ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି

ଗଙ୍ଗେଶ୍ୱରୀ ଦେଉଳ ପୁରୀ ଜିଲ୍ଲାର ବୟାଳିଶବାଟିରେ ଥିବା ୧୩ଶ ଶତାବ୍ଦୀର ଏକ ପ୍ରାଚୀନ ଦେଉଳ । ଗଙ୍ଗବଂଶର ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିରଟି ତୋଳାଯାଇଥିଲା ।

ଗଙ୍ଗେଶ୍ୱରୀ ଦେଉଳ
ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି
ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି
ଉପର: ଗଙ୍ଗେଶ୍ୱରୀ ଦେଉଳ, ତଳ: ଗର୍ଭଗୃହ ସିଂହାସନରେ ଗଙ୍ଗେଶ୍ୱରୀ ଦେବୀଙ୍କ ପୂଜିତ ବିଗ୍ରହ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବୟାଳିଶବାଟି, ପୁରୀ
Location
ସ୍ଥାନପୁରୀ
Countryଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି India

ଇତିହାସ

ଗଙ୍ଗବଂଶର ରାଜତ୍ୱ କାଳରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯାଇଥିଲା । ମନ୍ଦିରର ସ୍ଥାପତ୍ୟ ଓ କଳାକୃତି ଅନୁସାରେ ଏହାକୁ ଖ୍ରୀଷ୍ଟୀୟ ୧୩ଶ ଶତାବ୍ଦୀର ମନ୍ଦିର ଭାବେ ଚିହ୍ନଟ କରାଯାଇଛି । ଲୋକମାନଙ୍କ ମଧ୍ୟରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯିବାର ବେଶୀ କିଛି କିମ୍ବଦନ୍ତୀ ମିଳେ ନାହିଁ । ଜନସ୍ମୃତିରେ କେବଳ ଏହି କଥା ଜୀବିତ ରହିଛି ଯେ ଏହି ମନ୍ଦିରଟି କୋଣାର୍କର ସୂର୍ଯ୍ୟ ମନ୍ଦିର ଗଢ଼ାଯିବା ପୂର୍ବରୁ ତାହାର ଏକ କ୍ଷୁଦ୍ର ନକଲ ଭାବେ କରାଯାଇଥିଲା ।

ବର୍ତ୍ତମାନ ଦେଉଳର ମୁଖ୍ୟ ପୂଜାରୀ ଭଗବାନ ପଣ୍ଡା ପ୍ରତ୍ୟହ ପୂଜାର୍ଚ୍ଚନା କରୁଛନ୍ତି ।

ଶିଳ୍ପକଳା

ଗଙ୍ଗେଶ୍ୱରୀ ଦେଉଳଟି କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ନିର୍ମିତ । ଏଥିରେ ବିମାନ ଓ ଜଗମୋହନ ଏହି ଦୁଇଗୋଟି ଅଂଶ ରହିଛି । ବିମାନଟି ଖାକରା ଶୈଳୀରେ ନିର୍ମିତ ଓ ଜଗମୋହନଟି ରେଖ ଶୈଳୀରେ ନିର୍ମିତ । ଗଙ୍ଗେଶ୍ୱରୀ ଦେଉଳ ଖାକରା ଶୈଳୀର ଏକ ଉତ୍କୃଷ୍ଟ ଉଦାହରଣ । ଦେଉଳଟି ନୈଋତ (ଦକ୍ଷିଣ-ପଶ୍ଚିମ) ଦିଗମୁହାଁ ।

ସ୍ଥାପତ୍ୟ

ବିମାନଟି ତିନି ଭାଗରେ ବିଭକ୍ତ ଖାକରା । ଏହା ସପ୍ତରଥ ନକ୍ସାରେ ଗଢ଼ାହୋଇଛି । ଜଗମୋହନଟି ପଞ୍ଚରଥ ନକ୍ସା ଆଧାରିତ । ଏହାର ଉଚ୍ଚତା ଅତି କମ ହୋଇଥିବାରୁ ଖାକରା ବିମାନର ବୈଶିଷ୍ଟ୍ୟ ଏଥିରେ ସହଜରେ ଜାଣିହୁଏ ନାହିଁ ।

