ଚନ୍ଦନ ତିୱାରୀ: ଭାରତୀୟ ଗାୟିକା

ଚନ୍ଦନ ତିୱାରୀ (ଇଂରାଜୀ ଭାଷାରେ Chandan Tiwari) ବିହାରରେ ବାସ କରୁଥିବା ଜଣେ ଭାରତୀୟ ଗାୟିକା । ସେ ଭୋଜପୁରି, ମଗଧୀ, ମୈଥିଳୀ, ନାଗପୁରି, ଅବଧୀ ଓ ହିନ୍ଦୀ ଭାଷାରେ ସେ ଲୋକ ସଙ୍ଗୀତ ଗାଆନ୍ତି । ସେ ବିସମିଲ୍ଲା ଖାନ ସମ୍ମାନ ପୁରସ୍କାର ପାଇଥିଲେ । ସେ ବିଭିନ୍ନ କିସମର ଲୋକସଙ୍ଗୀତ ଗାଆନ୍ତି ଯେପରିକି ପୁରବି, ସୋହର, ପଚ୍ରା ଗାନ୍ଧୀ ଗୀତ, ନ‌ଦୀ ଗୀତ, ଛଠ ଗୀତ (କଜରୀ) ଓ ଠୁମରୀ ଇତ୍ୟାଦି ।

ଚନ୍ଦନ ତିୱାରୀ
ଚନ୍ଦନ ତିୱାରୀ: ପ୍ରାକ୍ ଜୀବନ, ବୃତ୍ତି, ସଙ୍ଗୀତ କାର୍ଯ୍ୟକ୍ରମ
ଜନ୍ମ୨୬ ମାର୍ଚ୍ଚ ୧୯୯୦
ଭୋଜପୁର (Bhojpur), Bihar
ଜାତୀୟତାଚନ୍ଦନ ତିୱାରୀ: ପ୍ରାକ୍ ଜୀବନ, ବୃତ୍ତି, ସଙ୍ଗୀତ କାର୍ଯ୍ୟକ୍ରମ ଭାରତୀୟ
ଶିକ୍ଷାବିନୋବା ଭାବେ ବିଶ୍ୱବିଦ୍ୟାଳୟ (Vinoba Bhave University), ବିଏ (ଅନର୍ସ) ମନୋବିଜ୍ଞାନ (Psychology)
ବୃତ୍ତିଗାୟକ
ପ୍ରସିଦ୍ଧିଲୋକ ସଙ୍ଗୀତ Folk Singer
ପୁରସ୍କାରସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award

ପ୍ରାକ୍ ଜୀବନ

ଭାରତରେ ଥିବା ବିହାର ପ୍ରଦେଶର ଭୋଜପୁରୀ ଜିଲ୍ଲାର ବଦକା ଗ୍ରାମରେ ଚନ୍ଦନ ତିୱାରୀ ଜନ୍ମ ଗ୍ରହଣ କରିଥିଲେ । ସେ ଝାଡ଼ଖଣ୍ଡରେ ବଢ଼ିଥିଲେ । ବିନୋବା ଭାବେ ବିଶ୍ୱବିଦ୍ୟାଳୟରୁ ସେ ବିଏ ପାସ କରିଥିଲେ ଓ ଆଲାହାବାଦ, ପ୍ରୟାଗ ସଙ୍ଗୀତ ସମିତିରୁ ଏକ ଛଅ ବର୍ଷିଆ କୋର୍ଷ 'ପ୍ରଭାକର' ଶିକ୍ଷା ଲାଭ କରିଥିଲେ । ଦିଲ୍ଲୀ ସରକାରଙ୍କ ନିମନ୍ତେ ସେ ମଇଥିଳି ଓ ଭୋଜପୁରି ଭାଷାରେ ଥିବା ଗ୍ରମୀଣ ଓ ଦୁର୍ଲ୍ଲଭ ଗୀତ ଉପରେ ଗବେଷଣା କରୁଛନ୍ତି ।

ବୃତ୍ତି

ଭୋଜପୁରି, ମଗଧୀ, ମୈଥିଳୀ, ଅବଧୀ ଓ ବିଶେଷତଃ ଭୋଜପୁରି ଭାଷାର ଲୋକ ସଙ୍ଗୀତରେ ଚନ୍ଦନ ତିୱାରୀ ଏକ ଜଣାଶୁଣା ନାମ । ଦୂରଦର୍ଶନରେ ସେ ଅନେକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ବିଶେଷତଃ ପୁରବିୟତାନ Purabiyataan ଓ 'ନିମିୟା ଚିରଇୟାନ କେ ବସର' (Nimiya chiraiyan ke baser) ଥିବା ମୋର ସଙ୍ଗୀତ ପ୍ରଚେଷ୍ଟା (My Musical Effort) ସିରିଜ ଟେଲିକାଷ୍ଟ ହୋଇଥିଲା । ମହୁଆ ଟିଭିର ଜିଲା ଟପ ଓ ସୁରସରଗମ ପ୍ରଦର୍ଶନରେ ଭାଗ ନେଇଥଲେ । ଇଟିଭି ଓ ଜି ମ୍ୟାଜିକ ଇଣ୍ଡିଆର 'ଲୋକ ଜଲ‌ୱା ପ୍ରଦର୍ଶନ'ରେ (folk jalwa show) ଭାଗନେଇଥିଲେ । ଅଲ ଇଣ୍ଡିଆ ରେଡିଓର ବିଶେଷ କାର୍ଯ୍ୟକ୍ରମରେ ଲୋକ ସଙ୍ଗୀତ ଓ ଗଜଲ ପରିବେଷଣ କରିଥିଲେ ।

