ଡାହୁକ ବୋଲି

ଡାହୁକ ବୋଲି ଜଗନ୍ନାଥଙ୍କ ରଥ ଯାତ୍ରା ବେଳେ ରଥ ଉପରେ ବୋଲାଯାଉଥିବା ଗୀତ । ଏହି ଗୀତିଗୁଡିକ ଡାହୁକମାନଙ୍କ ଦେଇ ବୋଲାଯାଉଥିବାରୁ ଏହାକୁ ଡାହୁକ ଗୀତ ମଧ୍ୟ କୁହାଯାଏ । ଡାହୁକ ବୋଲି ବିନା ରଥ ଗଡେ ନାହିଁ ବୋଲି ପ୍ରବାଦ ଅଛି ଏବଂ ଏହି ଡାହୁକଗୀତ ରଥଟଣାରେ ଏକ ମୂଖ୍ୟ ଭୂମିକା ନିର୍ବାହ କରି ଆସୁଅଛି । ଏହା ବୌଦ୍ଧ ଧର୍ମ ଅନ୍ତର୍ଗତ ବଜ୍ରଯାନୀ ପରମ୍ପରାର ଅବଶେଷ ତଥା ଏହାର ପଦଗୁଡ଼ିକ ବୌଦ୍ଧ ଚର୍ଯା ସାହିତ୍ୟର ସନ୍ତକ ହୋଇଥିବାବେଳେ ଡାହୁକମାନଙ୍କୁ ଚର୍ଯାପଦର ସିଦ୍ଧମାନଙ୍କର ବଂଶଧର ବୋଲି ବିଶ୍ୱାସ କରାଯାଏ ।

ଡାହୁକ ବୋଲି
ବେଙ୍ଗାଳୁରୁଠାରେ ରଥ ଯାତ୍ରା ସମୟରେ ଡାହୁକ ବୋଲି ବୋଲୁଥିବା ଡାହୁକ ।
ଡାହୁକ ବୋଲି

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ଗୀତ

ଡାହୁକ ବୋଲିରେ ଚଉଷଠି ମହାସିଦ୍ଧମାନଙ୍କ ସହଜଯାନ ଧାରାର ଛାପ ରହିଛି । ଏପରିକି ପୁରୀରେ ବୋଲାଯାଉଥିବା ଡାହୁକ ବୋଲିରେ ମୂଳ ଚର୍ଯ୍ୟାପଦରୁ ଉଦ୍ଧୃତିମାନ ବ୍ୟବହାର ହେଉଥିଲା । ଚର୍ଯ୍ୟାପଦର ପଦଗୁଡ଼ିକ ସନ୍ଧ୍ୟାଭାଷାରେ ରଚିତ ଓ ଏଗୁଡ଼ିକ ଦ୍ୱିଅର୍ଥବୋଧକ ଅଟେ । ଗୋଟିଏ ବାହ୍ୟ ଅର୍ଥ ଥାଏ ଓ ଗୋଟିଏ ଗୁହ୍ୟ ଅର୍ଥ ଥାଏ । ବାହ୍ୟ ଅର୍ଥକୁ ଠିକ ମନେ କରି ଲୋକ ଗୀତଗୁଡ଼ିକୁ ଭୁଲବଶତଃ ଅତ୍ୟନ୍ତ ଅସାମାଜିକ ବା ଅଶ୍ଳୀଳ ମନେ କରନ୍ତି ।

ତଳେ ପୁରୀର ଡାହୁକ ବୋଲିରୁ କେତୋଟି ଉଦାହରଣ ଦିଆଯାଇଛି ।

ରଥେ ଭଣ୍ଡ ଡାକ ଡାକନ୍ତେ ଡାହୁକ
ବକ ସିଆଣିଆ ଲୋକ ।
ଅରକ୍ଷିତମାନେ ଶୁଣିବାକୁ ରଙ୍କ
ନ ମାନନ୍ତି ଶୋଷଭୋକ ।

ମାରି ସାସୁ ନଣନ୍ଦ ଘରେ ଶାଳୀ
ମାଆ ମାରିଆ କାହ୍ନ ଭଇଲ କବାଳୀ ।
ହୋ ଭଗତେ ହୋ!

