ଗହ୍ମା ଡିଆଁ

ଗହ୍ମାଡ଼ିଆଁ ଓଡ଼ିଶାର ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ । ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର । ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ଏହି ଖେଳ ଖେଳାଯାଏ । ଏହା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅଧିକ ଜଣାଶୁଣା । ଏହା ସାଧାରଣରତଃ ଯୁବକମାନଙ୍କଦ୍ୱାରା ଖେଳାଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ । ମଣିଷମାନଙ୍କ ବ୍ୟତିତ ପଶୁମାନେ ମଧ୍ୟ ଏଥିରେ ଭାଗନେବା ଦେଖାଯାଏ । ଚାଷୀମାନେ ବଳଦମାନଙ୍କୁ ଜମିକୁ ନେଇ ଯାଇଥାନ୍ତି । ଏକ ଉଚ୍ଚ ପିଣ୍ଡି ବା ଗହ୍ମା ବେଦୀ ଗଢ଼ାଯାଇ ବଳଦମାନଙ୍କୁ ଏଥି ଉପରେ ଡିଆଁମାରିବାକୁ ଛଡ଼ାଯାଇଥାଏ ।

ଗହ୍ମା ଡିଆଁ
ନୟାଗଡ଼ ଜିଲ୍ଲାର ଫତେଗଡ଼ଠାରେ ହେଉଥିବା ଗହ୍ମାଡ଼ିଆଁ ପ୍ରତିଯୋଗିତା

ତାତ୍ପର୍ଯ୍ୟ

ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ଚାଷୀମାନେ ସେମାନଙ୍କ ଚାଷବାସ କାମ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖୁବାକୁ ମିଳୁଛି । ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି ।

ପ୍ରସ୍ତୁତି ପର୍ବ

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଗୋଟିଏ ବଡ଼ ଆକୃତିରେ ମଞ୍ଚ ଭଳି ପ୍ରସ୍ତୁତି ହୁଏ ସ୍ଥାନ । ଏହି ମଞ୍ଚ ତଳୁ ଉପରକୁ ୩ରୁ ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ମଞ୍ଚକୁ ଲମ୍ବାଯାଏ । ଚିକିଟା ମାଟିଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ । ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ । ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି ।

ଖେଳ ଓ ପ୍ରତିଯୋଗିତା

ମଞ୍ଚଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ । ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ ସେହି ସାମଗ୍ରୀଟି ତାର ହୋଇଯାଏ । ବିସ୍କୁଟ ପ୍ୟାକେଟଠାରୁ ଆରମ୍ଭ କରି ସୁନା ମୁଦି ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ । ପିଲାଠାରୁ ଆରମ୍ଭ କରି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ । ମଞ୍ଚର କିଛି ଦୂରରେ ଦୁଇ ପାର୍ଶ୍ୱରେ ବଡ଼ବଡ଼ ଖୁଣ୍ଟଦ୍ୱାରା ଦୌଡ଼ି ମଧରେ ଟଙ୍ଗାଯାଏ ବିଭିନ୍ନ ସାମଗ୍ରୀ । ପ୍ରତିଯୋଗୀଙ୍କ ଲକ୍ଷ୍ୟ ରହୁଥୁଲା ସେମାନେ ଯେପରି ମୂଲ୍ୟବାନ ସାମଗ୍ରୀକୁ ଛୁଇଁ ଦେବେ ଆଉ ନେଇଯିବେ ତାକୁ ଘରକୁ । ଏହି ଆଶାରେ ମଞ୍ଚ ଉପରକୁ ଦୌଡ଼ି ଯାଇ ମାରୁଥଲେ ଡ଼ିଆଁ ସେହି ଟଙ୍ଗାଯାଇଥିବା ସାମଗ୍ରୀ ନିକଟକୁ । ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ । ଏହି ଖେଳ ସାଧାରଣତଃ ସାହି ସାହି ମଧରେ ପ୍ରତିଯୋଗିତା ଆକାରରେ ଆୟୋଜିତ ହୁଏ ।

ଏବେର ସ୍ଥିତି

ଦକ୍ଷିଣ ଓଡ଼ିଶାର ଏବେ ମଧ୍ୟ ବିଭିନ୍ନ ସ୍ନାନରେ ମଧ୍ୟ ଗହ୍ମା ଡ଼ିଆଁ ଖେଳ ଅନୁଷ୍ଠିତ ହେଉଛି । ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ । ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମା ଡ଼ିଆକୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ । ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି । ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି । ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ ସହରାଞ୍ଚଳରେ ଏହି ଗହ୍ମାଡିଆଁ ଖେଳ ପ୍ରାୟ ଲୋପ ପାଇବାକୁ ବସିଥିବା ଦେଖିବାକୁ ମିଳୁଛି । କାଁ ଭାଁ ସ୍ଥାନରେ ଏହି ପ୍ରତିଯୋଗିତା ହୋଇ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କଠାରେ ସୀମିତ ରହୁଛି ।