ରେଡିଓ ମିର୍ଚ୍ଚି, ରେଡିଓ ଧୁମ, ରେଡିଓ ସନେହି ଓ ଭ୍ରାମ୍ୟମାଣ ରେଡିଓ-ଗ୍ରମ‌ବାଣୀ ଭଳି ଅନେକ ସମ୍ମାନନୀୟ ପ୍ରାଇଭେଟ ଏଫଏମ ବ୍ରଡକାଷ୍ଟିଙ୍ଗ ଚାନେଲମାନଙ୍କରେ ଚନ୍ଦନ ତିୱାରୀ ବିଶେଷ ସଙ୍ଗୀତ ଧାରା ପ୍ରସ୍ତୁତ କରିଥିଲେ ଓ ସାକ୍ଷାତକାର ଦେଇଥିଲେ । ବିଗ ମ୍ୟାଜିକ ଗଙ୍ଗା ( Big Magic Ganga) ଟିଭି ଓ ରଙ୍ଗ ପୂର୍ବୟିଆ (Rang Purwaiya) ଚୟନ ମଣ୍ଡଳୀର ସେ ସଭ୍ୟ ଥିଲେ । ବିଭିନ୍ନ ଧରଣର ଓ ଆକାରର ଉତ୍ସବରେ ସେ କାମ କରୁଥିଲେ ଓ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ । ସଙ୍ଗୀତ ଉଦ୍ୟୋଗରେ ଅଶ୍ଳୀଳତାକୁ ସର୍ବଦା ସେ ବିରୋଧ କରୁଥଲେ ।

ସଙ୍ଗୀତ କାର୍ଯ୍ୟକ୍ରମ

ପୁର୍ବଇୟା ଉସ୍ତାଦ, ବେଟି ଚରୟିଆ ସମାନ, ରାଧା ରସିୟା, ସବକେ (ରାମ ରସୁଲ, ବସନ୍ତି ବାୟେର, ଶିବ ଜୋଗିଆ, ସଝି ରାଗ, ସ‌ୱାନି ବାହାର, ନିର୍ଗୁନିଆ କବୀର, ମହାତ୍ମା ଗାନ୍ଧୀ, ନ‌ଦୀଆ ଧୀରେ ବ‌ହୋ, ଭଏସ ଅଫ ଗ୍ୟାଞ୍ଜେସ, ମାଇ, ଛଟ୍ଟି ମଇୟା, ରଙ୍କ କଳସ, ଚରଖ‌ୱା ଚାଲୁ ରହେ, ଜନତା ଗୀତ, ଜନ ରାଗ, ଦୁନିଆ କୟାମ୍ବ କିସନ ସେ, ବାଟିହିୟା, ବରାହ ମାସ, କୁଅଁର ଗୀତ, ସୋହର-ମଙ୍ଗଳ-ବଧାଇ, ସୁହାଗ ରାଗ, ଚଇତା-ଚଇତି-ଘଟୋ, ବାଲ ଗୀତ ଇତ୍ୟାଦି ।


ପୁରସ୍କାର

  • ବିଲମିଲ୍ଲାହ ଖାନ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ (Sangeet Natak Akademi Award)
  • ଭୋଜପୁରି କୋକିଳ ସମ୍ମାନ, ପଶ୍ଚିମ ବଙ୍ଗ ଭୋଜପୁରି ପରିଷଦ, କୋଲକାତା
  • ସର୍ବଶ୍ରେଷ୍ଠ ପାରମ୍ବରିକ ଲୋକ ସଙ୍ଗୀତ ପୁରସ୍କାର, ନିଉଜ-୨୪ ଓ ରେଡିଓ ଧମାଲ ବିଏଜି ଫିଲମସ
  • ବିହାରର ପରିବର୍ତ୍ତନ‌କାରୀ ଆଇକନ
  • ବ‌ହିନ-ବ‌ହିନପା ସମ୍ମାନ, ସୁର ସମ୍ମଦ, ଦରଭଙ୍ଗା
  • ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ବାଜପେୟୀ ସମ୍ମାନ, ମୁଙ୍ଗେର
  • ଲୋକ ରତ୍ନ ସମ୍ମାନ, ଗାଜିପୁର ଜିଲ୍ଲା ।
  • ଆଖର ସମ୍ମାନ, ସିୱାନ ଜିଲ୍ଲା ।
  • ଗିରିଜା ଦେବୀ ସଙ୍ଗୀତ ସମ୍ମାନ, ବଲ୍ଲିଆ ଜିଲ୍ଲା ।
  • ଗାନ୍ଧି ସଙ୍ଗୀତ ସମ୍ମାନ, ଗାନ୍ଧି ସ୍ମୃତି ଦର୍ଶନ ସମିତି ।
  • ଭିଖାରି ଠାକୁର ସମ୍ମାନ, ଜାମସେଦପୁର ।
  • ଲୋକ ରସ ସମ୍ମାନ, ବିକାଶ ଭାରତି, ରାଞ୍ଚି ।
  • ଭୋଜପୁରିଆ ରତ୍ନ ସମ୍ମାନ, ଭୋପାଲ ।

