟାଗୁଡ଼ିକୁ ଠିକ୍‌ ଭାବରେ ସଜାଇଲେ ତାଲା ଖୋଲିଥାଏ । ଏହାକୁ କମ୍ବିନେସନ୍‌ କୁହାଯାଏ । ପଇସା ଥାକ ଓ ସାଇକଲରେ ଏପରି ତାଲା ବ୍ୟବହାର ହୋଇଥାଏ ।

ଇଲେକ୍ଟ୍ରୋନିକ୍‌ ତାଲା କମ୍ପ୍ୟୁଟରରୁ ସନ୍ଦେଶ ପାଇଲେ ହିଁ ଖୋଲେ । ଏହି ସନ୍ଦେଶ ଗୋଟିଏ କମ୍ପ୍ୟୁଟର ଚିପ୍‌ରେ ସଂରକ୍ଷିତ ରଖାଯାଏ । କିମ୍ବା କୌଣସି ଲୋକର ଆଙ୍ଗୁଠିଚିହ୍ନ ବା ଆଖିକୁ ଦେଖି ଏହି ସନ୍ଦେଶ ତିଆରି କରାଯାଏ ।

ସମୟତାଲା ବ୍ୟାଙ୍କରେ ବ୍ୟବହୃତ ହୁଏ । ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ଖୋଲାଯାଇ ପାରେନା । ବ୍ୟାଙ୍କ ବନ୍ଦ ହେବା ପରେ ଏହା ଚୋରି ଆଶଙ୍କାକୁ ଏଡ଼ାଏ ।

ତାଲାର ପ୍ରକାର

କୋଲପ ହେଉଛି ଅତି ସାଧାରଣ ଭାବେ ବ୍ୟବହୃତ ତାଲା । ଏଗୁଡ଼ିକ ଚାବିଦ୍ୱାରା ଖୋଲେ । ଏପରି ତାଲାକୁ ଭାଙ୍ଗିବାର ସହଜ ଉପାୟ ହେଉଛି ଲମ୍ବା କଇଞ୍ଚିରେ କାଟିବା ।

ପିନ୍‌ ଟମ୍ବଲର୍‌ ତାଲା କବାଟରେ ବ୍ୟବହୃତ ହୁଏ । ଲିନସ୍‌ ୟେଲ୍‌ ଜୁନିଅର ଏହାକୁ ୧୮୬୦ରେ ଉଦ୍ଭାବନ କରିଥିଲେ ।

ଡେଡ୍‌ବୋଲ୍ଟ ତାଲାର ସିଲିଣ୍ଡରକୁ ନ ବୁଲାଇ ଖୋଲି ହୁଏ ନାହିଁ ।

ବସନ୍ତ କୁଣ୍ଡଳୀ ତାଲା । ଏହିପରି ତାଲା ଥିବା କବାଟକୁ ଟାଣିଦେଲେ ବନ୍ଦ ହୋଇଯାଏ । ଏହା ଡେଡ୍‌ବୋଲ୍ଟ ପରି ସୁରକ୍ଷିତ ନହେଲେ ମଧ୍ୟ ସହଜ ।

ସୁରକ୍ଷା

କିଛି ତୁଳନୀୟ ବିଷୟକୁ ଛାଡ଼ିଦେଲେ, କୌଣସି ତାଲା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ତାଲାକୁ ବାହ୍ୟ ବଳ କିମ୍ବା ବିଶେଷ ଯନ୍ତ୍ରଦ୍ୱାରା ଖୋଲା ଯାଇପାରିବ । ଅତି ସାଧାରଣ ଭାବେ ବ୍ୟବହୃତ ବାହ୍ୟ ବଳ କାରକ ହେଉଛି ଜିମି ।

ପଞ୍ଜୀକୃତ ତାଲା ଖୋଲାଳୀ ହୋଇନଥିଲେ ତାଲା ଖୋଲିବା ହତିଆର ସାଙ୍ଗରେ ନେବା ଅନେକ ଦେଶରେ ବେଆଇନ ବିଚାର କରାଯାଏ ।

ଆଧାର

Tags:

ତାଲା ପ୍ରଣାଳୀର ପ୍ରକାରତାଲା ର ପ୍ରକାରତାଲା ସୁରକ୍ଷାତାଲା ଆଧାରତାଲାକବାଟ

🔥 Trending searches on Wiki ଓଡ଼ିଆ:

ପିଙ୍କି ପ୍ରଧାନସୂଚନା ପ୍ରଯୁକ୍ତିବିଦ୍ୟାଖଡ଼ଗପୁରଭାଷାଭାରତର ସଂସ୍କୃତିଉପନିଷଦଜଗନ୍ନାଥ ଦାସଯଦୁମଣି ମହାପାତ୍ରଚିକୁନ‌ଗୁନିଆଧାତୁନେମାଳତ୍ରିପୁରା ମିଶ୍ରଭୀମ ପୃଷ୍ଟିଦ୍ଵାରକାଧୀଶ ମନ୍ଦିରପ୍ରଣବ ପ୍ରକାଶ ଦାସଛାୟାପଥ୨୦୦୬ବର୍ଷା ପ୍ରିୟଦର୍ଶିନୀଫତୁରାନନ୍ଦରାଶି ଓ ନକ୍ଷତ୍ରଟାହିଆଲାଗି ବେଶଓଡ଼ିଆ ଖବରକାଗଜ ତାଲିକାଗଙ୍ଗାଧର ରଥକାଜାଖସ୍ତାନନେତୃତ୍ୱଆଉରଙ୍ଗଜେବହନୁମାନ ବାଟିକାଶାନ୍ତନୁ କୁମାର ଆଚାର୍ଯ୍ୟପରିବେଶରାମଚନ୍ଦ୍ର ମିଶ୍ରବ୍ରାହ୍ମ ସମାଜଓଡ଼ିଶାର ଲୋକନୃତ୍ୟବିଦ୍ୟୁତପ୍ରଭା ଦେବୀଚାଣକ୍ୟଓଡ଼ିଆ ରାମାୟଣIndia୭୦୧ବିଶ୍ୱ ମ୍ୟାଲେରିଆ ଦିବସଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦନବୀନ ପଟ୍ଟନାୟକଛାରପୋକମଙ୍ଗଳୁ ଚରଣ ବିଶ୍ୱାଳହନୁମାନ ଚାଳିଶାଦୀପା ସାହୁ (୧୯୮୫ ଜନ୍ମ)ତପସ୍ୱିନୀଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାମନୋଜ ଦାସଜ୍ୟୋତିର୍ଲିଙ୍ଗvji40ବିଶ୍ୱ ଏଡ୍‌ସ ଦିବସକିଶୋରୀ ଚରଣ ଦାସଅଭିମନ୍ୟୁ ସାମନ୍ତସିଂହାରଭାରତର ଜାତୀୟ ପତାକାକଟକ ଜିଲ୍ଲାଭାରତୀୟ ଜନତା ପାର୍ଟିସମ୍ବଲପୁରଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜାରାଣୀ ମନ୍ଦିରପରୀକ୍ଷାଜହ୍ନମାଛପ୍ରାଣବନ୍ଧୁ କରଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶା ପ୍ରିମିଅର ଲିଗମହାପାତ୍ର ନୀଳମଣି ସାହୁବ୍ରାଉଜରଆଖୁଅଣସରମାଗୁଣିର ଶଗଡ଼🡆 More