କଳାକୃତି

ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି 
ଗଙ୍ଗେଶ୍ୱରୀ ଦେଉଳର ପାର୍ଶ୍ୱଦେବୀ ରୂପେ ବିରାଜିତା ବରାହୀ

ଦେଉଳର ଗାତ୍ରରେ ଅନେକ ସୂକ୍ଷ୍ମ କଳାକୃତି ରହିଛି କିନ୍ତୁ ଏହି ମଧ୍ୟରୁ ଅଧିକାଂଶ ସମୟକ୍ରମେ ଭାଙ୍ଗିଯାଇଛି କିମ୍ବା ଘଷିହୋଇ ଯାଇଛି । ଗାତ୍ରରେ ଅଷ୍ଟଦିଗପାଳ ଖୋଦିତ ହୋଇଛନ୍ତି । ଏହା ଛଡ଼ା ଚାମୁଣ୍ଡା ଓ ଭୈରବ ମଧ୍ୟ ରହିଛନ୍ତି । ପାର୍ଶ୍ୱଦେବତାଙ୍କ ପାଇଁ ଉଦ୍ଦିଷ୍ଟ ନିଶା ଯାଗାଗୁଡ଼ିକ ମଧ୍ୟରୁ ଦୁଇଟିରେ ଅଧୁନା ବରାହୀ ଓ ଗଣେଶଙ୍କ ମୂର୍ତ୍ତି ରହିଛି । ତୃତୀୟଟିରେ ଏକ ଭଗ୍ନ ଅଂଶଟି ରହି ପୂଜା ପାଉଛି । ଏହା ଅପେକ୍ଷାକୃତ କ୍ଷୁଦ୍ର ଓ ମୂଳ ପାର୍ଶ୍ୱଦେବତା ହେଲା ପରି ମନେ ହେଉନାହିଁ ।

ବରାହୀଙ୍କ ମୂର୍ତ୍ତିରେ ତାଙ୍କୁ ରକ୍ତପାନ କରୁଥିବା ଭଙ୍ଗୀରେ ଚିତ୍ରିତ କରାଯାଇଛି । ତାଙ୍କର ଚାରିଗୋଟି ହାତ ଅଛି । ଦେବୀ ରକ୍ତପାନ କରିବା ପାଇଁ ଗୋଟିଏ ହାତରେ ପାନପାତ୍ର ଟେକି ଅଧର ପାଖରେ ଧରିଅଛନ୍ତି । ବରାହ ମୁଖରୁ ଜିଭ କାଢ଼ି ରୂପାୟିତ କରାଯାଇଛି । ତାଙ୍କର କେଶ ଅତି ନିଖୁଣ ଭାବରେ ଗୁଚ୍ଛଗୁଚ୍ଛ ଭାବେ ଖୋଦିତ । ତଳ ଦୁଇ ହାତରେ ସେ ବଙ୍କା କଟୁରୀ ଓ ଢାଲ ଧରିଛନ୍ତି । ଉପରେ ଦୁଇପଟେ ବିଦ୍ୟାଧରମାନେ ମାଳ ଧରି ଅଛନ୍ତି । ତଳେ ଉଭୟ ପାଖରେ କ୍ଷୁଦ୍ର ଦୁଇଜଣ ଦ୍ୱିଭୁଜା ବରାହମୁଣ୍ଡି ଦେବୀ ଠିଆହୋଇଛନ୍ତି । ସେମାନେ ମଧ୍ୟ ସମାନ ଭଙ୍ଗୀରେ ରହିଛନ୍ତି ।

