ଜଗନ୍ନାଥ ମନ୍ଦିର, ଖିଦିରପୁର

କଲିକତା ବନ୍ଦର ଉପକଣ୍ଠ, ଖିଦିରପୁରଠାରେ ଥିବା ଜଗନ୍ନାଥ ମନ୍ଦିରଟି ୨୦୦୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୧୯୬୭ ମସିହାରୁ ଏଠାରେ ବନ୍ଦର ନିର୍ମାଣ କାର୍ଯ୍ୟରେ ବିନିଯୋଗଥିବା ଓଡ଼ିଆ ଶ୍ରମିକମାନଙ୍କଦ୍ୱାରା ଜଗନ୍ନାଥ ପୂଜା ପାଇ ଆସୁଥିଲେ । ମନ୍ଦିରଟି ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଆରାଧନା ପୀଠ ଓ କଲିକତାରେ ଥିବା ଓଡ଼ିଆଙ୍କ ପାଇଁ ଏକ ମିଳନସ୍ଥଳି ଭାବରେ ଉଭା ହୋଇଛି ।

ଜଗନ୍ନାଥ ମନ୍ଦିର, ଖିଦିରପୁର
ଜଗନ୍ନାଥ ମନ୍ଦିର, ଖିଦିରପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଖିଦିରପୁର, କଲିକତା
Stateପଶ୍ଚିମ ବଙ୍ଗ
Countryଭାରତ
Website
http://www.jagannathtemplekolkata.org/

ଇତିହାସ

୧୯୬୭ ମସିହା ବେଳକୁ, ଓଡ଼ିଆ ଶ୍ରମିକମାନେ ଖିଦିରପୁରଠାରେ ଏକ ଟିଣ ଘେରା ମନ୍ଦିର ନିର୍ମାଣ କରି ଜଗନ୍ନାଥଙ୍କ କାଗଜର ଛବିଟିଏ ରଖି ପୂଜା କରୁଥିଲେ । ଦିନଯାକର କ୍ଲାନ୍ତି ମେଣ୍ଟାଇବା ପାଇଁ ଜଗନ୍ନାଥଙ୍କ ଭଜନ ଗାନ କରୁଥିଲେ । ପୁରୁଷତ୍ତୋମ ଦାଶ ନାମକ ଜଣେ ବ୍ରାହ୍ମଣ ଏଠାରେ ପୂଜା କରୁଥିଲେ । ଖଇ ଭୋଗ ଲାଗୁଥିଲା । ୧୯୬୮ ମସିହା ବେଳକୁ ଏଠାରେ ରହୁଥିବା ଓଡ଼ିଆମାନେ, ମନ୍ଦିରଟିଏ ନିର୍ମାଣ କରିବାର ସ୍ୱପ୍ନ ଦେଖିଲେ ଓ ୧୯୬୯ ଜାନୁଆରୀ ୨୬ ସୁଦ୍ଧା ମନ୍ଦିର ନିର୍ମାଣ ସାରିବାକୁ ପଣ କଲେ । ଶ୍ରୀଜଗନ୍ନାଥ ସେବା ସମିତି ନାମରେ ଏକ ମଞ୍ଚ ଗଠନ କରାଗଲା । ସମିତିର ସଭ୍ୟମାନେ ଘର ଘର ବୁଲି ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ କଲେ । ସେତେବେଳର ଜଣେ ବନ୍ଦର ଅଧିକାରୀ ଶ୍ରୀ ଏସ. ରହମନ ମନ୍ଦିର ନିର୍ମାଣ ପାଇଁ ୨୦୦ ମୂଲିଆ ଯୋଗାଇଦେଲେ । ମନ୍ଦିର ନିର୍ମାଣ କାର୍ଯ୍ୟ ୧୯୬୯ ଜାନୁଆରୀ ୨୩ ତାରିଖରେ ସମାପ୍ତ ହେଲା ।