ଆଧାର

Tags:

ଗହ୍ମା ଡିଆଁ ତାତ୍ପର୍ଯ୍ୟଗହ୍ମା ଡିଆଁ ପ୍ରସ୍ତୁତି ପର୍ବଗହ୍ମା ଡିଆଁ ଖେଳ ଓ ପ୍ରତିଯୋଗିତାଗହ୍ମା ଡିଆଁ ଏବେର ସ୍ଥିତିଗହ୍ମା ଡିଆଁ ଆଧାରଗହ୍ମା ଡିଆଁଓଡ଼ିଶାଗଞ୍ଜାମ ଜିଲ୍ଲାଗହ୍ମା ପୂର୍ଣ୍ଣିମାରାକ୍ଷୀ ପୂର୍ଣ୍ଣିମା

🔥 Trending searches on Wiki ଓଡ଼ିଆ:

ବାଇଶି ପାହାଚ୧୯ ମାର୍ଚ୍ଚଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଓଡ଼ିଆ ଭାଗବତୟୁକ୍ରେନ୭୦୧ଅଷ୍ଟ୍ରିଆଗୋପାଳକୃଷ୍ଣ ପଟ୍ଟନାୟକବାଙ୍କୀନବଯୌବନ ବେଶଓଡ଼ିଶା ବିଧାନ ସଭାକୋଚିଲାଚବିଶ ଗୁରୁଶନିବାରଜଗନ୍ନାଥ ଦାସନବୀନ ପଟ୍ଟନାୟକଭାରତୀୟ ସମ୍ବିଧାନଭାରତର ନଦୀ ସମୂହର ତାଲିକା୨୬ ଅପ୍ରେଲରାମଚନ୍ଦ୍ର ମିଶ୍ରଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଓଡ଼ିଆ ଉଇକିପିଡ଼ିଆସବ୍ୟସାଚୀ ମିଶ୍ରସାଇକେଲଓଡ଼ିଆ ଭ୍ରମଣ ସାହିତ୍ୟରାଶି ଓ ନକ୍ଷତ୍ରବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରତ୍ନାକର ଚଇନିବୈଶାଖଧନୁ (ରାଶି)ମାଲକାନଗିରି ଜିଲ୍ଲାପ୍ରଦୀପ କୁମାର ପାଣିଗ୍ରାହୀଡାକ ମୁନସୀବସନ୍ତ କୁମାର ଶତପଥୀରାମଚନ୍ଦ୍ର ବେହେରାମନୋଜ ଦାସଆଖିଏମିସ ଲୋକପ୍ରଣବ ପ୍ରକାଶ ଦାସରାକ୍ଷୀ ପୂର୍ଣ୍ଣିମାନିର୍ମଳା (ଉପନ୍ୟାସ)ପଲଉବିଷମ କଟକତୃପ୍ତି ଦାସସମୀର ରଞ୍ଜନ ଦାଶଆଲୋକପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଅଚ୍ୟୁତାନନ୍ଦ ଦାସବିଭୂତି ପଟ୍ଟନାୟକଭାରତୀୟ ଜନତା ପାର୍ଟିବର୍ଷାଶ୍ରୀତମ ଦାସକାଳିଚରଣ ପଟ୍ଟନାୟକଲିଙ୍ଗରାଜ ମନ୍ଦିରପ୍ରାଣୀକିଶୋରୀ ଚରଣ ଦାସଯଶୋବନ୍ତ ଦାସତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଫତୁରାନନ୍ଦଇନ୍ଦିରା ଗାନ୍ଧୀଆମ୍ବକବାଟବ୍ୟଞ୍ଜନ ବର୍ଣ୍ଣଆପେଣ୍ଡିସାଇଟିସତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଇରା ମହାନ୍ତିସ୍ତନନେଲସନ ମଣ୍ଡେଲାଜ୍ଞାନପୀଠ ପୁରସ୍କାରଗଙ୍ଗାଧର ରଥଧର୍ମେନ୍ଦ୍ର ପ୍ରଧାନସତ୍ୟନାରାୟଣ ରାଜଗୁରୁବିରଳା ମନ୍ଦିର, କୋଲକାତା🡆 More