ଜଗମୋହନ ଓ ବିମାନର ଆଭ୍ୟନ୍ତରୀଣ କାନ୍ଥରେ କୌଣସି କଳାକୃତି ପରିଲକ୍ଷିତ ହୁଏ ନାହିଁ ।

ମୁଖ୍ୟ ବିଗ୍ରହ

ଗଙ୍ଗେଶ୍ୱରୀଙ୍କ ମୁଖ୍ୟ ବିଗ୍ରହ ଦୁର୍ଗାଙ୍କର ଏକ ପ୍ରତିମା । ବିଗ୍ରହଟି କଳାମୁଗୁନି ପଥରରେ ନିର୍ମିତ । ଦେବୀ ଚତୁର୍ଭୁଜା । ସେ ତଳ ଦୁଇ ହସ୍ତରେ ପଦ୍ମ ଓ ଶର କିମ୍ବା ଶୂଳ ଧରିଥିବା ପରି ପ୍ରତୀତ ହୁଏ । ଦେବୀଙ୍କ ପାଦ ତଳେ ଅସୁରଟିଏ ପଡ଼ିଅଛି । ଅସୁରଟି ମହିଷାସୁର ନା ନୁହେଁ ଏହା ନିଶ୍ଚିତ ଭାବରେ କହିହେବ ନାହିଁ । ଦେବୀଙ୍କ ବାହନ ସିଂହ ଅସୁର ଉପରେ ମାଡ଼ି ବସିଥିବା ଭଙ୍ଗୀରେ ଚିତ୍ରିତ । ଉଭୟ ପଟେ କ୍ଷୁଦ୍ର ଆକାରର ଦୁଇଜଣ ଦ୍ୱିଭୁଜା ଦେବୀ ମଧ୍ୟ ଅଛନ୍ତି । ଏହି ବିଗ୍ରହ ଅଧିକାଂଶ ସମୟ ବସ୍ତ୍ରାବୃତ ଓ ଫୁଲ ଅଳଙ୍କାରରେ ବିଭୂଷିତ ହୋଇ ପୂଜା ପାଆନ୍ତି । ସିଂହାସନଟି କୁଞ୍ଜ ଆକାରରେ ନିର୍ମିତ ଓ ଏହାର ଉଭୟ ପଟେ ଦୁଇଗୋଟି କ୍ଷୁଦ୍ର ସିଂହ ରହିଛନ୍ତି ।

ସିଂହାସନ ଉପରେ ମୁଖ୍ୟ ପ୍ରତିମାଙ୍କ ଛଡ଼ା ଚଳନ୍ତି ପ୍ରତିମା ପୂଜିତ । ଏହା ଛଡ଼ା ସିଂହାସନ ତଳେ ଆଉ ଏକ କଳାମୁଗୁନି ପଥର ପ୍ରତିମା ରହିଛନ୍ତି ।

ପର୍ବପର୍ବାଣି

ଏଠାରେ ଦଶହରା, ଚୈତ୍ର ଗୁରୁବାର, ଷୋଳପୂଜା ଇତ୍ୟାଦି ପାଳନ କରାଯାଏ । ଲୋକମାନେ ବ୍ରତୋପନୟନ ଓ ବିବାହ ଆଦି ଶୁଭକର୍ମ ପାଇଁ ମଧ୍ୟ ଏଠାରେ ପୂଜା ଅନୁଷ୍ଠିତ କରିଥାନ୍ତି ।

ସଂରକ୍ଷଣ

ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗଙ୍ଗେଶ୍ୱରୀ ଦେଉଳ ସୁରକ୍ଷିତ ଐତିହ୍ୟସ୍ଥଳୀ ଭାବେ ଘୋଷିତ ହୋଇଛି । ଏହା ସତ୍ତ୍ୱେ ମନ୍ଦିରର ସଂରକ୍ଷଣ ପ୍ରତି ଯଥୋଚିତ ପଦକ୍ଷେପ ନ ନିଆଯାଇଥିବାରୁ ଜଗମୋହନ ଉପରେ ଲତା ମାଡ଼ିଯାଇଛି ଓ ଅନ୍ୟାନ୍ୟ ସୂକ୍ଷ୍ମ କଳାକୃତିଗୁଡ଼ିକ ଅନେକାଂଶରେ ଭାଙ୍ଗିଯାଇଛି । ବର୍ଷା ସମୟରେ ପାଣି ଗଳୁଛି ।