ଜଗନ୍ନାଥ ମନ୍ଦିର, ଖିଦିରପୁର 
କଲିକତାର ଖିଦିରପୁରଠାରେ ଥିବା ଜଗନ୍ନାଥ ମନ୍ଦିରର ବିଗ୍ରହ

ଏହି ମନ୍ଦିରଟିର ଉଚ୍ଚତା ୨୦ଫୁଟ ଥିଲା ଓ ଦୂଆରଟି ଅନୁଚ୍ଚ ଥିଲା । ଥରେ ଆୟକର କମିଶନର "ପ୍ରସନ୍ନ କୁମାର ଦାସ" ନିଜ ପିତାଙ୍କ ସହ ମନ୍ଦିରକୁ ଆସିଥିଲେ । ଦୂଆରରେ ପିତାଙ୍କର ମୁଣ୍ଡ ବାଜିବାରୁ, ସେ ପୁଅକୁ ମନ୍ଦିରର ଉନ୍ନତି କରିବାକୁ କହିଥିଲେ । ଏହାଥିଲା ମନ୍ଦିର ପୁନର୍ନିମାଣର ପ୍ରଥମ ପ୍ରୟାସ । ବହୁ ଓଡ଼ିଆ ଓ ବଙ୍ଗାଳି ବ୍ୟକ୍ତି ସାହାଯ୍ୟ କରିବାକୁ ଆଗେଇ ଆସିଲେ । ୧୯୯୯ ମସିହା ନଭେମ୍ବର ମାସରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଖୋର୍ଦ୍ଧାର ପ୍ରସ୍ତରଶିଳ୍ପୀ ହାଡୁ ମହାରଣାଙ୍କଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତୀ ନିର୍ମାଣ କରାଯାଇଥିଲା । ୨୦୦୨ ଜୁନ ୪,୫,୬ତାରିଖରେ ପୁରୀରୁ ଆସିଥିବା ପୂଜକମାନଙ୍କଦ୍ୱାରା ନୂତନ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଗଲା ।

ପରିଚାଳନା

ମନ୍ଦିର ପରିଚାଳନା ଭାର ଶ୍ରୀଜଗନ୍ନାଥ ସେବା ସମିତି ଉପରେ ନ୍ୟସ୍ତ ରହିଛି । ସମିତି ଅଧିନରେ ୪ଟି ବିଭାଗ ରହିଛି ।

ଉତ୍କଳ

ଏହି ବିଭାଗଟି, ଶ୍ରୀଜଗନ୍ନାଥ ସେବା ସମିତିଦ୍ୱାରା ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟର ପରିଚାଳନା ନିମନ୍ତେ ଗଠିତ । ରଥଯାତ୍ରା ସମୟରେ ଏମାନେ ୯ଦିନ ବ୍ୟାପି ଓଡ଼ିଶା ଉତ୍ସବ ପାଳନ କରିଥାନ୍ତି । ଏଥିରେ ଓଡ଼ିଶା ନୃତ୍ୟ ସଙ୍ଗୀତ ଖାଦ୍ୟ ଓ ଅନ୍ୟାନ ବିଭବ ପରିବେଷଣ କରାଯାଏ । ଏହି ରଥଯାତ୍ରାରେ ସଲ୍ଟଲେକସ୍ଥିତ ସେଣ୍ଟ୍ରାଲ ପାର୍କରୁ ରଥଟଣା ଆରମ୍ଭ ହୋଇ, ଇ.ଏମ. ବାଇପାସରେ ଥିବା ସ୍ୱଭୂମୀ ପରିସରେ ସମାପ୍ତ ହୋଇଥାଏ । ଏହି ଅବସରରେ ଉତ୍କଳ ସମ୍ମାନ ପ୍ରଦାନ କରାଯାଇଥାଏ । ୨୦୧୫ବର୍ଷରେ ଏହି ସମ୍ମାନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ପୂର୍ବବର୍ଷମାନଙ୍କରେ ଏହି ସମ୍ମାନ କେଳୁଚରଣ ମହାପାତ୍ର(୨୦୦୪) ଆଦିଙ୍କ ପ୍ରଦାନ କରାଯାଇଛି ।

ଉତ୍କର୍ଷ

ଉତ୍କର୍ଷ ଆନୁକୁଲ୍ୟରେ, ଶ୍ରୀଜଗନ୍ନାଥ ସେବା ସମିତି ଗରିବ ଲୋକଙ୍କ ପାଇଁ ମାଗଣା ଖାଦ୍ୟ, ପୋଷାକ ଓ ସ୍ୱାସ୍ଥ୍ୟ ଶିବିର ଆଦି ଆୟୋଜନ କରିଥାଏ ।

ଶ୍ରୀଜଗନ୍ନାଥ ପାଠାଗାର

ମନ୍ଦିର ମଧ୍ୟରେ ଶ୍ରୀଜଗନ୍ନାଥ ପାଠାଗାର ରହିଛି । ଏଠାରେ ୧୦୦୦ରୁ ଅଧିକ ବହି ରହିଛି । ପ୍ରତିବର୍ଷ ଏଠାରୁ ବାଇଶି ପାହାଚ ଏକ ପତ୍ରିକା ମଧ୍ୟ ପ୍ରକାଶନ କରାଯାଏ ।

