ଚାରି ଧାମ

ଚାରି ଧାମ

ବଦ୍ରୀନାଥରାମେଶ୍ଵରମ
ଦ୍ଵାରକାପୁରୀ

ଆର୍ଯ୍ୟାବର୍ତ୍ତ ଭାରତ ବର୍ଷର ପ୍ରତ୍ୟେକ ଭାରତୀୟ ଚତୁର୍ଦ୍ଧାମ ରାମେଶ୍ୱର, ପୁରୀ, ବଦ୍ରୀନାଥ ଓ ଦ୍ୱାରକା ଦର୍ଶନର କାମନା କରିଥାନ୍ତି । ଚାରୋଟି ସ୍ଥାନ – ଚାରିଧାମ ପରମ ପବିତ୍ର । ଏଥିମଧ୍ୟରୁ ତିନୋଟି ଧାମ ପୁରୀ, ରାମେଶ୍ୱର ଏବଂ ଦ୍ୱାରକା ସାଗର କୂଳରେ ଓ ବଦ୍ରୀନାଥ ଧାମ ହିମାଳୟ ପର୍ବତରେ ଅବସ୍ଥିତ । କଥିତ ଅଛି ଯେ ମନୁଷ୍ୟ ପରି ଭଗବାନ ମଧ୍ୟ ରାମେଶ୍ୱରରେ ସ୍ନାନ କରି ଆଭୂଷଣ ବିମଣ୍ଡିତ ହୁଅନ୍ତି ଦ୍ୱାରକାରେ, ଶ୍ରୀକ୍ଷେତ୍ରରେ ଷାଠିଏ ପଉଟି ଭୋଜନ କରି ବଦ୍ରିକାର ନିଶ୍ଚଳ ଅଞ୍ଚଳରେ ସୁଖ ନିଦ୍ରା ଯାଇଥାନ୍ତି । କାର୍ତ୍ତିକଠାରୁ ବୈଶାଖ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଛଅମାସ କାଳ ବଦ୍ରୀନାଥ ମନ୍ଦିର ଦ୍ୱାର ବନ୍ଦ ରହେ ।

ଅଦ୍ୱୈତ ମତବାଦର ପ୍ରଣେତା ଆଦି ଶଙ୍କରାଚାର୍ଯ୍ୟ ସ୍ୱପ୍ରତିଷ୍ଠିତ ସନ୍ନ୍ୟାସୀ ସଂପ୍ରଦାୟକୁ ଦଶ ଭାଗରେ (ଯଥା- ତୀର୍ଥ, ଆଶ୍ରମ, ବନ, ଅରଣ୍ୟ, ଗିରି, ପର୍ବତ, ସାଗର, ପୁରୀ, ଭାରତୀ ଓ ସରସ୍ୱତୀ) ବିଭକ୍ତ କରି ସେମାନଙ୍କ ବ୍ୟବହାର ପାଇଁ ଭାରତର ଚତୁର୍ଦ୍ଦିଗରେ ଚାରିଟି ମଠ ତାଙ୍କର ଚାରିଜଣ ଶିଷ୍ୟଙ୍କ ଅଧିନରେ ସ୍ଥାପନ କରିଥିଲେ ଓ ପ୍ରତ୍ୟେକ ମଠରେ ଦେବ, ଆଚାର୍ଯ୍ୟ ଏବଂ ମଠ ସେବକ ବ୍ରହ୍ମଚାରୀ ନିଯୁକ୍ତ କରିଥିଲେ । ସେହି ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟ ପ୍ରଶିଷ୍ୟାନୁକ୍ରମେ ମଠଧାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଅଛି ।

ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ । ଦଶନାମୀ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ପୂର୍ବରେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପୀଠାଧିକାରୀଙ୍କ ନାମ ପଦ୍ମପାଦାଚାର୍ଯ୍ୟ । ବନ ଓ ଅରଣ୍ୟ ନାମଧାରୀ ସନ୍ନ୍ୟାସୀମାନଙ୍କ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ଉତ୍ତରରେ ବଦରିକାଶ୍ରମସ୍ଥିତ ଯୋଶୀ ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ ତ୍ରୋକଟାଚାର୍ଯ୍ୟ । ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ନ୍ୟାସୀମାନଙ୍କ ବାସ ନିମିତ୍ତ ଏହି ମଠଟି ଉତ୍କୃଷ୍ଟ । ଦକ୍ଷିଣରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ସୁରେଶ୍ୱରାଚାର୍ଯ୍ୟ । ପୁରୀ, ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ବାସାର୍ଥେ ଏହା ଉତ୍କୃଷ୍ଟ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଶବ୍ଦ (ପଦ)ଭଦଭଦଳିଆତିଳ ଚତୁର୍ଥୀମାଲେସିଆଜୟୀ ରାଜଗୁରୁ୨୮ ଫେବୃଆରୀପୂରଣବାଚକ ସଂଖ୍ୟାଜୀବସାର ଗଖାରବେଳସେଇ ଝିଅଟିwiki.phtmlରବୀନ୍ଦ୍ରନାଥ ଠାକୁରରାସାୟନିକ ମୌଳିକରାମକୃଷ୍ଣ ପରମହଂସବରଗଛଯାଜପୁର ଜିଲ୍ଲାକବିସୂର୍ଯ୍ୟ ବଳଦେବ ରଥହରେକୃଷ୍ଣ ମହତାବନନ୍ଦନକାନନ ଜୀବ ଉଦ୍ୟାନଚରକଓଡ଼ିଶାର କଳାଘରପ୍ରେମମାର୍ଚ୍ଚ୨୫ ଅପ୍ରେଲ୧୭୪୬୨୦ ଅଗଷ୍ଟପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ରାମ ନବମୀ୧୭ ଫେବୃଆରୀବିରଜା ମନ୍ଦିରପାଇକ ବିଦ୍ରୋହହୃଷୀକେଶ ମଲ୍ଲିକଦ୍ଵାରକାଧୀଶ ମନ୍ଦିରଉତ୍କଳ ବିଶ୍ୱବିଦ୍ୟାଳୟ୨୧ରମାକାନ୍ତ ରଥଓଡ଼ିଶାର ଭୂଗୋଳପ୍ରସନ୍ନ କୁମାର ପଣ୍ଡାବଣଭୋଜି ବେଶଚାଟ୍ ଜିପିଟିପାରାଦୀପ ବନ୍ଦରଉଇକିପିଡ଼ିଆ ସମୂହର ତାଲିକାକଟକ ଜିଲ୍ଲାରେଶମ ପଥଅଣ୍ଡାକୃଷ୍ଣଦୁର୍ଗା ପୂଜାବେଦଓଡ଼ିଶାର ସଂସ୍କୃତିଇରା ମହାନ୍ତିଅଧର ପଟ୍ଟନାୟକବାମାଚରଣ ମିତ୍ରପଲଉମୁକୁନ୍ଦ ଦେବରାଜ୍ୟ ସଭାଅର୍ଚ୍ଚିତା ସାହୁଜ୍ଞାନକୋଷଓଡ଼ିଆ କବି ମାନଙ୍କର ତାଲିକାରାମଚନ୍ଦ୍ର ବେହେରାମୁମ୍ବାଇଓଡ଼ିଶୀ ସଙ୍ଗୀତରବର୍ଟ ହିଲ୍ରାମାବତାରମ୍ମହାବିଦ୍ୟାପ୍ରଯୁକ୍ତି ବିଦ୍ୟାବିଶ୍ୱ ଏଡ୍‌ସ ଦିବସଜହ୍ନଇଣ୍ଟରନେଟ🡆 More