ଜାପାନିଜ ଏନସେଫାଲାଇଟିସ

ଜାପାନିଜ ଏନସେଫାଲାଇଟିସ ବା ଜେଇ (Japanese encephalitis/ JE) ଏକ ମସ୍ତିଷ୍କର (brain) ସଂକ୍ରାମକ ରୋଗ ଯାହା ଜାପାନିଜ ଏନସେଫାଲାଇଟିସ ଭୂତାଣୁଦ୍ୱାରା (Japanese encephalitis virus) ହୁଏ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ନ ଥାଏ କିନ୍ତୁ କ୍ୱଚିତ କେଶରେ ଏନସେଫାଲାଇଟିସ (inflammation of the brain occurs) ଲକ୍ଷଣ ଦେଖାଯାଏ । ରୋଗ ହେଲେ ମୁଣ୍ଡ ବିନ୍ଧା, ଜ୍ୱର, ବାନ୍ତି, ମାନସିକ ଦ୍ୱନ୍ଦବ (confusion), ଅପସ୍ମାର ବାତ (seizures) ଲକ୍ଷଣମାନ ଦେଖାଯେ । ସଂକ୍ରମଣର ୫-୧୫ ଦିନ ପରେ ଲକ୍ଷଣ ବାହାରେ ।

ଜାପାନିଜ ଏନସେଫାଲାଇଟିସ (Japanese encephalitis)
ଜାପାନିଜ ବି ଏନସେଫାଲାଇଟିସ (Japanese B encephalitis)
ବିଭାଗସଂକ୍ରମକ ରୋଗ (Infectious disease)
ଲକ୍ଷଣମୁଣ୍ଡ ବିନ୍ଧା, ଜ୍ୱର, ବାନ୍ତି, ମାନସିକ ଦ୍ୱନ୍ଦବ (confusion), ଅପସ୍ମାର ବାତ (seizures)
ଆକ୍ରାନ୍ତ ସମୟସଂକ୍ରମଣର ୫-୧୫ ଦିନ ପରେ
କାରଣଜାପାନିଜ ଏନସେଫାଲାଇଟିସ ଭୁତାଣୁ (Japanese encephalitis virus) (spread by mosquitoes)
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ଓ ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ (cerebrospinal fluid) ପରୀକ୍ଷା
ପ୍ରତିକାରଜାପାନିଜ ଏନସେଫାଲାଇଟିସ ଭୁତାଣୁ (Japanese encephalitis vaccine), ମଶାକାମୁଡ଼ାରୁ ଦୂରେଇବା
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care)
Prognosisଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କର ସ୍ଥାୟୀ ସମସ୍ୟା ରହେ ।
ପୁନଃପୌନିକ୬୮,୦୦୦
ମୃତ୍ୟୁ ସାନ୍ଦ୍ରତା୧୭,୦୦୦

କ୍ୟୁଲେକ୍ସ ପ୍ରଜାତିର (Culex) ମଶାଦ୍ୱାରା ଏହି ରୋଗର ଭୂତାଣୁ ବ୍ୟାପିଥାଏ । ଘୁଷୁରୀ (Pigs) ଓ ପକ୍ଷୀମାନଙ୍କ ଦେହରେ ଏହି ଭୂତାଣୁ ଥାଏ । ସ‌ହରତଳି ଅଞ୍ଚଳମାନଙ୍କରେ ଏ ରୋଗ ଦେଖାଯାଏ । ରକ୍ତ ଓ ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ (cerebrospinal fluid) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।

ଏହି ରୋଗର ପ୍ରତିଷେଧ ନିମନ୍ତେ ଜାପାନୀ ଏନ‌କେଫାଲାଇଟିସ୍ ଟିକା (Japanese encephalitis vaccine) ଦିଆଯାଏ ଯାହା ପ୍ରଭାବଶାଳୀ ଓ ବିପଦଶୂନ୍ୟ । ଅନ୍ୟ ପନ୍ଥାରେ ମଶା ନ କାମୁଡ଼ିବା ଉପାୟ ଅବଲମ୍ବନ କରାଯାଏ । ରୋଗ ଆରମ୍ଭ ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥାଏ ଓ କେବଳ ସାହାଯ୍ୟକାରୀ ଯତ୍ନ (Supportive care) ନିଆଯାଏ । ସାଧାରଣତଃ ଡାକ୍ତରଖାନାରେ ଏ ରୋଗର ଚିକିତ୍ସା କରାଯାଏ । ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କର ସ୍ଥାୟୀ ସମସ୍ୟା ରହେ ।