ବାହ୍ୟାର୍ଥ : ଶାଶୁକୁ ମାରିବା ପରେ ନଣନ୍ଦକୁ ଶାଳୀ ଘରେ ରଖି ଓ ଶେଷରେ ନିଜ ମାଆଙ୍କ ହତ୍ୟା କରି କାହ୍ନୁ କାପାଳିକ ହେଲେ ।

ଗୁହ୍ୟାର୍ଥ : କାହ୍ନୁ ଶ୍ୱାସରୁଦ୍ଧ କରି ଆନନ୍ଦପ୍ରଦ ଇନ୍ଦ୍ରିୟମାନଙ୍କୁ ମାରି ସୁଖ ଭୋଗ ଓ ମାୟା ମମତାକୁ ମାରି କାପାଳିକ ସାଜିଛନ୍ତି ।

— ଚର୍ଯ୍ୟା ୧୧, କୃଷ୍ଣାଚାର୍ଯ୍ୟପାଦାନମ୍, ରାଗ-ପଟମଞ୍ଜରୀ, (ଏହା ଚର୍ଯ୍ୟାପଦର 'ନାଡ଼ିଶକ୍ତି ଦିଢ଼ ଧରିଅ ଖାଟେ' ଗୀତର ଗୋଟିଏ ଅଂଶ)

ମହାସିଦ୍ଧମାନଙ୍କ ନାମରେ ଭଣିତ କେତେକ ଓଡ଼ିଆ ବୋଲି ମଧ୍ୟ ରହିଛି ।

ହୋ ଭଗତେ !
ହାଡ଼ୁପା କହିଲେ ବାଇ ଏଠାର
ଯୋନି ଦରଶନ ସୁଖ ଅପାର ।
ଭଗରେ ବାଜିଲେ ଲିଙ୍ଗର ମୁଣ୍ଡି
ତିନିଧାର ନାଳ ନିଅଇ ତେଣ୍ଡି ।
ଛ ଗଣ୍ଠି ଭେଦଇ ସେ ନାଳ ଯେବେ
ରମଣ କରିବୁ ଭକତ ତେବେ ।

— ମହାସିଦ୍ଧ ହାଡ଼ିପା ବା ହାଡ଼ୁପାଙ୍କ ନାମରେ ଭଣିତ
ବୌଦ୍ଧବାଦ

ଡାହୁକ ବୋଲି 
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ


ହୋ ଭଗତେ ହୋ !
କାଳୀ ଗୋରୀ ଦିହେଁ ଗାଧୋଇ ଗଲେ
ଗଛରୁ ଖସିଲା ଡାଳ ।
କାଳୀ କହୁଛି ଗୋରୀ ଲୋ
ତୋ ବିଆରେ ନାହିଁ ବାଳ ।

ହୋ ଭଗତେ !
ରଥ ଚାଲେ ଘୁଁ, ଚକ ଚାଲେ ଘୁଁ
ଯାହାର ମୁଣ୍ଡରେ ସିନ୍ଦୁର ଟୋପା
ତା ଘଇତା ମୁଁ ।

ଜୀବଟି ଘରର ଘରଣୀ । ସ୍କନ୍ଧରେ ବସିଅଛି ପୁଣି ।।
ଏହାକୁ ଘେନି ରତି କର । ତେବେ ପାଇବୁ ଏ ଶରୀର ।।

ଡାହୁକ ବୋଲିକୁ ବାସନ୍ଦ

୧୯୯୫ ମସିହାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କିଛି ଅଧିକାରୀ ଡାହୁକ ବୋଲି ଉପରେ ବାସନ୍ଦାଦେଶ ଦେଇଥିଲେ । କିନ୍ତୁ, ୧୯୯୭ ମସିହା ପରଠାରୁ କିଛି କଟକଣା ଜାରି ହେବା ଫଳରେ ଡାହୁକମାନେ ଗୀତ ଗାଇବା ପ୍ରାୟ ବନ୍ଦ କରିସାରିଛନ୍ତି ।