ଚିତ୍ର

ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି 
ଗଙ୍ଗେଶ୍ୱରୀ ଦେଉଳର ୩୬୦-ଡିଗ୍ରି ଚିତ୍ର

ଆଧାର

Tags:

ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି ଇତିହାସଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି ଶିଳ୍ପକଳାଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି ପର୍ବପର୍ବାଣିଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି ସଂରକ୍ଷଣଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି ଚିତ୍ରଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି ଆଧାରଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟିଗଙ୍ଗବଂଶପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କାଞ୍ଚି ଅଭିଯାନ୦ (ସଂଖ୍ୟା)ନମିତା ଅଗ୍ରୱାଲପ୍ରଯୁକ୍ତି ବିଦ୍ୟାବ୍ରାଉଜରକୁଜିବର ପ‌ତ୍ରଜଳଓଡ଼ିଶାର କଳାପଥ ଓ ପୃଥିବୀଅଂଶୁପା ହ୍ରଦବସନ୍ତ କୁମାର ଶତପଥୀଏମିସ ଲୋକଚନ୍ଦନ ଯାତ୍ରାରାଧାମୋହନ ଗଡ଼ନାୟକପ୍ରବୀଣ ଚନ୍ଦ୍ର ଭଞ୍ଜଦେଓନନ୍ଦିଘୋଷକଣ୍ଡୋମଜାଭା (ପ୍ରୋଗ୍ରାମିଂ ଭାଷା)୧ମ ଓଡ଼ିଶା ବିଧାନ ସଭାଡାକ ମୁନସୀଆଉରଙ୍ଗଜେବଫୋସିନୋପ୍ରିଲସମ୍ବଲପୁର ଜିଲ୍ଲାଯଦୁମଣି ମହାପାତ୍ରରାମଶଙ୍କର ରାୟବଣ୍ଡ (ଅର୍ଥ)ବିଭୂତି ପଟ୍ଟନାୟକc3bn4ଭଗବତୀ ଚରଣ ପାଣିଗ୍ରାହୀଲିମା୨୦୧୨ଭୀମ ପୃଷ୍ଟି୭ (ସଂଖ୍ୟା)ବାମାଚରଣ ମିତ୍ରଭାରତମହାନଦୀଆଜାଦ ହିନ୍ଦ୍ ଫୌଜରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ୭୦୧ସାରଳା ମନ୍ଦିରଧନୁ (ରାଶି)୨୪ ଅପ୍ରେଲପ୍ରଥମ ଭାସ୍କରସୋନାଲ ମାନସିଂହପୁରୀ ଜିଲ୍ଲାବିର୍ସା ମୁଣ୍ଡାଜିମି ୱେଲ୍ସଜ୍ଞାନକୋଷତୁଳସୀ ଗଛଭାରତୀୟ ସଂଖ୍ୟା ପ୍ରଣାଳିଉତ୍କଳ ଦୀପିକାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସପକୋଡ଼ାସୌଭାଗ୍ୟ କୁମାର ମିଶ୍ରଦାମୋଦର ରାଉତରାମଚନ୍ଦ୍ର ମିଶ୍ରବୀଣାପାଣି ମହାନ୍ତିହୃତ୍‌ପିଣ୍ଡଗାଲୁଆସତ୍ୟନାରାୟଣ ରାଜଗୁରୁଛବିଳ ମଧୁ ବର୍ଣ୍ଣବୋଧବ୍ୟାଙ୍କଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦବର୍ଷା ପ୍ରିୟଦର୍ଶିନୀ୩୦ ଅପ୍ରେଲଦଗ୍ଧ୧୭୪୬ଉଦ୍ଭିଦଫାଇଲେରିଆହମିଦା ବାନୁ ବେଗମକଳାପାହାଡ଼🡆 More