ସାଧାରଣତଃ ଦକ୍ଷିଣପୂର୍ବ ଏସିଆ (Southeast Asia) ଓ ପଶ୍ଚିମ ପାସିଫିକ (Western Pacific) ଅଞ୍ଚଳରେ ଜାପାନିଜ ଏନସେଫାଲାଇଟିସ ରୋଗ ଅଧିକ ଦେଖାଯାଏ । ଏହି ଅଞ୍ଚଳରେ ପ୍ରାୟ ୩ ଶହ କୋଟି (3 billion) ଲୋକ ବାସ କରନ୍ତି । ପ୍ରତି ବର୍ଷ ପ୍ରାୟ ୬୮,୦୦୦ ଲୋକଙ୍କୁ ଏହି ରୋଗ ହୁଏ ଓ ୧୭,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି । ଅନେକ ସମୟରେ ରୋଗ ମହାମାରୀ (outbreaks) ଆକାର ଧାରଣ କରେ । ସନ ୧୮୭୧ରେ ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବର୍ଣ୍ଣନା କରାଯାଇଥିଲା ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ


Tags:

en:Japanese encephalitis virusen:brainen:encephalitisen:seizureଏନସେଫାଲାଇଟିସଜ୍ୱରମୁଣ୍ଡ ବିନ୍ଧା

🔥 Trending searches on Wiki ଓଡ଼ିଆ:

ସୁଦୀପ ତ୍ୟାଗୀଭାରତ ସରକାରଶାରଳା ପୁରସ୍କାରସାଧାରଣ ଆପେକ୍ଷିକ ତତ୍ତ୍ୱନହୁଷହନୁମାନ ଚାଳିଶାଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଖାଳଭିଏତନାମରମାକାନ୍ତ ରଥମୁଣ୍ଡପିଛା ଆୟଦମୟନ୍ତୀ ବେଶ୍ରାରାଜ ଯୋଗକର୍କଟ ରୋଗସମ୍ବାଦ (ଖବରକାଗଜ)ମଧୁମେହମାଙ୍ଗାଲୋରେ୦ (ସଂଖ୍ୟା)୨୦ ମାର୍ଚ୍ଚମାଂସର ବିଳାପଔଷଧୀୟ ବୃକ୍ଷଲତାବୌଦ୍ଧ ଧର୍ମଫାରୋ ଦ୍ଵୀପପୁଞ୍ଜଶାନ୍ତନୁ କୁମାର ଆଚାର୍ଯ୍ୟବଳରାମ ଦାସଆଣ୍ଡ୍ରଏଡ଼୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଉପନିଷଦଓଡ଼ିଶାର ଦୋଳଯାତ୍ରାହରେକୃଷ୍ଣ ମହତାବକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମଦନମୋହନ ମିଶ୍ରଖାରବେଳ ସ୍ୱାଇଁସୁଡୋଏଫେଡ୍ରିନନେପାଳଶେୟାର ବଜାରସୁନାମିଳିତ ଜାତିସଂଘସିଙ୍ଗାପୁରଦ୍ରୌପଦୀ ମୁର୍ମୁଗଙ୍ଗାଧର ମେହେରପ୍ରଫୁଲ୍ଲ ସାମଲମାଉସୀ ମା’ ମନ୍ଦିରୟୁନିଫର୍ମ ରିସୋର୍ସ ଲୋକେଟରଅଚ୍ୟୁତ ସାମନ୍ତନୋଭାକ୍ ଜାକୋଭିକମଧୁସୂଦନ ରାଓରାଜେନ୍ଦ୍ର ନାରାୟଣ ସିଂହଦେଓକାଳିନ୍ଦୀ ଚରଣ ପାଣିଗ୍ରାହୀମଧୁସୂଦନ ଦାସଚବିଶ ଗୁରୁମଙ୍ଗଳହାକିମ ବାବୁବଂଶୀନବଗୁଞ୍ଜରକ୍ରିଏଟିଭ କମନ୍ସଭାରତୀୟ ଡାକ ସେବାକୋରାପୁଟନନ୍ଦିନୀ ଶତପଥୀମଧ୍ୟ ପ୍ରଦେଶଆର. କେ. ନାରାୟଣସେପ୍ସିସନକ୍ଷତ୍ରଓଡ଼ିଶାଅଲିମ୍ପିକ କ୍ରୀଡ଼ାକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡମାଙ୍ଗାନିଜଏସିଆଅଟିଜିମ୍ ସ୍ପେକ୍ଟ୍ରମଜେରୁସାଲେମତୁର୍କୀ🡆 More