ଗଦାଧର ଗିରି: ଓଡ଼ିଆ ରାଜନୀତିଜ୍ଞ

ଗଦାଧର ଗିରି (୧୩ ଅକ୍ଟୋବର ୧୯୪୩ - ୧୨ ଜାନୁଆରୀ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ସୋସିଆଲିଷ୍ଟ ପାର୍ଟି, ଜନତା ପାର୍ଟି, ଜନତା ଦଳ ଆଦିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଗଦାଧର ଗିରି
ଗଦାଧର ଗିରି: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୫
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଳ
ପର ଅଧିକାରୀଯୁଧିଷ୍ଟିର ଜେନା
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1943-10-23)୨୩ ଅକ୍ଟୋବର ୧୯୪୩
ମୃତ୍ୟୁ୧୨ ଅକ୍ଟୋବର ୧୯୮୭(1987-10-12) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଲବଙ୍ଗଲତା ଗିରି
ସନ୍ତାନ୩ ପୁଅ
ବାପା/ବୋଉବାବୁରାମ ଗିରି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ଗଦାଧର ଗିରି ୧୯୪୩ ମସିହାର ଅକ୍ଟୋବର ମାସ ୧୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାବୁରାମ ଗିରି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବିଜ୍ଞାନରେ ସ୍ନାତକ । ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ । ଗଦାଧରଙ୍କର ପତ୍ନୀଙ୍କ ନାମ ଲବଙ୍ଗଲତା ଗିରି ।

ରାଜନୈତୀକ ଜୀବନ

ଗଦାଧର ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ସେ ସରକାରଙ୍କର ବିଭିନ୍ନ ଦୁର୍ନିତୀକୁ ସିଧାସଳଖ ବିରୋଧ କରିବା ସହ ବିଭିନ୍ନ ଜନ ଆନ୍ଦୋଳନ କରାଇଥିଲେ । ୧୯୭୧ ମସିହାରୁ ୧୯୭୪ ମସିହା ମଧ୍ୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ୪ ଥର ଗିରଫ ହୋଇଥିଲେ ।

୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୭୭ ମସିହାରେ ଜନତା ଦଳର ଏବଂ ୧୯୮୦ ମସିହାରେ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଜଳେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଭ୍ୟାକୁମ୍ କ୍ଲିନର୍ଅଚ୍ୟୁତ ନାୟକଆନ୍ତର୍ଜାତିକ ମହିଳା ଦିବସଶ୍ରବଣ ( ରାମାୟଣ ର ଚରିତ୍ର )ଅମାବାସ୍ୟାର ଚନ୍ଦ୍ରବିଶ୍ୱନାଥ କରକାଳିନ୍ଦୀ ଚରଣ ପାଣିଗ୍ରାହୀଟ୍ରାପିଜିଅମଶନିବାରଖିଲିପାନଓଡ଼ିଆ ଲିପିସୋନାଲ ମାନସିଂହମଙ୍ଗଳା ମନ୍ଦିରସୂର୍ଯ୍ୟବଂଶୀ ସୂରଜହନୁମାନ ଚାଳିଶାଭାନୁଜୀ ରାଓପୁନମ ମିଶ୍ରଧାତୁଅସହଯୋଗ ଆନ୍ଦୋଳନଇଂଲଣ୍ଡମହାପାତ୍ର ନୀଳମଣି ସାହୁଗୁରୁପ୍ରସାଦ ମହାନ୍ତିଏ. ପି. ଜେ. ଅବଦୁଲ କଲାମପ୍ରାଣୀବଳଭଗବତୀ ଚରଣ ପାଣିଗ୍ରାହୀରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେପିଙ୍କି ପ୍ରଧାନରସଗୋଲାବିଶ୍ୱତାପନସାଲଭାଡୋର ଡାଲିଓଡ଼ିଶୀ ସଙ୍ଗୀତବେଲଉଦ୍ଭିଦଛବିଳ ମଧୁ ବର୍ଣ୍ଣବୋଧବିସ୍ଥାପିତ କାନ୍ଧ ଗଣ୍ଠିରକ୍ତରାଜା ରାମମୋହନ ରାୟଓଡ଼ିଆ ଖବରକାଗଜ ତାଲିକାମୟୂରଯଦୁମଣି ମହାପାତ୍ରଓଡ଼ିଆ ରାମାୟଣକାଜାଖସ୍ତାନ୨୦୧୨ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତୃପ୍ତି ଦାସଶାରଳା ପୁରସ୍କାରଅନ୍ନଦା ଶଙ୍କର ରାୟକଖାରୁ ଫୁଲ ଭଜାରୋହିତ ଶର୍ମାଗୋଦାବରୀଶ ମହାପାତ୍ରଜଗନ୍ନାଥଙ୍କ ଧୂପଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପ୍ରଗତିବାଦୀଭାରତୀୟ ଡାକ ସେବାଡାକ ମୁନସୀଚୈତନ୍ୟସଚ୍ଚିଦାନନ୍ଦ ରାଉତରାୟକୋଷ୍ଠକାଠିନ୍ୟଦଣ୍ଡ ନାଟସାରଳା ଦାସଜୟୀରାମ ସାମଲଓଡ଼ିଆଜଳନୀଳକଣ୍ଠ ଦାସଭଣ୍ଡ ଗଣେଶଓଡ଼ିଆ ଭ୍ରମଣ ସାହିତ୍ୟଓଡ଼ିଆ ଭାଗବତବ୍ୟାଙ୍କ୧୬୬୫🡆 More