ଆଧାର

ବାହାର ଆଧାର

Tags:

ଡାହୁକ ବୋଲି ଗୀତଡାହୁକ ବୋଲି କୁ ବାସନ୍ଦଡାହୁକ ବୋଲି ଆଧାରଡାହୁକ ବୋଲି ବାହାର ଆଧାରଡାହୁକ ବୋଲିଚର୍ଯାଜଗନ୍ନାଥବୌଦ୍ଧ ଧର୍ମମହାସିଦ୍ଧରଥ ଯାତ୍ରା

🔥 Trending searches on Wiki ଓଡ଼ିଆ:

ଚଇତି ଘୋଡ଼ା ନାଚଫାଇଲେରିଆହେନା ଫୁଲଜାନକୀ ବଲ୍ଲଭ ପଟ୍ଟନାୟକଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମଧୁସୂଦନ ଦାସବର୍ଷାବିଦ୍ୟାଳୟପାର୍କିନ୍‌ସନ୍ ରୋଗଓଡ଼ିଆ ଲିପିଇରା ମହାନ୍ତିସମ୍ବାଦ (ଖବରକାଗଜ)୨ ଅପ୍ରେଲଚିଲିକା ହ୍ରଦଜିନା ସାମଲମକର (ରାଶି)ଧାମରାପକ୍ଷୀଦି ଟାଇମସ୍ ଅଫ୍ ଇଣ୍ଡିଆବଡ଼ଦିନପଣା ସଂକ୍ରାନ୍ତିମଦନମୋହନ ମିଶ୍ରକରଞ୍ଜହରେକୃଷ୍ଣ ମହତାବପ୍ରଥମ ବିଶ୍ୱଯୁଦ୍ଧଜୟୀରାମ ସାମଲକରଣ (ଜାତି)ଭାରତୀୟ ଜନତା ପାର୍ଟିରମାକାନ୍ତ ପଣ୍ଡାଶଙ୍କର ପ୍ରସାଦ ତ୍ରିପାଠୀନଟବର ଶତପଥୀଶ୍ରୀତମ ଦାସଓଡ଼ିଶା୩ ଅପ୍ରେଲଋଷିଆପଖାଳଭରତ (ରାମାୟଣ)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉଇକିପିଡ଼ିଆଦରବାର (କବିତା)ପ୍ରସନ୍ନ କୁମାର ମିଶ୍ରଶ୍ରୀ ଅରବିନ୍ଦମାତଙ୍ଗୀ୧୫ ଅପ୍ରେଲଧର୍ମଗୌରୀଶଙ୍କର ରାୟପର୍ଫେନାଜାଇନଲଳିତ ମାନସିଂହତରଳ ଝାଡ଼ାଲକ୍ଷ୍ମଣ ନାୟକଧର୍ମେନ୍ଦ୍ର ପ୍ରଧାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମନୋଜ ଦାସଗିରିଧର ଗମାଙ୍ଗନୃସିଂହ ଚରଣ ପଣ୍ଡାସୁନାବେଶଭାରତର ନଦୀ ସମୂହର ତାଲିକାପଦ୍ମଶ୍ରୀକାଳିନ୍ଦୀ ଚରଣ ପାଣିଗ୍ରାହୀବ୍ୟଞ୍ଜନ ବର୍ଣ୍ଣପଦାର୍ଥ୨୧ ମାର୍ଚ୍ଚଶୈଳବାଳା ଦାସବିଶ୍ୱଜିତ ଦାସବ୍ରଜନାଥ ବଡ଼ଜେନାଶାନ୍ତନୁ କୁମାର ଆଚାର୍ଯ୍ୟ🡆 More