ଷୋଳପୂଜା

ଷୋଳପୂଜା ଓଡ଼ିଶାର ଶକ୍ତିପୀଠମାନଙ୍କରେ ପାଳିତ ଏକ ପୂଜା ପଦ୍ଧତି ।

ପୂଜା ବିଧି

ବାରାହୀ, ଜଗନ୍ନାଥ ମନ୍ଦିର, ପୁରୀ

ପୁରୀର ବଡ଼ଦେଉଳରେ ପୂଜିତ ବାରାହୀଙ୍କୁ ଷୋଳପୂଜା କାଳରେ ନୂଆ ଶାଢ଼ୀ ଓ ଫୁଲରେ ପ୍ରତ୍ୟେକ ଦିନ ଦେବୀମାନଙ୍କୁ ବେଶ କରାଯାଇଥାଏ । ମାଲପୁଆ, କାକେରା, ଖାସ୍ତାପୁରି, ମୁଠିଗଜା, ଖଜା, ସିଝା ସୋଲା, ଜାଇମୁଗ, କୋରା ନଡ଼ିଆ, ପାଚିଲା କଦଳୀ, ସେଉ, ଅଙ୍ଗୁରୁ, କାକୁଡି, ମେଘୁଆ ଓ ଚାଉଳିଆ ଭୋଗ ଆଦି ଶୀତଳ ଭୋଗ ହୁଏ । ରାତିରେ ସଂକୁଡ଼ି ଭୋଗ ହୋଇଥାଏ । ଷଷ୍ଠୀ ପର୍ଯ୍ୟନ୍ତ ବାରାହୀଙ୍କୁ ନିରାମିଷ ଭୋଗ ହୋଇଥାଏ । ସେଥିରେ ଖେଚୁଡ଼ି, ସାଧାଅନ୍ନ, ଘିଅ ଅନ୍ନ, ମିଷ୍ଟାନ୍ନ, ମିଠାଡାଲି, ଖଟା, ଦହିପଖାଳ ଓ କ୍ଷୀରି ଆଦି ଭୋଗ ଅର୍ପଣ କରାଯାଇଥାଏ । ସପ୍ତମୀ, ମହାଷ୍ଟମୀ ଏବଂ ନବମୀରେ ବାରାହୀଙ୍କ ନିକଟରେ ଆମିଷ ଭୋଗ କରାଯାଏ । ମାଛ ବେସର ଓ ଚିଙ୍ଗୁଡି ମହୁର ଆଦି ଭୋଗ ଏହି ଦିନରେ ଅର୍ପଣ କରାଯାଏ । ସପ୍ତମୀ ତିଥିରେ ସେଠାରେ ପଂକ୍ତି ଭୋଜନ ହୋଇଥାଏ । ମହାଷ୍ଟମୀର ବିଳମ୍ବିତ ରାତିରେ ନିଶାର୍ଦ୍ଧ ପୂଜା ହୁଏ । ସେହି ରାତିରେ ସଂକୁଡି ଭୋଗ କରାଯାଇ ନବମୀ ସକାଳୁ ତାହାକୁ ବିତରଣ କରାଯାଏ । ନବମୀ ତିଥିରେ ମଧ୍ୟ ସଂଖୁଡ଼ି ଭୋଗ ହୋଇଥାଏ । ଦଶମୀରେ କ୍ଷୀରି ଓ କାକରା ଭୋଗ କରାଯାଏ । ଏହି ସମୟରେ ବାରାହୀଙ୍କୁ କାତିମାଛ ପୋଡ଼ା ବଳି ଦିଆଯିବାର ପରମ୍ପରା ରହିଛି । ଷୋଳପୂଜା ସମୟରେ ସବୁଦିନ ସେଠାରେ ଚଣ୍ଡୀପାଠ କରାଯାଇଥାଏ । ରାତିରେ ପଣାଭୋଗ ହୋଇଥାଏ । ଦୁର୍ଗାପୂଜା ସମୟରେ ଭକ୍ତମାନେ ବାରାହୀଙ୍କୁ ଶୀତଳ ଭୋଗ କରାଇଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ତୃତୀୟ ଭାଗର ୧୮୫ ପୃଷ୍ଠାରେ ବାରାହୀ ଠାକୁରାଣୀଙ୍କ ସମ୍ପନ୍ଧରେ ଉଲ୍ଲେଖ ରହିଛି । ଏଥିପାଇଁ ବଡ଼ଦେଉଳରୁ ଖଇ ଆସିଥାଏ । ଷୋଳପୂଜାରେ ଦେଉଳ ପ୍ରଶାସନ ତରଫରୁ ରାଶିତେଲ, ଚନ୍ଦନକିଳା ଏବଂ ଶାଢ଼ୀ ସମେତ ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ପାଇଁ ୫ହଜାର ଟଙ୍କା ପ୍ରଦାନ କରାଯିବାର ପ୍ରଥା ରହିଛି । ଶିବ-ପାର୍ବତୀଙ୍କ ବିବାହ ଭାବେ ପାଳିତ ଶୀତଳ ଷଷ୍ଠୀରେ ବାରାହୀଙ୍କୁ ଜଳଶାୟୀ ଏବଂ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ନବପତ୍ରିକା ପୂଜା କରାଯାଇଥାଏ ।