ଆଧାର

Tags:

ଚନ୍ଦନ ତିୱାରୀ ପ୍ରାକ୍ ଜୀବନଚନ୍ଦନ ତିୱାରୀ ବୃତ୍ତିଚନ୍ଦନ ତିୱାରୀ ସଙ୍ଗୀତ କାର୍ଯ୍ୟକ୍ରମଚନ୍ଦନ ତିୱାରୀ ପୁରସ୍କାରଚନ୍ଦନ ତିୱାରୀ ଆଧାରଚନ୍ଦନ ତିୱାରୀଅବଧୀ ଭାଷାଇଂରାଜୀ ଭାଷାମୈଥିଳୀ ଭାଷାହିନ୍ଦୀ ଭାଷା

🔥 Trending searches on Wiki ଓଡ଼ିଆ:

ଶକ୍ତିଶ୍ରୀ ଅରବିନ୍ଦଶ୍ରୀନିବାସ ଉଦ୍‌ଗାତାବୈକୁଣ୍ଠନାଥ ପଟ୍ଟନାୟକପୌରୁଷ ଅସାମର୍ଥ୍ୟପଦାର୍ଥ ବିଜ୍ଞାନବ୍ୟାସଦେବଭୀମ ପୃଷ୍ଟିଓଡ଼ିଆ ଉଇକିପିଡ଼ିଆଓଡ଼ିଶାଆଖଣ୍ଡଳମଣି ମନ୍ଦିରଉପେନ୍ଦ୍ର କିଶୋର ଦାସଭାରତର ସଂସ୍କୃତିସାଇକେଲଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆସମୟ (କାଳ)ଓଡ଼ିଆ ଭାଷାହୃଷୀକେଶ ପଣ୍ଡାଡାଇନୋସରମୋଗଲ ସାମ୍ରାଜ୍ୟଡୁପିଟ୍ରେନ୍ସ କଣ୍ଟ୍ରାକଚରଉପେନ୍ଦ୍ର ଭଞ୍ଜବଡ଼ଓଷାମାସମୟୂରଭଞ୍ଜ ଜିଲ୍ଲା୧୮ ଅଗଷ୍ଟଭାଗବତ ଟୁଙ୍ଗିଫତୁରାନନ୍ଦପରମାଣୁ କ୍ରମାଙ୍କଗୋପାଳ ଚନ୍ଦ୍ର ପ୍ରହରାଜଜୟନ୍ତୀ ରଥହରିହର ବାହିନୀପତିଶ୍ରୀନିବାସ ରାମାନୁଜନଜଗନ୍ନାଥଙ୍କ ଧୂପଓଡ଼ିଆ ନାଟକପ୍ରଶାନ୍ତ ପଟ୍ଟନାୟକକୃଷ୍ଣଚନ୍ଦ୍ର ପାଣିଗ୍ରାହୀବାଲେଶ୍ୱରସଂସ୍କୃତଚନ୍ଦ୍ରଶେଖର ରଥତାରାତାରିଣୀ ମନ୍ଦିରସୋମନାଥପଣା ସଂକ୍ରାନ୍ତିମହାପାତ୍ର ନୀଳମଣି ସାହୁଅଷ୍ଟ୍ରିଆକାର୍ତ୍ତିକେୟ୩୧ ମାର୍ଚ୍ଚମାର୍କ ଜୁକରବର୍ଗଅଭିମନ୍ୟୁ ସାମନ୍ତସିଂହାରବସନ୍ତ କୁମାର ଶତପଥୀଦଶହରାବିଶ୍ୱ ଏଡ୍‌ସ ଦିବସଚିଙ୍ଗୁଡ଼ିବୀର ସୁରେନ୍ଦ୍ର ସାଏକାତ୍ୟାୟିନୀମିଥୁନ (ରାଶି)ଫୁଲ୍ଲୋରି ଓଷା୧୯୬୯ବସନ୍ତ କୁମାରୀ ଦେବୀଚିନ୍ତାମଣି ମହାନ୍ତିରବୀନ୍ଦ୍ରନାଥ ଠାକୁରନମିତା ଅଗ୍ରୱାଲହିମାଳୟାନ ଏକ୍ସପ୍ରେସୱେମାଟିର ମଣିଷ (ଉପନ୍ୟାସ)ବିଜୁ ପଟ୍ଟନାୟକକାଳୀଚରଣ ପଟ୍ଟନାୟକ🡆 More