ଶ୍ରୀଜଗନ୍ନାଥ ପୂଜା କମିଟି

ଜଗନ୍ନାଥଙ୍କ ନିତିଦିନିଆ ପୂଜା, ପର୍ବ ପାଳନ ସହିତ, ମନ୍ଦିରର ଦେଖାରଖା ଏହି କମିଟି ଉପରେ ନ୍ୟସ୍ତ ।

ଆଧାର

Tags:

ଜଗନ୍ନାଥ ମନ୍ଦିର, ଖିଦିରପୁର ଇତିହାସଜଗନ୍ନାଥ ମନ୍ଦିର, ଖିଦିରପୁର ପରିଚାଳନାଜଗନ୍ନାଥ ମନ୍ଦିର, ଖିଦିରପୁର ଆଧାରଜଗନ୍ନାଥ ମନ୍ଦିର, ଖିଦିରପୁର

🔥 Trending searches on Wiki ଓଡ଼ିଆ:

ନିତ୍ୟାନନ୍ଦ ମହାପାତ୍ରହୋମୱାର୍ଡ଼କୁମ୍ଭ (ରାଶି)୮ ମାର୍ଚ୍ଚ୨ ମାର୍ଚ୍ଚପ୍ରୋଟାମିନ ସଲଫେଟପାଟଦେଇସୁକନ୍ୟା ସମୃଦ୍ଧି ଯୋଜନାତାଜମହଲଅନୁରାଧା ବିଶ୍ୱାଳନମିତା ଅଗ୍ରୱାଲଡାଇନୋସରଡୁପିଟ୍ରେନ୍ସ କଣ୍ଟ୍ରାକଚରଲାଲ କିଲ୍ଲାବାଲିଗୁଡ଼ାଓଡ଼ିଶାର ମାପ ବ୍ୟବସ୍ଥାରାଧାଅପର୍ଣ୍ଣା ମହାନ୍ତିଯନ୍ତ୍ରଣାଓଡ଼ିଶାର ଲୋକକଳାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବାଗ୍ ଯନ୍ତ୍ରପଠାଣି ସାମନ୍ତସମ୍ବାଦଶ୍ରୀକୃଷ୍ଣରତ୍ନାକର ଚଇନିଭାରତୀୟ ଦଣ୍ଡ ସଂହିତା, ୧୮୬୦ଭୀମ ଭୋଇ୨୯ ମାର୍ଚ୍ଚମହୁକଳ୍ପନା କୁମାରୀ ଦେବୀସାମବେଦଶଗୁନ୍ ଚୌଧୁରୀପଖାଳ ଦିବସସାନ୍ତାଳ ଜନଜାତିବିଜୟ ମିଶ୍ରଯଶୋଧାରା ମିଶ୍ରବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଆକୁନ୍ତଳା କୁମାରୀ ଆଚାର୍ଯ୍ୟବ୍ରହ୍ମା ମନ୍ଦିର, ବିନ୍ଦୁସାଗରରାମ ନବମୀଆମାଜନ ନ‌ଦୀଜଗନ୍ନାଥକେଟୋପ୍ରୋଫେନଗୋପାଳ ଚନ୍ଦ୍ର ପ୍ରହରାଜ୧୯୭୫ସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ଭାଷା ଆନ୍ଦୋଳନଦଧି ନାଟଜୁଲିଅସ ସିଜରନିତ୍ୟାନନ୍ଦ ଶତପଥୀମହାପ୍ରସାଦଓଡ଼ଗାଁଇନ୍ଦିରା ଗାନ୍ଧୀଉମେଶଚନ୍ଦ୍ର ସରକାରଓଡ଼ିଆ ନାଟକଅଭିମନ୍ୟୁ ସାମନ୍ତସିଂହାରଜଟାୟୁଭୀମ ପୃଷ୍ଟିବ୍ରଜନାଥ ରଥଓଡ଼ିଶାର ପର୍ବପର୍ବାଣିନବରାତ୍ରୀହୃଦାନନ୍ଦ ପାଣିଗ୍ରାହୀISBN (identifier)ଯୌନ ସମ୍ଭୋଗଉପେନ୍ଦ୍ର କିଶୋର ଦାସଫୁଲବିଭୂତି ପଟ୍ଟନାୟକବିଶ୍ୱ ଏଡ୍‌ସ ଦିବସଲିଓନଦୀନକୃଷ୍ଣ ଦାସଫାଇଜାବାଦ ରେଳ ଷ୍ଟେସନ🡆 More