ଆଧାର

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଚନ୍ଦନଲାଗି ବେଶଲସ ଏଞ୍ଜଲେସ ଲେକର୍ସଜୀଜାଜୀ ଛତ୍ ପର୍ ହେଁସ୍ୱାମୀ ବିବେକାନନ୍ଦଚନ୍ଦ୍ରଶେଖର ରଥବନ୍ଦେ ଉତ୍କଳ ଜନନୀରାମାୟଣସାରଳା ସମ୍ମାନଓଡ଼ିଶୀଲକ୍ଷ୍ମଣ ନାୟକମାଟିର ମଣିଷ (ଉପନ୍ୟାସ)ଋଷିଆଅପରାଜିତା ଷଡ଼ଙ୍ଗୀଅଚ୍ୟୁତାନନ୍ଦ ଦାସଗୋଲୋକ ବିହାରୀ ଧଳତରଭୁଜସରୋଜିନୀ ନାଇଡୁହୃତ୍‌ପିଣ୍ଡଚନ୍ଦ୍ରଶେଖର ଆଜାଦପରିସଂଖ୍ୟାନ୧୨ ଡିସେମ୍ବରଅଖିଳ ମୋହନ ପଟ୍ଟନାୟକଧର୍ମଶ୍ରାଦ୍ଧପୁରୀବିଧାନ ସଭା ସଭ୍ୟମିଳିତ ଜାତିସଂଘଅଜନ୍ତା ଗୁମ୍ଫାସ୍ତନସଜନାରାମଚନ୍ଦ୍ର ମିଶ୍ରପ୍ରଥମାଷ୍ଟମୀଯାଜପୁର୬୩୩ପ୍ରଧାନ ପୃଷ୍ଠାଜଳଜୟନ୍ତୀ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରଖୋର୍ଦ୍ଧା ଜିଲ୍ଲାସଞ୍ଜୀବ କୁମାର ମଲ୍ଲିକଅଶୋକ (ସମ୍ରାଟ)ଅର୍ଜୁନ ଗଛକରଣ (ଜାତି)ଦୀନକୃଷ୍ଣ ଦାସସେପ୍ଟେମ୍ବରଭାରତୀୟ ଜାତୀୟ କଂଗ୍ରେସଜହ୍ନବିଶ୍ୱଜିତ ଦାସଯୁକ୍ତରାଷ୍ଟ୍ର ଆମେରିକାସାଇକେଲମଧୁସୂଦନ ଦାସଚୈତ୍ରଗଣେଶ୍ୱର ବେହେରାଚୈତ୍ର ପୂର୍ଣ୍ଣିମା୧୦ ଅଗଷ୍ଟୱାଟରଲୁ ଯୁଦ୍ଧରାଜ୍ୟ ସଭାଭୂମିକା ଦାଶରାଶି ଓ ନକ୍ଷତ୍ରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଭାରତୀୟ ଜନତା ପାର୍ଟିନେମାଳଚିନ୍ତାମଣି ମହାନ୍ତିୟୁରୋପଭୁବନେଶ୍ୱର ବେହେରାସମ୍ବାଦ (ଖବରକାଗଜ)ପ୍ରୀତି ପାଣିଗ୍ରାହୀ🡆 More